Monday, May 18, 2026 05:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିରେ ବିଲୀନ ସୌମ୍ୟ; ନବୀନ କୋଳେଇଲେ ‘ପଟ୍ଟନାୟକ ପରିବାର’କୁ

by Our Correspondent
07 Mar, 2018- 12:40 PM
in Latest News, Politics
1 min read
1
ବିଜେଡ଼ିରେ ବିଲୀନ ସୌମ୍ୟ; ନବୀନ କୋଳେଇଲେ ‘ପଟ୍ଟନାୟକ ପରିବାର’କୁ
ଭୁବନେଶ୍ୱର: ‘ଆମ ଓଡ଼ିଶା ପାର୍ଟି’ ର ସଭାପତି, ‘ସମ୍ବାଦ’ ସମ୍ପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୋଇଁ ସୌମ୍ୟରଂଜନ ପଟ୍ଟନାୟକ ଆଜି ବିଜେଡ଼ିରେ ମିଶିଛନ୍ତି । ସକାଳ ୧୧ଟାରେ ନବୀନ ନିବାସରେ ଆୟୋଜିତ ଭବ୍ୟ ମିଶ୍ରଣ ପର୍ବରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସୌମ୍ୟଙ୍କୁ କୋଳେଇ ନେଇଛନ୍ତି । ଏଥିସହ ରାଜ୍ୟରେ ବିଜେଡ଼ିର ପୁରୁଣା ଶତ୍ରୁ ଭାବେ ଜଣାଶୁଣା ‘ପଟ୍ଟନାୟକ ପରିବାର’ର ଏହି ଦାୟାଦ ବିଜେଡ଼ିରେ ବିଲୀନ ହୋଇଛନ୍ତି । ସୌମ୍ୟ ବିଜେଡ଼ିରେ ମିଶୁଛନ୍ତି ବୋଲି ‘ମିଡ଼ ଡ଼େ ଓଡ଼ିଶା’ ବହୁ ପୂର୍ବରୁ ଖବର ଲେଖିଥିଲା । ଗତମାସ ୧୪ ତାରିଖରେ ସେ ନବୀନଙ୍କୁ ଦିଲ୍ଲୀରେ ଗୋପନରେ ଭେଟିଥିଲେ ବୋଲି ଜଣାଇଥିଲା । ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି ।
ସୌମ୍ୟଙ୍କ ପରେ ପରେ ‘କିଟ୍’ ଓ ‘କିସ୍’ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମଧ୍ୟ ବିଜେଡ଼ିରେ ଯୋଗଦେଇଛନ୍ତି । ଏମାନଙ୍କ ବିଜେଡ଼ିରେ ଯୋଗଦାନ ଦେଇ ନବୀନ ନିବାସ ପକ୍ଷରୁ ଭିତରେ ଭିତରେ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ଦି ଜଣ କାର୍ପଟଦାରଙ୍କ ଛଡ଼ା ଅନ୍ୟ ଦଳୀୟ ନେତାମାନେ ସୁରାକ୍ ପାଇ ନ ଥିଲେ । ୫ ତାରିଖରୁ ଏ ନେଇ ସସପେନସ୍ ଲାଗିରହିଥିଲା । ଗତକାଲି ରାତିରେ ହଠାତ୍ ନବୀନ ନିବାସ ପକ୍ଷରୁ ଦଳର ସମସ୍ତ ମୁଣ୍ଡିଆଳମାନଙ୍କ ନିକଟକୁ ଫୋନ୍ ଯାଇଥିଲା । ବୁଧବାର(ଆଜି) ସକାଳ ୧୧ଟାରେ ନବୀନ ନିବାସରେ ଉପସ୍ଥିତ ରହିବାକୁ ସେଥିରେ ନିର୍ଦ୍ଦେଶ ଥିଲା ।  କାରଣ କୁହାଯାଇ ନ ଥିଲା । ଆଶ୍ଚର୍ଯ୍ୟର କଥା, ବିଜେଡ଼ି ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ଗଣମାଧ୍ୟମକୁ ମାତ୍ର ୧୦ ମିନିଟ୍ ପୂର୍ବରୁ ଜଣାଯାଇଥିଲା । ହେଲେ ସୌମ୍ୟଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମକୁ ତାଙ୍କ ମିଶ୍ରଣ ସମ୍ପର୍କରେ ସକାଳୁ ସକାଳୁ ସୂଚନା ଦିଆଯାଇଥିଲା ।
ଏହି ମିଶ୍ରଣ ପର୍ବରେ ସମସ୍ତଙ୍କ ନଜରରେ ଥିଲେ ସୌମ୍ୟରଂଜନ ପଟ୍ଟନାୟକ । ଯେଉଁ ‘ପଟ୍ଟନାୟକ ପରିବାର’ର କଳଙ୍କର ଦ୍ୱାହି ଦେଇ ବିଜେଡ଼ି ସରକାର କ୍ଷମତାକୁ ଆସିଥିଲା ଓ ୧୮ ବର୍ଷ ଧରି କ୍ଷମତାରେ ଅଛି ସେହି ପରିବାରର ଦାୟାଦ ହେଉଛନ୍ତି ସୌମ୍ୟ । ଖୋଦ୍ ସୌମ୍ୟଙ୍କ ପଛରେ ଅପବାଦର ଲମ୍ବା ଫର୍ଦ୍ଦ ଯୋଡି ହୋଇଛି । ଶ୍ୱଶୁରଙ୍କ ଆର୍ଶିବାଦରୁ ବ୍ୟବସାୟରେ ବିରାଟ ସଫଳତା ଅର୍ଜିଥିବା ସୌମ୍ୟ ରାଜନୀତିରେ ବାରମ୍ବାର ବିଫଳ ହୋଇଛନ୍ତି । ତାଙ୍କର ନୈତିକତା ଓ ବିଶ୍ୱସନୀୟତା ସବୁବେଳେ ସନ୍ଦେହଘେରରେ ବୋଲି ଚର୍ଚ୍ଚା ହୁଏ । ବିଭିନ୍ନ ସାମାଜିକ ସଂଗଠନର ପୁରୋଧା ସାଜି ସେ ରାଜନୀତିରେ ସଫଳ ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାଗ୍ୟ ତାଙ୍କୁ ସାଥ୍ ଦେଇ ନ ଥିଲା । ଭାଷା ଆନ୍ଦୋଳନ, ଚାଷୀ ସଂଗଠନ, ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସଂଘର ନେତୃତ୍ୱ ନେଉଥିବା ସୌମ୍ୟ ସାରା ରାଜ୍ୟରେ ବୁଲି ବୁଲି ବିଜେଡ଼ି ସରକାରଙ୍କ ଶ୍ରାଦ୍ଧ କରୁଥିଲେ । ନିଜର ଗଣମାଧ୍ୟମରେ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କୁ ୧୮ ବର୍ଷ ଧରି କ୍ରମାଗତ ଭାବେ ଗାଳିମନ୍ଦ କରୁଥିଲେ । ଓଡ଼ିଶାର ଶାସନମୁଖ୍ୟ ଓଡ଼ିଆ ନ ଜାଣିବା ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ କଳଙ୍କ ବୋଲି ସୌମ୍ୟ କଟୁ ଆକ୍ଷେପ କରୁଥିଲେ । ସେହି ‘ସ୍ୱାଭିମାନୀ’ ସୌମ୍ୟ ଯେ ଆଜି ନବୀନଙ୍କ ହାତ ଧରୁଛନ୍ତି ତାହା କେହି ବିଶ୍ୱାସ କରୁନାହାନ୍ତି ।
ନିର୍ବାଚନରେ ବାରମ୍ବାର ଅସଫଳ ହୋଇଥିବା ସୌମ୍ୟ ନିଜର ଶେଷ ସୁଯୋଗକୁ ହାତଛଡ଼ା ନ କରିବାକୁ ବହୁ ପୂର୍ବରୁ ସ୍ଥିର କରିଥିବା କୁହାଯାଉଛି । ତେବେ ବିଜେପି କି ବିଜେଡ଼ି କୁଆଡ଼େ ଯିବେ ଏବଂ କିଏ ତାଙ୍କୁ ନେବେ ସେ ନିର୍ଦ୍ଦିଷ୍ଟ ହୋଇପାରୁ ନ ଥିଲେ । ଏକଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ସେ ଆକୃଷ୍ଟ ହୋଇଥିଲେ । ତାଙ୍କ ସହଯୋଗରେ ଭୁବନେଶ୍ୱରରେ ଅମିତ୍ ଶାହାଙ୍କ ଡିନର୍ ପାର୍ଟିରେ ତାଙ୍କୁ ଭେଟି କଥା ହୋଇଥିଲେ । ତେବେ କ’ଣ ହେଲା କେଜାଣି ହଠାତ୍ ସୌମ୍ୟ ବିଜେଡ଼ି ଆଡ଼କୁ ଢ଼ଳିଥିଲେ । ଗତ ମେ ୧୩ ତାରିଖ ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଗୋପନରେ ଭେଟିଥିଲେ । ନିଜ ଖବରକାଗଜରେ ନବୀନଙ୍କ ସ୍ତୁତିଗାନ୍ ଆରମ୍ଭ କରିଥିଲେ । ରାଜ୍ୟସଭା ଟିକେଟ୍ ଖଣ୍ଡେ ପାଇଁ ସେ ନବୀନଙ୍କୁ ମନେଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହୋଇଥିଲା ।
ସଂଯୋଗକୁ ବୈଜୟନ୍ତ ପଣ୍ଡା ତାଙ୍କ ପାଇଁ ଆର୍ଶିବାଦ ହୋଇଗଲେ । ବୈଜୟନ୍ତଙ୍କୁ ବିଜେଡ଼ି ନିଲମ୍ବନ କରିବା ପରେ ସୌମ୍ୟଙ୍କ ଭାଉ ବଢ଼ିଥିଲା । ଆଉ ନିଜ ହାତରେ ଦୁଇ ଦୁଇଟି ବଡ଼ ମିଡ଼ିଆ ଥିବାରୁ ନବୀନଙ୍କୁ ମନାଇବା ତାଙ୍କ ପାଇଁ ଆଉ କଷ୍ଟ ହେଲାନି । ଆଜି ସୌମ୍ୟ ବିଜେଡ଼ିରେ ମିଶିବା ପରେ ରାଜ୍ୟସଭା ଯିବା ସମ୍ଭାବନା ଉଜ୍ଜଳ ହୋଇଯାଇଛି । ସେପଟେ ସୌମ୍ୟଙ୍କ ବିଜେଡ଼ି ପ୍ରବେଶକୁ ଦଳର ଅନେକ ନେତା ବିରୋଧ କରିଛନ୍ତି । ଏହା ଦଳ ପାଇଁ ଘାତକ ହେବ ବୋଲି ସେମାନଙ୍କର ଆଶଙ୍କା । ନବୀନଙ୍କ ଡ଼ରରେ ମୁହଁ ଖୋଲି ନ ଥିଲେ ମଧ୍ୟ ସାମ୍ବାଦିକମାନଙ୍କ ଆଗରେ ସେମାନଙ୍କ ଅସନ୍ତୋଷ ଖୋଲିଛନ୍ତି । ବିଜେଡ଼ି ପାଇଁ ଆଜିର ଦିନକୁ କଳା ଦିବସ ବୋଲି କହିବାକୁ ବି ପଛାଇନାହାନ୍ତି । ଖାଲି ବିଜେଡ଼ି ନେତା ନୁହଁନ୍ତି, ରାଜ୍ୟର ଅନ୍ୟାନ୍ୟ ପ୍ରତିଷ୍ଠିତ ମିଡ଼ିଆ ହାଉସ୍ ଗୁଡ଼ିକ ମଧ୍ୟ ସୌମ୍ୟଙ୍କ ବିଜେଡ଼ି ଯୋଗଦାନ ଉପରେ ଖପ୍ପା ହୋଇଛନ୍ତି । କେବଳ ସୌମ୍ୟଙ୍କ ଭରସାରେ ଏଥର ବିଜେଡ଼ି ରହୁ ବୋଲି ସଂପୃକ୍ତ ସାମ୍ବାଦିକମାନେ ଆକ୍ଷେପ କରିଛନ୍ତି ।
Previous Post

ଧର୍ମେନ୍ଦ୍ରଙ୍କ ଗଜା ନିଶକୁ ନେଇ ଚର୍ଚ୍ଚା

Next Post

ରାଜ୍ୟସଭା ଯିବେ ସୌମ୍ୟ, ଅଚ୍ୟୁତ, ପ୍ରଶାନ୍ତ !

Next Post
ରାଜ୍ୟସଭା ଯିବେ ସୌମ୍ୟ, ଅଚ୍ୟୁତ, ପ୍ରଶାନ୍ତ !

ରାଜ୍ୟସଭା ଯିବେ ସୌମ୍ୟ, ଅଚ୍ୟୁତ, ପ୍ରଶାନ୍ତ !

Comments 1

  1. Ajit kumar sahoo says:
    8 years ago

    Sabu neta chor jia dine bjd dala ku kharap boli kahuthila se aaji kemiti sei dala re misibaku jauchanti .
    Dhanya aei politics ku. Manisha aeithi power paiba pain kichi bi karipare

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA