Sunday, May 24, 2026 09:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିରୋଧୀଙ୍କୁ ବିଜେଡ଼ିର ଜବାବ: ‘କାଳିଆ’ ଅନନ୍ୟ ଯୋଜନା, ଲୋକଙ୍କୁ ବିଭ୍ରାନ୍ତ କରନି

by Our Correspondent
22 Jan, 2019- 10:57 PM
in Latest News, News
1 min read
0
ବିରୋଧୀଙ୍କୁ ବିଜେଡ଼ିର ଜବାବ: ‘କାଳିଆ’ ଅନନ୍ୟ ଯୋଜନା, ଲୋକଙ୍କୁ ବିଭ୍ରାନ୍ତ କରନି
ଭୁୁବନେଶ୍ୱର: ‘କାଳିଆ’ ଯୋଜନାକୁ ନେଇ ବିରୋଧୀ ଦଳ ବିଭ୍ରାନ୍ତ ସୃଷ୍ଟିକାରୀ ଉଦ୍ୟମରୁ ନିବୃତ ରହିବାକୁ ବିଜେଡ଼ି ପରାମର୍ଶ ଦେଇଛି । ‘କାଳିଆ’ ଏକ ଅନନ୍ୟ ଯୋଜନା । ଚାଷୀମାନଙ୍କ ଉପରେ ବାକି ଥିବା ଋଣକୁ ଛାଡ଼ କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କ ବିକାଶ ଓ ରାଜ୍ୟ ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ଯୋଜନା ଆରମ୍ଭ କରିଛନ୍ତି । ‘କାଳିଆ’ର ଲୋକପ୍ରିୟତା ଆଜି ଓଡ଼ିଶାରେ ସୀମିତ ନାହିଁ । ଦେଶବ୍ୟାପୀ ଏହା ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦ୍ର ସରକାର ଏହି ଯୋଜନାରେ ଆକର୍ଷିତ ହୋଇ ଅନୁରୂପ ଯୋଜନା ବିଚାର କଲେଣି । ରାଜ୍ୟରେ ଏହି ଯୋଜନାର ଲୋକପ୍ରିୟତା ବିରୋଧୀ ଦଳଙ୍କୁ ଇର୍ଷାନ୍ୱିତ କରିଥିବାରୁ ସେମାନେ ଅପପ୍ରଚାରରେ ଲାଗିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ତଥା ଆଇଟି ସେଲ୍ ଅଧ୍ୟକ୍ଷ ଅମର ପଟ୍ଟନାୟକ ବିରୋଧୀ ଦଳଙ୍କୁ ଏଭଳି ଜବାବ ଦେଇଛନ୍ତି ।
‘କାଳିଆ’ ଯୋଜନା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ଓ ଜରୁରୀକାଳୀନ ପାଣ୍ଠି(ଓସିଏଫ୍) ରୁ ୭୩୪.୬୬ କୋଟି ଟଙ୍କା ଉଠାଇବାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି । ଜରୁରୀକାଳୀନ ପାଣ୍ଠିର ଏହା ଦୁରୂପଯୋଗ ବୋଲି ଆରୋପ ଲଗାଇଛନ୍ତି । ତେବେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ଆରୋପ ବିଭ୍ରାନ୍ତିକର ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ । ସେ କହିଥିଲେ, ଜରୁରୀକାଳୀନ ସମୟରେ ଏହି ପାଣ୍ଠି ବ୍ୟବହାର କରିବା ଉଚିତ ଥିଲା ଯାହା ରାଜ୍ୟ ସରକାର କରିଛନ୍ତି । ସରକାର ଆଇନର ପରିଧିରେ କାର୍ଯ୍ୟ କରିଛନ୍ତି । ଭାରତୀୟ ସମ୍ବିଧାନର ଧାରା ୨୬୭ ଅନୁସାରେ ଭାରତୀୟ ଜରୁରୀକାଳୀନ ପାଣ୍ଠି ଗଠନ ନେଇ ନିୟମ ରହିଛି । ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ବିନିଯୋଗ କରାଯାଇପାରିବ । ସେହିଭଳି ଧାରା ୨୦୫ ବା ୨୦୬ ଅନୁସାରେ ରାଜ୍ୟର ଅପ୍ରତ୍ୟାଶିତ ବା ଜରୁରୀକାଳୀନ ବ୍ୟୟ ନିମନ୍ତେ ରାଜ୍ୟପାଳ ଏହି ପାଣ୍ଠିରୁ ଅଗ୍ରୀମ ପ୍ରଦାନ କରିପାରିବେ ।
‘କାଳିଆ’ ଯୋଜନା’ ରେ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଯଦି ରାଜ୍ୟ ସରକାରଙ୍କ ପାଖରେ ଅର୍ଥ ନାହିଁ, ତେବେ ପ୍ରାକୃତିକ ଦୁର୍ବିପାକ ବେଳେ ଏଥିପାଇଁ ପାଣ୍ଠି କେଉଁଠୁ ଆସିବ ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି । ଏହାର ଜବାବରେ ଶ୍ରୀ ପଟ୍ଟନାୟକ ଅତୀତରେ ଓସିଏଫ୍ ଅର୍ଥ ଅନ୍ୟ ଦିଗରେ କିଭଳି ଖର୍ଚ୍ଚ ହୋଇଛ ତାହାର ବିସ୍ତୃତ ତଥ୍ୟ ରଖିଥିଲେ । ୧୯୯୫-୯୬ରେ ଓଏସିଏଫ୍ ଅର୍ଥ ଅନେକ କ୍ଷେତ୍ରରେ ବିନିଯୋଗ ହୋଇଛି । ସେଥିମଧ୍ୟରେ ସମବାୟ ଋଣ ପେମେଣ୍ଟ ପାଇଁ ୧୫ କୋଟି, ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ପାଇଁ ୧୧.୩୪ କୋଟି, ୱାଟରସେଡ୍ ଡେଭେଲପମେଣ୍ଟ କାର୍ଯ୍ୟକ୍ରମ ପାଇଁ ୧୦.୪୩ କୋଟି । ସେହିଭଳି ୧୯୯୬-୯୭, ୧୯୯୭-୯୮,୧୯୯୮-୯୯ ବର୍ଷରେ ଓସିଏଫ ରୁ ହୋଇଥିବା ଖର୍ଚ୍ଚର ଲମ୍ବା ତାଲିକା ରଖିଥିଲେ ଶ୍ରୀ ପଟ୍ଟନାୟକ ।
‘କାଳିଆ’ ଯୋଜନା ଦ୍ୱାରା ରାଜ୍ୟ ଉପରେ ଋଣ ବୋଝ ବଢ଼ିବ ବୋଲି ବିରୋଧୀଦଳ ଯେଉଁ ଆଶଙ୍କା କରୁଛନ୍ତି ତାହା ବିଭ୍ରାନ୍ତିକର ଓ ମୂଲ୍ୟହୀନ ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ । ଅନ୍ୟ ରାଜ୍ୟଗୁଡ଼ିକର ତୁଳନାରେ ଓଡ଼ିଶାର ଋଣବୋଝ ଅତ୍ୟନ୍ତ କମ୍ । ୨୦୧୬-୧୭ ରେ ଓଡ଼ିଶାର ସରକାରୀ ଋଣ ପରିମାଣ ୪୨,୦୧୮ କୋଟି ଟଙ୍କା ରହିଥିଲା ବେଳେ ବିକଶିତ ରାଜ୍ୟ କୁହାଯାଉଥିବା ଗୁଜୁରାଟରେ ୨,୪୩,୧୪୬ କୋଟି, ହରିଆଣାର ୧,୨୪,୬୦୩ କୋଟି ଓ କେରଳର ୧,୮୯,୭୬୯ କୋଟି ଟଙ୍କା ରହିଥିଲା । ୨୦୧୧ ଜନଗଣନା ରିପୋର୍ଟକୁ ହିସାବ କଲେ ଏହି ସମୟରେ ଓଡ଼ିଶାର ମୁଣ୍ଡପିଛା ଋଣ ପରିମାଣ ମଧ୍ୟ କମ୍ । ଓଡ଼ିଶାର ମୁଣ୍ଡପିଛା ଋଣ ୧୦,୦୧୦.୪୩ ଟଙ୍କା ଥିବା ବେଳେ ଗୁଜୁରାଟର ୪୦,୨୨୯.୫୨ ଟଙ୍କା, ହରିଆଣାର ୪୯,୧୫୦.୧୨ ଟଙ୍କା ଓ କେରଳର ୫୬,୮୦୬.୭୬ ଟଙ୍କା ରହିଛି । ସବୁଠାରୁ ବଡ଼କଥା, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟରେ କେନ୍ଦ୍ର ସରକାରଙ୍କ ଋଣ ସଂକ୍ରାନ୍ତରେ ଭୟଙ୍କର ତଥ୍ୟ ଦିଆଯାଇଛି । ମୋଦି ସରକାରଙ୍କ ୪ ବର୍ଷ ଅମଳରେ କେନ୍ଦ୍ର ଋଣ ପରିମାଣ ୫୦ ପ୍ରତିଶତ ବୃଦ୍ଧି ପାଇ ୨୦୧୮ ସେପ୍ଟେମ୍ବର ବେଳକୁ ୮୨,୦୩,୨୫୩ କୋଟି ଟଙ୍କାରେ ପହଞ୍ଚିଛି । ୨୦୧୪ ଜୁନ୍ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଉପରେ ମୋଟ ଋଣ ପରିମାଣ ୫୪,୯୦,୭୬୩ ଟଙ୍କା ରହିଥିଲା ।
ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ଓ ଅନ୍ୟତମ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଉପସ୍ଥିତ ଥିଲେ ।
Previous Post

ବିଜେପି ମହିଳା ମୋର୍ଚ୍ଚାର ଲାଲଚୁଡ଼ି ରାଲି

Next Post

କଂଗ୍ରେସରେ ପ୍ରିୟଙ୍କା ଯୁଗ ଆରମ୍ଭ

Next Post
କଂଗ୍ରେସରେ ପ୍ରିୟଙ୍କା ଯୁଗ ଆରମ୍ଭ

କଂଗ୍ରେସରେ ପ୍ରିୟଙ୍କା ଯୁଗ ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA