Thursday, May 21, 2026 11:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ି କାହାର ଜାଗିରି ନୁହେଁ

by Our Correspondent
26 Dec, 2019- 11:15 PM
in Latest News, News, Politics
1 min read
0
ବିଜେଡ଼ି କାହାର ଜାଗିରି ନୁହେଁ

ମୁଁ ନୁହେଁ କି କେହି ନୁହେଁ: ନବୀନ

ଭୁବନେଶ୍ୱର: ବିଜେଡ଼ିର ପରିଚୟ କେବଳ ନବୀନ ପଟ୍ଟନାୟକ । ନବୀନଙ୍କ ନାଁରେ ହିଁ ବିଜେଡ଼ି ନିର୍ବାଚନ ପାର୍ ହେଉଛି । ରାଜନୈତିକ ମହଲରେ ଏହି ଚର୍ଚ୍ଚା ନୂଆ ନୁହେଁ । ମାତ୍ର ଏହା ଭୁଲ୍ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ଆଜି ବିଜେଡ଼ିର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ଦଳ ଆଗରେ ସେ ନିଜକୁ ଛୋଟ ଦେଖାଇଛନ୍ତି । ବିଜେଡ଼ି କାହାର ଜାଗିରି ନୁହେଁ ବୋଲି ବାର୍ତ୍ତା ଦେଇଛନ୍ତି ନବୀନ । ଖାଲି ସେତିକି ନୁୁହେଁ, ମୁଖ୍ୟମନ୍ତ୍ରୀଙ୍କ ବିନମ୍ରଭରା ଭାଷଣ ଚର୍ଚ୍ଚାର ବିଷୟ ହୋଇଛି ।
କର୍ମୀମାନଙ୍କୁ ଉଦବୋଧନ ଦେଇ ବିଜେଡ଼ି ସୁପ୍ରିମୋ କହିଥିଲେ, ବିଜୁ ଜନତା ଦଳ ଏକ ରାଜନୈତିକ ଦଳରେ ସୀମିତ ରହିନାହିଁ । ମୁଁ ନୁହେଁ କି ଅନ୍ୟ କେଉଁ ନେତାଙ୍କ ଉପରେ ଏହାର ସ୍ଥାୟିତ୍ୱ ଏବଂ ବିକାଶ ନିର୍ଭରଶୀଳ ନୁହେଁ । ଏହିକ୍ରମରେ ବିଜୁ ବାବୁଙ୍କ ଉକ୍ତିକୁ ଉଦ୍ଧାର କରିଥିଲେ ନବୀନ । ବିଜୁବାବୁ କହିଥିଲେ, ମୋ ପ୍ରତି ଆନୁଗତ୍ୟ ରଖ ନାହିଁ । ବରଂ ଓଡ଼ିଶାର ଭାଗ୍ୟ ଓ ବିକାଶ ପ୍ରତି ଆନୁଗତ୍ୟ ରଖ । ବିଜୁ ବାବୁଙ୍କ ଏହି ଉକ୍ତିର ଯଥାର୍ଥତାସ୍ୱରୂପ ବିଜେଡ଼ି ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କର ନୀତି ଓ ଆଦର୍ଶକୁ ସ୍ମରଣ କରିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସେବା ମନୋଭାବ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ସେହି ଆଦର୍ଶକୁ ପାଥେୟ କରି ଓଡ଼ିଶାବାସୀଙ୍କ ପ୍ରତି ବିଜେଡ଼ିର ସଂକଳ୍ପ ଦୋହରାଇଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ସାଢ଼େ ଚାରି କୋଟି ଭାଇ ଭଉଣୀ ହେଉଛନ୍ତି ଆମର ପରିବାର । ଭୋଟ ଜରିଆରେ ସେମାନେ ଆମକୁ ଦେଇଥିବା ଦାୟିତ୍ୱ କ୍ଷମତା ନୁହେଁ । ଆମ ପରିବାରର ସେବା ପାଇଁ ଏହା ଏକ ମହାନ ସୁଯୋଗ । ଏହି ଭାବନା ନେଇ ଆମେ ସମସ୍ତେ କାମ କରୁଛୁ । ସାଢ଼େ ଚାରି କୋଟି ଭାଇ ଭଉଣୀ ଆମକୁ ଦେଇଥିବା ଦାୟିତ୍ୱକୁ ଆମେ ନମ୍ରତା ଓ ସାଧୁତାର ସହ ପାଳନ କରୁଛୁ ।
ନିର୍ବାଚନରେ ଜିତିବା ପାଇଁ ଆମେ କାମ କରୁନାହୁଁ । ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ । ଏଥିପାଇଁ ଆମେ ୩୬୫ ଦିନ କାମ କରୁଛୁ । ଏହି ନୀତିକୁ ଅନୁସରଣ କରି ବିଜୁ ଜନତା ଦଳ ଆଜି ଓଡ଼ିଶାର ବିକାଶର ପରିଚୟ ହୋଇପାରିଛି । ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବିଜେଡ଼ି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିବସରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସର୍ବଶ୍ରୀ ଦେବୀପ୍ରସାଦ ମିଶ୍ର, ସୁଶାନ୍ତ ରାଉତ ଏବଂ ଅନନ୍ତ ନାରାୟଣ ଜେନା, ଅରୂପ ପଟ୍ଟନାୟକ ପ୍ରମୁଖ ଭାଷଣ ଦେଇଥିଲେ । ବିଜେଡ଼ି ଭୁବନେଶ୍ୱର ଜିଲ୍ଲା ସଭାପତି ଅମରେଶ(ବାଇଁଆ) ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
Previous Post

ହିଂସା ବାଟ ଧରିଲେ ପ୍ରଦୀପ ମାଝୀ

Next Post

ମୁଖ୍ୟମନ୍ତ୍ରୀଙ୍କୁ ଛିଗୁଲେଇଲେ ମନ୍ତ୍ରୀ ଅଶୋକ ପଣ୍ଡା!

Next Post
ମୁଖ୍ୟମନ୍ତ୍ରୀଙ୍କୁ ଛିଗୁଲେଇଲେ ମନ୍ତ୍ରୀ ଅଶୋକ ପଣ୍ଡା!

ମୁଖ୍ୟମନ୍ତ୍ରୀଙ୍କୁ ଛିଗୁଲେଇଲେ ମନ୍ତ୍ରୀ ଅଶୋକ ପଣ୍ଡା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA