Sunday, May 31, 2026 03:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିରେ ମିଶିଲେ ମାନସ ମଙ୍ଗରାଜ; ନବୀନ କହିଲେ ‘ମୁଁ ଖୁସି’

by Our Correspondent
08 Apr, 2018- 12:59 PM
in Latest News, Politics
1 min read
0
ବିଜେଡ଼ିରେ ମିଶିଲେ ମାନସ ମଙ୍ଗରାଜ; ନବୀନ କହିଲେ ‘ମୁଁ ଖୁସି’
Spread the love
ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ଟାଣୁଆ ଯୁବନେତା ମାନସ ରଞ୍ଜନ ମଙ୍ଗରାଜ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରେ ସାମିଲ କରିଛନ୍ତି । ମାନସଙ୍କ ଯୋଗଦାନରେ ସେ ଖୁଟି ପ୍ରକଟ କରି ଏହା ଦଳକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଏବଂ ରାଜ୍ୟରେ ସେ ଜାରି ରଖିଥିବା ଉନ୍ନୟନମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ଯୋଗଦେଇଥିବା ମାନସ କହିଛନ୍ତି । ବିଜେଡ଼ିର ନୀତି ଆଧାରରେ ରାଜ୍ୟରେ ସାମ୍ପ୍ରଦାୟିକ ଶକ୍ତିକୁ କିଭଳି ପ୍ରତିହତ କରିଯାଇପାରିବ ସେ ଦିଗରେ କାର୍ଯ୍ୟ କରିବେ । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯିବ ସେ ସୂଚାରୁରୂପେ ପାଳନ କରିବେ ବୋଲି ମାନସ କହିଛନ୍ତି ।
ସକାଳ ପ୍ରାୟ ୧୦ଟା ବେଳେ ମାନସ ଏୟାରପୋର୍ଟ ଛକରେ ପହଞ୍ଚି ସେଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଚିଲିକା ନିର୍ବାଚନମଣ୍ଡଳୀ ସମେତ ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ସହସ୍ରାଧିକ ସମର୍ଥକ ସେଠାରୁ ତାଙ୍କୁ ଏକ ବିରାଟ ପଟୁଆରରେ ନବୀନ ନିବାସ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ପୂର୍ବତନ ବିଧାୟକ ରଘୁନାଥ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଧ୍ରୁବ ସାହୁ, ଛାତ୍ର ବିଜେଡ଼ି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ ।
ସାମ୍ବାଦିକତା କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଥିବା ମାନସ ମଙ୍ଗରାଜ କଂଗ୍ରେସରେ ଯୋଗଦେଇ ୨୦୦୯ ମସିହାରେ ଚିଲିକା ନିର୍ବାଚନମଣ୍ଡଳୀରୁ ବିଧାନସଭା ଲଢ଼ିଥିଲେ । ନିର୍ବାଚନରେ ହାରିଯାଇଥିଲେ ମଧ୍ୟ ତାଙ୍କର ମିଷ୍ଟଭାଷିତା ଓ ସାଂଗଠନିକ ଦକ୍ଷତା ପାଇଁ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ପ୍ରାଧାନ୍ୟ ଦେଇଥିଲେ । ଯୁବ କଂଗ୍ରେସର ମୁଖ୍ୟ ମୁଖପାତ୍ର ଓ ପରେ ପିସିସିର ମୁଖପାତ୍ର ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା । ଜାତୀୟସ୍ତରରେ ଯୁବ କଂଗ୍ରେସର ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ । ତେବେ ପ୍ରସାଦ ହରିଚନ୍ଦନ ପିସିସି ଦାୟିତ୍ୱ ନେଲା ପରଠୁ ଦଳ ତାଙ୍କୁ ଅବହେଳିତ କରିଥିଲା । କଂଗ୍ରେସ ଅବସ୍ଥା ଦିନକୁ ଦିନ ରସତାଳଗାମୀ ହେଉଥିବା ବେଳେ ସେ କାର୍ଯ୍ୟ କରିବାର ସୁଯୋଗ ହରାଇ ଶେଷରେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ଗତ ମାସ ୧୯ ତାରିଖରେ ମାନସ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।
Previous Post

ଶଙ୍ଖ ଧରିବେ ମାନସ ମଙ୍ଗରାଜ; ଆସନ୍ତାକାଲି ମିଶ୍ରଣ ପର୍ବ

Next Post

ଓଟିଭି: ଚଟୁ ଆମିଷ, ବେଣ୍ଟ ନିରାମିଷ !

Next Post
ଓଟିଭି: ଚଟୁ ଆମିଷ, ବେଣ୍ଟ ନିରାମିଷ !

ଓଟିଭି: ଚଟୁ ଆମିଷ, ବେଣ୍ଟ ନିରାମିଷ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA