Thursday, May 21, 2026 10:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭାଙ୍ଗିଗଲା ବିଜେପିର ମୁହଁ ଫୁଟାଣି

by Our Correspondent
11 Feb, 2020- 04:19 PM
in Latest News, National, News, Politics
1 min read
0
ଭାଙ୍ଗିଗଲା ବିଜେପିର ମୁହଁ ଫୁଟାଣି
ଦିଲ୍ଲୀ ଫଳାଫଳ(ଅପରାହ୍ନ ୫.୧୫ ସୁଦ୍ଧା)
ଆମ୍ ଆଦମୀ ପାର୍ଟି– ୬୩
ଭାରତୀୟ ଜନତା ପାର୍ଟି– ୦୭
କଂଗ୍ରେସ– ୦୦

ଭୁବନେଶ୍ୱର: ୧୦ ମାସ ତଳେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ଓ ତାଙ୍କ ବିଜେପିକୁ ଦେଶବାସୀ ଅକୁଣ୍ଠ ସମର୍ଥନ ଦେଇ ପୁନର୍ବାର କ୍ଷମତାକୁ ଆଣିଥିଲେ । ମୋଦି ଯାଦୁରେ ଝୁମିଥିଲା ସାରା ଦେଶ । ହେଲେ ବଦଳିଗଲାଣି ଚିତ୍ର । ଗୋଟିଏ ପରେ ଗୋଟିଏ ରାଜ୍ୟ ବିଜେପି ହାତରୁ ଖସୁଥିବା ବେଳେ ଦିଲ୍ଲୀ ଦଖଲର ସ୍ୱପ୍ନ ଧୂଳିସାତ୍ ହୋଇଛି । ଅରବିନ୍ଦ କେଜ୍ରିୱାଲ୍ ଙ୍କ ଲୋକପ୍ରିୟତା ଆଗରେ ମୁଣ୍ଡ ନୂଆଁଇଛନ୍ତି ସୁପର୍ ପାୱାରଫୁଲ୍ ମୋଦି-ଶାହା ଯୋଡି ।

ଦିଲ୍ଲୀ ପାଇଁ ବିଜେପି କର ବା ମରର ଚାଲେଂଜ ରଖିଥିଲା । ଦିଲ୍ଲୀ ରାଜ୍ୟ ଦଖଲ ପାଇଁ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ମୋଦି ସୁପର୍ ଷ୍ଟାର୍ ପ୍ରଚାରକ ଥିବା ବେଳେ ‘ଆଙ୍କର’ ଭୂମିକା ନେଇଥିଲେ ଅମିତ୍ ଶାହା । ଶେଷ ଦୁଇ ସପ୍ତାହ ପ୍ରଚାର ଦାୟିତ୍ୱ ନିଜ ହାତକୁ ନେଇଥିଲେ ଶାହା । ୩୫ଟି ରାଲି, ରୋଡ ସୋକୁ ମିଶାଇ ଏକାକୀ ୪୭ ଟି ନିର୍ବାଚନ ସଭା କରିଥିଲେ । ଦ୍ୱାର ଦ୍ୱାର ବୁଲି ଭୋଟ ମାଗିଥିଲେ । ବିଜେପିର ନବାଗତ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ବି ୪୦ଟି ନିର୍ବାଚନ ସଭା କରିଥିଲେ । ସାହିନବାଗ୍ ସିଏଏ ବିରୋଧୀ ପ୍ରତିବାଦକୁ ବିଜେପି-ସପକ୍ଷ ପୁଂଜି କରିବାକୁ ଜାତୀୟତାବାଦର ନାରାରେ ଦିଲ୍ଲୀବାସୀଙ୍କ ମନ ଜିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରାଗଲା ।
ଲୋକସଭା ଓ ରାଜ୍ୟସଭାର ପ୍ରାୟ ସମସ୍ତ ବିଜେପି ସାଂସଦ ୭୦ଟି ଯାକ ବିଧାନସଭା କ୍ଷେତ୍ରରେ ଡେରା ପକାଇ ଜଗିଥିଲେ । ୨୮ ଜଣ କେନ୍ଦ୍ରମନ୍ତ୍ରୀ, ୬ ପୂର୍ବତନ ମୁଖ୍ୟମନ୍ତ୍ରୀ, ୪ ମୁଖ୍ୟମନ୍ତ୍ରୀ ବି ଏଥିରେ ସାମିଲ ଥିଲେ । ୧୦୦୦ରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତା, ସଂଘ ପ୍ରଚାରକ ଦିଲ୍ଲୀର ଗଳିକନ୍ଦି ଛାଇ ଯାଇଥିଲେ । କଳ, ବଳ, କୌଶଳ କିଛି ବି କମ୍ ନ ଥିଲା । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଦମଦାର ଭାଷଣର ବି ଅଭାବ ନ ଥିଲା ।
ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା ଓ ତାଙ୍କ ବିଶାଳ ବାହିନୀ ଦିଲ୍ଲୀବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜିଣିପାରିଲେ ନାହିଁ । କେଜ୍ରିୱାଲ୍ ଙ୍କ ବିକାଶ ମଡ଼େଲ ଏବଂ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଉପରେ ଦିଲ୍ଲୀବାସୀ ପୁଣି ଆସ୍ଥା ରଖି ‘ଆପ୍’ କୁ ପୁନର୍ବାର ଜିତାଇ ଆଣିଛନ୍ତି । କେଜ୍ରିୱାଲ୍ ଙ୍କ ଚମକ ଆଗରେ ଫିକା ପଡ଼ିଛନ୍ତି ମୋଦି-ଶାହା ଯୋଡି ।
ମୋଦି ସାମ୍ରାଜ୍ୟର ପ୍ରଥମ ପାଳିର ଶେଷରୁ ଦ୍ୱିତୀୟ ପାଳି ଏ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ବିଜେପି ଗୋଟିଏ ପରେ ଗୋଟିଏ ଝଟକା ପାଇଚାଲିଛି । ୨୦୧୮ମାର୍ଚ୍ଚ ବେଳକୁ ଦେଶର ୨୦ଟି ରାଜ୍ୟରେ ବିଜେପି ଏବଂ ବିଜେପି ମେଣ୍ଟ ସରକାର ଥିଲା ବେଳେ ଏବେ ତାହା ୧୫ରେ ପହଞ୍ଚିଛି । ୨୦୧୮ ଡିସେମ୍ବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ହାତରୁ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପଳାଇଥିଲା । ଗତବର୍ଷ ଅକ୍ଟୋବରରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ମହାରାଷ୍ଟ୍ରକୁ ହରାଇଥିବା ବେଳେ ହରିଆନାରେ ନିଜ ବଳରେ ସରକାର ଗଢ଼ିବାକୁ ସମର୍ଥ ନହୋଇ ଜେଜେପି ହାତ ଧରିବାକୁ ପଡ଼ିଲା । ପରେ ପରେ ଝାଡ଼ଖଣ୍ଡ ବି ବିଜେପି ହାତରୁ ଚାଲିଗଲା । ଏବେ ଦିଲ୍ଲୀ ସ୍ୱପ୍ନ ମରିଗଲା ।
ସାମ୍ପ୍ରତିକ ସ୍ଥିତିରୁ ଏହା ସ୍ପଷ୍ଟ ଯେ ଦେଶବାସୀ କେନ୍ଦ୍ରର ଶାସନ ଦାୟିତ୍ୱ ମୋଦି ଓ ବିଜେପିକୁ ଦେବାରେ ଆଗ୍ରହ ରଖିଥିଲେ ମଧ୍ୟ ଅଧିକାଂଶ ରାଜ୍ୟରେ ବିଜେପି ହାତରେ ଶାସନଭାର ଦେବାକୁ ବିମୁଖ ଅଛନ୍ତି । ଯାହା ‘ସ୍ପ୍ଲିଟ୍ ଭୋଟିଂ’ ର ଯୁଗ ଆଣିଛି । ବିଶେଷକରି ଗତ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଏହି ଧାରାକୁ ଜନ୍ମ ଦେଇଥିବା କୁହାଯାଉଛି । ପଞ୍ଚମ ଥର ପାଇଁ ଓଡ଼ିଶାବାସୀ ବିଜେଡ଼ିକୁ ନିରଙ୍କୁଶ ଶାସନକ୍ଷମତା ଦେଇଥିବା ବେଳେ କେନ୍ଦ୍ରରେ ମୋଦିଙ୍କୁ ସମର୍ଥନ ଜଣାଇ ୮ ବିଜେପି ଲୋକସଭା ପ୍ରାର୍ଥୀଙ୍କୁ ଜିତାଇଥିଲେ । ସମାନଭାବେ, ଗତ ସାଧାରଣ ନିର୍ବାଚନରେ ଦିଲ୍ଲୀର ୭ଟି ଯାକ ବିଧାନସଭା ଆସନକୁ ବିଜେପି ଅକ୍ତିଆର କରିଥିଲେ ମଧ୍ୟ ରାଜ୍ୟ ଶାସନଭାର ପାଇବାରେ ସମର୍ଥ ହୋଇନାହାନ୍ତି । କେଜ୍ରିୱାଲ୍ ଙ୍କ ଉପରେ ଦିଲ୍ଲୀବାସୀ ସମ୍ପୂର୍ଣ୍ଣ ଆସ୍ଥା ରଖିଛନ୍ତି ।
ଭୋଟ ରାଜନୀତିରେ କାହାରି ଅହଂକାର, ବଡ଼ ଭାଷଣ, ବ୍ୟକ୍ତିଗତ ଆକ୍ଷେପ, ଜାତି-ଧର୍ମର ରାଜନୀତି, ଅସହିଷ୍ଣୁତାର ସ୍ଥାନ ନାହିଁ । ବରଂ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ସଡ଼କ, ପାଣି ଭଳି ସର୍ବନିମ୍ନ ଆବଶ୍ୟକତାକୁ ପ୍ରାଥମିକତା ଦେଇ ବିକାଶର ରାସ୍ତା ଦେଖାଉଥିବା ଦଳ ବା ନେତାଙ୍କୁ ଲୋକେ ସେମାନଙ୍କ ହୃଦୟରୁ କେବେ ବି ଦୂରେଇ ଦେବେନି । ଦିଲ୍ଲୀ ଫଳାଫଳ ଏହା ହିଁ ଶିକ୍ଷା ଦେଇଥିବା ବୁଦ୍ଧିଜୀବୀ ମହଲର ମତ ।
Previous Post

ବିଜେପିକୁ ଧୂଳି ଚଟେଇଲା ଆପ୍

Next Post

କ୍ୟୁବାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଘରକୁ ଆଣିବାରେ ସହାୟତା କଲା ‘ମୋ ପରିବାର’

Next Post
କ୍ୟୁବାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଘରକୁ ଆଣିବାରେ ସହାୟତା କଲା ‘ମୋ ପରିବାର’

କ୍ୟୁବାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଘରକୁ ଆଣିବାରେ ସହାୟତା କଲା ‘ମୋ ପରିବାର’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA