Friday, April 17, 2026 12:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ିରେ ସୁଲୋଚନା, ଆସେଟ୍ ନା ଲାଇବେଲିଟି ?

by Our Correspondent
20 Jun, 2017- 06:15 PM
in Latest News, Politics
1 min read
0
ବିଜେଡ଼ିରେ ସୁଲୋଚନା, ଆସେଟ୍ ନା ଲାଇବେଲିଟି ?

ଭୁବନେଶ୍ୱର: ସୁଲୋଚନା ଦାସ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ନବୀନ ତାଙ୍କୁ ଶଙ୍ଖୁଳି ନେଇଛନ୍ତି । କଂଗ୍ରେସ ଭଳି ବିଜେଡ଼ି ତାଙ୍କୁ ମୁଖପାତ୍ର ଆସନ ଦେବ ବୋଲି ସୂଚନା ମିଳିଛି । ଖୁବ୍ ଶୀଘ୍ର ଏହା ଘୋଷଣା ହେବ । ତେବେ ସୁଲୋଚନା ବିଜେଡ଼ି ପାଇଁ ଆସେଟ୍ ନା ଲାଇବେଲିଟି ତାହାକୁ ନେଇ ଦଳୀୟ ମହଲରେ ଗରମା ଗରମି ଚର୍ଚ୍ଚା ହେଉଛି ।

ଗୋଟିଏ ମହଲର ଯୁକ୍ତି ହେଉଛି ସୁଲୋଚନାଙ୍କ ରାଜନୈତିକ କ୍ୟାରିୟର୍ କଂଗ୍ରେସରୁ ଆରମ୍ଭ । ନବୀନ ସରକାରଙ୍କ ପ୍ରତ୍ୟେକଟି କାର୍ଯ୍ୟକ୍ରମକୁ କଡ଼ା ଭାଷାରେ ସମାଲୋଚନା କରି ତାଙ୍କ ଦିନ ଯାଇଛି । ନିତି ଟିଭିରେ ଲୋକେ ତାଙ୍କ ମୁହଁରୁ ନବୀନ ଗାଳି ଶୁଣିଛନ୍ତି । ନବୀନଙ୍କୁ ଚୋର,ଚାଣ୍ଡାଳ, ମହିଳା ଅତ୍ୟାଚାରୀ କହି ଗାଳି କରିଛନ୍ତି । ସୁଲୋଚନାଙ୍କ ମୁହଁରୁ ଏହି ଘୋଷା ଶୁଣିବାରେ ଲୋକେ ଅଭ୍ୟସ୍ତ ହୋଇଛନ୍ତି । ଏବେ ସେହି ସୁଲୋଚନା ତାଙ୍କ ଜିଭ ଲେଉଟାଇବେ । ଯେଉଁ ପାଟିରେ ନବୀନଙ୍କୁ ଗାଳି ବର୍ଷଣ କରୁଥିଲେ ସେହି ପାଟିରେ ନବୀନଙ୍କ ସ୍ତୁତି ଗାନ କରିବେ । ଯେଉଁ ନବୀନଙ୍କ କାର୍ଯ୍ୟକ୍ରମକୁ ଟାଣ ଭାଷାରେ ସମାଲୋଚନା କରୁଥିଲେ ସେହି ନବୀନଙ୍କ କାର୍ଯ୍ୟକ୍ରମର ପ୍ରଂଶସାରେ ଶତମୁଖ ହେବେ । ଜନସାଧାରଣଙ୍କ ମନକୁ ଏହା କିଭଳି ଛୁଇଁବ ବୋଲି ବିଜେଡ଼ିର ଏହି ମହଲ ପ୍ରଶ୍ନ କରିଛନ୍ତି ।

ସୁଲୋଚନାଙ୍କ ପାଇଁ ଆଉ ଏକ କଣ୍ଟା ରହିଛି ଚିଟଫଣ୍ଡ ଆଡୁ । ଅତୀତରେ ସି-ସୋର ମାଲିକ ପ୍ରଶାନ୍ତ ଦାଶଙ୍କ ସହ ତାଙ୍କର ସମ୍ପର୍କକୁ ବିଜେଡ଼ିର କିଛି ନେତା ମନେ ପକାଇଛନ୍ତି । ସୁଲୋଚନାଙ୍କ ପାଇଁ ଏହା ଖାଲି ବିପଦ ନୁହେଁ, ବରଂ ମୁଖ୍ୟ ବିରୋଧୀ ବିଜେପି ପାଇଁ ଭଲ ଅସ୍ତ୍ର ହେବ ବୋଲି ସେମାନଙ୍କର ଆଶଙ୍କା । ସମଗ୍ର ବିଜେଡ଼ି ପାଇଁ ଏହା ନୂଆ ଅଡୁଆ ଯୋଡି ଦେବ ବୋଲି ସେମାନେ ଭାବୁଛନ୍ତି ।

ଆଉ ଏକ ମହଲ ସୁଲୋଚନାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ସାମ୍ବାଦିକରୁ ନେତ୍ରୀ ବନିଥିବା ସୁଲୋଚନା ଦଳ ପାଇଁ ଆସେଟ୍ ବୋଲି ସେମାନେ କହିଛନ୍ତି । ବିଜେପିର ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ବଡ଼ ପାଟିଆ ମୁଖପାତ୍ରଙ୍କୁ କାଉଣ୍ଟର ପାଇଁ ସୁଲୋଚନା ଫିଟ୍ ବୋଲି ସେମାନଙ୍କର ଯୁକ୍ତି । ରାଜନୀତିରେ ଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । ଆଜି ଯିଏ ଶତ୍ରୁ କାଲିକି ମିତ୍ର ପାଲଟିବା ରାଜନୀତି ଇତିହାସର କଥା । ତେଣୁ ସୁଲୋଚନାଙ୍କ ଆଣ୍ଟି ନବୀନ ଫ୍ରେମ୍ ଲୋକଙ୍କ ମନରେ ବେଶୀ ଦିନ ରହିବନି ବୋଲି ସେମାନେ କହିଛନ୍ତି ।

Previous Post

ନବୀନ ନିବାସ ଭେଟଘାଟ: ରଘୁଙ୍କୁ ଡାକରା, ସୁଲୋଚନା ଆସିବେ

Next Post

କଥାରେ ଗାଳି, କାମରେ କୋଳାକୋଳି

Next Post
କଥାରେ ଗାଳି, କାମରେ କୋଳାକୋଳି

କଥାରେ ଗାଳି, କାମରେ କୋଳାକୋଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA