Wednesday, May 20, 2026 04:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମିଥ୍ୟା ସତ୍ୟପାଠ: ବୈଜୟନ୍ତଙ୍କ ବିରୋଧରେ ଜିଲ୍ଲାପାଳଙ୍କଠାରେ ଫେରାଦ

by Our Correspondent
29 Jan, 2018- 10:41 PM
in Latest News, Politics
1 min read
0
ମିଥ୍ୟା ସତ୍ୟପାଠ: ବୈଜୟନ୍ତଙ୍କ ବିରୋଧରେ ଜିଲ୍ଲାପାଳଙ୍କଠାରେ ଫେରାଦ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଅଡୁଆ ବଢ଼ିଛି । ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଏବେ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳଙ୍କ ଦରବାରକୁ ଆସିଛି । ଗଗନ ବିହାରୀ ଜେନା ନାମକ ଜନୈକ ଆଡଭୋକେଟ୍ ଆଜି ଜିଲ୍ଲାପାଳଙ୍କୁ ଭେଟି ସାଂସଦଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସାଂସଦ ନିଜ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇ କେନ୍ଦ୍ରାପଡ଼ା ଭୋଟରଙ୍କୁ ପ୍ରତାରିତ କରିଛନ୍ତି । ଏଣୁ ରିପ୍ରେଜେଣ୍ଟେସନ୍ ଅଫ ପିପୁଲସ୍ ଆକ୍ଟ ଏବଂ ଇଣ୍ଡିଆନ୍ ପେନାଲ୍ କୋଡ୍ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।
ଦୁଇଦିନ ତଳେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଜେଡ଼ି ବିଧାୟକ ଓ ଜିଲ୍ଲା ସଭାପତି ଭୁବନେଶ୍ୱରରେ ଏକ ପ୍ରେସ୍ ମିଟ୍ କରି ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଥିଲେ । ଇମଫାର ଉପାଧ୍ୟକ୍ଷ ପଦରେ ଥାଇ ସେ କୋଟି କୋଟି ଟଙ୍କା ଦରମା ନେଉଥିଲେ ମଧ୍ୟ ୨୦୧୪ ନିର୍ବାଚନୀ ସତ୍ୟପାଠରେ ଦର୍ଶାଇନାହାନ୍ତି । ଏହି ତଥ୍ୟ ଲୁଚାଇ ସେ କେନ୍ଦ୍ରାପଡ଼ା ଭୋଟରଙ୍କୁ ପ୍ରତାରିତ କରିଛନ୍ତି । ତେଣୁ ତୁରନ୍ତ ତାଙ୍କପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ୍, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଏବଂ ଜିଲ୍ଲା ବିଜେଡ଼ି ସଭାପତି ଧ୍ରୁବ ସାହୁ ଉପସ୍ଥିତ ଥିଲେ ।
ଆଜି ଏହି ନିର୍ଦ୍ଦିଷ୍ଟ ଅଭିଯୋଗ ଜିଲ୍ଲାପାଳ ତଥା ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ଦୃଷ୍ଟିକୁ ଆଣିଛନ୍ତି ଆଡଭୋକେଟ୍ ଗଗନ ବିହାରୀ ଜେନା । ସାଂସଦ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କର ଇମଫା ଚାକିରି କେନ୍ଦ୍ରାପଡ଼ା ଭୋଟରଙ୍କୁ ଲୁଚାଇଛନ୍ତି । ନିଜକୁ ପବ୍ଲିକ୍ ସର୍ଭାଣ୍ଟ ଦେଖାଇବାକୁ ଯାଇ ମୋଟା ଅଙ୍କର ଘରୋଇ ଚାକିରିକୁ ଚାପି ରଖିଛନ୍ତି । ଏଭଳି କାର୍ଯ୍ୟଦ୍ୱାରା ସାଂସଦ କେନ୍ଦ୍ରାପଡ଼ା ଭୋଟରଙ୍କୁ ଭକୁଆ ବନାଇବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି । ତାଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ସେ ଦାବି କରିଛନ୍ତି । ସେପଟେ ଅଭିଯୋଗପତ୍ରକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
Previous Post

ଉପରେ କଳି, ଭିତରେ କୋଳାକୋଳି

Next Post

ବିଜେପୁର ମୈଦାନ ରେଡ୍ଡି

Next Post
ବିଜେପୁର ମୈଦାନ ରେଡ୍ଡି

ବିଜେପୁର ମୈଦାନ ରେଡ୍ଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA