Wednesday, May 20, 2026 03:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମିିଳିଲା ୪୩୭୩ କୋଟି, କମିଲା ୧୬୨୦ କୋଟି

by Our Correspondent
05 Feb, 2020- 11:31 PM
in Latest News, News
1 min read
0
ମିିଳିଲା ୪୩୭୩ କୋଟି, କମିଲା ୧୬୨୦ କୋଟି
ଭୁୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍ ରେ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ବ୍ୟୟ ଅଟକଳର ହିସାବ ଆସିଛି । ଓଡ଼ିଶା ଭାଗରେ ପଡ଼ିଛି ୪,୩୭୩ କୋଟି ଟଙ୍କା । ଗତ ବଜେଟ୍ ରେ ପୂର୍ବତଟ ରେଳପଥର ପ୍ରକଳ୍ପ ପାଇଁ ରେକର୍ଡ ୫,୯୯୩ କୋଟି ଟଙ୍କା ମିଳିଥିଲା । ସୁତରାଂ ଗତଥର ତୁଳନାରେ ଏଥର ଓଡ଼ିଶାକୁ ୧୬୨୦ କୋଟି କମ ପାଣ୍ଠି ମିଳିଛି ।
ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ୨୪୧ କିମିର ନୂଆ ରେଳଲାଇନ୍ ପ୍ରକଳ୍ପ ମଂଜୁର ହୋଇଛି ସତ ହେଲେ ବଜେଟ୍ ରେ ପ୍ରତିଫଳିତ ହୋଇନାହିଁ । ଏଥିପାଇଁ ୨୯୫୭ କୋଟି ଟଙ୍କାର ବ୍ୟୟ ଅଟକଳକୁ ନୀତି ଆୟୋଗଙ୍କ ଚୂଡ଼ାନ୍ତ ଅନୁମୋଦନ ପାଇଁ ଛଡ଼ାଯାଇଛି ।
ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍ ପାଇଁ ଗତଥର ୩୫୦ କୋଟି ଟଙ୍କା ମିଳିଥିଲା ବେଳେ ଏଥର ମିଳିଛି ୫୨୦ କୋଟି ଟଙ୍କା । ସୂଚନାଥାଉକି, ଏହି ରେଳପଥ ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ସମ୍ପୂର୍ଣ୍ଣ କରିବା ନିମନ୍ତେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି । ଅନ୍ୟପକ୍ଷରେ ଅନଗୁଳ-ସୁକିନ୍ଦା ପ୍ରକଳ୍ପକୁ ଗତଥର ୨୫୦ କୋଟି ଟଙ୍କା ମିଳିଥିବା ବେଳେ ଏଥର ୪୫୦ କୋଟି ଟଙ୍କା ଦିଆଯାଇଛି । ହରିଦାସପୁର-ପାରାଦ୍ୱୀପ ପ୍ରକଳ୍ପ କାର୍ଯ୍ୟ ସରି ସରି ଆସୁଥିବାରୁ ମାତ୍ର ୧୦୦ କୋଟି ଟଙ୍କା ଦିଆଯାଇଛି । ଗତଥର ପ୍ରକଳ୍ପକୁ ମିଳିଥିଲା ୪୦୦ କୋଟି । ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ।
ସମ୍ବଲପୁର-ତାଳଚେର, ସମ୍ବଲପୁର-ଟିଟିଲାଗଡ଼, ଟିଟିଲାଗଡ଼-ରାୟଗଡ଼ା ଏବଂ ଟିଟିଲାଗଡ଼-ରାଇପୁର ରେଳପଥ ଦୋହରୀକରଣ କାର୍ଯ୍ୟ ପାଇଁ ବଜେଟ୍ ରେ ଅଧିକ ଅର୍ଥବରାଦ କରାଯାଇଛି । ଖୋର୍ଦ୍ଧାରୋଡ-ବଲାଙ୍ଗୀର ଏବଂ ଲାଂଜିଗଡ-ଜୁନାଗଡ଼ ଲାଇନ୍ ର ବିଦ୍ୟୁତିକରଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି । ସମ୍ବଲପୁର ନିକଟ ମାନେଶ୍ୱରଠାରେ ୱାଗନ୍ ମରାମତି କାରଖାନା ପାଇଁ ୨୦ କୋଟି ଟଙ୍କା ଦିଆଯାଇଛି ।
ରେଳବାଇ ନିରାପତ୍ତା ଦୃଷ୍ଟିରୁ ଲେଭଲ କ୍ରସିଂ ବଦଳରେ ରୋଡ୍ ଓଭର ବ୍ରିଜ୍ ଏବଂ ରୋଡ୍ ଅଣ୍ଡର ବି୍ରଜ୍ ନିର୍ମାଣକୁ ଗୁରୁତ୍ୱ ଦିଆଯାଇ ୧୧୬୫ କୋଟି ଟଙ୍କା ମଂଜୁର କରାଯାଇଛି ।

କେଉଁ ପ୍ରକଳ୍ପ ପାଇଁ କେତେ

(ନୂଆ ରେଳପଥ)
ଅନୁଗୁଳ-ସୁକିନ୍ଦା (୯୮.୭କିମି)- ୪୫୦ କୋଟି
ହରିଦାସପୁର-ପାରାଦ୍ୱୀପ(୮୨ କିମି)- ୧୦୦ କୋଟି
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର(୨୮୯କିମି)- ୫୨୦ କୋଟି
ତାଳଚେର-ବିମଳାଗଡ଼(୧୫୪ କିମି)- ୧୪୦ କୋଟି
ଜୟପୁର-ମାଲକାନଗିରି(୧୩୦ କିମି)- ୩୩ କୋଟି
ଜୟପୁର-ନବରଙ୍ଗପୁର(୩୮ କିମି)-୨୦ କୋଟି
ଖୋର୍ଦ୍ଧା ରୋଡ୍-ବିଜିଆନଗରମ୍ ବାଇପାସ୍-୨୦ କୋଟି
ନୂଆପଡ଼ା-ଗୁଣୁପୁର-ଥେରୁବାଲି(୭୯.୪୫କିମି)- ୦.୦୧କୋଟି
ଗୋପାଳପୁର-ସମ୍ବଲପୁର(ଭା-ଫୁଲବାଣୀ)- ୦.୦୧ କୋଟି
ତାଳଚେର-ଅନୁଗୁଳ(୧୪.୫ କିମି)- ୦.୦୧ କୋଟି
ଦୋହରୀକରଣ
ସମ୍ବଲପୁର-ତାଳଚେର(୧୭୪.୧୧ କିମି)-୨୯୨ କୋଟି
ସମ୍ବଲପୁର-ଟିଟିଲାଗଡ଼(୧୮୨.୧୧ କିମି)- ୩୮୨ କୋଟି
ଟିଟିଲାଗଡ଼-ବିଜିଆନଗରମ୍(୨୬୪.୬ କିମି)- ୩୮୦ କୋଟି
ଇାସପାଣି-ଦୈତାରୀ-ଟମକା-ଯଖପୁରା(୧୮୦ କିମି)- ୮୦ କୋଟି
ବୃନ୍ଦାମାଳ-ଝାରସୁଗୁଡ଼ା ଫ୍ଲାଏ ଓଭର୍(୬.୬କିମି)- ୧୦ କୋଟି
ଭଦ୍ରକ-ନେରଗୁଣ୍ଡି ତୃତୀୟ ଲାଇନ୍(୮୦ କିମି)- ୧୦୨ କୋଟି
ଜରପଡ଼ା-ବୁଢ଼ାପଙ୍କ(ତୃତୀୟ ଓ ଚତୁର୍ଥ ଲାଇନ୍)- ୧୧୮ କୋଟି
ବୁଢ଼ାପଙ୍କ-ସାଲେଗାଁ(ତୃତୀୟ ଓ ଚତୁର୍ଥ ଲାଇନ୍)-୨୦୫ କୋଟି
କୋରାପୁଟ-ସିଙ୍ଗାପୁର ରୋଡ୍- ୨୦୧ କୋଟି
ଜଗଦଲପୁର-କୋରାପୁଟ(୧୧୦ କିମି)- ୧୩୦ କୋଟି
କୋଟ୍ଟାବାଲାସ-କୋରାପୁଟ(୧୮୯ କିମି)- ୧୯୬ କୋଟି
ରାୟପୁର-ଟିଟିଲାଗଡ଼(୨୦୩ କିମି)-୧୪୬ କୋଟି
ଖୋର୍ଦ୍ଧା ରୋଡ୍-ବାରଙ୍ଗ(ତୃତୀୟ ଲାଇନ୍)- ୩୫ କୋଟି
ଝାରସୁଗୁଡ଼ା-ବିଳାସପୁର ଚତୁର୍ଥ ଲାଇନ୍(୨୦୬ କିମି)- ୨୮୦ କୋଟି
ବାଘୁଆପାଲ ଫ୍ଲାଇଓଭର୍- ୧୦ କୋଟି
ମନୋହରପୁର-ବଣ୍ଡାମୁଣ୍ଡା ତୃତୀୟ ଲାଇନ୍- ୩୫ କୋଟି
ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ୍-୧୭୦ କୋଟି
ବଣ୍ଡମୁଣ୍ଡା-ରାଞ୍ଚି ଦୋହରୀକରଣ-୨୦ କୋଟି
ନାରାୟଣଗଡ଼-ଭଦ୍ରକ ତୃତୀୟ ଲାଇନ୍- ୫୦ କୋଟି
ବଣ୍ଡମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ୍- ୨୩ କୋଟି
ଚମ୍ପା-ଝାରସୁଗୁଡ଼ା ତୃତୀୟ ଲାଇନ୍- ୨୦ କୋଟି

ଦ୍ୱନ୍ଦରେ ପକାଇଲା ଧର୍ମେନ୍ଦ୍ରଙ୍କ ଟୁଇଟ୍

କେନ୍ଦ୍ର ବଜେଟ୍ ରେ ଓଡ଼ିଶାର ରେଳପ୍ରକଳ୍ପ ପାଇଁ ମିଳିଥିବା ପାଣ୍ଠିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ ଯୋଗେ ଖୁସିବ୍ୟକ୍ତ କରିଛନ୍ତି । ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ୨୪୧ କିମିର ନୂଆ ରେଳଲାଇନ୍ ପ୍ରକଳ୍ପ ପାଇଁ ୨୯୫୭ କୋଟି ଅନୁଦାନ ହୋଇଥିବା କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରିଛନ୍ତି । ଏହା କେବଳ ଜନଜାତି ଅଞ୍ଚଳରେ ରେଳ ସଂଯୋଗ ସ୍ଥାପନ କରିବ ନାହିଁ । ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଟୁଇଟ୍ କୁ ରାଜ୍ୟ ବିଜେପି ଏକ ପ୍ରେସ୍ ରିଲିଜ୍ କରି ପଠାଇଛି ।
ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ତଥ୍ୟକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । କାରଣ ଓଡ଼ିଶା ପ୍ରକଳ୍ପ ପାଇଁ ଆବଣ୍ଟିତ ପାଣ୍ଠି ତାଲିକାରୁ ଏହା ମିଳୁନାହିଁ । ଓଡ଼ିଶାର କେଉଁ ପ୍ରକଳ୍ପକୁ କେତେ ଟଙ୍କା ମିଳିଛି ରେଳବାଇ ତାର ସାରଣୀ ଦେଇଛି । ସେଥିରେ ଗୋପାଳପୁର-ସମ୍ବଲପୁର(ଭାୟା-ଫୁଲବାଣୀ) ରେଳଲାଇନ୍ ପ୍ରକଳ୍ପ ପାଇଁ ମାତ୍ର ୦.୦୧ କୋଟି ଟଙ୍କା ମଂଜୁର ଉଲ୍ଲେଖ ରହିଛି । ଏହି ପ୍ରକଳ୍ପ ପାଇଁ ୨୯୫୭ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲେ ବି ତାହା ନୀତି ଆୟୋଗଙ୍କ ଚୂଡ଼ାନ୍ତ ଅନୁମୋଦନ ଆବଶ୍ୟକ କରୁଛି । ନୀତି ଆୟୋଗ ଅନୁମୋଦନ ଦେଲେ ଯାଇ ଏହି ପାଣ୍ଠି ଆସିବ ।
ଏଭଳିସ୍ଥଳେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଟୁଇଟ୍ ଏବଂ ବିଜେପି ତାହାକୁ ବଡ଼ ଜୋର୍ ରେ ପ୍ରଚାର କରିବା ସାଧାରଣ ଜନତାଙ୍କୁ ଦ୍ୱନ୍ଦରେ ପକାଇଛି । କେନ୍ଦ୍ରମନ୍ତ୍ରୀଙ୍କ କଥା ସତ ନା ବଜେଟ୍ ବ୍ୟୟବରାଦର ସରକାରୀ ପ୍ରେସ୍ ରିଲିଜ୍ ସତ ବୁଝିପାରୁନାହାନ୍ତି ।
Previous Post

ବରଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୁଣି ଉପହାର

Next Post

ଜାଭିୟର୍ ରେ ଖୋଲିଲା ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ୍ ଆଫାୟର୍ସ

Next Post
ଜାଭିୟର୍ ରେ ଖୋଲିଲା ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ୍ ଆଫାୟର୍ସ

ଜାଭିୟର୍ ରେ ଖୋଲିଲା ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ୍ ଆଫାୟର୍ସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA