Monday, May 11, 2026 11:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋଦିଙ୍କୁ ୫ ଟି ପ୍ରଶ୍ନର ଜବାବ ମାଗିଲେ ନିରଞ୍ଜନ

by Our Correspondent
14 Jan, 2019- 05:26 PM
in Latest News, News, Politics
1 min read
0
ମୋଦିଙ୍କୁ ୫ ଟି ପ୍ରଶ୍ନର ଜବାବ ମାଗିଲେ ନିରଞ୍ଜନ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡ଼ିଶା ଆସୁଛନ୍ତି । ହେଲେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ଏହା ପଛରେ କ’ଣ ରହିଛି ରହସ୍ୟ? ମୋଦିଙ୍କ ବଲାଙ୍ଗୀର ଗସ୍ତ ଅବ୍ୟବହିତ ପୂର୍ବରୁ ତାଙ୍କୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସେ ୫ ଟି ପ୍ରଶ୍ନ ପଚାରି ତାହାର ଜବାବ ମାଗିଛନ୍ତି ।
ପ୍ରଶ୍ନ ନଂ-୧: ସ୍ୱାମୀନାଥନ୍ କମିଟି ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଦେଇଥିବା ରିପୋର୍ଟ କାର୍ଯ୍ୟକାରୀ କରିବାକୁ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କାର୍ଯ୍ୟକାରୀ କଲେ ନାହିଁ କାହିଁକି?
ପ୍ରଶ୍ନ ନଂ-୨: ଆପଣ ବର୍ଷକୁ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟିର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପଶ୍ଚିମ ଓଡ଼ିଶାରେ ଆପଣ ଗୋଟିଏ ହେଲେ ପ୍ରକଳ୍ପ ସ୍ଥାପନ କରିଛନ୍ତି କି? ଜଣଙ୍କୁ ହେଲେ ନିଯୁକ୍ତି ଦେଇଛନ୍ତି କି? ଦେଶରେ ଆପଣ କେତେ ନିଯୁକ୍ତି ସୃଷ୍ଟି କରିଛନ୍ତି? ସେଥିପାଇଁ କେତେ ପୁଞ୍ଜି ନିବେଶ କରିଛନ୍ତି? ଓଡ଼ିଶାରେ କେତୋଟି କେନ୍ଦ୍ରୀୟ ପ୍ରକଳ୍ପ ସ୍ଥାପନ କରିଛନ୍ତି?
ପ୍ରଶ୍ନ ନଂ-୩: ଆପଣ କାହିଁକି ରାଫେଲ୍ ପ୍ରକଳ୍ପକୁ ହାଲ୍ ଠାରୁ ଛଡ଼ାଇ ନେଇ ଅନିଲ ଅମ୍ବାନୀଙ୍କୁ ପ୍ରଦାନ କଲେ? ତାହାଦ୍ୱାରା ଓଡ଼ିଶାର ଯୁବଗୋଷ୍ଠୀ ନିଯୁକ୍ତି ସୁଯୋଗ ହରାଇଲେନି କି?
ପ୍ରଶ୍ନ ନଂ-୪: ରାଜୀବ ଗାନ୍ଧୀ ଜେକେବିକେ ପ୍ରକଳ୍ପ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ପଛୁଆ ଅଞ୍ଚଳ ବିକାଶ ଅନୁଦାନ ପ୍ରଦାନ କରାଯାଇଥିଲା । ଆପଣ ସେହି ପ୍ରକଳ୍ପଗୁଡ଼ିକ କାହିଁକି ବନ୍ଦ କରିଦେଲେ? ଆପଣ କ୍ଷମତାକୁ ଆସିବା ପରଠାରୁ ପଶ୍ଚିମ ଓଡ଼ିଶା ପାଇଁ କି ସ୍ୱତନ୍ତ୍ର ପ୍ୟାକେଜ୍ ଦେଇଛନ୍ତି? ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ୍ କାହିଁକି ଦିଆଯାଉନାହିଁ?
ପ୍ରଶ୍ନ ନଂ-୫: ଚିଟଫଣ୍ଡ ଠକମାନେ ଓଡ଼ିଶାର ଗରିବ ଲୋକଙ୍କଠାରୁ ହଜାର ହଜାର କୋଟି ଟଙ୍କା ଲୁଟି ନେଇଛନ୍ତି । ଆପଣଙ୍କ ଅଧିନରେ କାମ କରୁଥିବା ସିବିଆଇ ଚିଟଫଣ୍ଡ ଦୁର୍ନୀତି ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ କାହିଁକି? ଆପଣ ନବୀନ ପଟ୍ଟନାୟକଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି?

ନବ ଦାସଙ୍କ ଆସନ୍ନ ଦଳବଦଳ ଉପରେ ପ୍ରତିକ୍ରିୟା

ଝାରସୁଗୁଡ଼ା ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ନବ ଦାସ ବିଜେଡ଼ିରେ ମିଶୁଥିବା ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ନବବାବୁ କଂଗ୍ରେସ ଛାଡ଼ିବା ନେଇ ସେ ଖବର ପାଉଛନ୍ତି । ସେଥିପାଇଁ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ଦୁଃଖୀ । ତେବେ ସେ ଯାହା ହେଉ, ରାଜନୀତିରେ ଆଦର୍ଶବାଦ ହ୍ରାସ ପାଉଛି । କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ଏବେ ଦଳଡିଆଁ ଚାଲିଛି । ନେତାମାନେ ବ୍ୟବସାୟିକ ମନୋବୃତ୍ତି ଯୋଗୁଁ ଦଳ ବଦଳ କରୁଛନ୍ତି । କଂଗ୍ରେସ ଏକ ବିରାଟ ଦଳ । କୌଣସି ନେତା ଛାଡ଼ି ଚାଲିଗଲେ ଦଳର କିଛି କ୍ଷତି ହେବନି । ଅନ୍ୟ ଦଳରେ ନେତା ସଙ୍କଟ ଯୋଗୁଁ ସେମାନେ କଂଗ୍ରେସରୁ ନେତା ଆମଦାନୀ କରୁଛନ୍ତି । ଏ ସମୟରେ ଦଳ ଛାଡୁଥିବା ନେତାଙ୍କର ପ୍ରଭାବ ଭୋଟରଙ୍କ ଉପରେ ପଡ଼ିବ ନାହିଁ ବୋଲି ନିରଞ୍ଜନ କହିଛନ୍ତି ।
Previous Post

ଧର୍ମେନ୍ଦ୍ରଙ୍କ ଅଙ୍ଗନବାଡ଼ି ଟାର୍ଗେଟ୍: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

Next Post

ରାଜ୍ୟ ବିଜେପିକୁ ଚଡ଼କ; ବଲାଙ୍ଗୀରରେ ବି ନିରାଶ କଲେ ମୋଦି

Next Post
ରାଜ୍ୟ ବିଜେପିକୁ ଚଡ଼କ; ବଲାଙ୍ଗୀରରେ ବି ନିରାଶ କଲେ ମୋଦି

ରାଜ୍ୟ ବିଜେପିକୁ ଚଡ଼କ; ବଲାଙ୍ଗୀରରେ ବି ନିରାଶ କଲେ ମୋଦି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA