Monday, May 25, 2026 03:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କୁ ଚିତା କାଟିଲେ ମେୟର

by Our Correspondent
31 Aug, 2016- 07:19 PM
in Politics
1 min read
1
ମୁଖ୍ୟମନ୍ତ୍ରୀଙ୍କୁ ଚିତା କାଟିଲେ ମେୟର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଭୁବନେଶ୍ୱର ମହାନଗର ନିଗମର ନୂଆ ଅଫିସ ବିଲଡିଂର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁନିଟ୍-୮ସ୍ଥିତ କଲ୍ୟାଣମଣ୍ଡପ ଜାଗାରେ ଏହାର ନିର୍ମାଣ ହେବ। ଆଶ୍ଚର୍ଯ୍ୟର କଥା, ଏହି ଜାଗା ଉପରେ ବିଏମସି ବିଲଡିଂ ନିର୍ମାଣ ପାଇଁ ଏ ପର୍ଯ୍ୟନ୍ତ ସରକାରୀ ଅନୁମତି ନାହିଁ । ବିଏମସିର ଆବେଦନ ଉପରେ ନଗର ଉନ୍ନୟନ ବିଭାଗର ମୋହର ଲାଗିନାହିଁ। ଓଲଟି ଦୁଇବର୍ଷ ତଳୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ବିଏମସି ନୂଆ ଅଫିସ ବିଲଡିଂ ପାଇଁ ଅନ୍ୟତ୍ର ଜାଗା ଦେଇସାରିଛି । ନିର୍ଦ୍ଦିଷ୍ଟ ସରକାରୀ ଆବଂଟନ ଜାଗା ଛାଡ଼ି ନାମୀ କଲ୍ୟାଣମଣ୍ଡପ ସ୍ତୁପ ଉପରେ ବିଏମସି ଅଫିସ୍ ବିଲଡିଂ କରିବା ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ତାଙ୍କ ଦ୍ୱାରା ଶୁଭ ଦେବା ସମସ୍ତଙ୍କୁ ଚକିତ କରିଛି ।

ଅନୁସନ୍ଧାନରୁ ଜଣାପଡ଼ିଛି, ବିଏମସିର ନୂଆ ଅଫିସ ବିଲଡିଂ ପାଇଁ ରାଜ୍ୟ ସରକାର ଭୁବନେଶ୍ୱରର ମଧୁସୂଦନ ନଗରରେ ଜମି ଦେଇଛନ୍ତି । ମଧୁସୂଦନନଗର ମୌଜା ଖାତା ନଂ ୫୮୪ ଏବଂ ପ୍ଲଟ୍ ନଂ ୯୬୦ ରେ ଏହି ଜାଗାର ମାପ ହେଉଛି ୧ ଏକର ୯୩୪ ଡିସିମିଲ୍ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ଉକ୍ତ ଜାଗାଟିକୁ ବିଏମସି ନୂଆ ବିଲଡିଂ ପାଇଁ ଆବଂଟନ କରିବା ସମ୍ବନ୍ଧୀୟ ସରକାରୀ ନିର୍ଦ୍ଦେଶ ବି ରହିଛି । ସାଧାରଣ ପ୍ରଶାସନ ବିଭାଗର ଚିଠି ନଂ ୨୨୧୦୬, ତାରିଖ ୧୧.୮.୨୦୧୪ ରେ ଏହି ନିର୍ଦ୍ଦେଶ  ଦିଆଯାଇଛି । ମାତ୍ର ଏହି ନିର୍ଦ୍ଦେଶକୁ ଚାପି ଦେଇଛି ବିଏମସି । ଅଦୃଶ୍ୟ କାରଣରୁ ମଧୁସୂଦନ ନଗର ଛାଡ଼ି ଜିଦ୍ ଧରିଛି ୟୁନିଟ୍-୮ କଲ୍ୟାଣମଣ୍ଡପ ଜାଗାକୁ । ଅପେକ୍ଷାକୃତ କମ୍ କଲ୍ୟାଣମଣ୍ଡପର ୧ ଏକର ୧୪ ଡିସିମିଲ୍ ଜାଗା ଉପରେ ଅଫିସ୍ ବିଲଡିଂ ନିର୍ମାଣ ଜିଦ୍ କୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ବି ଦିଆଯାଇଛି । ଯେଉଁ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଅନ୍ୟତ୍ର ଜାଗା ଆବଂଟନ କରିଛନ୍ତି, ସେହି ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ସରକାରୀ ଅନୁମତି ନ ଥିବା ଜାଗା ଉପରେ ବିଲଡିଂ ନିର୍ମାଣର ପଣ କରିଛି ।

ୟୁନିଟ୍-୮ କଲ୍ୟାଣମଣ୍ଡପକୁ ଭାଙ୍ଗି ତାହା ଉପରେ ବିଏମସି ଅଫିସ ନିର୍ମାଣ କରିବାକୁ ନେଇ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇଛି । ସ୍ଥାନୀୟ ବୁଦ୍ଧିଜୀବୀମାନେ ଏହାର ପ୍ରତିବାଦ ବିରୋଧ ଜାରି ରଖିଛନ୍ତି । ବିଏମସି ଅଫିସ ପାଇଁ ତାହା ଯେ ପ୍ରକୃଷ୍ଟ ଜାଗା ନୁହେଁ ବିଭିନ୍ନ ସ୍ତରରୁ ଯୁକ୍ତି କରାଯାଉଛି । କଲ୍ୟାଣମଣ୍ଡପର କେଇ ମିଟର ଦୂରରେ ରହିଛି ପୁରାତନ ୟୁନିଟ୍-୮ ଡିଏଭି ସ୍କୁଲ । ପ୍ରାୟ ୫ ହଜାର ପିଲା ସେଠି ପାଠପଢ଼ୁଛନ୍ତି। ବିଏମସି ଅଫିସ ହେଲେ ସେଠାରେ ଟ୍ରାଫିକ୍ ସମସ୍ୟା ରହିବା ସ୍ୱାଭାବିକ । ବିଭିନ୍ନ ସଂଗଠନର ଆନେ୍ଦାଳନ ଓ ଗତିବିଧି ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହେବା ସ୍ୱାଭାବିକ । ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ସୁରକ୍ଷା ପ୍ରତି ବିପନ୍ନ ସୃଷ୍ଟି କରିବାର ଆଶଙ୍କା ରହିଛି। ବିଏମସି ରାଜସ୍ୱ ଦୃଷ୍ଟିରୁ ମଧ୍ୟ ଏହି କଲ୍ୟାଣମଣ୍ଡପଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରତିବର୍ଷ ବିଏମସିକୁ ସେଥିରୁ ମୋଟା ଅଙ୍କର ରାଜସ୍ୱ ମିଳିଥାଏ । ସର୍ବୋପରି କଲ୍ୟାଣମଣ୍ଡପଟି ଭୁବନେଶ୍ୱରର ଐତିହ୍ୟ ବହନ କରୁଥିବାରୁ ତାହା ସମାଧି ନେଇଯିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୁଦ୍ଧିଜୀବୀ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମେୟର ଅନନ୍ତ ନାରାୟଣ ଜେନାଙ୍କ ଜିଦ୍ ପାଇଁ ଆଜି ଏଭଳି ଅବସ୍ଥା ସୃଷ୍ଟି ହୋଇଛି । କମିସନର ଡ. କ୍ରିଷ୍ଣନ କୁମାର ଏହା ଚାହୁଁ ନ ଥିଲେ ମଧ୍ୟ ମେୟର ନିଜ ବାହାଦୁରି ପାଇଁ ସେଇ ଜାଗାରେ ଅଫିସ ନିର୍ମାଣ ପାଇଁ ଜିଦ୍ ଧରିଛନ୍ତି । ଖାଲି ଜିଦ୍ କରିନାହାନ୍ତି, ସରକାର ଦେଇଥିବା ଜାଗାକୁ ଅନ୍ଧାରରେ ରଖି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ  ଚିତା କାଟି ଦେଇଛନ୍ତି । ଅବଶ୍ୟ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଦେବା ପରେ ନଗର ଉନ୍ନୟନ ବିଭାଗ ବିବ୍ରତ ହୋଇପଡ଼ିଛି । ସେହି ଜାଗାରେ ଅଫିସ ନିର୍ମାଣ ପାଇଁ ବିଭାଗ ଅନୁମତି ଦେଇ ନ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ଭାବେ କିଭଳି ଅନ୍ଧାରରେ ରଖାଗଲା ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି ।

Previous Post

ଧିକ୍ ଆମ ଜୀବନକୁ

Next Post

ନବୀନଙ୍କ ପାଇଁ ସତର୍କ ଘଣ୍ଟି

Next Post
ନବୀନଙ୍କ ପାଇଁ ସତର୍କ ଘଣ୍ଟି

ନବୀନଙ୍କ ପାଇଁ ସତର୍କ ଘଣ୍ଟି

Comments 1

  1. Dr Santosh Kumar Mishra says:
    10 years ago

    A revoulition in news sector .short,fresh.and Uptodate .

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA