Tuesday, May 13, 2025 07:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ମାର୍କେଟ୍‌ ନେଲା ଅରୁଣଙ୍କ ଡାଇଲଗ୍‌

by Our Correspondent
12 Jun, 2016- 05:53 AM
in Politics
1 min read
0
ମାର୍କେଟ୍‌ ନେଲା ଅରୁଣଙ୍କ ଡାଇଲଗ୍‌

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ବିରୋଧୀ ଦଳ ନେତାଙ୍କୁ ବିଧାନସଭାରେ ଆକ୍ଷେପ କରିଥିଲେ ଆଇନମନ୍ତ୍ରୀ ଅରୁଣ ସାହୁ । ବୁଢ଼ା ହୋଇଯାଇଥିବାରୁ ତାଙ୍କର ମତିଭ୍ରମ ହୋଇଛି ବୋଲି ମାନ୍ୟବର ମନ୍ତ୍ରୀ କଟୁକ୍ତି କରିଥିଲେ । ବାପା ବୟସର ନରସିଂହ ମିଶ୍ରଙ୍କୁ ଏଭଳି ଆକ୍ଷେପ କରି ଅରୁଣ ଗଡ଼ ଜିଣି ପକେଇବା ଭଳି ମନେ କଲେ । ଅବଶ୍ୟ ଆଜି ସେ ଗର୍ବ କରୁଥିବେ ଯେ ତାଙ୍କ ଡାଇଲଗ୍‌ ପଦକ ନିଜ ଦଳର ନେତାମାନଙ୍କ ପାଇଁ ବିପଦରେ ସାହା ହୋଇଛି । କିଛି ନ ମିଳିଲେ ଆତ୍ମରକ୍ଷା ପାଇଁ ଏଭଳିଆ ପାଠ ଶିଖାଇ ଦେଇଛନ୍ତି ଅରୁଣ । ଦଳର ବିଧାୟକ, ସାଂସଦ ଆଉ ମୁଖପାତ୍ରମାନେ ବିରୋଧୀଙ୍କ ଆକ୍ରମଣର ଜବାବ ଏହି ଡାଇଲଗ୍‌ ଖଣ୍ଡରେ ସାରି ଝଡ଼ାଝଡ଼ି ହୋଇଯାଉଛନ୍ତି ।

ବିଜେଡ଼ିରେ ବଡ଼ ନେତା ବନିଥିବା ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାନ୍ତି ଓ ପପୁ ପମ୍‌ ପମ୍‌ ପଡ଼ିଛନ୍ତି ଚିଟ୍‌ଫଣ୍ଡ ଜାଲରେ । ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ବନ୍ଧା ହୋଇଥିବା ଫିଲ୍ମ ନିର୍ଦ୍ଦେଶକ ପ୍ରଭାସ ରାଉତଙ୍କ ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥାର ପ୍ରଚାର କରିଥିଲେ ଏହି ତିନି ଷ୍ଟାର୍‌ । ଖାଲି ପ୍ରଚାର ନୁହଁ, ପ୍ରଭାସଙ୍କ ଠକେଇ ଟଙ୍କାରେ ଯାବତୀୟ ଅୟସ କରିଥିଲେ । ଚିଟ୍‌ଫଣ୍ଡ ଟଙ୍କାରେ ମସ୍ତି କରିଥିବା ଏହି ସିନେଷ୍ଟାର୍‌ଙ୍କୁ ବାନ୍ଧିବାକୁ ଗତକାଲି ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ । ତେବେ ଏହାର ଜବାବ ଦେବାକୁ ଯାଇ ଅନୁଭବ ମହାନ୍ତି ଅରୁଣଙ୍କ ଡାଇଲଗ୍‌ ଛାଡିଛନ୍ତି । ସମୀର ମହାନ୍ତିଙ୍କୁ ସାଇକୋ ଦର୍ଶାଇ ତାଙ୍କ ପାରିବାରିକ ସ୍ଥିତି ଠିକ୍‌ ନାହିଁ ବୋଲି ଆକ୍ଷେପ କରିଛନ୍ତି । ନିଜର ସଂପୃକ୍ତି ଅଭିଯୋଗ ଉପରେ ଠୋସ୍‌ ସଫେଇ ଦେବାରେ ବିଫଳ ଅନୁଭବ ବିଜେପି ନେତାଙ୍କୁ ବାୟା ବନାଇ ନିଜକୁ ସୁରକ୍ଷା ଦେବାକୁ ପ୍ରୟାସ କରିଛନ୍ତି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କୁ ବି ମାନସିକ ରୋଗୀ ସାର୍ଟିଫିକେଟ୍‌ ଦେଇଛନ୍ତି ବିଜେଡ଼ି ମୁଖପାତ୍ର । ବିଜେଡ଼ି ଆକାଉଣ୍ଟରୁ ୪୫ ଲକ୍ଷ ଟଙ୍କା ଦେଣନେଣ ପ୍ରସଙ୍ଗ ଉପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ବ୍ରଜ ତ୍ରିପାଠୀ । ମାତ୍ର କୌଣସି ତଥ୍ୟ ନ ଜାଣି ସଙ୍ଗେ ସଙ୍ଗେ ଏହାକୁ କାଉଣ୍ଟର୍‌ କରିଥିଲେ ପ୍ରତାପ ଜେନା । ମନ୍ତ୍ରୀ ଅରୁଣ ସାହୁଙ୍କ ସେଇ ଡାଇଲଗ୍‌ ଛାଡ଼ିଲେ । ବ୍ରଜ ମାନସିକ ଭାରସାମ୍ୟ ହରାଇ ଏମିତିକା ଅଭିଯୋଗ ଆଣିଛନ୍ତି ବୋଲି କାଉଣ୍ଟର୍‌ କରିଥିଲେ । ନିକଟରେ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ବି ସମାନ ଢ଼ଙ୍ଗରେ କାଉଣ୍ଟର୍‌ କରିଥିଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ଧର୍ମେନ୍ଦ୍ରଙ୍କ ବୌଦ୍ଧିକ ବିକାର ଘଟିଛି ବୋଲି ପ୍ରତାପ ଆକ୍ଷେପ କରିଥିଲେ ।

ଏଭଳି ଭାବେ ଅରୁଣଙ୍କ ମତିଭ୍ରମ ଡାଇଲଗ୍‌ ଉପରେ ଇଂରାଜୀ ଓ ଓଡ଼ିଆ ଶବ୍ଦକୋଷର ନୂଆ ନୂଆ ପ୍ରୟୋଗ କରି ପ୍ରତିପକ୍ଷଙ୍କୁ ମୁକାବିଲା କରିବାର କୌଶଳ ଆପଣେଇଛନ୍ତି ବିଜେଡ଼ି ନେତା । ବିଜେଡ଼ି ନେତାଙ୍କ ଏହି ଆତ୍ମରକ୍ଷା ଚାଲ୍ ଲୋକଙ୍କ ମନକୁ କିଭଳି ଛୁଉଁଛି ତାହା ସମୟ କହିବ । ହେଲେ ବିରୋଧୀଙ୍କ ଆକ୍ରମଣରୁ ଆତ୍ମରକ୍ଷା ପାଇଁ ଏଭଳି ପଦିକିଆ ଡାଇଲଗ୍‌ର ସାହାରା ଧରି ବିଜେଡ଼ି ନେତାମାନେ ନିଜକୁ ଆଶ୍ୱସ୍ତ ମଣୁଛନ୍ତି । ବିଜେଡ଼ି ଯଦି ସେଥିରୁ ଲାଭବାନ ହେଉଛି କି ଆଗକୁ ହେବ ତେବେ ତାହାର ନିଶ୍ଚିତ ଶ୍ରେୟ ମନ୍ତ୍ରୀ ଅରୁଣ ସାହୁଙ୍କର ।

Previous Post

ନବୀନଙ୍କ ମନ ଈଶ୍ୱରଙ୍କୁ ଜଣା

Next Post

ଓହୋ ! ହାଲୋ, ଏକ ନମ୍ବର ଟିଭି ନ୍ୟୁଜ୍‌

Next Post
ଓହୋ ! ହାଲୋ, ଏକ ନମ୍ବର ଟିଭି ନ୍ୟୁଜ୍‌

ଓହୋ ! ହାଲୋ, ଏକ ନମ୍ବର ଟିଭି ନ୍ୟୁଜ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA