Friday, May 1, 2026 01:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Editors Pick

ମନଖୋଲା ନୁହେଁ କ୍ରସ ଭୋଟିଂ ଡର !

by Our Correspondent
19 Jul, 2017- 01:04 PM
in Editors Pick, Latest News
1 min read
0
ମନଖୋଲା ନୁହେଁ କ୍ରସ ଭୋଟିଂ ଡର !

Gopalkrishna Gandhi *** Local Caption *** Gopalkrishna Gandhi

କଂଗ୍ରେସ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ନବୀନଙ୍କ ସମର୍ଥନ ପଛର ରହସ୍ୟକୁ ନେଇ ବିଜେଡ଼ି ମହଲରେ ରୋଚକ ଆଲୋଚନା ହେଉଛି । ଗାନ୍ଧୀଙ୍କୁ ନବୀନ ଦିଲ୍ ଖୋଲା ସମର୍ଥନ କରିନାହାନ୍ତି ବରଂ ଦଳର ସାଂସଦ ଓ ବିଧାୟକଙ୍କ କ୍ରସ ଭୋଟିଂ ଡର ନବୀନଙ୍କୁ କଂଗ୍ରେସ ବାଟ ଧରିବାକୁ ବାଧ୍ୟ କରିଛି । ବୈଜୟନ୍ତ ପଣ୍ଡାଙ୍କ ଭଳି ଜଣେ ଦି ଜଣ ସାଂସଦଙ୍କ ଛଡ଼ା ବିଜେପି ଲାଇନରେ ଯିବାକୁ ଦଳର ଅଧିକାଂଶ ସାଂସଦ ଓ ବିଧାୟକ ନାକଟେକୁ ଥିବାରୁ ନବୀନ ବେହାଲ ହୋଇପଡ଼ିଛନ୍ତି । ଇଚ୍ଛା ନ ଥିଲେ ବି ବନ୍ଧୁତ୍ୱ ଦ୍ୱାହିରେ ୟୁପିଏ(କଂଗ୍ରେସ) ପ୍ରାର୍ଥୀ ଗାନ୍ଧୀଙ୍କୁ ସମର୍ଥନ ଦେବାକୁ ବାଧ୍ୟ ହୋଇଛନ୍ତି ।

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ନବୀନଙ୍କ ଅତର୍ଚ୍ଛିଆ ସମର୍ଥନ ଘୋଷଣା ଦଳର ଅନେକ ସାଂସଦ ଓ ବିଧାୟକଙ୍କୁ ପସନ୍ଦ ହୋଇନାହିଁ । ତଥାଗତ ଶତପଥୀ ଓ ଭର୍ତ୍ତୃହରି ମହତାବଙ୍କ ଭଳି ସାଂସଦ ତାହାକୁ ପରୋକ୍ଷରେ ସମାଲୋଚନା କରିବାକୁ ବି ପଛାଇ ନ ଥିଲେ । ନବୀନଙ୍କ ପଦକ୍ଷେପ କେନ୍ଦ୍ରୀୟ ବିଜେପି ନେତୃତ୍ୱ ପ୍ରତି ତାଙ୍କର ଦୁର୍ବଳତାକୁ ପଦାରେ ପକାଇଥିବା ସାଂସଦ ଓ ବିଧାୟକଙ୍କ ଅନୁଭବ ହୋଇଛି । ଏଠି ବିଜେପି ବିରୋଧରେ ବିଜେଡ଼ି ଲଢ଼େଇ କରୁଥିଲା ବେଳେ ସେମାନଙ୍କ ରାଷ୍ଟ୍ରପତି ପ୍ରାର୍ଥୀକୁ ଆଖିବୁଜା ସମର୍ଥନ ତାହାପୁଣି ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଫୋନ୍ କଲ୍ ରେ ବିଜେଡ଼ି ନେତାଙ୍କ ଛାତି ଥରାଇ ଦେଇଛି । ବିଜେପି ସହ ବିଜେଡ଼ିର ଭିତିରି ବୁଝାମଣାର ଚର୍ଚ୍ଚାକୁ ଏହା ଆହୁରି ଉଜ୍ଜୀବିତ କରିଛି । ଏହାଦ୍ୱାରା ଭୋଟରଙ୍କ ଆଗରେ ବିଜେଡ଼ି ନେତାମାନେ ନିଜକୁ ଛୋଟ ମନେ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ , ଗତ ୧୪ ତାରିଖରେ କୋବିନ୍ଦ ଭୋଟ ମାଗିବାକୁ ଭୁବନେଶ୍ୱର ଆସିଥିଲା ବେଳେ ବିଜେଡ଼ି ସାଂସଦ ଓ ବିଧାୟକଙ୍କ ଅସନ୍ତୋଷ ବାରି ହୋଇପଡ଼ିଥିଲା । କୋବିନ୍ଦ ନିଜର ଅଧଘଣ୍ଟିଆ ଭାଷଣ କେବଳ ନବୀନଙ୍କ ପ୍ରଶଂସାରେ ନେଇଥିଲେ । ସାଂସଦ ଓ ବିଧାୟକଙ୍କ ମନଖୁସି କଲା ଭଳି ପଦୁଟିଏ ବକ୍ତବ୍ୟ ରଖି ନ ଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ କୋବିନ୍ଦଙ୍କ ନବୀନ ସ୍ତୁତିଗାନ୍ ଭାଷଣ ବେଳେ ହଲ୍ ରୁ ତାଳି ମଧ୍ୟ ଶୁଭି ନ ଥିଲା । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପ୍ରତି ସାଂସଦ ଓ ବିଧାୟକଙ୍କ ଏଭଳି ବିତୃଷ୍ଣା ମନୋଭାବ ଜାଣିଲା ପରେ ନବୀନଙ୍କୁ କ୍ରସ ଭୋଟିଂ ଡର ଘାରିଥିଲା । ଯେଉଁଥିପାଇଁ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନ ଦଳୀୟ ବିଧାୟକଙ୍କୁ ଖାଲି ଟିଉସନ୍ କରି ନ ଥିଲେ ବରଂ ସେମାନଙ୍କ ଭୋଟକୁ ଜଗି ବସିଥିଲେ ।

ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ଆଉ ଟେନସନ୍ ନେବାକୁ ନବୀନ ଚାହିଁ ନ ଥିବା କୁହାଯାଉଛି । ବିଜେପିର ହେଭିବ୍ରାଣ୍ଡ ଭେଙ୍କେୟାଙ୍କୁ ବିଧାୟକ ଓ ସାଂସଦମାନେ ଯେ ଆଖିବୁଜା ସମର୍ଥନ ଦେବେ ନବୀନଙ୍କର ଭରସା ପାଇଲାନି । ଦଳର ବରିଷ୍ଠ ସାଂସଦ ତଥାଗତ ଶତପଥୀଙ୍କ ସମେତ କିଛି ବରିଷ୍ଠ ବିଧାୟକ କ୍ରସ୍ ଭୋଟିଂ ଆଶଙ୍କା ନବୀନଙ୍କୁ ଜଣାଇଦେଲେ । ସୁତରାଂ କ୍ରସ ଭୋଟିଂ ଡରରେ ନବୀନ ଭେଙ୍କେୟାଙ୍କୁ ସମର୍ଥନ ଦେବାକୁ ପଛେଇଲେ । ଦିଲ୍ଲୀରେ ବିଜେପି ସହ ଭିତିରି ସମ୍ପର୍କକୁ ଗିଳି ସେ ଦଳର ଇଜ୍ଜତ ବଞ୍ଚାଇବାକୁ ଚାହିଁଲେ । ଫଳ ହେଲା କଂଗ୍ରେସ ପ୍ରାର୍ଥୀ ଗାନ୍ଧୀଙ୍କୁ ସମର୍ଥନ ଦେଲେ ନବୀନ ।

ଅବଶ୍ୟ ଗାନ୍ଧୀଙ୍କୁ ସମର୍ଥନ ଘୋଷଣା ନବୀନଙ୍କ ଡବଲ୍ ରୋଲ୍ କୁ ପଦାରେ ପକାଇଛି । ଅର୍ଥାତ ଉଭୟ ବିଜେପି ଓ କଂଗ୍ରେସ ନାଆରେ ସେ ଗୋଡ଼ ରଖିଛନ୍ତି । ସେପଟେ ତାଙ୍କ ଦଳ ଏହାକୁ ବିଜେପି ଓ କଂଗ୍ରେସଠାରୁ ସମଦୂରତାର ସଂଜ୍ଞା ଦେଇଛି । ସେହିଭଳି ବିଜେପି ମୁହାଁ ବୈଜୟନ୍ତଙ୍କ ଟ୍ୱିଟ୍ କୁ କେହି ଗୁରୁତ୍ୱ ଦେଇନାହାନ୍ତି । ଭେଙ୍କେୟାଙ୍କ ପ୍ରତି ତାଙ୍କର ଦୁର୍ବଳତାକୁ ସେ ପ୍ରକାଶ କରିଥିବାରୁ ସେ କ୍ରସ ଭୋଟିଂ କରିପାରନ୍ତି ହେଲେ ଅନ୍ୟମାନଙ୍କ କ୍ଷେତ୍ରରେ କ୍ରସ୍ ଭୋଟିଂ ଆଶଙ୍କା ନାହିଁ ବୋଲି ଦଳର ଅନେକ ବରିଷ୍ଠ ନେତା କହିଛନ୍ତି ।

Previous Post

ୟୁପିଏ ଲାଇନ୍ … ନବୀନଙ୍କ ଡବଲ୍ ରୋଲ୍

Next Post

ପାଇକ ପଲିଟିକ୍ସ

Next Post
ପାଇକ ପଲିଟିକ୍ସ

ପାଇକ ପଲିଟିକ୍ସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA