Monday, May 11, 2026 11:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋଦି-ଶାହା ଫେଲ୍; ୟେଦୁରପ୍ପା ଇସ୍ତଫା ଦେଲେ

by Our Correspondent
19 May, 2018- 04:33 PM
in Latest News, Politics
1 min read
0
ମୋଦି-ଶାହା ଫେଲ୍; ୟେଦୁରପ୍ପା ଇସ୍ତଫା ଦେଲେ

ବେଙ୍ଗାଲୁରୁ: ଶତଚେଷ୍ଟା କରି ମଧ୍ୟ ବିଜେପି ସଂଖ୍ୟା ଯୋଗାଡ଼ କରିପାରିଲାନି । ଅମିତ୍ ଶାହା ତାଙ୍କ ଟିମ୍ କୁ କର୍ଣ୍ଣାଟକରେ ଡେରା ପକାଇଥିଲେ ମଧ୍ୟ କଂଗ୍ରେସ ଓ ଜେଡ଼ିଏସ୍ ରୁ ମୁଣ୍ଡ ଟାଣିପାରିଲେନି । ଆଉ ପରିଣାମ ହେଲା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦୁରପ୍ପା । ଆଜି ଅପରାହ୍ନ ୪ଟାରେ ୟେଦୁରପ୍ପା ବିଧାନସଭାରେ ଶକ୍ତି ପରୀକ୍ଷା ଦେବାର ଥିଲା । ମାତ୍ର ତାହା ପୂର୍ବରୁ ସେ ଆତ୍ମସମର୍ପଣ କରିଦେଲେ । ଗୃହରେ କୋଡ଼ିଏ ମିନିଟ୍ ଧରି ଭାବପ୍ରବଣଭରା ଭାଷଣ ଦେଲା ପରେ ସେ ନିଜର ଇସ୍ତଫା ଘୋଷଣା କରିଥିଲେ । ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ତାଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ ବୋଲି ମାନିଯାଇଥିଲେ । ଗୃହରେ ଭାଷଣ ସାରି ସେ ସିଧାସଳଖ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।

ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୧୧୨ । ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ବିଜେପି ହାତରେ ୧୦୪ ଟି ଆସନ ଅଛି । କଂଗ୍ରେସ ହାତରେ ୭୮ ଏବଂ ଜେଡ଼ିଏସ୍ ପାଖରେ ୩୮ ସଂଖ୍ୟା ଅଛି । କଂଗ୍ରେସ ଓ ଜେଡ଼ିଏସ୍ ମେଣ୍ଟ ୧୧୭ ସଂଖ୍ୟା ଧରି ସରକାର ଗଠନ କରିବାକୁ ଦାବି କରିଥିଲେ ମଧ୍ୟ ରାଜ୍ୟପାଳ ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ ଏବଂ ଗତ ୧୭ ତାରିଖରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଏହାକୁ ଚାଲେଂଜ କରି କଂଗ୍ରେସ ଓ ଜେଡ଼ିଏସ୍ ସୁପ୍ରିମକୋର୍ଟ ଯାଇଥିଲେ ମଧ୍ୟ ୟେଦୁରପ୍ପାଙ୍କ ଶପଥକୁ ରୋକି ପାରି ନ ଥିଲେ । ତେବେ ରାଜ୍ୟପାଳ ତାଙ୍କୁ ଶକ୍ତି ପରୀକ୍ଷା ପାଇଁ ଦେଇଥିବା ୧୫ ଦିନର ସମୟସୀମାକୁ ସୁପ୍ରିମକୋର୍ଟ ୪୮ ଘଣ୍ଟାକୁ ଖସାଇ ଦେଇଥିଲେ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ୪ଟାରେ ୟେଦୁରପ୍ପା ବିଧାନସଭାରେ ଶକ୍ତି ପରୀକ୍ଷା ଦେଇଥାଆନ୍ତେ । ବିଜେପି ଶେଷ ପର୍ଯ୍ୟନ୍ତ ଶକ୍ତି ଯୋଗାଡ଼ ପାଇଁ ସମସ୍ତ ବଳ ଖଟାଇଥିଲା । ମାତ୍ର ତାହା ସଫଳ ହେଲାନି । ବିଧାନସଭା ଆରମ୍ଭ ହେବା କ୍ଷଣି ୟେଦୁରପ୍ପା ତାଙ୍କର ଆବେଗପୂର୍ଣ୍ଣ ଭାଷଣ ଆରମ୍ଭ କରି ଇସ୍ତଫା ଘୋଷଣାରେ ଶେଷ କରିଥିଲେ ।
Previous Post

ବିଜେପିର ଗେମପ୍ଲାନ୍; ବିଜେଡ଼ିର ୪୦ ମୁଣ୍ଡ ଉପରେ ନଜର !

Next Post

ସୋମବାର ଶପଥ ନେବେ କୁମାରସ୍ୱାମୀ

Next Post
ସୋମବାର ଶପଥ ନେବେ କୁମାରସ୍ୱାମୀ

ସୋମବାର ଶପଥ ନେବେ କୁମାରସ୍ୱାମୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA