Tuesday, May 26, 2026 04:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି; ସାରା ଦେଶ କାନ୍ଦିଲା,ଏକଜୁଟ ହେଲା

by Our Correspondent
15 Feb, 2019- 11:02 PM
in Latest News, News, Story Of The Week
1 min read
0
ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି; ସାରା ଦେଶ କାନ୍ଦିଲା,ଏକଜୁଟ ହେଲା

ନୂଆଦିଲ୍ଲୀ: ପୁଲୱାମା ଆତଙ୍କାବାଦୀ ହମଲାରେ ସହିଦ ହୋଇଥିବା ବୀର ଜବାନଙ୍କ ପାଇଁ ସାରା ଦେଶ କାନ୍ଦୁଛି । ୪୦ ଜଣ ବୀର ସନ୍ତାନଙ୍କୁ ହରାଇଥିବା ଦେଶବାସୀଙ୍କୁ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଏହା ଏକଜୁଟ କରିଦେଇଛି । “ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, ବ୍ୟର୍ଥ ଯିବନି ବଳିଦାନ”.. ଆଜି କୋଟି କୋଟି ଭାରତୀୟଙ୍କ ମନରେ ସ୍ପନ୍ଦନ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ସବୁ ରାଜନୈତିକ ଦଳର ନେତୃବୃନ୍ଦ ଏକାଠି ହୋଇଛନ୍ତି । ରାଜନୈତିକ ମତଭେଦ, ଜାତି, ଧର୍ମ ଭୁଲି ସବୁ ଭାରତୀୟ ଏହାର ଜବାବୀ ହମଲା ପାଇଁ ଆଜି ଏକଜୁଟ । ଆଉ ସହି ହେବନାହିଁ । ପାକିସ୍ଥାନକୁ ଜବାବ ଦେବାକୁ ହେବ ହିଁ ହେବ.. ଆଜି ସବୁ ଭାରତୀୟଙ୍କ ମୁହଁରୁ ଏଇ ଗୋଟିଏ ସ୍ୱର । ଆମ ବୀର ସନ୍ତାନଙ୍କ ପାଇଁ ଏହା ହିଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

ଆଜି ସଂଧ୍ୟାରେ ପୁଲୱାମା(ଦକ୍ଷିଣ କାଶ୍ମୀର)ରୁ ଦିଲ୍ଲୀ ଅଣାଯାଇଛି ୪୦ ବୀର ସିଆରପିଏଫ୍ ଜବାନଙ୍କ ପାର୍ଥିବ ଶରୀର । ସି-୧୩୦ ଜେ ସୁପର୍ ହରକ୍ୟୁଲେସ୍ ଏୟାରକ୍ରାଫ୍ଟ ଯୋଗେ ଏହି ପାର୍ଥିବ ଶରୀରଗୁଡ଼ିକ ଦିଲ୍ଲୀର ପାଲାମ ବିମାନବନ୍ଦରରେ ପହଞ୍ଚିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଗୃହମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, ତିନି ସେନା ବାହିନୀର ମୁଖ୍ୟ ସେଠାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେନାବାହିନୀ ପକ୍ଷରୁ ସେମାନଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା । ଆସନ୍ତାକାଲି ପାର୍ଥିବ ଶରୀରଗୁଡ଼ିକୁ ସେମାନଙ୍କ ଘରକୁ ପଠାଯିବ ।
ପୁଲୱାମା ବର୍ବରକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଠୋର ହୋଇଛନ୍ତି । ପାକିସ୍ଥାନକୁ ଏହାର ପରିମାଣ ଭୋଗିବାକୁ ପଡ଼ିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି । ପାକିସ୍ଥାନ ଏଥର ବହୁତ ବଡ଼ ଭୁଲ୍ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୁରକ୍ଷାକର୍ମୀଙ୍କୁ ପୂର୍ଣ୍ଣ ସ୍ୱାଧୀନତା ସହ ଖୋଲା ହାତରେ ଛାଡ଼ିଦେଇଛନ୍ତି ପ୍ରଧାନମନ୍ତ୍ରୀ । ବୀର ଜବାନଙ୍କ ମୃତ୍ୟୁର ସେମାନେ କଡ଼ା ଜବାବ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଆଜି ସକାଳେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ । ସେଥିରେ ପାକିସ୍ଥାନକୁ ଦିଆଯାଇଥିବା ମୋଷ୍ଟ ଫେଭରଡ଼ ନେସନ୍ ମାନ୍ୟତାକୁ ପ୍ରତ୍ୟାହାର କରି ନିଆଯାଇଥିଲା ।
ସେପଟେ ସିଆରପିଏଫ୍ ବାହିନୀ ନଛୋଡ଼ବନ୍ଧା ହୋଇଉଠିଛନ୍ତି । ଆମେ ଏହି ଘଟଣାକୁ ଭୁଲିବୁନି କି ଛାଡ଼ିବୁନି ବୋଲି ସିଆରପିଏଫ ମୁଖ୍ୟ କହିଛନ୍ତି ।
ଓଡ଼ିଆ ବୀର ସହିଦଙ୍କ ପାଇଁ ଲୁହ:
ସହିଦ ହୋଇଥିବା ବୀର ଜବାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଓଡ଼ିଆ ପ୍ରସନ୍ନ ସାହୁ ଓ ମନୋଜ ବେହେରା । ପ୍ରସନ୍ନ ଜଗତସିଂହପୁର ଜିଲ୍ଲାର ନାଉଗାଁ ଅଞ୍ଚଳର ହୋଇଥିବା ବେଳେ ମନୋଜ କଟକ ଜିଲ୍ଲା ନିଆଳି ଅଞ୍ଚଳର ଅଧିବାସୀ । ଏହି ଦୁଇ ବୀର ସହିଦଙ୍କ ପାଇଁ ସାରା ରାଜ୍ୟର କୋଣ ଅନୁକୋଣରେ ଦୁଃଖ ପ୍ରକାଶ ପାଇଛି । ରାଜ୍ୟବାସୀଙ୍କ ଆଖିରୁ ଲୁହ ଗଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଏହି ପ୍ରସନ୍ନଙ୍କ ମା ଏବଂ ମନୋଜଙ୍କ ଧର୍ମପତ୍ନୀଙ୍କ ସହ କଥା ହୋଇଥିଲେ । ପୁଲୱାମା ଘଟଣାକୁ ମୁଖ୍ୟମନ୍ତ୍ରୀ କଠୋର ଶବ୍ଦରେ ନିନ୍ଦା କରିଛନ୍ତି । ସହିଦଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ଘୋଷଣା କରିଛନ୍ତି । ଦୁଇ ସହିଦଙ୍କ ପରିବାରକୁ ବ୍ୟକ୍ତିଗତ ଭାବେ ଭେଟି ସମବେଦନା ଜଣାଇବାକୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଦେଶମାତୃକା ପାଇଁ ସହିଦ ହୋଇଥିବା ୪୦ ଜଣ ଜବାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି(ଶନିବାର) ଦିନ ୧୧ଟା ସମୟରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯିବ । ମୁଖ୍ୟମନ୍ତ୍ରୀ ଆଜି ଏହି ଅନୁରୋଧ କରିଛନ୍ତି ।
Previous Post

ନବୀନଙ୍କ ଚିନ୍ତା ବଢ଼ାଇଲେ ବିଜେଡ଼ି ଗୋତ୍ରମାରୁ

Next Post

ଓଡ଼ିଆ ସହିଦଙ୍କୁ ଓଡ଼ିଶା ମାଟିରେ ସଲାମ, ସହାୟତା ରାଶି ୨୫ ଲକ୍ଷକୁ ବଢ଼େଇଲେ ମୁଖ୍ୟମନ୍ତ୍ରୀ

Next Post
ଓଡ଼ିଆ ସହିଦଙ୍କୁ ଓଡ଼ିଶା ମାଟିରେ ସଲାମ, ସହାୟତା ରାଶି ୨୫ ଲକ୍ଷକୁ ବଢ଼େଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ସହିଦଙ୍କୁ ଓଡ଼ିଶା ମାଟିରେ ସଲାମ, ସହାୟତା ରାଶି ୨୫ ଲକ୍ଷକୁ ବଢ଼େଇଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA