Tuesday, May 26, 2026 07:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିରେ ଅପରାଧୀମାଳ, ଗନ୍ ପଏଣ୍ଟରେ ଖୋଦ୍ ମୁଖିଆ

by Our Correspondent
20 Nov, 2017- 04:48 PM
in Latest News, Politics
1 min read
0
ବିଜେପିରେ ଅପରାଧୀମାଳ, ଗନ୍ ପଏଣ୍ଟରେ ଖୋଦ୍ ମୁଖିଆ
ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଫିସ ଚାମ୍ବରରେ ପଶି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗେଇଛନ୍ତି ଦୁଇ ସହଯୋଗୀ । ସଭାପତିଙ୍କ ଆଚରଣରେ କ୍ଷୁବ୍ଧ ହୋଇ ସେମାନେ ଏଭଳି କରିଥିବା କହିଛନ୍ତି । ଆଜି ଦିନ ପ୍ରାୟ ୧୨ଟା ବେଳେ ଏହି ଦୁଇ ଯୁବକ ବସନ୍ତ ପଣ୍ଡାଙ୍କ ଚାମ୍ବରକୁ ଧସେଇ ପଶି ସିଧା ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ମିଡ଼ିଆ ବାଲାଙ୍କୁ ଏଠାକୁ ଡାକ ବୋଲି ଧମକେଇଥିଲେ । ଭିତରେ ପାଟିତୁଣ୍ଡ ଶୁଣି ଅଫିସ ବାହାରେ ଉପସ୍ଥିତ ଦଳୀର ନେତା ଓ କର୍ମୀମାନେ ଚାମ୍ବର ଭିତରେ ପଶି ଯୁବକଦ୍ୱୟଙ୍କୁ କାବୁ କରିଥିଲେ । ସଂପୃକ୍ତ ଦୁଇ ଯୁବକ ହେଲେ କଟକ ସଦର ରାଇପୁର ଗାଁର ପିନାକ ମହାନ୍ତି(୩୩) ଏବଂ ଗୋବିନ୍ଦପୁର ଅନ୍ତର୍ଗତ ଉରୁଜଙ୍ଗ ନୂଆସାହିର ସମ୍ବିତ କୁମାର ପଣ୍ଡା(୨୩) । ପିନାକ ନିଜକୁ ବାରଙ୍ଗ ବ୍ଲକ୍ ବିଜେପିର ଉପସଭାପତି ବୋଲି ପରିଚୟ ଦେଇଥିଲା ବେଳେ ସମ୍ବିତ ବାରଙ୍ଗ ବ୍ଲକ୍ ର ଜଣେ ବିଜେପି କର୍ମୀ ବୋଲି ପରିଚୟ ଦେଇଛନ୍ତି । ତେବେ ସେମାନଙ୍କ ଦେହର ଗେରୁଆ ଛାପ ରାଜ୍ୟ ସଭାପତିଙ୍କୁ ଭଲ ଲାଗିନି । ଗତକାଲି ଯୁବକଦ୍ୱୟ ତାଙ୍କ ପାଖକୁ ଆସି ଚିକିତ୍ସା ପାଇଁ ଟଙ୍କା ମାଗିଥିବା ସେ କହୁଥିଲା ବେଳେ ଆଜି ଗନ୍ ପଏଣ୍ଟରେ ଧମକ ପାଇଲା ପରେ କହିଛନ୍ତି ସେମାନେ କିଏ ସେ ଜାଣିନାହାନ୍ତି । ସେମାନେ ଦଳୀୟ କର୍ମୀ କଥାକୁ ସଭାପତି ଏଡାଇ ଦେଇଛନ୍ତି ।
ଘଟଣା ଘଟିବା ପୂର୍ବରୁ ବସନ୍ତ ପଣ୍ଡା ଟିଭି ଚାନେଲଗୁଡ଼ିକୁ ବାଇଟ୍ ଦେଇଥିଲେ । ଜମି ଠକେଇରେ ଗିରଫ ହୋଇଥିବା ମୟୁରଭଂଜ ଜିଲ୍ଲା ସଭାପତିଙ୍କ ସପକ୍ଷରେ ଓକିଲାତି କରିଥିଲେ । ଏହାପରେ ନିଜ ଚାମ୍ବରକୁ ଯାଇଥିଲେ । ୧୦ ମିନିଟ୍ ପରେ ଦଳ ପକ୍ଷରୁ ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀକୁ ଯାଇଥାଆନ୍ତେ । ଆଉ ଏହି ସମୟରେ ଘଟିଲା ଅଘଟଣ । ଭରପୂର ବିଜେପି ପାର୍ଟି ଅଫିସରେ ବନ୍ଧୁକ(ଖେଳନା) ଧରି ଆତଙ୍କ ଖେଳାଇଲେ ଖୋଦ୍ ଦଳର କର୍ମକର୍ତ୍ତା ଦାବିଦାର । ସଭାପତି ବସନ୍ତ ପଣ୍ଡାଙ୍କ ଉପରେ ସେମାନଙ୍କର ରାଗ ଏଇଥିପାଇଁ ଯେ ଏକ ଟିଭି ଚାନେଲରେ ଦେବୀ ଦୁର୍ଗାଙ୍କୁ ବିକୃତ ଭାବେ ଉପସ୍ଥାପିତ କରାଯାଇଛି । ଏହା ବିରୋଧରେ ପ୍ରତିବାଦ କରିବାକୁ ସେମାନେ ସଭାପତିଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ବୋଲି କହିଛନ୍ତି । ମାତ୍ର ସଭାପତି ଏଥିପ୍ରତି ଦୃଷ୍ଟି ଦେଇ ନ ଥିଲେ । ତେବେ ସଭାପତି ଚିକିତ୍ସା ପାଇଁ ସେମାନଙ୍କର ଅର୍ଥ ସାହାଯ୍ୟ ଦାବି କଥା କହୁଥିବାରୁ ବାସ୍ତବ କଥା ଜଣାପଡୁନାହିଁ । ଯାହା ବି ହେଉ, ରାଜ୍ୟ ସଭାପତିଙ୍କ ଉପରେ ରାଗ ରଖି ସେମାନେ ପାର୍ଟି ଅଫିସ ଭିତରେ ତାଙ୍କୁ ପାନେ ଦେବାକୁ ସାହାସ କରିଛନ୍ତି ।
ଯୁବକଦ୍ୱୟ ବିଜେପିର ବ୍ଲକ୍ କର୍ମକର୍ତ୍ତା ବୋଲି ଦାବି କରିଥିବାରୁ ଘଟଣାଟି ସାଂଘାତିକ ବୋଲି ବିଚାର କରାଯାଉଛି । ବିଜେପିରେ ଅପରାଧୀଙ୍କ ମାତ୍ରା କେଉଁଠି ପହଞ୍ଚିଲାଣି ତାହା ଏହି ଘଟଣା ଅଧିକ ସ୍ପଷ୍ଟ କରିଛି । ନିଜ ସଭାପତିଙ୍କୁ ମଧ୍ୟ ସେମାନେ ଛାଡ଼ିବାକୁ ପଛାଇନାହାନ୍ତି । ବିଜେପି ଅପରାଧୀକରଣର ବରିଷ୍ଠ ଚେହେରା ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ମର୍ଡର କେସ୍ ରୁ ଧରାପଡ଼ିଯାଇଛି । ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ପୁଲିସ ଗଂଜାମ ଜିଲ୍ଲା ବିଜେପି ସମ୍ପାଦକ କୃଷ୍ଣ ନାୟକ ଓ ବିଜେପି ସମିତି ସଭ୍ୟ ଦୁର୍ଯୋଧନ ରେଡ୍ଡିଙ୍କୁ ଗିରଫ କରିଛି । ହତ୍ୟା ଷଡ଼ଯନ୍ତ୍ରକାରୀଙ୍କୁ ସହଯୋଗର ଚେର୍ ଉପରକୁ ବି ଲମ୍ବିଯାଇଛି । ଦଳର ମୁଖପାତ୍ର ଗୋଲକ ମହାପାତ୍ର ଏହି ଅଭିଯୁକ୍ତଙ୍କୁ ଲୁଚାଇବାରେ ସହଯୋଗ କରିଥିବା ଅଭିଯୋଗରେ ପୁଲିସ ଜେରାର ସମ୍ମୁଖୀନ ହୋଇଛନ୍ତି ।
ଛତ୍ରପୁର ମର୍ଡରରେ ବିଜେପି ନେତାଙ୍କ ସଂପୃକ୍ତି ଅଭିଯୋଗର ନିଆଁ ଜଳୁଥିବା ବେଳେ ଗତ ୫ ତାରିଖରେ ବୌଦ୍ଦ ଜିଲ୍ଲା ଯୁବ ବିଜେପି ସଭାପତି ନାରାୟଣ କରମିଙ୍କୁ ଠକେଇ ଅଭିଯୋଗରେ ମନମୁଣ୍ଡା ପୁଲିସ ଗିରଫ କରିଛି । ଗୋ ଲାଇଫ୍ ଟ୍ରେଡିଙ୍ଗ ପ୍ରାଇଭେଟ୍ ଲିମିଟେଡ଼ ନାମରେ ଏକ ସଂସ୍ଥା ଖୋଲି ସେ ଲୋକଙ୍କୁ ଅଧିକ ସୁଧ ଦେବାର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଠକିଥିବା ଅଭିଯୋଗ ହୋଇଛି । ସେହି ଘଟଣାର ଚର୍ଚ୍ଚା ନ ସରୁଣୁ ଗତକାଲି ମୟୁରଭଂଜ ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପୁଲିସ କଟକର ଜଣେ ବିଜେପି ନେତାଙ୍କ ଘରୁ ଗିରଫ କରିଛି । ଜମିଜମା ଠକେଇ ମାମଲାରେ ପୁଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇଛି ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ବିଜେପି ଏବେ ଅପରାଧୀଙ୍କ ଆଶ୍ରୟସ୍ଥଳ ପାଲଟିଛି । ମିଶନ୍ ୧୨୦ ପ୍ଲସ୍ ନିଶାରେ ବିଜେପି ସାରା ରାଜ୍ୟରେ ବୁଲି ମିଶ୍ରଣ ପର୍ବ କରୁଛି । ସେଥିରେ ଧୂୂଆ ଅଧୂଆ ସମସ୍ତଙ୍କୁ ଦଳରେ ସାମିଲ କରି ବାହାଦୁରି ନେବାକୁ ଚେଷ୍ଟା କରୁଛି । ଏଭଳି ସୁନ୍ଦର ପ୍ଲାଟଫର୍ମ ଅପରାଧୀଙ୍କ ପାଇଁ କଚେ ପୁଅ ବାର୍ ସଦୃଶ ହୋଇଛି । ସେହିଭଳି ଅର୍ଥବଳ ଓ କ୍ଷମତା ପାଇବାର ମତୁଆଲା ବି ବିଜେପି ନେତା ଓ କର୍ମୀଙ୍କୁ ଅପରାଧିକ କାର୍ଯ୍ୟକଳାପ ପାଇଁ ପ୍ରୋତ୍ସାହନ ଦେଉଛି । ଅନ୍ତତଃପକ୍ଷେ ଆଜି ବିଜେପି ରାଜ୍ୟ ସଭାପତିଙ୍କ ଉପରେ ହୋଇଥିବା ହମଲା ଉଦ୍ୟମରୁ ବିଜେପି ଶିକ୍ଷାଲାଭ କରିବା ଉଚିତ୍ ବୋଲି ରାଜନୈତିକ ପଣ୍ଡିତମାନେ ପରାମର୍ଶ ଦେଇଛନ୍ତି ।
Previous Post

କୁଆଡେ ଗଲା ଚନ୍ଦୁ ?

Next Post

ନବୀନଙ୍କ ପ୍ରଶଂସାରେ ଦଲାଇଲାମା

Next Post
ନବୀନଙ୍କ ପ୍ରଶଂସାରେ ଦଲାଇଲାମା

ନବୀନଙ୍କ ପ୍ରଶଂସାରେ ଦଲାଇଲାମା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA