Thursday, July 10, 2025 06:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭୋଟ୍ ପାଇଁ ଭୂଆଁ ?

by Our Correspondent
09 Aug, 2017- 12:35 AM
in Latest News, Politics
1 min read
0
ଭୋଟ୍ ପାଇଁ ଭୂଆଁ ?
ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ସମୁଦାୟ କେତେ ବସ୍ତି ଅଛି ? ସେହି ବସ୍ତିଗୁଡ଼ିକରେ କେତେ ଭୂମିହୀନ ଅଛନ୍ତି ? ରାଜ୍ୟ ସରକାରଙ୍କ ଯୋଜନାରେ କେତେ ଭୂମିହୀନ ଉପକୃତ ହେବେ ? ସେମାନଙ୍କୁ ରାଜ୍ୟ ସରକାର କେଉଁଠୁ ଜାଗା ଦେବେ ? ସେଥିପାଇଁ କେତେ ରାଜସ୍ୱ ଜମି ଦରକାର ? ଯୋଜନା କାର୍ଯ୍ୟକାରୀ କରିବାକୁ କେତେ ଟଙ୍କା ଖର୍ଚ୍ଚ ହେବ ? ସହରାଞ୍ଚଳ ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ରାଜ୍ୟ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତିରେ ଏହି ପ୍ରଶ୍ନଗୁଡ଼ିକ ଅସମାହିତ ରହିଛି । ସରକାରଙ୍କ ପାଖରେ ତଥ୍ୟ ନାହିଁ । ବିନା ଆକଳନରେ ରାଜ୍ୟ ସରକାର ତରବରିଆ ଭାବେ ନିଷ୍ପତ୍ତି ଘୋଷଣା କରିଛନ୍ତି ।
ଖାଲି ସେତିକି ନୁହେଁ, କ୍ୟାବିନେଟ୍ ବୈଠକର ପ୍ରୋସିଡିଂ ତଳୁ ପୁଟ୍ ଅପ୍ ହୋଇ ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିବାକୁ ମାତ୍ର ଘଣ୍ଟାଏ ସମୟ ଲାଗିନି । ଘଣ୍ଟାକ ମଧ୍ୟରେ ରାଜ୍ୟପାଳଙ୍କ ପାଖକୁ ଫାଇଲ୍ ପଠାଇ ଦିଆଯାଇଛି । ପୌର ଭୋଟ ହାତେଇବା ପାଇଁ ସରକାର କେତେ ତତ୍ପର ତାହା ଏଥିରୁ ସ୍ପଷ୍ଟ ହୋଇଛି । ପୌର ନିର୍ବାଚନ ଘୋଷଣାକୁ ଆଉ ଯେ ଡେରି ନାହିଁ ତାହା ରାଜ୍ୟ ସରକାରଙ୍କ ତରବରିଆ ପଦକ୍ଷେପରୁ ସ୍ପଷ୍ଟ ହୋଇଯାଇଛି ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଐତିହାସିକ କହିଥିଲେ ମଧ୍ୟ ସେଥିରେ କୌଣସି ନୂତନତ୍ୱ ନାହିଁ । ୨୦୧୨ ମସିହାରେ ସରକାର ସମାନ ନିଷ୍ପତ୍ତି ନେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ତାହାକୁ ଐତିହାସିକ ପଦକ୍ଷେପର ଆଖ୍ୟା ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଗତ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ମନେଇବା ପାଇଁ ସ୍ଲମ୍ ଡୁଏଲର୍ ପ୍ରପର୍ଟି ରାଇଟସ୍ ୨୦୧୨ ବିଲ୍ ଆଣିଥିଲେ । ଆଜି କ୍ୟାବିନେଟ୍ ଯେଉଁ ନିଷ୍ପତ୍ତି ନେଇଛି ବିଲ୍ ରେ ଏକା ପ୍ରାବଧାନ ଥିଲା । ଚିଠା ପ୍ରସ୍ତାବଟି କ୍ୟାବିନେଟ୍ ମୋହର ପାଇଲା ପରେ ଯାଇଥିଲା ବିଧାନସଭା । ବିଧାନସଭାରେ ତାହା ଆଗତ ହୋଇଥିଲେ ମଧ୍ୟ ବିରୋଧୀ ଦଳର ଦାବିକ୍ରମେ ଅଧିକ ତର୍ଜମା ପାଇଁ ସିଲେକ୍ଟ କମିଟିକୁ ପଠାଯାଇଥିଲା । ନିୟମ କହୁଛି, ଗୋଟେ ବିଧାନସଭାର ୫ ବର୍ଷିଆ କାର୍ଯ୍ୟକାଳ ଭିତରେ ଆଗତ ବିଲ୍ ପାସ୍ ହେବା କଥା । ବିଧାନସଭା କାର୍ଯ୍ୟକାଳ ସରିଗଲେ ତାହା ଅକାମୀ ହୋଇଯିବା କଥା । ମାତ୍ର ଚତୁର୍ଦ୍ଦଶ ଯାଇ ପଞ୍ଚଦଶ ବିଧାନସଭା ସରିବାକୁ ବସିଥିଲେ ମଧ୍ୟ ସ୍ଲମ୍ ଡୁଏଲର୍ ପ୍ରପର୍ଟି ରାଇଟସ୍ ୨୦୧୨ ସେମିତି ପଡ଼ିରହିଛି । ମୂଳ ଫର୍ମାଟ୍ ରେ କାର୍ଯ୍ୟକ୍ଷମ ହୋଇପାରିନି । ଓଲଟି ୨୦୧୫ ରେ ଏକ ନୂଆ ଫର୍ମାଟ୍ ରେ ବିଲ୍ ଆସିଛି ।
ତେବେ ସେ ଯାହା ହେଉ, ସହରାଞ୍ଚଳ ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଏତବଡ଼ ନିଷ୍ପତ୍ତି ଉପରେ ସରକାର ଆଦୌ ହୋମ୍ ୱାର୍କ କରିନାହାନ୍ତି । ଖୋଦ୍ ବିଭାଗୀୟ ମନ୍ତ୍ରୀଙ୍କୁ ଏ ବିଷୟରେ ଜମାରୁ ମାଲୁମ୍ ନାହିଁ । ଗତ ସପ୍ତାହରେ ବିଭାଗର ସଚିବ ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାର ଦେଇ ପ୍ରସ୍ତାବିତ ଯୋଜନା ସମ୍ପର୍କରେ ନିଜର ଅଜ୍ଞତା ପ୍ରକାଶ କରିଥିଲେ । ଏହା ତାଙ୍କ ବିଭାଗର କାମ ନୁହେଁ, ରାଜସ୍ୱ ବିଭାଗର କାମ ବୋଲି ଓଲଟି ସଫେଇ ଦେଇଥିଲେ । ମାତ୍ର ସେହି ନଗର ଉନ୍ନୟନ ବିଭାଗ ଆଜି ଏହି ପଦକ୍ଷେପ ନେଇଛି । ନିଷ୍ପତ୍ତିଟି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ହୋଇଥିଲେ ମଧ୍ୟ ସରକାର ଅତର୍ଚ୍ଛିଆ ହୋଇ ବିନା ତଥ୍ୟରେ ଅନ୍ଧାରରେ ବାଡ଼ି ବୁଲାଇଛନ୍ତି । ଭୋଟ ପାଇଁ ଲୋକଙ୍କୁ ଭୂଆଁ ବୁଲାଇଲା ଭଳି କଥା ହୋଇଛି ।
Previous Post

ସତପାଲ୍ ଙ୍କ ଘର ନିଆଁ: ସିସିଟିଭି ଫୁଟେଜ୍ ସେଟିଂରୁ ଷଡ଼ଯନ୍ତ୍ରର ଗନ୍ଧ

Next Post

ବିଜେପିକୁ ଗୋଡେଇଲା ଖଣି ଜରିମାନା ଭୂତ

Next Post
ବିଜେପିକୁ ଗୋଡେଇଲା ଖଣି ଜରିମାନା ଭୂତ

ବିଜେପିକୁ ଗୋଡେଇଲା ଖଣି ଜରିମାନା ଭୂତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA