Friday, May 15, 2026 04:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମିଶନ ଶକ୍ତି ଗ୍ରୁପ୍ କୁ ସ୍ମାର୍ଟ ଫୋନ୍

by Our Correspondent
14 Nov, 2018- 10:33 PM
in Latest News, News
1 min read
0
ମିଶନ ଶକ୍ତି ଗ୍ରୁପ୍ କୁ ସ୍ମାର୍ଟ ଫୋନ୍
ଭୁୁବନେଶ୍ୱର: ରାଜ୍ୟର ୬ ଲକ୍ଷ ମିଶନ ଶକ୍ତି ଗ୍ରୁପ୍ କୁ ସ୍ମାର୍ଟ ମିଳିବ ସ୍ମାର୍ଟ ଫୋନ୍ । ମହିଳାମାନଙ୍କୁ ଡିଜିଟାଲି ସଶକ୍ତ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିଛନ୍ତି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମହିଳା ଉଦ୍ୟୋଗୀ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ରାଜ୍ୟର ପ୍ରତ୍ୟେକ ମହିଳା ନଲେଜ୍ ଇକନମି ବା ଜ୍ଞାନ ଅର୍ଥନୀତିର ସୁଯୋଗ ପାଇବା ସେ ଚାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ୨୦୦୧ ମସିହାରୁ କାର୍ଯ୍ୟକାରୀ ହେଉଥିବା ମିଶନ ଶକ୍ତିର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ବେଶ ଉତ୍ସାହିତ ହୋଇଥିଲେ । ସେ କହିଥିଲେ, ମିଶନ ଶକ୍ତି ଆଜି ଏକ ବିରାଟ ଆନ୍ଦୋଳନରେ ପରିଣତ ହୋଇଛି । ୬ ଲକ୍ଷ ଗ୍ରୁପ୍ ରେ ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇଛନ୍ତି । ସେମାନଙ୍କ ଜରିଆରେ ୫ ହଜାର କୋଟି ଟଙ୍କା ସଞ୍ଚୟ ହୋଇଛି ଏବଂ ୨ହଜାର କୋଟି ଟଙ୍କାର ବାର୍ଷିକ ବ୍ୟାଙ୍କ କାରବାର ହେଉଛି । ରାଜ୍ୟରେ ମିଶନ ଶକ୍ତି ଗ୍ରୁପ୍ ର ଋଣ ପରିଶୋଧ ହାର ମଧ୍ୟ ୯୫ ପ୍ରତିଶତରୁ ଅଧିକ ରହିଛି । ଏଥିଯୋଗୁଁ ମିଶନ ଶକ୍ତି ଗ୍ରୁପ୍ ମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବ୍ୟାଙ୍କମାନେ ପରଷ୍ପର ସହ ପ୍ରତିଯୋଗିତା କରୁଛନ୍ତି । ସମ୍ମିଳନୀରେ ଯୋଗଦେଇଥିବା ବ୍ୟାଙ୍କର ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ମୋତେ ଓ ମୋ ସରକାରକୁ ସନ୍ତୋଷ ପ୍ରଦାନ କରିବାର ସବୁଠାରୁ ସରଳ ଉପାୟ ଦେଉଛି ମିଶନ ଶକ୍ତି ଗ୍ରୁପ୍ ମାନଙ୍କର ଋଣ ଆବଶ୍ୟକତାକୁ ସମ୍ମାନର ସହ ପୂରଣ କରିବା ।
ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ର ମହିଳା ଉଦ୍ୟୋଗୀ ସମ୍ମିଳନୀରେ ମହିଳା ସ୍ୱୟଂ ସହାୟକ ଗ୍ରୁପ୍ ଏବଂ ମ୍ୟାନେଜମେଣ୍ଟ କଲେଜ ଛାତ୍ରୀଙ୍କୁ ମିଶାଇ ୧୨୦୦ ପ୍ରତିନିଧି ଯୋଗଦେଇଥିଲେ । ବକ୍ତାମାନଙ୍କ ମଧ୍ୟରେ ସମସ୍ତଙ୍କର ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିଥିଲେ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କର ବ୍ଲକ୍ ର ମହିଳା ସ୍ୱୟଂ ସହାୟିକା ଶ୍ରୀମତୀ ଜୟନ୍ତୀ ଏକ୍କା । ସେ ଅନର୍ଗଳ ଭାବେ ତାଙ୍କ ଜୀବନର ସଂଘର୍ଷ ଓ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଥିଲା । ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ମାନିତ କରିଥିଲେ । ମିଶନ ଶକ୍ତି ଗ୍ରୁପ୍ ର ସଶକ୍ତିକରଣର ପ୍ରତୀକ ବୋଲି ତାଙ୍କୁ ଅଭିହିତ କରିଥିଲେ । ଅନ୍ୟ ବକ୍ତାଙ୍କ ମଧ୍ୟରେ ଥିଲେ ରେଡିଓସିଟିର ପୂର୍ବତନ ସିଇଓ ଅପୂର୍ବା ପୁରୋହିତ, ଆର୍ଥ ଟୁ ଅରବିଟ୍ ର ସୁସ୍ମିତା ମହାନ୍ତି ଏବଂ ସେୱାର ଜାତୀୟ ସଂଯୋଜକ ମିରାଇ ଚାଟାର୍ଜୀ ।
ରାଜ୍ୟର ମହିଳାମାନଙ୍କ ମଧ୍ୟରେ ରହିଥିବା ସାମର୍ଥକୁ ଦେଖି ଅନେକ ନିବେଶକାରୀ ଆଗ୍ରହ ପ୍ରକାଶ କରିଥିଲେ । ହେ-ଡି-ଡି ସଂସ୍ଥାର ରେବତୀ ରାୟ ଏବଂ ମୁସ୍ତାଙ୍ଗ ସଂସ୍ଥାର ଲୁବେନା ଶାହାପୁରୱାଲ୍ ଓଡ଼ିଶାରେ ପ୍ରକଳ୍ପ ଖୋଲିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଫିକି ମହିଳା ସଂଗଠନର ଉପସଭାପତି ଶ୍ରୀମତୀ ହରଜିନ୍ଦର କୌର ଭୁବନେଶ୍ୱରରେ ଏଫଏଲଓ ଚାପଟର୍ ଖୋଲିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ୍, ବିଭାଗୀୟ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ମିଶନ୍ ଶକ୍ତି ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ପ୍ରମୁଖ ଉପସ୍ଥିତ ଥିଲେ ।
Previous Post

ଓଡ଼ିଶାରେ ପୁଞ୍ଜି ନିବେଶ; କାହାର କେତେ

Next Post

ମୁଖ୍ୟମନ୍ତ୍ରୀଙ୍କ ମରୁଡ଼ି ପ୍ୟାକେଜ୍

Next Post
ମୁଖ୍ୟମନ୍ତ୍ରୀଙ୍କ ମରୁଡ଼ି ପ୍ୟାକେଜ୍

ମୁଖ୍ୟମନ୍ତ୍ରୀଙ୍କ ମରୁଡ଼ି ପ୍ୟାକେଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA