Thursday, May 21, 2026 04:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଧାୟକଙ୍କ ପ୍ରେମ-ବିବାହ-ପ୍ରତାରଣା !

by Our Correspondent
13 Feb, 2017- 01:51 PM
in Latest News
1 min read
0
ବିଧାୟକଙ୍କ ପ୍ରେମ-ବିବାହ-ପ୍ରତାରଣା !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କିଛି ମାସ ତଳେ ଜଣେ ଯୁବତୀଙ୍କୁ ହ୍ୱାଟସ୍ ଆପ୍ ରେ ଅଶ୍ଲୀଳ ମେସେଜ୍ ଦେଉଥିବା ଅଭିଯୋଗ ଆସିଥିଲା ତାଳଚେରର ବିଜେଡ଼ି ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ । ହେଲେ ମାମଲାକୁ ରଫାଦଫା କରିବାରେ ସଫଳ ହୋଇଥିଲେ ସେ । ଏଥର କିନ୍ତୁ ବିଧାୟକ ମହୋଦୟ ସାଂଘାତିକ ଅଭିଯୋଗ ଜାଲରେ ପଡ଼ିଯାଇଛନ୍ତି । ଜଣେ ଯୁବତୀଙ୍କୁ ପ୍ରେମ ଜାଲ୍ ରେ ଫସାଇ ମନ୍ଦିରରେ ବିବାହ କରିଥିବା ବିଧାୟକ କୁଆଡେ ତାଙ୍କଠାରୁ ମୁହଁ ବୁଲାଇ ନେଇଛନ୍ତି । ଦୁଇବର୍ଷ ଧରି ପତ୍ନୀ ଭାବେ ସାନ୍ନିଧ୍ୟ ଲାଭ କରିବା ପରେ ବିଧାୟକ ତାଙ୍କୁ ଧିକ୍ ମାର୍ କରି ତଡ଼ିପାର୍ କରିଛନ୍ତି । ନ୍ୟାୟ ପାଇଁ ଅସହାୟ ଯୁବତୀ(ମହିଳା) ଜଣଙ୍କ ଆଜି ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମାମଲାଟି ରାଜନୈତିକ ମାହୋଲକୁ ସରଗରମ କରିଛି ।

ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳର ଏହି ଯୁବତୀଙ୍କ ସହ ବିଧାୟକଙ୍କର ପରିଚୟ ହୋଇଥିଲା ୨୦୧୫ ମସିହାରେ । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ନିଜର ଜଣେ ବନ୍ଧୁଙ୍କୁ ମୋବାଇଲ୍ ଫୋନ୍ ଲଗାଇବା ବେଳେ ଭୁଲ୍ ରେ ଆଉ ଏକ ନମ୍ବର ଲାଗିଯାଇଥିଲା । ଆପଣ କିଏ ବୋଲି ବିଧାୟକ ତାଙ୍କୁ ସେପଟୁ ପଚାରିଲା ପରେ ଯୁବତୀ ଜଣଙ୍କ “ସରି’ କହି କ୍ଷମା ମାଗିଥିଲେ । ହେଲେ ନାରୀ ସ୍ୱରରେ ବିଧାୟକ ଭୋଳ ହୋଇଯାଇଥିଲେ । ଉପରେ ପଡ଼ି ନିଜର ପରିଚୟ ଦେଇଥିଲେ ଏବଂ “ସରି’ କ’ଣ କହୁଛନ୍ତି ବୋଲି ଅଭିମାନଭରା କଣ୍ଠରେ କହିଲେ । ଭୁଲ୍ ରେ ଲାଗିଲା ତ ଅସୁବିଧା କ’ଣ ? ଆମେ ଦୁହେଁ ବନ୍ଧୁ ହେବାଟା କ’ଣ ପାପ ବୋଲି ବିଧାୟକ ତାଙ୍କୁ ଶୁଣାଇ ଦେଲେ । ବାସ୍ ସେବେଠାରୁ ଦୁହେଁ ବନ୍ଧୁ ହୋଇଗଲେ । ବନ୍ଧୁତ୍ୱ ନିବିଡ଼ ହେବା ପରେ ବିଧାୟକ ତାଙ୍କୁ ପ୍ରେମ ନିବେଦନ କଲେ ଏବଂ ସଫଳ ହେଲେ । ତାପରେ ପ୍ରେମିକାରୁ ତାଙ୍କୁ ପତ୍ନୀ ଭାବେ ଗ୍ରହଣ କରିନେଲେ । ୨୦୧୫ ଏପ୍ରିଲ୍ ୫ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଇ ମହାଲକ୍ଷ୍ମୀଙ୍କ ମନ୍ଦିରରେ ବିଧାୟକ ଫୁଲମାଳ ପିନ୍ଧାଇ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ ।

ସେଇଠୁ ତାଙ୍କୁ ସିଧା ଆଣିଲେ ଭୁବନେଶ୍ୱରରେ ଥିବା ନିଜର ସରକାରୀ କ୍ୱାଟରକୁ । କିଛି ଦିନ ସେଠାରେ ରଖିଲା ପରେ ଖୋର୍ଦ୍ଧା ଫାୟାର ଷ୍ଟେସନ୍ ଛକରେ ଏକ ଘରଭଡ଼ା ନେଇ ରଖିଥିଲେ । ଯୁବତୀଙ୍କ ସହ ତାଙ୍କର ବିଧବା ମାଆ ସେହି ଘରେ ରହୁଥିଲେ । ତେବେ ହଠାତ୍ କ’ଣ ହେଲା କେଜାଣି ବିଧାୟକ ଏବେ ତାଙ୍କଠାରୁ ମୁହଁ ଫେରାଇ ଆଣିଥିବା ଯୁବତୀଜଣଙ୍କ ଅଭିଯୋଗ କରିଛନ୍ତି । ବିଧାୟକ କୁଆଡେ ତାଙ୍କୁ ପତ୍ନୀ ଭାବେ ମାନୁନାହାନ୍ତି । ବିଧାୟକଙ୍କଠାରୁ ଧୋକ୍କା ଖାଇଲା ପରେ ଯୁବତୀଜଣଙ୍କ ଶେଷରେ ଆଜି ମହିଳା ଥାନାରେ ଏତଲା ଦେଇଛନ୍ତି । ତେବେ ଏହି ଅଭିଯୋଗ ସଂକ୍ରାନ୍ତରେ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Previous Post

ସୁଚିସ୍ମିତାଙ୍କୁ ମାରିଦେଲେ !

Next Post

ଭୂଷୁଡ଼ିଲା ବିଜେଡ଼ି ଗଡ଼

Next Post
ଭୂଷୁଡ଼ିଲା ବିଜେଡ଼ି ଗଡ଼

ଭୂଷୁଡ଼ିଲା ବିଜେଡ଼ି ଗଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA