Sunday, May 10, 2026 08:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିର ଗେମପ୍ଲାନ୍; ବିଜେଡ଼ିର ୪୦ ମୁଣ୍ଡ ଉପରେ ନଜର !

by Our Correspondent
18 May, 2018- 07:59 AM
in Latest News, Politics
1 min read
0
ବିଜେପିର ଗେମପ୍ଲାନ୍; ବିଜେଡ଼ିର ୪୦ ମୁଣ୍ଡ ଉପରେ ନଜର !
ଭୁବନେଶ୍ୱର: ଗୋଆ, ମଣିପୁର, ମେଘାଳୟ ପରେ କର୍ଣ୍ଣାଟକ ରାଜନୀତିରୁ ଓଡ଼ିଶା ପାଇଁ ଅନେକ ସନ୍ଦେଶ ଆସିଛି । କଳେ ବଳେ କୌଶଳେ ବିଜେପି ଏଠି ସରକାର ଗଠନ କରିବାକୁ ଉଦ୍ୟମ କରିବ ଏ ବିଶ୍ୱାସ ବଢ଼ିବାରେ ଲାଗିଛି । ନିଜ ବଳରେ ଛିଡା ହେବାକୁ ବିଜେପିର ସାମର୍ଥ ନାହିଁ ଏକଥା ବିଜେପି ହାଇକମାଣ୍ଡ ଜାଣିସାରିଛନ୍ତି । ଏହା ଜାଣି ମଧ୍ୟ ଓଡ଼ିଶାରେ ସରକାର ଗଠନ ପାଇଁ ଅମିତ୍ ଶାହା ସଂକଳ୍ପ ନେଇଛନ୍ତି । ଅସମ୍ଭବକୁ ସମ୍ଭବ କରୁଥିବା ମୋଦି-ଶାହା ମାଷ୍ଟର ଯୋଡି ଓଡ଼ିଶାରେ କ୍ଷମତା ଦଖଲ ପାଇଁ ସର୍ଟ କର୍ଟ ମେଥଡ୍ ଆପେଣଇବା ଯୋଜନାରେ ଆଜିଠାରୁ କସରତ୍ ଆରମ୍ଭ କରିଦେଲେଣି । ୨୦୧୯ ସାଧାରଣ ନିର୍ବାଚନରେ ସେମାନେ ବିଜେଡ଼ିକୁ ଭଙ୍ଗୁଆର କରିବେ । ସେଥିପାଇଁ ଅନ୍ୟୁନ ୪୦ ସିଟ୍ କୁ ଆଖେଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ଖୋଦ୍ ବିଜେପି ଅଙ୍କରେ, ଓଡ଼ିଶାରେ ଦଳର ଯାହା ସ୍ଥିତି ଏକାକୀ ୪୦ ସିଟ୍ ପାଇଲେ ବଡ଼କଥା । ଏକଥା ହାଇକମାଣ୍ଡ ଭଲଭାବେ ହୃଦୟଙ୍ଗମ କରିସାରିଲେଣି । ଯାହା ବି ହେଉ, ମିସନ୍ ୧୨୦ ର ହାୱା ଦେଉଥିବା ବିଜେପି ନିଜ ବଳରେ ୪୦ ଟି ଆସନ ଉପରେ ସମ୍ପୂର୍ଣ୍ଣ ଫୋକସ୍ ରଖିବ । ଅବଶିଷ୍ଟ ସଂଖ୍ୟା ପାଇଁ ନିର୍ଭର କରିବ ବିଜେଡ଼ି ଓ କଂଗ୍ରେସର ମୁଣ୍ଡ ଉପରେ । କେବଳ ବିଜେଡ଼ିର ଦବଦବା ଥିବା ୪୦ଟି ଆସନ ଉପରେ ନିଜର ଶକ୍ତି ଖଟାଇବାକୁ ବିଜେପି ଏବେଠାରୁ ତୟାର୍ ହେଉଛି । ସଂପୃକ୍ତ ୪୦ ଆସନରେ ଟିକେଟରୁ ବଂଚିତ ବିଜେଡ଼ି ଆଶାୟୀଙ୍କୁ କରାୟତ୍ତ କରି ଭୋଟ ଭାଙ୍ଗିବାକୁ ପ୍ରାଥମିକତା ଦେବ । ଆବଶ୍ୟକସ୍ଥଳେ ବିଜେଡ଼ି ପ୍ରାର୍ଥୀଙ୍କୁ ମୋଟା ପ୍ରଲୋଭନ ଦେଖାଇ ଚୁପ୍ ରଖିବାକୁ ବଳ ଖଟାଯିବ । ଅମିତ୍ ଶାହାଙ୍କ ଟିମ୍ ର ଏହି ମାଷ୍ଟର ପ୍ଲାନ୍ କୁ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକାରୀ କରିବେ ବୋଲି କୁହାଯାଉଛି । ଅର୍ଥବଳରେ ଏଭଳି ଅସମ୍ଭବ କାର୍ଯ୍ୟ ସମ୍ଭବ କରିବାକୁ ଦିଲ୍ଲୀରେ ସ୍ଥିର ହୋଇସାରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
କମ୍ ସେ କମ୍ ୯୦ ଆସନରେ ବିଜେଡ଼ିର ସ୍ଥିତି ଟାଣ ବୋଲି ବିଜେପି ହିସାବ କରିଛି । ତେଣୁ ସେଥିରୁ ଅନ୍ୟୁନ ୪୦ ଆସନ ଭାଙ୍ଗିବାକୁ ବିଜେପି କୌଣସି କୌଶଳ ହାତଛଡ଼ା ନ କରିବାକୁ ସ୍ଥିର କରିଛି । ସେଠି ବିଜେଡ଼ି ପ୍ରାର୍ଥୀଙ୍କୁ ଭଙ୍ଗୁଆର୍ କରିବ କିମ୍ବା ଅସନ୍ତୁଷ୍ଟକୁ ଲଗାଇ ବିଜେଡ଼ି ଭୋଟ ଭାଙ୍ଗିବାକୁ ବିଜେପି ଅଙ୍କ କଷୁଛି । ହାଇକମାଣ୍ଡଙ୍କ ଏହି ଥିଓରିକୁ ଦଳର ଜଣେ ବରିଷ୍ଠ ନେତା ଅସ୍ୱୀକାର କରିନାହାନ୍ତି । ତାଙ୍କର ଯୁକ୍ତି, ରାଜନୀତିରେ ଏହା ଆଦୌ ଅସମ୍ଭବ ନୁହେଁ । ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଥିଲେ ମଧ୍ୟ ଦଳରେ ନିଜର ଭବିଷ୍ୟତ ଦେଖିପାରୁ ନ ଥିବା ଟିକେଟ ବଂଚିତ ଆଶାୟୀ ଏବଂ ସମ୍ଭାବ୍ୟ ବିଧାୟକଙ୍କୁ ପାଲେଇବା କିଛି ବଡ଼କଥା ନୁହେଁ । ଗୋଟେ ଗୋଟେ ଆସନ ଭିଡ଼ିବାକୁ ୧୦ ରୁ ୧୫ କୋଟି ଖଟାଇବା ଦଳ ପାଇଁ ବଡ଼ ନୁହେଁ ବୋଲି ସେ ସ୍ୱୀକାର କରିଛନ୍ତି ।
ଖାଲି ବିଜେଡ଼ି ନୁହେଁ, କଂଗ୍ରେସ ପାଇଁ ବି ଏହି ମେଥଡ୍ ଲାଗୁ କରିବାକୁ ଯୋଜନା ରଖିଛି ବିଜେପି । ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିଲେ ମଧ୍ୟ ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଟିକେ ଆଶା ସମ୍ଭାର ହୋଇଛି । ତେବେ କଂଗ୍ରେସ ନେତାଙ୍କ ମତିଗତି ଯାହା ସେଠି ଦଳର ଭୋଟ ଭାଙ୍ଗି ନିଜ ପକ୍ଷକୁ ଆଣିବାରେ ବିଶେଷ ଅସୁବିଧା ନାହିଁ ବୋଲି ବିଜେପି ଭାବିନେଇଛି ।
ଏହି ଅଙ୍କ ଶୁଘିଂ ଥିବା ରାଜ୍ୟ ବିଜେପି ନେତାମାନେ ଖୁସିରେ କୁରୁଳିଛନ୍ତି । ଅନାୟାସରେ କ୍ଷମତା ଭୋଗ କରିବେ ବୋଲି ଭାବିନେଇଛନ୍ତି । କାରଣ ଓଡ଼ିଶାରେ ବର୍ତ୍ତମାନର ସ୍ଥିତି ଯାହା ସେଠି ନିଜ ବଳରେ ବିଜେପି ଯେ ସରକାର ଗଢ଼ିବ ତାହା ଦିବାସ୍ୱପ୍ନ ଛଡ଼ା କିଛି ନୁହେଁ । ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ କିଛି ଆଶା ଦିଶୁଥିଲା । ହେଲେ ବିଜେପୁର ଉପନିର୍ବାଚନ, ଅତାବିରା ଓ ହିନ୍ଦୋଳ ଏନଏସି ଉପନିର୍ବାଚନ ସେହି ସ୍ୱପ୍ନକୁ ମଉଳେଇ ଦେଇଛି । ନେତୃତ୍ୱର ଅପାରଗତା ଯୋଗୁଁ ତୃଣମୂଳସ୍ତରରେ ବିଜେପିର ସଂଗଠନ ନାହିଁ କି ଯେଉଁଠି ଅଛି ବଢ଼ିପାରୁନାହିଁ । ହାତଗଣତି ନେତା ଭୁବନେଶ୍ୱରରେ ବସି ଟିଭିରେ ମୁହଁ ଦେଖାଇବା ଛଡ଼ା ଆଉ କିଛି କରିବାର ସାମର୍ଥ, ପତିଆରା ନାହିଁ କି ସେମାନଙ୍କ ପ୍ରତି ଲୋକଙ୍କ ଗ୍ରହଣୀୟତା ନାହିଁ । ଓଡ଼ିଶାରେ ନିଜ ବଳରେ ବିଜେପି ଉଧେଇ ପାରିବନି ବୋଲି ଅମିତ୍ ଶାହା ବୁଝିସାରିଛନ୍ତି । ତେଣୁ ନିଜ ବଳକୁ ଭରସା ନ କରି ଅର୍ଥବଳରେ ଆଗକୁ କ୍ଷମତା ଦଖଲର ସ୍ୱପ୍ନ ରଖିଥିବା କୁହାଯାଉଛି ।
ଚର୍ଚ୍ଚା ହେଉଥିବା ବିଜେପିର ଏହି ଗେମପ୍ଲାନକୁ ହସରେ ଉଡ଼ାଇ ଦେଇଛନ୍ତି ବିଜେଡ଼ି ନେତା । ଓଡ଼ିଶା ରାଜନୀତିରେ ଏହା କଦାପି ସମ୍ଭବ ନୁହେଁ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ପଞ୍ଚମ ଥର ପାଇଁ ଚମତ୍କାର ସଫଳତା ହାସଲ କରିବ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି । ବିଜେପିର ଏହା ଦିବାସ୍ୱପ୍ନ ହୋଇ ରହିଯିବ ବୋଲି ସେ କହିଛନ୍ତି ।
Previous Post

ପ୍ରାଣକୃଷ୍ଣ ଉଦ୍ଧାର: ଓଡ୍ରାଫ୍, ଫାୟାର ବ୍ରିଗେଡ୍ କୁ ସାବାସି

Next Post

ମୋଦି-ଶାହା ଫେଲ୍; ୟେଦୁରପ୍ପା ଇସ୍ତଫା ଦେଲେ

Next Post
ମୋଦି-ଶାହା ଫେଲ୍; ୟେଦୁରପ୍ପା ଇସ୍ତଫା ଦେଲେ

ମୋଦି-ଶାହା ଫେଲ୍; ୟେଦୁରପ୍ପା ଇସ୍ତଫା ଦେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA