Saturday, May 30, 2026 09:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଶୃଙ୍ଖଳାକାରୀଙ୍କୁ ଛାଟ ଦେଖାଇଲେ ଅପରାଜିତା

by Our Correspondent
19 Dec, 2018- 10:26 PM
in Latest News, Politics
1 min read
0
Spread the love
ଭୁବନେଶ୍ୱର: ଦଳରେ ଗୋଷ୍ଠୀ ଫୋଷ୍ଠୀ ଚଳିବନି । ସମସ୍ତେ ଏକାଠି ହୋଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ପଡ଼ିବ । ଯୋଉମାନେ ୟା’ଙ୍କ କି ତାଙ୍କ ପାଖରେ ଅଛନ୍ତି ପାର୍ଟି ଛାଡ଼ି ଦିଅନ୍ତୁ । ବିଜେପି ସାଙ୍ଗରେ ରହିବାର ଅଛି ତ ଦଳ ପାଇଁ କାମ କରନ୍ତୁ । ବାରମ୍ବାର ଆମେ ହାରିଯାଉଛୁ ଏଇଟା ଲାଜ ଲାଗୁନି… । ଏହା ବିଜେପି ହାଇକମାଣ୍ଡଙ୍କ ଭାଷା ନୁହେଁ । ଦଳରେ ନୂଆ କରି ଯୋଗ ଦେଇଥିବା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ଭାଷା । ବିଜେପିରେ ବିଶୃଙ୍ଖଳିତ କର୍ମୀଙ୍କୁ ଏମିତି କଡ଼ା ଭାଷାରେ ନାଲି ଆଖି ଦେଖାଇଛନ୍ତି ମ୍ୟାଡାମ୍ ଅପରାଜିତା । ଅପରାଜିତାଙ୍କର ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ଏକ କର୍ମୀ ସମ୍ମିଳନୀରେ ସେ ଦଳୀୟ କର୍ମୀଙ୍କୁ ଏଭଳି କଡ଼ା ଭାଷାରେ ତାଗିଦ୍ କରୁଛନ୍ତି । ଉକ୍ତ ଭିଡ଼ିଓଟି ରାଜ୍ୟ ବିଜେପି ଆଭ୍ୟନ୍ତରୀଣ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ୩ ନମ୍ବର ଜୋନ୍ ଅନ୍ତର୍ଗତ ହାଡ଼ପଡ଼ାସ୍ଥିତ ମା ଦକ୍ଷିଣଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କର୍ମୀ ସମ୍ମିଳନୀର ଏହା ଦୃଶ୍ୟ । ସେଠାରେ ଅପରାଜିତାଙ୍କ ସମେତ ନିର୍ବାଚନମଣ୍ଡଳୀର ଅନ୍ୟ ନେତୃବୃନ୍ଦ ଯୋଗଦେଇଥିଲେ । ବୈଠକ ଚାଲିଥିବା ବେଳେ ପୂର୍ବତନ ବିଧାୟକ ଜିତୁ ମିତ୍ର ଓ କାଳୁଚରଣ ଖଣ୍ଡାୟତରାୟଙ୍କ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କରୁ ମୁହାଁମୁହିଁ ହୋଇଥିଲା । ଏଥିରେ ବିରକ୍ତ ହୋଇ ଅପରାଜିତା ସେଠୁ ଉଠି ପଳାଇ ଆସିଥିଲେ । ତେବେ ଆଉ କିଛି ସ୍ଥାନୀୟ ନେତା ତାଙ୍କୁ ଅନୁରୋଧ କରି ସଭାକୁ ଫେରାଇ ଆଣିଥିଲେ । ସେଠୁ ଅପରାଜିତା ବିଶୃଙ୍ଖଳାକାରୀ କର୍ମୀଙ୍କୁ ଦଳୀୟ ଅନୁଶାସନର ପାଠ ପଢ଼ାଇ ପ୍ରବଳ ବର୍ଷିଥିଲେ । ଯାହା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଅପରାଜିତାଙ୍କର ଏହି ଅନୁଶାସନ ଛାଟକୁ ଦଳର ବହୁ ବରିଷ୍ଠ ନେତା ପ୍ରଶଂସା କରିଛନ୍ତି ।
ସୂଚନାଥାଉକି, ଆଇଏଏସ୍ ଚାକିରି ଛାଡ଼ି ଅପରାଜିତା ବିଜେପିରେ ଯୋଗଦେବା ପରଠାରୁ ଗଣମାଧ୍ୟମ ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚିତ୍ରିତ କରୁଛି । ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଆର୍ଶିବାଦ ତାଙ୍କ ଉପରେ ଥିବା କୁହାଯାଉଛି । ଯେଉଁଥିପାଇଁ ଅନ୍ୟମାନଙ୍କ ଭଳି ଅପରାଜିତା ଭୁବନେଶ୍ୱରରେ ଦଳରେ ନ ମିଶି ଅମିତ୍ ଶାହାଙ୍କ ଦିଲ୍ଲୀ ବାସଭବନରେ ଦଳରେ ସାମିଲ ହୋଇଥିଲେ । ନିଜେ ଅମିତ୍ ଶାହା ତାଙ୍କୁ ଫୁଲତୋଡ଼ା ଦେଇ ବିଜେପିରେ ଗ୍ରହଣ କରିଥିଲେ । ବିଜେପିର ଭାବୀ ମୁଖ୍ୟମନ୍ତ୍ରୀ ଭାବେ ଏ ପର୍ଯ୍ୟନ୍ତ ଉପସ୍ଥାପିତ ହୋଇ ଆସୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠି ଉପସ୍ଥିତ ଥିଲେ ମଧ୍ୟ ତାଙ୍କର ମଳିନ ଚେହେରା ସମସ୍ତେ ଦେଖିଛନ୍ତି । ସୁତରାଂ ଅପରାଜିତା ଯେ ପାୱାରଫୁଲ୍ ଭୂମିକା ନେଇ ଓଡ଼ିଶା ଆସୁଛନ୍ତି ତାହା ଚର୍ଚ୍ଚା ହୋଇଥିଲା ।
ବିଜେପିରେ ଯୋଗଦେଇ ଅପରାଜିତା ଭୁବନେଶ୍ୱର ଆସିବା ଦିନ ଏହାର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା । କୌଣସି କାରଣରୁ ଦଳର ତଥାକଥିିତ ପ୍ରଭାବଶାଳୀ ଗୋଷ୍ଠୀ କି ବରିଷ୍ଠ ନେତା ତାଙ୍କୁ ସ୍ୱାଗତ ଜଣାଇବାକୁ ଏୟାରପୋର୍ଟ ଯାଇ ନ ଥିଲେ । କେବଳ ଭୁବନେଶ୍ୱର ବିଜେପି ସଂଗଠନର ନେତାମାନେ ତାଙ୍କୁ ସ୍ୱାଗତ କରି ଆଣିଥିଲେ । ଏକଦା ବିଜେପିର ସଭାପତି ପ୍ରାର୍ଥୀ କୁହାଯାଉଥିବା ଏବେକାର ଉପସଭାପତି ସମୀର ମହାନ୍ତିଙ୍କ ଭଳି ନେତା ମଧ୍ୟ ଅପରାଜିତାଙ୍କ ଆଗରେ ଥତମତ ହୋଇଥିଲେ । ଭୁବନେଶ୍ୱର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଅପରାଜିତାଙ୍କ ଆଗରେ ଖୋଦ୍ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଷ୍ପ୍ରଭ ଜଣାପଡୁଥିଲେ । ଅବଶ୍ୟ ଗଣମାଧ୍ୟମ ଚର୍ଚ୍ଚାକୁ ପ୍ରଶମିତ କରିବା ପାଇଁ ଅପରାଜିତା ନିଜକୁ ସାଧାରଣ କର୍ମୀ ବୋଲି ବାଧ୍ୟ ହୋଇ ସଫେଇ ଦେଇଥିଲେ ।
ତେବେ ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ ପଛରେ ଅପରାଜିତାଙ୍କ ଭୂମିକାକୁ ନେଇ ଚର୍ଚ୍ଚା ହେଉଛି । ଓଡ଼ିଶାବାସୀ ବିଶେଷକରି ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟରଙ୍କ ପାଖରେ ଅପରାଜିତାଙ୍କୁ ଇଣ୍ଟ୍ରୋଡ୍ୟୁସ୍ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିବା କୁହାଯାଉଛି । ଆଉ ଏତିକି ବେଳେ ଅପରାଜିତାଙ୍କ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଏହି ଭିଡ଼ିଓରୁ ଦୁଇଟି କଥା ଧରାପଡ଼ିଛି । ତାହାହେଲା, ବିଜେପିରେ ଗୋଷ୍ଠୀ କନ୍ଦଳ ପ୍ରବଳ ରହିଥିବା ଅପରାଜିତା ଅନୁଭବ କରିସାରିଛନ୍ତି ଯାହା ତାଙ୍କୁ ବରଦାସ୍ତ ହୋଇନି । ଆଉ ଦ୍ୱିତୀୟ ତଥା ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ବିଜେପିରେ ଅପରାଜିତା ରାଜ୍ ର ସୂଚନା । ଅପରାଜିତା ସେତିକି ଶକ୍ତି ପାଇଛନ୍ତି ବୋଲି ବିଶୃଙ୍ଖଳିତ କର୍ମୀଙ୍କୁ ନାଲି ଆଖି ଦେଖାଇ ପାରୁଛନ୍ତି । ଏହି ଶକ୍ତିରେ ବିଜେପିର ଭାବୀ ମୁଖ୍ୟମନ୍ତ୍ରୀ ଚେହେରା ଉଭା ହୋଇଥିବା ଚର୍ଚ୍ଚା ହେଉଛି ।
Previous Post

ସୁନ୍ଦର ଜାଗା, ଭଲ ଲୋକ

Next Post

ଆୟୁଷୀ ଓଏଏସ୍ ଟପର୍, କୃତକାର୍ଯ୍ୟ ୧୦୬ ଜଣଙ୍କ ମଧ୍ୟରେ ୪୨ ମହିଳା

Next Post
ଆୟୁଷୀ ଓଏଏସ୍ ଟପର୍, କୃତକାର୍ଯ୍ୟ ୧୦୬ ଜଣଙ୍କ  ମଧ୍ୟରେ ୪୨ ମହିଳା

ଆୟୁଷୀ ଓଏଏସ୍ ଟପର୍, କୃତକାର୍ଯ୍ୟ ୧୦୬ ଜଣଙ୍କ ମଧ୍ୟରେ ୪୨ ମହିଳା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA