Sunday, May 24, 2026 03:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାରା ହେଇଚି ବିଜେପି ଅଫିସ୍

by Our Correspondent
29 Aug, 2017- 05:45 PM
in Gossips, Latest News
1 min read
0
ମାରା ହେଇଚି ବିଜେପି ଅଫିସ୍
ଭୁବନେଶ୍ୱର: ମାରା ହେଇଯାଇଛି ରାଜ୍ୟ ବିଜେପି ଅଫିସ । ଗୈରିକ ପରିବେଶ ଭିତରକୁ ଆଇଁଷ ଅନୁପ୍ରବେଶ କରି ଅଫିସକୁ ମାରା କରିଦେଇଛି । ଗୋବର ପାଣି ଛିଞ୍ଚି ପରିସରକୁ ପବିତ୍ର କରାଯାଇଥିଲେ ମଧ୍ୟ ମନରୁ ପାପ ଯାଉନି । ବର୍ଷ ବର୍ଷ ଧରି ଗେଷ୍ଟ ହାଉସ୍ ଓ ଭୋଜନାଳୟ ପାଲଟିଥିବା ପାର୍ଟି ଅଫିସରେ ଆଉ ଚୁଲି ଜଳୁନି । ରୋଷେଇ ଘରେ ତାଲା ଝୁଲୁଛି । ଫତୱା ଜାରି ହୋଇଛି.. ନୋ ଷ୍ଟେଇଂଗ୍.. ନୋ ଇଟିଂଗ୍ .. । ଅଫିସ୍ କାମ ପରେ ଯେଝା ବାଟରେ ଯେଝା ଯିବାକୁ କୁହାଯାଇଛି ।
ବିଜେପି ଅଫିସରେ ଅନ୍ୟୁନ୨୦ ଜଣଙ୍କ ପାଇଁ ପ୍ରତିଦିନ ଖାଇବା ବ୍ୟବସ୍ଥା ରହିଥିଲା । ଅଫିସରେ ରହୁଥିବା ଅନ୍ତେବାସୀଙ୍କ ସମେତ କିଛି କୁଜି ନେତା ଓ ନେତା ସେଠି ଲଞ୍ଚ ଓ ଡିନର୍ କରୁଥିଲେ । ଆମିଷ ଖାଦ୍ୟ ଉପରେ ସେଠି ରହିଥିଲା କଡ଼ା କଟକଣା । ନିତିଦିନିଆ ଭୋଜନର ମୁଖ୍ୟ ମେନ୍ୟୁ ଥିଲା ଅରୁଆ ଭାତ ଓ ବାଡ଼ିଆ ଡାଲମା । ଅତ୍ୟଧିକ ମନଖୁସି ହୋଇଗଲେ ରାତିରେ ସ୍ୱତନ୍ତ୍ର ଭୋଜିଭାତର ବ୍ୟବସ୍ଥା ହେଉଥିଲା । ସେଥିରେ ଆଇଟମ୍ ବଢୁଥିଲେ ମଧ୍ୟ ଆଇଁଷର ପ୍ରଶ୍ନ ନ ଥିଲା । ବର୍ଷ ବର୍ଷ ଧରି ପାର୍ଟି ଅଫିସରେ ଏଭଳି ନିରାମିଷ ଭୋଜନର ଅନୁଶାସନ ଚାଲିଥିବା ବେଳେ ଦୁଇମାସ ତଳେ ସେଥିରେ ବ୍ରେକ୍ ଲାଗିଗଲା । ସଂଗଠନର ଜଣେ ମୁଖିଆ କିଛି ସହଯୋଗୀଙ୍କୁ ଧରି ଏକ ଭୋଜି ଆସର କରିଥିଲେ । ସାଦା ଡାଲି, ଆଳୁ ଭରତା ବଦଳରେ ମୁଖିଆ ମାଉଁସ ପ୍ରତି ମନ ବଳାଇଥିଲେ । ସେହି ଅନୁଯାୟୀ ବ୍ୟବସ୍ଥା ହେଲା ଏବଂ ଭାତ ମାଉଁସରେ ମହକିଲା ବିଜେପି ଅଫିସ୍ । ପାର୍ଟି ଅଫିସରେ ଚୁପ୍ କିନା ମାଉଁଷ ଖାଇ ସେ ରାତିରେ ମୁଖିଆ ଓ ସହଯୋଗୀମାନେ ଚୁର୍ ହୋଇଯାଇଥିଲେ ।
ପରଦିନ ସକାଳେ କଥାଟି ପ୍ରଘଟ ହୋଇଗଲା । ଅଫିସ୍ ର ଆତ୍ମଘୋଷିତ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତଥା ନିରାମିଷୀ ମୁଖପାତ୍ର ଏହାକୁ ହଜମ୍ କରିପାରିଲେନି । ଅଫିସ୍ ଭିତରକୁ ଆଇଁଷ ପଶିଥିବାରୁ ରାଗରେ ତମ ତମ ହେଲେ । ହେଲେ ଆମିଷ ଭୋଜନର ପ୍ରାୟୋଜକ ସଂପୃକ୍ତ ‘ବସ୍’ ଙ୍କୁ ହାରକିନ୍ ଦେଖାଇବା ଦୂରେ ଥାଉ ପଚାରିବାକୁ ବି ସାହାସ କଲେନି । ପାର୍ଟି ଅଫିସର ପବିତ୍ରତା ନଷ୍ଟ ହୋଇଗଲା ବୋଲି ବାଡେଇ ଛାଟି ହେଲେ । କର୍ମଚାରୀଙ୍କୁ ଲଗାଇ ଗୋବର ପାଣି ଛିଞ୍ଚିଲେ । ଗୁମୁରି ଗୁମୁରି କିଛି ଉପରିସ୍ଥ କର୍ମକର୍ତ୍ତାଙ୍କୁ ଗୁହାରି କଲେ । କଥାଟି ଜଟିଳ ହୋଇଯିବା ପରେ ଅଫିସ୍ ପକ୍ଷରୁ ଫତୱା ଜାରି ହୋଇଛି । ମୂଳୁ ମାଇଲେ ଯିବ ସରି ନ୍ୟାୟରେ ସେଠୁଁ କର୍ମଚାରୀଙ୍କ ରାତ୍ରିକାଳୀନ ରହିବା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ରହିବା ନାହିଁ ତ ଖାଇବା ବି ନାହିଁ । ତେଣୁ ରୋଷେଇ ଘରେ ତାଲା ଠୁଙ୍କି ଦିଆଯାଇଛି । ତେବେ କୌଣସି ବଡ଼ବଡ଼ିଆ ନେତାଙ୍କ ପାଇଁ ନିହାତି ଆବଶ୍ୟକ ପଡ଼ିଲେ ଭୋଜନ ପ୍ରସ୍ତୁତିର ରିଲାକ୍ସ ରହିଛି ।
Previous Post

ରେପିଷ୍ଟ୍ ବାବାଙ୍କୁ ୧୦ ବର୍ଷ ଜେଲ୍

Next Post

କର୍ମଚାରୀ ଖୁସ୍, ସରକାର ବେହାଲ୍

Next Post
କର୍ମଚାରୀ ଖୁସ୍, ସରକାର ବେହାଲ୍

କର୍ମଚାରୀ ଖୁସ୍, ସରକାର ବେହାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA