Thursday, May 21, 2026 03:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିର ଏର୍ମଜେନ୍ସୀ! ମୂଳ ଖବର ବି ଗାଏବ..

by Our Correspondent
26 Nov, 2017- 02:04 PM
in Latest News, Politics
1 min read
0
ବିଜେପିର ଏର୍ମଜେନ୍ସୀ! ମୂଳ ଖବର ବି ଗାଏବ..
ଭୁବନେଶ୍ୱର: ଗତ ସପ୍ତାହର ଦୁଇ ତିନିଟି ଘଟଣାକୁ ଆମେ ଏଠାରେ ଉଲ୍ଲେଖ କରୁଛୁ ।
(୧) ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଅଫିସ୍ ରେ ପଶି ତାଙ୍କ ମୁଣ୍ଡରେ ପିନାକ ମହାନ୍ତି ଓ ସମ୍ବିତ୍ ପଣ୍ଡା ନାମକ ଦୁଇ ଯୁବକ ବନ୍ଧୁକ ଲଗାଇଲେ । ଘଟଣାଟି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କଲା । ପିନାକ ନିଜକୁ ବିଜେପି ସ୍ଥାନୀୟ ଉପସଭାପତି ବୋଲି ପରିଚୟ ଦେଇଥିଲା ବେଳେ ସମ୍ବିତ ନିଜକୁ ବିଜେପି କର୍ମୀ ବୋଲି ପରିଚୟ ଦେଇଥିଲେ । ମାତ୍ର ବସନ୍ତ ପଣ୍ଡା ତୁରନ୍ତ ତାହାକୁ ଅସ୍ୱୀକାର କଲେ । ପରେ ପରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଲା ବିଜେପି । ଦଳର ବରିଷ୍ଠ ନେତା ମନମୋହନ ସାମଲ ବିନା ସଙ୍କୋଚରେ ସଫେଇ ଦେଲେ ଯେ ପିନାକ ମହାନ୍ତି ଓ ସମ୍ବିତ ପଣ୍ଡା ବିଜେପିର କେହି ନୁହଁନ୍ତି । ଦଳର ଖାତାପତ୍ର ଯାଞ୍ଚ କରି ସେ ଏହା କହୁଥିବା ଦମ୍ଭ ଦେଖାଇଲେ । ସେମାନେ ଅନ୍ୟ କେଉଁ ଦଳର ହୋଇଥାଇପାରନ୍ତି କହି ଓଲଟି ବିଜେପି ମୁଣ୍ଡରୁ ଅଠା ଛଡ଼ାଇଦେଲେ ।
ବାସ୍ତବରେ ପିନାକ ଓ ସମ୍ବିତ ବିଜେପିର ସଚ୍ଚା କର୍ମୀ ବୋଲି ତା ପରଦିନ ପ୍ରମାଣ ଆସିଗଲା । ପିନାକ କେବଳ ବିଜେପିର କର୍ମୀ ନୁହଁନ୍ତି ବରଂ ବାରଙ୍ଗ ବ୍ଲକ୍ ଗବଗସ୍ତ ମଣ୍ଡଳର ଉପସଭାପତି । ସେହିଭଳି ସମ୍ବିତ ବି କଟକ ସଦର ଅଞ୍ଚଳର ଜଣେ ଜଣାଶୁଣା ବିଜେପି କର୍ମୀ । ପିନାକଙ୍କ ବିଜେପି ସଭ୍ୟପଦର ରସିଦ, ତାଙ୍କ ମାଆଙ୍କ ସ୍ୱୀକାରୋକ୍ତି, ଗତ ପଞ୍ଚାୟତ ନିର୍ବାଚନ ବେଳେ କାନ୍ଥବାଡ଼ରେ ଲାଗିଥିବା ବିଜେପି ପୋଷ୍ଟରରେ ପିନାକଙ୍କ ଫଟୋ, ତାଙ୍କ ବିବାହ ଉତ୍ସବରେ ପିନାକଙ୍କ ସହ ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ଅନ୍ତରଙ୍ଗ ଦୃଶ୍ୟର ଫଟୋଚିତ୍ର ହିଁ ପିନାକଙ୍କ ବିଜେପି ପରିଚୟର ବୟାନ ରଖିଥିଲା । ଏହି ତଥ୍ୟ ପ୍ରମାଣର ଦସ୍ତାବିଜ୍ ଓ ପିନାକଙ୍କ ମାଆଙ୍କ ବୟାନ ‘ମିଡ଼ ଡ଼େ ଓଡ଼ିଶା’ ଓ ଏକ ନିର୍ଦ୍ଦିଷ୍ଟ ଟିଭ ଚାନେଲରେ ପ୍ରସାରିତ ହେଲା । ଦିନ ତମାମ ସୋସିଆଲ୍ ମିଡ଼ିଆରେ ଘୂରିବୁଲିଲା । ହେଲେ ଆମ ମୁଖ୍ୟ ଗଣମାଧ୍ୟମଗୁଡ଼ିକ ପାଇଁ ତାହା ଖବର ହେଲା ନାହିଁ । ବିଜେପିର ଏତେବଡ଼ ମିଛକୁ ସାମ୍ନାକୁ ଆଣିବାକୁ ସେମାନେ କୁଣ୍ଠାବୋଧ କଲେ । ବିଜେପି ସଭାପତି ବସନ୍ତ ପଣ୍ଡା ଓ ମନମୋହନ ସାମଲଙ୍କ ପ୍ରେସ୍ ମିଟ୍ କୁ ଉତ୍ସାହିତ ହୋଇ ଲାଇଭ୍ କରିଥିବା ପ୍ରମୁଖ ଟିଭି ଚାନେଲଗୁଡ଼ିକ ପରଦିନ ଆଶ୍ଚର୍ଯ୍ୟଜନକ ଭାବେ ନୀରବ ହୋଇଗଲେ । ସତ ଖବର ଲୁଚିଗଲା । ଲୋକେ ବି ତାକୁ ଭୁଲିଗଲେ ।
(୨) ମନମୋହନ ସାମଲଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ ଛିଟୋଲ୍ ଗାଁର ରଂଜିତା ବେହେରା ନାମକ ଜଣେ ମହିଳା ସଙ୍ଗୀନ ଅଭିଯୋଗ ଆଣିଲେ । ତାଙ୍କ ଶାଶୁଙ୍କ ଜାଣତରେ ନଣନ୍ଦଙ୍କ ସହ ମନମୋହନ ସାମଲଙ୍କ ରାତିଅଧିଆ ସମ୍ପର୍କର କାହାଣୀ ଅବତାରଣା କରିବା ସହ ସେ ତାହାକୁ ବିରୋଧ କରି ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମର ଶିକାର ହୋଇଥିବା ସୋରୋ ଥାନାରେ ଏତଲା ଦେଲେ । ତାଙ୍କ ସ୍ୱାମୀ ସ୍ୱରୂପାନନ୍ଦ ମଧ୍ୟ ସମାନ ଅଭିଯୋଗ କଲେ । ଏହି ମନମୋହନ ସାମଲ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବୋଲି କହିଲେ । ରଂଜିତାଙ୍କ ଏତଲା ଆଧାରରେ ପୁଲିସ ଶାଶୁ, ଅବିବାହିତ ନଣନ୍ଦ, ଶାଶୁଙ୍କ ଭାଇ ଓ ମନମୋହନ ସାମଲ(ସହ ଅଭିଯୁକ୍ତ)ଙ୍କ ବିରୋଧରେ କେସ୍ ରେଜିଷ୍ଟ୍ରି କରି ୪୯୮-ଏ, ୩୦୭, ୧୧୪, ଆଇପିସି ଧାରା ୩୪ ଏବଂ ଡାଉରି ପ୍ରୋଟେକ୍ସନ୍ ଧାରା ୪ ରେ ମାମଲା ରୁଜୁ କଲା । ଡିଜିଟାଲ୍ ଓ ସୋସିଆଲ୍ ମିଡ଼ିଆରେ ରଂଜିତା ଓ ତାଙ୍କ ସ୍ୱାମୀଙ୍କ ବୟାନର ଭିଡ଼ିଓ ଭାଇରାଲ୍ ହେଲା । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ପ୍ରମୁଖ ଗଣମାଧ୍ୟମ ପାଇଁ ତାହା ଖବର ହେଲା ନାହିଁ ।
(୩) ବିବାଦୀୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ନିଜ ଫେସବୁକ୍ ପେଜ୍ ରେ ମୁଖ୍ୟମନ୍ତ୍ରୀଙ୍କୁ ମଲାଘୋଡ଼ା କହି ଶାଳୀନତାର ସୀମା ଟପିଲେ । ‘ମିଡ଼-ଡ଼େ ଓଡ଼ିଶା’ରେ ପ୍ରଥମେ ଏହି ଖବର ପ୍ରସାର ହେବା ପରେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଲା । ବିଜେଡ଼ି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଲା । ଦଳର ମୁଖପାତ୍ର ଡ. ସମ୍ବିତ୍ ପାତ୍ର ଟିଭି ଚାନେଲ୍ କୁ ଡାକି ପ୍ରତିକ୍ରିୟା ଦେଲେ । ହେଲେ ଏକ ନିର୍ଦ୍ଦିଷ୍ଟ ଚାନେଲ ( ସଂଧ୍ୟାରେ ଥରେ ବଜାଇଲେ, ଆଲୋଚନା କଲେ, ହେଲେ ରାତିକୁ ଡ୍ରପ୍ ହୋଇଗଲା)କୁ ଛାଡ଼ି କେହି ଏହି ଖବର ନେଲେନାହିଁ । ପ୍ରମୁଖ ଖବରକାଗଜଗୁଡ଼ିକ ପାଇଁ ଏହା ଖବର ହେଲା ନାହିଁ ।
ଖାଲି ଏହି ତିନିଟି ବିଷୟ ନୁହେଁ । ବହୁ ଗୁରୁତ୍ୱପୂର୍ଣ୍ଣ ସତ ଖବରକୁ ଚାପି ଲୋକଙ୍କୁ ଭକୁଆ ବନାଇବା ଅଧିକାଂଶ ମେନଷ୍ଟ୍ରିମ୍ ମିଡ଼ିଆରେ ଏବେ ଉତ୍କଟ ରୂପ ନେଇଛି । ବିଜେଡ଼ି ସରକାରଙ୍କ ଦୁର୍ନୀତି ଓ ଦଳର ଗୋଳମାଳିଆ ଖବର ଚାପିବା ଆଗରୁ ଯେ ହେଉ ନ ଥିଲା ତାହା ନୁହେଁ । ମାତ୍ର ସେଥିପାଇଁ ଚାପ କି ନାଲିଆଖି ମିଳୁ ନ ଥିଲା । ମାତ୍ର ଏବେକୁ ପ୍ରବଳ ପ୍ରତାପୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ବିଜେପି ଗୋଷ୍ଠୀଙ୍କ ବିରୋଧରେ କୌଣସି ଖବର ଆସିଲେ ପ୍ରମୁଖ ଗଣମାଧ୍ୟମ ମୁଣ୍ଡିଆଳମାନଙ୍କୁ ତଣ୍ଟିରେ କଣ୍ଟା ଲାଗିଲା ଭଳି ଲାଗୁଛି । ଭୂତ ଦେଖିଲା ଭଳି ଛାନିଆଁ ହେଉଛନ୍ତି । ଏଥିପାଇଁ କୋଉ ଶକ୍ତି କାମ କରୁଛି ତାହା କହିବାର ଆବଶ୍ୟକତା ନାହିଁ । ଲୋକେ ସବୁ ଜାଣୁଛନ୍ତି ।
କେବଳ ଆମ ଓଡ଼ିଶାର ପ୍ରମୁଖ ମିଡ଼ିଆ ନୁହେଁ, ଜାତୀୟସ୍ତରର ମିଡ଼ିଆରେ ବି ଅନୁରୂପ ଅବସ୍ଥା । ଅମିତ୍ ଶାହାଙ୍କ ସଂପୃକ୍ତି ଅଭିଯୋଗ ଥିବା ସରାବୁଦ୍ଦିନ୍ ଶେଖ୍ ହତ୍ୟା ମାମଲାର ଶୁଣାଣି କରୁଥିବା ସିବିଆଇ ଜଜ୍ ବ୍ରିଜଗୋପାଲ ହରକିଷନ୍ ଲୋୟାଙ୍କୁ ଷଡ଼ଯନ୍ତ୍ର କରି ମାରି ଦିଆଯାଇଥିବା ତାଙ୍କ ବାପା, ମାଆ ଅଭିଯୋଗ ଆଣିଥିଲେ ମଧ୍ୟ ପ୍ରମୁଖ ଗଣମାଧ୍ୟମ ତାହାକୁ ଚାପିଦେବାରେ ସମର୍ଥ ହେଲେ । ମିଡ଼ିଆରେ ନିଜ ବିରୋଧରେ ଖବର ପ୍ରସାରଣ ଉପରେ ବିଜେପିର ଏହା ଅଘୋଷିତ ଏମର୍ଜେନସୀ ବୋଲି ‘ଦ ୱେୟାର’ ର ପ୍ରତିଷ୍ଠାତା ସମ୍ପାଦକ ସିଦ୍ଧାର୍ଥ ବର୍ଦ୍ଧରାଜନ୍ କହିଛନ୍ତି ।
Previous Post

ସ୍ୱର୍ଗରୁ ହାରିଗଲେ ଇତିଶ୍ରୀ, ସନ୍ଦେହରେ ସିବିଆଇ

Next Post

ଚାଷୀଙ୍କ ପାଇଁ ସମସ୍ତେ କାନ୍ଦିଲେ

Next Post
ଚାଷୀଙ୍କ ପାଇଁ ସମସ୍ତେ କାନ୍ଦିଲେ

ଚାଷୀଙ୍କ ପାଇଁ ସମସ୍ତେ କାନ୍ଦିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA