Wednesday, May 20, 2026 03:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିର ବାଜିମାତ୍: ଅତାବିରାରେ ବିଜେପି ସଫା, ହିନ୍ଦୋଳରେ ଗୋଟିଏ

by Our Correspondent
05 Apr, 2018- 11:38 AM
in Latest News, Politics
1 min read
0
ବିଜେଡ଼ିର ବାଜିମାତ୍: ଅତାବିରାରେ ବିଜେପି ସଫା, ହିନ୍ଦୋଳରେ ଗୋଟିଏ
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନର ସଫଳତାକୁ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ଦୋହରାଇଛି ଶାସକ ବିଜୁ ଜନତା ଦଳ । ଅତାବିରାରେ ବିଜେଡ଼ କ୍ଲିନ୍ ସ୍ୱିପ୍ କରିଥିବା ବେଳେ ହିନ୍ଦୋଳରେ ୧୬ ଟି ୱାର୍ଡରୁ ୧୩ଟି ଅକ୍ତିଆର କରିଛି । ଦୁଇଟିଯାକ ଏନଏସିରେ ବିଜେପି ଶୋଚନୀୟ ପରାସ୍ତ ଭୋଗିଛି । ଅତାବିରାରେ ବିଜେପି ଖାତା ଖୋଲିପାରି ନ ଥିବା ବେଳେ ହିନ୍ଦୋଳରେ ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛି । ଉଭୟ ଏନଏସିରେ କଂଗ୍ରେସ ପୋଛି ହୋଇଯାଇଛି ।
ଗତ ୩ ତାରିଖରେ ଉଭୟ ଏନଏସିରେ ମତଦାନ ହୋଇଥିଲା । ଆଜି ଘୋଷିତ ଫଳାଫଳରୁ ଅତାବିରାରେ ୧୨ଟି ଯାକ ୱାର୍ଡ ବିଜେଡ଼ି ହାତକୁ ଯାଇଛି । ବିଜେପୁର ପରାଜୟ ଭୁଲି ପଡୋଶୀ ଏନଏସିକୁ ଅକ୍ତିଆର କରିବାକୁ ବିଜେପି ମନ କରିଥିଲେ ମଧ୍ୟ କାମରେ ଦେଖାଇପାରିନାହିଁ । ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ବିଜେଡ଼ି ପୁର୍ନବାର ଅତାବିରାରେ ନିଜର ତାକତ୍ ଦେଖାଇଛି । ସେପଟେ ଅମିତ୍ ଶାହାଙ୍କ ପଶ୍ଚିମ ଓଡ଼ିଶା ଗସ୍ତ ପାଇଁ ବ୍ୟସ୍ତ ରହିଥିବା ବିଜେପି ନେତାମାନେ ଶୁଖିଲାରେ ଅତାବିରା ଏନଏସି ସ୍ୱପ୍ନ ଦେଖୁଥିଲେ ମଧ୍ୟ ଦୁଃସ୍ୱପ୍ନ ଦେଖିବାକୁ ପଡ଼ିଛି । ଗତ ୨୦୧୩ ଏନଏସି ନିର୍ବାଚନରେ ବିଜେପି ସେଠି ଖାତା ଖୋଲି ନ ଥିଲେ ମଧ୍ୟ ୫ ବର୍ଷ ମଧ୍ୟରେ ନିଜର ସାଂଗଠନିକ ବଳ ବଢ଼ାଇଥିଲା । ବିଜେଡ଼ି ଶକ୍ତିକୁ ନିପାତ କରିବା ପାଇଁ ଅଣ୍ଟା ଭିଡ଼ିଥିଲା । ହେଲେ ଭୋଟରଙ୍କୁ ତାହା ମନେଇ ପାରିନାହିଁ । ଗୋଟିଏ ବି ୱାର୍ଡ ରେ ବିଜେପି ଖାତା ଖୋଲିପାରିଲା ନାହିଁ ।
ସେହିଭଳି ଗତ ୨୦୧୩ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡ଼ିର ଅଣ୍ଟା ଭାଙ୍ଗିଯାଇଥିଲା । ୧୬ ଟି ଆସନରୁ ବିଜେଡ଼ି ମାତ୍ର ଦୁଇଟି ଆସନ ପାଇଥିଲା । ବିଜେପି ଗୋଟିଏ ଆସନରେ ସୀମିତ ରହିଥିଲା । କଂଗ୍ରେସ ୭ ଟି ଆସନରେ ଜିତିଥିବା ବେଳେ ୬ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ହାସଲ କରିଥିଲା । ମାତ୍ର ଏଥର ନିର୍ବାଚନରେ ବିଜେଡ଼ି ସପକ୍ଷରେ ଅଙ୍କ ଓଲଟିଯାଇଛି । କଂଗ୍ରେସର ମୂଳ ଉଠିଯାଇଥିବା ବେଳେ ବିଜେଡ଼ି ୧୩ଟି ଆସନ ହାତେଇ ନେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ନିଜର ଏହି ଜିଲ୍ଲାରେ ବିଜେପି ପୂର୍ବଥର ଭଳି ଗୋଟିଏ ଆସନରେ ଅଟକି ଆଗକୁ ବଢ଼ିପାରିନାହିଁ । ଏଠାରେ ମଧ୍ୟ ବିଜେପି ନିଜର ସାଂଗଠନିକ ଶକ୍ତି ବୃଦ୍ଧି କରିଥିବା ଦାବି କରୁଥିଲା । ଏମିତିକି ଏନଏସି ନିଜ କବଜାକୁ ଆସିଯିବ ବୋଲି ଦଳର ନେତାମାନେ ଆଶା ବାନ୍ଧିଥିଲେ । ମାତ୍ର ସେମାନଙ୍କ ଆଶା ଆଶାରେ ରହିଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅମିତ୍ ଶାହାଙ୍କ ଓଡ଼ିଶାଗସ୍ତର ଦ୍ୱିତୀୟ ଦିନରେ ଦୁଇଟି ଯାକ ଏନଏସି ନିର୍ବାଚନର ନୈରାଶ୍ୟଜନକ ଫଳାଫଳ ବିଜେପିକୁ ଅଧିକ ଝଟକା ଦେଇଛି । ଓଡ଼ିଶାରେ ମିଶନ୍ ୧୨୦ ପ୍ଲସ୍ ଅଭିଯାନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ସଦଳବଳେ ପଶ୍ଚିମ ଓଡ଼ିଶା ଗସ୍ତ କରୁଥିବା ବେଳେ ଅତାବିରାରେ ତାଙ୍କ ଦଳ ପୋଛି ହୋଇଯିବା ଦଳ ପାଇଁ ଅସହ୍ୟ ହୋଇଛି । ‘୧୨୦ ବିଧାନସଭା ଆସନର ସ୍ୱପ୍ନ ଦେଖୁଥିବା ବିଜେପି ଗୋଟିଏ ୱାର୍ଡ ବି ଜିତିପାରୁନାହିଁ’ ର ଅପବାଦ ବୋହିବାକୁ ପଡ଼ିଛି ।
ସେପଟେ ଛୋଟିଆ ନିର୍ବାଚନଟିଏ ହେଲେ ମଧ୍ୟ ଦୁଇଟିଯାକ ଏନଏସିରେ ବିଜେପିକୁ ସମ୍ପୂର୍ଣ୍ଣ ଧରାଶାୟୀ କରି ବିଜେଡ଼ି ଆହୁରି ଛାତି ଫୁଲାଇଛି । ପଶ୍ଚିମ ଓଡ଼ିଶା ଗସ୍ତରେ ଥିବା ଅମିତ୍ ଶାହାଙ୍କ କାନରେ ବିଜେପି ନେତାମାନେ ଦୁଇଟିଯାକ ଏନଏସି ନିର୍ବାଚନ ଫଳ ପକେଇବାକୁ ବିଜେଡ଼ି ସମ୍ପାଦକ ବିଜୟ ନାୟକ ତାତ୍ସଲ୍ୟଭରା ପରାମର୍ଶ ଦେଇଛନ୍ତି ।
Previous Post

ରତ୍ନଭଣ୍ଡାର ଯାଞ୍ଚ ଶେଷ ; ବହୁ ଆଡ଼ମ୍ବରେ ଲଘୁକ୍ରିୟା !

Next Post

ଏନଏସି ନିର୍ବାଚନ: ନିଜ ଏରିଆରେ ଲଜ୍ଜିତ ହେଲେ ଧର୍ମେନ୍ଦ୍ର

Next Post
ଏନଏସି ନିର୍ବାଚନ: ନିଜ ଏରିଆରେ ଲଜ୍ଜିତ ହେଲେ ଧର୍ମେନ୍ଦ୍ର

ଏନଏସି ନିର୍ବାଚନ: ନିଜ ଏରିଆରେ ଲଜ୍ଜିତ ହେଲେ ଧର୍ମେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA