Friday, April 17, 2026 12:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ରତ୍ନର ମାୟା, ସବୁ ଜାଣି ବି ବାୟା

by Our Correspondent
05 Jan, 2016- 06:01 PM
in Politics
1 min read
0
ରତ୍ନର ମାୟା, ସବୁ ଜାଣି ବି ବାୟା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମାର୍ଚ୍ଚ ୫ ତାରିଖରୁ ଏପ୍ରିଲ୍‍ ୧୭ ପର୍ଯ୍ୟନ୍ତ ମହା ଆଡମ୍ବରରେ ବିଜେଡ଼ି ଓ ତାଙ୍କ ସରକାର ପାଳିବେ ବିଜୁ ଜନ୍ମ ଶତବାର୍ଷିକୀ । ଓଡ଼ିଶାର ପୁରପଲ୍ଲୀରେ ଉତ୍ସବ ମନାଯିବ । ମରୁଡ଼ି କବଳିତ ଋଣଗ୍ରସ୍ତ ଚାଷୀ, ଜୀବନ ପାଇଁ ହାହାକାର ହେଉଥିବା ବେଳେ ଓଡ଼ିଶା ରାଜକୋଷରୁ କୋଟି କୋଟି ଟଙ୍କା ଉଡ଼ିବ ବିଜୁ ଶତବାର୍ଷିକୀ ନାଁରେ । ବର୍ଷିକିଆ ସମାରୋହ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜୁବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ପଲ୍ଲୀଠାରୁ ଦିଲ୍ଲୀ ଯାଏଁ ସ୍ୱର ଉଠାଇବ ବିଜୁ ଜନତା ଦଳ । ତାହାପୁଣି ଆମଭଳି ସାଧାରଣ ଜନତାଙ୍କ ପଇସାରେ ।

ବିଜୁବାବୁ ଓଡ଼ିଶା ମାଟିର ଜଣେ ମହାନ୍‍ ସନ୍ତାନ ଏଥିରେ ଦ୍ୱିମତ ନାହିଁ । ମାତ୍ର ତାଙ୍କର ମହାନତା ଆଗରେ ଅନ୍ୟ ବରପୁତ୍ରମାନେ ଯେ ନୁ୍ୟନ ଓ ବିଜୁବାବୁ ଭାରତ ରତ୍ନ ପାଇବା ପାଇଁ ଏକମାତ୍ର ଯୋଗ୍ୟ ତାହା ଏବେ ବିତର୍କର ବିଷୟ । ବିଜୁବାବୁ ଜଣେ ସାହାସୀ ପୁରୁଷ ଥିଲେ ଏହା ସମସ୍ତେ ଜାଣନ୍ତି । ବିଜୁଙ୍କ ସେହି ଗୁଣ ତାଙ୍କୁ ସ୍ୱାଧୀନତା ସଂଗ୍ରାମ କାଳରେ ଜବାହାରଲାଲ ନେହେରୁଙ୍କ ବିଶ୍ୱାସଭାଜନ କରାଇଥିଲା । ୧୯୪୭ରେ ପାଇଲଟ୍‍ ବିଜୁଙ୍କୁ ସୁକର୍ଣ୍ଣୋ ଉଦ୍ଧାର ମିସନ୍‍ରେ ଇଣ୍ଡୋନେସିଆ ପଠାଇଥିଲେ ନେହେରୁ । ବିଜୁବାବୁ ତାଙ୍କ ମିସନ୍‍ରେ ସଫଳ ହୋଇ ସୁକର୍ଣ୍ଣୋଙ୍କୁ ଉଦ୍ଧାର କରିଥିଲେ । ଅବଶ୍ୟ ସେ ସୁକର୍ଣ୍ଣୋଙ୍କୁ ନୁହେଁ ବରଂ ଇଣ୍ଡୋନେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ସାହାରିରଙ୍କୁ ଆଣିଥିଲେ ବୋଲି କୁହାଯାଉଛି । ତେବେ ସେ ଯାହା ହେଉ, ଜଣେ ବିମାନଚାଳକ ଭାବେ ଏହା ଥିଲା ତାଙ୍କର ଦୁଃସାହସିକତା । ମାତ୍ର ଏହା ଯେ ତାଙ୍କୁ ରାଜନୀତିରେ ଶ୍ରେଷ୍ଠତ୍ୱ ଆଣିଦେଇଛି ତାହା ବିଚାର କରିବା ଠିକ୍‍ ନୁହେଁ । ରାଜନୈତିକ ଇତିହାସକୁ ପଢ଼ିଲେ, ଖାସ୍‍ ନେହେରୁଙ୍କ ଆର୍ଶିବାଦରେ ୧୯୬୧ ରେ ରାଜ୍ୟ କଂଗ୍ରେସ ସଭାପତି ହୋଇଥିଲେ ବିଜୁ । ଆଉ ସେହିବର୍ଷ ଜୁନ୍‍ ୨୩ରେ ମୁଖ୍ୟମନ୍ତ୍ରୀ ହୋଇଗଲେ ସେ । ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏକ ସାଧାରଣ ସଭାରେ କହିଥିଲେ ଯେ ମୁଁ କୋଟିଏ ଟଙ୍କା ଖର୍ଚ୍ଚ କରି ମୁଖ୍ୟମନ୍ତ୍ରୀ ହେଲି । ୧୦ କୋଟି ଟଙ୍କା ଖର୍ଚ୍ଚ କରିବି ତ ପ୍ରଧାନମନ୍ତ୍ରୀ ହେବି । ବିଜୁଙ୍କ ଏଭଳି ଅହଂକାରିତାକୁ ସାଧାରଣ ଜନତା ନାପସନ୍ଦ କରିଥିଲେ ।

ଓଡ଼ିଶାର ଗରିବ ଗୁରୁବାଙ୍କ କଥା ଭୁଲି ବିଜୁବାବୁ ନିର୍ବାଚନ ପାଣ୍ଠି ନାଁରେ କୁଆଡେ ଖଣି ବ୍ୟବସାୟୀ ଏବଂ ବିଭିନ୍ନ ଅନୁଷ୍ଠାନଠାରୁ ବିପୁଳ ଅର୍ଥ ଆଦାୟ କରୁଥିଲେ । ୨୩ ଜୁଲାଇ ୧୯୬୩ ମସିହାରେ ବାଲେଶ୍ୱରର ଗାନ୍ଧୀ ପ୍ରଚାର କେନ୍ଦ୍ରଠାରେ ଏକ ଉତ୍ସବରେ ଖୋଦ୍‍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ବାବୁ ବିଜୁବାବୁଙ୍କର ଏହି କାରସାଦିକୁ ସର୍ବସମ୍ମୁଖରେ ଖୋଲିଥିଲେ । ପରେ ପରେ ତମାମ ରାଜ୍ୟରେ ବିଜୁବାବୁଙ୍କ ବିରୋଧରେ ଅସନ୍ତୋଷ ଜନଆନେ୍ଦାଳନର ରୂପ ନେଇଥିଲା । ରେଭେନ୍‍ସା କଲେଜରେ ଛାତ୍ର ଆନେ୍ଦାଳନ ମୁଣ୍ଡ ଟେକି ସାରା ରାଜ୍ୟକୁ ବ୍ୟାପିଥିଲା । ଏହାର ନେତୃତ୍ୱ ନେଇଥିଲେ ନନ୍ଦିନୀ ଶତପଥୀ ଓ ନିର୍ମଳା ମିଶ୍ର । ଦୁର୍ଭାଗ୍ୟକୁ ହେଉ କି ସଂଯୋଗକୁ ହେଉ ସେହି ନିର୍ମଳା ମିଶ୍ରଙ୍କୁ କିଛି ଦୁର୍ବୃତ୍ତ ଗାଡ଼ି ଚଡ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ । ସେଥିରୁ ସେ ବର୍ତ୍ତିଯାଇଥିଲେ ମଧ୍ୟ ସବୁଦିନ ପାଇଁ ଗୋଟିଏ ହାତ ହରାଇଥିଲେ । ତେବେ ସେ ଯାହା ହେଉ, ବିଜୁବାବୁ ଛାତ୍ର ଆନେ୍ଦାଳନକୁ ଦମନ ପାଇଁ ଲାଗିବାରୁ ଓଲଟି ଆନେ୍ଦାଳନ ଭୟଙ୍କର ରୂପ ନେଇଥିଲା । ବିଜୁବାବୁଙ୍କୁ ବିପଦରୁ ରକ୍ଷା କରିବାକୁ ନେହେରୁ ଶତଚେଷ୍ଟା କରିଥିଲେ । ମାତ୍ର କାମରାଜ ଯୋଜନାରେ ଅକ୍ଟୋବର ୧, ୧୯୬୩ରେ ବିଜୁଙ୍କ ମୁଖ୍ୟମନ୍ତ୍ରୀ ପଦ ଚାଲିଗଲା ।

ବିଜୁ ମୁଖ୍ୟମନ୍ତ୍ରୀ ପଦରୁ ଗଲେ ସତ ହେଲେ କ୍ଷମତାକୁ ନିଜ ହାତମୁଠାରେ ରଖିବାର ଚାଲ୍‍ ଖେଳି ତାଙ୍କର ଅତି ନିଜର ବୀରେନ୍‍ ମିତ୍ରଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ସଫଳ ହେଲେ । କ୍ଷମତା ଆଉ ନାଲିବତୀ ନିଶାରେ ବିଜୁବାବୁ ଯୋଜନା ବୋର୍ଡର ଅଧ୍ୟକ୍ଷ ଗାଦି ପୂର୍ବଭଳି ମାଡ଼ିବସିଲେ । ତେବେ ଉଭୟଙ୍କ ଶାସନରେ ଲୋକେ ତ୍ରାହି ତ୍ରାହି ଡାକ ଦେଲେ । ବିଜୁ-ବୀରେନ୍‍ ଯେଉଁଠି, ମଦ ବୋତଲ ସେଇଠି । ସାରା ରାଜ୍ୟର ଲୋକଙ୍କ ମୁହଁରେ ଥିଲା ଏହି ଭାଷା । ସେହି ସମୟରେ ବିଜୁ ଓ ବୀରେନ “ଓଡ଼ିଶା ଏଜେଣ୍ଟ’ ନାମରେ ଏକ ସଂସ୍ଥା ଖୋଲି ଓଡ଼ିଶା ରାଜକୋଷରୁ କୋଟି କୋଟି ଟଙ୍କା ହେରଫେର କରିଥିଲେ ବୋଲି ଅଭିଯୋଗ ଆଣିଥିଲେ ହରେକୃଷ୍ଣ ମହତାବ ଓ ପବିତ୍ର ମୋହନ ପ୍ରଧାନ । ଦୁହିଁଙ୍କ ବିରୋଧରେ କମିଶନ ଅଫ୍‍ ଇନକ୍ୱାରୀ ଗଠନ କରାଯାଉ ବୋଲି ରାଷ୍ଟ୍ରପତିଙ୍କଠାରେ ଅଭିଯୋଗ କରିଥିଲେ । ରାଷ୍ଟ୍ରପତି ଏହି ଅଭିଯୋଗକୁ ପାର୍ଲିଆମେଣ୍ଟରେ ଆଲୋଚନା ପାଇଁ ପରାମର୍ଶ ଦେଇଥିଲେ । ପାର୍ଲିଆମେଣ୍ଟ ତାହା ଆଲୋଚନା କରି ସିବିଆଇକୁ ତଦନ୍ତ ପାଇଁ ସୁପାରିଶ କରିଥିଲେ । ସିବିଆଇ ତାର ପ୍ରାଥମିକ ତଦନ୍ତ ରିପୋର୍ଟରେ ଉକ୍ତ ଅଭିଯୋଗର ସତ୍ୟତା ଅଛି ବୋଲି ଦର୍ଶାଇଥିଲେ । ଏହାକୁ ନେଇ ବେଶ୍‍ ତୁମ୍ବିତୋଫାନ ହୋଇଥିଲା । ଫଳରେ ବୀରେନ୍‍ ମିତ୍ର ଫେବୃଆରୀ ୨୦, ୧୯୬୫ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଓ ତାଙ୍କ ଜାଗାରେ ସଦାଶିବ ତ୍ରିପାଠୀ ହେଲେ ମୁଖ୍ୟମନ୍ତ୍ରୀ ।
ଶ୍ରୀଯୁକ୍ତ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ପଦରେ ଅଳଙ୍କୃତ ହେଲା ପରେ ୨୬.୧୦.୧୯୬୭ ରେ ବିଜୁ-ବୀରେନ୍‍ଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ହଂସରାଜ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଅଫ୍‍ ଇନକ୍ୱାରି ଗଠନ କରିଥିଲେ । ଏହାକୁ ବିଜୁ-ବୀରେନ୍‍ ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଦୁହିଁଙ୍କ ପିଟିସନ୍‍ ଖାରଜ କରିବା ସଙ୍ଗେ ସଙ୍ଗେ କମିଶନ ଅଫ୍‍ ଇନକ୍ୱାରି ଗଠନକୁ ସଠିକ୍‍ ଦର୍ଶାଇଥିଲେ । ବିଜୁ ସୁପ୍ରିମ୍‍କୋର୍ଟରେ ଏହାକୁ ଚାଲେଞ୍ଜ କରିଥିଲେ । ମାତ୍ର ସୁପ୍ରିମ୍‍କୋର୍ଟ ବିଜୁଙ୍କ ଆବେଦନକୁ ୧୬.୪.୧୯୬୮ରେ ଖାରଜ କରିଦେଲେ । ସେତେବେଳକୁ ବିଜୁ ସାଧାରଣରେ ନିନ୍ଦିତ ହୋଇସାରିଥିଲେ । ପବିତ୍ର ମୋହନ ପ୍ରଧାନଙ୍କ ଭଳି ଏକ ବିଶିଷ୍ଟ ବ୍ୟକ୍ତିଙ୍କୁ କଂଗ୍ରେସ ବୈଠକରେ ମାଡ଼ମାରି ତାଙ୍କ ଜାମା ଚିରିଦେବା ତାଙ୍କୁ ଅଧିକ ବିବାଦୀୟ କରିଥିଲା । ଏହାପରେ ନିଜେ ଦୁର୍ଭାଗ୍ୟକୁ ଡାକି ୧୯୬୭ ସାଧାରଣ ନିର୍ବାଚନରେ ୫ ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ ବିଜୁବାବୁ ।

ବିଜୁଙ୍କ ଦୁର୍ଦ୍ଧଶା ସେତିକିରେ ସରି ନ ଥିଲା । ୧୫ ଜାନୁଆରୀ ୧୯୬୯ରେ ଖାନ୍ନା କମିଶନ ତାଙ୍କ ରିପୋର୍ଟ ଦେଇଥିଲେ । ସେଥିରେ ସ୍ପଷ୍ଟ ଉଲ୍ଲେଖ ଥିଲା, ବିଜୁ ପଟ୍ଟନାୟକ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି । ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ କ୍ଷମତାର ଅପବ୍ୟବହାର କରି ବ୍ୟବସାୟୀ, ଶିଳ୍ପପତି ଏବଂ ଜନସାଧାରଣଙ୍କଠାରୁ ବିପୁଳ ଅର୍ଥ ଆଦାୟ କରିଛନ୍ତି । ସେହି ଅର୍ଥକୁ ସେ ନିଜ ଓ ନିଜ ପରିବାର ପାଇଁ ବିନିଯୋଗ କରିଛନ୍ତି । ବିଜୁଙ୍କ ଦେହରେ ଏହି କଳଙ୍କ ଲାଗିବା ପରେ କଂଗ୍ରେସରୁ ସେ କୋଣଠେସା ହୋଇଗଲେ । ସେହିବର୍ଷ ଉକ୍ରଳ କଂଗ୍ରେସ ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ ବିଜୁ ବାବୁ । ଅବଶ୍ୟ ସେହି ସମୟକୁ ବିଭିନ୍ନ କାରଣରୁ କଂଗ୍ରେସ ନେତୃତ୍ୱ ବି ଦୁର୍ବଳ ହୋଇଯାଇଥିଲା । ୧୯୭୭ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଜିତି ମୋରାରଜୀ ଦେଶାଇ ସରକାରରେ ଇସ୍ପାତ ଓ ଖଣି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ ବିଜୁ ।

ତେବେ ବିଜୁ ପଟ୍ଟନାୟକଙ୍କ ଦୂରଦୃଷ୍ଟିହୀନ, ହୁଙ୍କାପିଟା ବୁଦ୍ଧି ଯୋଗୁଁ ରାଜନୀତିରେ ସେ ବହୁତ ସମସ୍ୟା ଦେଇ ଆସିଛନ୍ତି । ନିଜକୁ ନିଜେ ବିଚଳିତ ହୋଇଛନ୍ତି । ଲୋକଙ୍କଠାରୁ ତଡ଼ା ଖାଇ ୨୭ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରୁ ଦୂରେଇ ରହିଛନ୍ତି । ଭାରତୀୟ ଜନତା ପାର୍ଟିକୁ ଏକ “ସାଇନ୍‍ ବୋର୍ଡ’ ପାର୍ଟି କହି ସମାଲୋଚନାର ଶରବ୍ୟ ହୋଇଛନ୍ତି । ୧୯୯୦ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇ କ୍ଷମତାକୁ ଆସିଥିଲେ ମଧ୍ୟ ୫ ବର୍ଷ ପରେ ଲୋକେ ତାଙ୍କୁ ଫିଙ୍ଗିଦେଲେ । ଦୁର୍ନୀତିର ଛାପ ଲାଗିଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଠାରୁ ବି ବିଜୁବାବୁଙ୍କୁ ହୀନ ମଣିଥିଲେ ରାଜ୍ୟବାସୀ । ବିଜୁଙ୍କ ଏହି ମଇଳା ଭାବମୂର୍ତ୍ତି ଜାନକୀଙ୍କୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଆଣିଦେଲା ।

ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଜୁବାବୁଙ୍କ ନାଁରେ ଆସିଥିଲା ସାଂଘାତିକ ଅଭିଯୋଗ । ପତ୍ନୀ ଜ୍ଞାନ ପଟ୍ଟନାୟକ ଓ ପୁତ୍ର ପ୍ରେମ୍‍ଙ୍କ ସହ ଥାପର୍‍ ଗ୍ରୁପର ଆର୍ଥିକ କାରବାର ଥିବାରୁ ବିଜୁବାବୁ ଥାପର୍‍ ଗ୍ରୁପ୍‍ର କାରଖାନା ବେଲାରପୁର କାଗଜକଳକୁ ଟନ୍‍ ପିଛା ୧୦୦ ଟଙ୍କା କମ୍‍ ଦରରେ ବାଉଁଶ ବିକିଥିଲେ । ସେଥିଯୋଗୁଁ ଓଡ଼ିଶା ସରକାରଙ୍କୁ ୭ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା । ଏହା ଜାତୀୟ ଜଙ୍ଗଲ ନୀତି ବିରୋଧରେ ଯାଇଥିଲା ଏବଂ ବିଜୁବାବୁଙ୍କ ନାଁରେ ମକଦ୍ଧମା ହୋଇଥିଲା । ଖାଲି ସେତିକି ନୁହେଁ, ବିଜୁବାବୁ ତାଙ୍କ ଶାସନକାଳରେ ୧୮ କୋଟି ଟଙ୍କା ହେରଫେର କରି ନିଜ ଆକାଉଣ୍ଟରେ ଜମା କରିଥିବାର ଗୁରୁତର ଅଭିଯୋଗ ହୋଇଥିଲା ଏବଂ ଭିଜିଲାନସ୍‍ ମାମଲା ରୁଜୁ କରି ତଦନ୍ତ କଲା । ବିଜୁବାବୁଙ୍କ ଦେହାନ୍ତ ପରେ ଏସବୁ ମକଦ୍ଧମା ବନ୍ଦ ହୋଇଯାଇଥିଲା ।

ଆଜି ଆଧୁନିକ ଓଡ଼ିଶାର ନିର୍ମାତା, ବହୁ ଶିଳ୍ପର ପ୍ରଣେତା ଭାବେ ବିଜୁବାବୁଙ୍କୁ ଯେଉଁ ଭଳି ପ୍ରଚାର କରାଯାଉଛି ତାହା ସାଧାରଣରେ ବିତର୍କ ସୃଷ୍ଟି କରିଛି । ଏତିକିବେଳେ ଅତୀତର ଦୀର୍ଘ ଦୁଇଦଶନ୍ଧି ଧରି ମଧୁବାବୁଙ୍କ ସାଧନା, ଗୋପବନ୍ଧୁଙ୍କ ତ୍ୟାଗ, ଫକୀରମୋହନଙ୍କ ତପସ୍ୟା, ରାଧାନାଥଙ୍କ ଶିକ୍ଷା, ମହାରାଜା କୃଷ୍ଣଚନ୍ଦ୍ର ଓ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଅଦମ୍ୟ ନିଷ୍ଠା ଓ ଶ୍ରମ ଉପରେ ଛିଡ଼ା ହୋଇଥିବା ଓଡ଼ିଆ ଜାତିକୁ ବିଜୁବାବୁଙ୍କ ସ୍ମୃତିଚାରଣରେ ହଜାଇଦେବାର ପ୍ରଚେଷ୍ଟା କରୁଛି ବିଜୁ ଜନତା ଦଳ । ବାସ୍ତବରେ ବିଜୁଙ୍କ ପାଇଁ ବିଜେଡ଼ିର ଏହା ରତ୍ନ ପାଇଁ ମାୟା ନା ସବୁ ଜାଣି ବି ବାୟା?

Previous Post

ରେଳ ପାଇଁ ଦାବି ୫ ହଜାର କୋଟି

Next Post

ବିଭାଗ ଛାଡ଼ିବାକୁ ନାରାଜ, କୋଠପୁଅ ସଚିବାଳୟ ବାବୁ

Next Post
ବିଭାଗ ଛାଡ଼ିବାକୁ ନାରାଜ, କୋଠପୁଅ ସଚିବାଳୟ ବାବୁ

ବିଭାଗ ଛାଡ଼ିବାକୁ ନାରାଜ, କୋଠପୁଅ ସଚିବାଳୟ ବାବୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA