Monday, May 25, 2026 06:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କୁ ଭଣ୍ଡେଇଲା ବିଏମସି

by Our Correspondent
20 Jul, 2017- 05:00 PM
in News
1 min read
0

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଭୁବନେଶ୍ୱର ମହାନଗର ନିଗମର ନୂଆ ଅଫିସ ବିଲଡିଂର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁନିଟ୍-୮ସ୍ଥିତ କଲ୍ୟାଣମଣ୍ଡପ ଜାଗାରେ ଏହାର ନିର୍ମାଣ ହେବ। ଆଶ୍ଚର୍ଯ୍ୟର କଥା, ଏହି ଜାଗା ଉପରେ ବିଏମସି ବିଲଡିଂ ନିର୍ମାଣ ପାଇଁ ଏ ପର୍ଯ୍ୟନ୍ତ ସରକାରୀ ଅନୁମତି ନାହିଁ । ବିଏମସିର ଆବେଦନ ଉପରେ ନଗର ଉନ୍ନୟନ ବିଭାଗର ମୋହର ଲାଗିନାହିଁ। ଓଲଟି ଦୁଇବର୍ଷ ତଳୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ବିଏମସି ନୂଆ ଅଫିସ ବିଲଡିଂ ପାଇଁ ଅନ୍ୟତ୍ର ଜାଗା ଦେଇସାରିଛି । ନିର୍ଦ୍ଦିଷ୍ଟ ସରକାରୀ ଆବଂଟନ ଜାଗା ଛାଡ଼ି ନାମୀ କଲ୍ୟାଣମଣ୍ଡପ ସ୍ତୁପ ଉପରେ ବିଏମସି ଅଫିସ୍ ବିଲଡିଂ କରିବା ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ତାଙ୍କ ଦ୍ୱାରା ଶୁଭ ଦେବା ସମସ୍ତଙ୍କୁ ଚକିତ କରିଛି ।

ଅନୁସନ୍ଧାନରୁ ଜଣାପଡ଼ିଛି, ବିଏମସିର ନୂଆ ଅଫିସ ବିଲଡିଂ ପାଇଁ ରାଜ୍ୟ ସରକାର ଭୁବନେଶ୍ୱରର ମଧୁସୂଦନ ନଗରରେ ଜମି ଦେଇଛନ୍ତି । ମଧୁସୂଦନନଗର ଖାତା ନଂ ୫୮୪ ଏବଂ ପ୍ଲଟ୍ ନଂ ୯୬୦ ରେ ଏହି ଜାଗାର ମାପ ହେଉଛି ୧ ଏକର ୯୩୪ ଡିସିମିଲ୍। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ଉକ୍ତ ଜାଗାଟିକୁ ବିଏମସି ନୂଆ ବିଲଡିଂ ପାଇଁ ଆବଂଟନ କରିବା ସମ୍ବନ୍ଧୀୟ ସରକାରୀ ନିର୍ଦେଶ ବି ରହିଛି । ସାଧାରଣ ପ୍ରଶାସନ ବିଭାଗର ଚିଠି ନଂ ୨୨୧୦୬, ତାରିଖ ୧୧.୮.୨୦୧୪ ରେ ଏହି ନିର୍ଦେଶ ଦିଆଯାଇଛି । ମାତ୍ର ଏହି ନିର୍ଦେଶକୁ ଚାପି ଦେଇଛି ବିଏମସି । ଅଦୃଶ୍ୟ କାରଣରୁ ମଧୁସୂଦନ ନଗର ଛାଡ଼ି ଜିଦ୍ ଧରିଛି ୟୁନିଟ୍-୮ କଲ୍ୟାଣମଣ୍ଡପ ଜାଗାକୁ । ଅପେକ୍ଷାକୃତ କମ୍ କଲ୍ୟାଣମଣ୍ଡପର ୧ ଏକର ୧୪ ଡିସିମିଲ୍ ଜାଗା ଉପରେ ଅଫିସ୍ ବିଲଡିଂ ନିର୍ମାଣ ଜିଦ୍ କୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ବି ଦିଆଯାଇଛି। ଯେଉଁ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଅନ୍ୟତ୍ର ଜାଗା ଆବଂଟନ କରିଛନ୍ତି, ସେହି ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ସରକାରୀ ଅନୁମତି ନ ଥିବା ଜାଗା ଉପରେ ବିଲଡିଂ ନିର୍ମାଣର ପଣ କରିଛି ।

ୟୁନିଟ୍-୮ କଲ୍ୟାଣମଣ୍ଡପକୁ ଭାଙ୍ଗି ତାହା ଉପରେ ବିଏମସି ଅଫିସ ନିର୍ମାଣ କରିବାକୁ ନେଇ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇଛି। ସ୍ଥାନୀୟ ବୁଦ୍ଧିଜୀବୀମାନେ ଏହାର ପ୍ରତିବାଦ ବିରୋଧ ଜାରି ରଖିଛନ୍ତି। ବିଏମସି ଅଫିସ ପାଇଁ ତାହା ଯେ ପ୍ରକୃଷ୍ଟ ଜାଗା ନୁହେଁ ବିଭିନ୍ନ ସ୍ତରରୁ ଯୁକ୍ତି କରାଯାଉଛି। କଲ୍ୟାଣମଣ୍ଡପର କେଇ ମିଟର ଦୂରରେ ରହିଛି ପୁରାତନ ୟୁନିଟ୍-୮ ଡିଏଭି ସ୍କୁଲ। ପ୍ରାୟ ୫ ହଜାର ପିଲା ସେଠି ପାଠପଢ଼ୁଛନ୍ତି। ବିଏମସି ଅଫିସ ହେଲେ ସେଠାରେ ଟ୍ରାଫିକ୍ ସମସ୍ୟା ରହିବା ସ୍ୱାଭାବିକ। ବିଭିନ୍ନ ସଂଗଠନର ଆନେ୍ଦାଳନ ଓ ଗତିବିଧି ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହେବା ସ୍ୱାଭାବିକ । ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ସୁରକ୍ଷା ପ୍ରତି ବିପନ୍ନ ସୃଷ୍ଟି କରିବାର ଆଶଙ୍କା ରହିଛି । ବିଏମସି ରାଜସ୍ୱ ଦୃଷ୍ଟିରୁ ମଧ୍ୟ ଏହି କଲ୍ୟାଣମଣ୍ଡପଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରତିବର୍ଷ ବିଏମସିକୁ ସେଥିରୁ ମୋଟା ଅଙ୍କର ରାଜସ୍ୱ ମିଳିଥାଏ । ସର୍ବୋପରି କଲ୍ୟାଣମଣ୍ଡପଟି ଭୁବନେଶ୍ୱରର ଐତିହ୍ୟ ବହନ କରୁଥିବାରୁ ତାହା ସମାଧି ନେଇଯିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୁଦ୍ଧିଜୀବୀ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମେୟର ଅନନ୍ତ ନାରାୟଣ ଜେନାଙ୍କ ଜିଦ୍ ପାଇଁ ଆଜି ଏଭଳି ଅବସ୍ଥା ସୃଷ୍ଟି ହୋଇଛି । କମିସନର ଡ. କ୍ରିଷ୍ଣନ କୁମାର ଏହା ଚାହୁଁ ନ ଥିଲେ ମଧ୍ୟ ମେୟର ନିଜ ବାହାଦୁରି ପାଇଁ ସେଇ ଜାଗାରେ ଅଫିସ ନିର୍ମାଣ ପାଇଁ ଜିଦ୍ ଧରିଛନ୍ତି । ଖାଲି ଜିଦ୍ କରିନାହାନ୍ତି, ସରକାର ଦେଇଥିବା ଜାଗାକୁ ଅନ୍ଧାରରେ ରଖି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଭଣ୍ଡେଇଛନ୍ତି । ଅବଶ୍ୟ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଦେବା ପରେ ନଗର ଉନ୍ନୟନ ବିଭାଗ ବିବ୍ରତ ହୋଇପଡ଼ିଛି । ସେହି ଜାଗାରେ ଅଫିସ ନିର୍ମାଣ ପାଇଁ ବିଭାଗ ଅନୁମତି ଦେଇ ନ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ଭାବେ କିଭଳି ଅନ୍ଧାରରେ ରଖାଗଲା ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି ।

Previous Post

ରାମନାଥ କୋବିନ୍ଦ ଚତୁର୍ଦ୍ଦଶ ରାଷ୍ଟ୍ରପତି

Next Post

ଦୁଇ ନାକଚ ଭୋଟ କାହାର ?

Next Post
ଦୁଇ ନାକଚ ଭୋଟ କାହାର ?

ଦୁଇ ନାକଚ ଭୋଟ କାହାର ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA