Monday, May 18, 2026 05:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରଥଯାତ୍ରା ପାଇଁ ଶେଷ ଅଶା; ସୋମବାରକୁ ଅପେକ୍ଷା

by Our Correspondent
20 Jun, 2020- 12:20 AM
in Latest News, News
1 min read
0
ରଥଯାତ୍ରା ପାଇଁ ଶେଷ ଅଶା; ସୋମବାରକୁ ଅପେକ୍ଷା
ପୁରୀ: ଏବର୍ଷ ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମ୍ କୋର୍ଟ ଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିପାରିନାହାନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ । କୋଭିଡ୍ ନିୟମ ପାଳନ ସହ ବିନା ଭକ୍ତରେ ବଡ଼ଦାଣ୍ଡରେ ରଥ ଟଣାଯାଇପାରିବ ବୋଲି ସମସ୍ତଙ୍କର ସମ୍ମତି ରହିଛି । ଶୁକ୍ରବାର ଛତିଶା ନିଯୋଗ ପକ୍ଷରୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶର ସାନି ବିଚାର ପାଇଁ ଦୁଇଟି ପିଟିସନ୍ ପଡ଼ିଛି । ସେହିଭଳି ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶର ପୁନର୍ବିଚାର ପାଇଁ ରାଜ୍ୟ ସରକାର ସାନି ଆବେଦନ କରନ୍ତୁ ବୋଲି ଛତିଶା ନିଯୋଗ ଏବଂ ପରିଚାଳନା କମିଟି ମଧ୍ୟରେ ହୋଇଥିବା ବୈଠକରେ ସର୍ବସମ୍ମତ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାର ଏହାକୁ ଗ୍ରହଣ କଲେ ଆସନ୍ତା ସୋମବାର ଦିନ ରଥଯାତ୍ରା ନିଷ୍ପତ୍ତି ସ୍ପଷ୍ଟ ହୋଇଯିବ ।
ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ମଧ୍ୟରେ ଶୁକ୍ରବାର ସଂଧ୍ୟାରେ ବୈଠକ ହୋଇଥିଲା । ରଥଯାତ୍ରା ବନ୍ଦ ନେଇ ସୁପ୍ରିମ୍ କୋର୍ଟ ଙ୍କ ନିର୍ଦ୍ଦେଶ ଉପରେ ଦୀର୍ଘ ସାଢ଼େ ତିନି ଘଣ୍ଟା ଧରି ଆଲୋଚନା ହୋଇଥିଲା । କୋଭିଡ୍ ନିୟମ ଭିତରେ ବିନା ଭକ୍ତରେ ରଥଯାତ୍ରା କରାଯିବାରେ କୌଣସି ଅସୁବିଧା ନାହିଁ । ଏଣୁ ଏହାକୁ ବନ୍ଦ କରାଯିବା ଉଚିତ୍ ନୁହେଁ ବୋଲି ସମସ୍ତେ ଏକମତ ହୋଇଥିବା ପରିଚାଳନା କମିଟି ସଭାପତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି ।
ଗଜପତି ଶ୍ରୀ ଦେବ ଗଣମାଧ୍ୟମକୁ କହିଛନ୍ତି ଯେ ରଥଯାତ୍ରା ସମ୍ପନ୍ନ ପାଇଁ ପୂର୍ବରୁ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇ ସରକାରଙ୍କୁ ଅବଗତ କରାଯାଇଥିଲା । ରଥଯାତ୍ରାରେ ୧୦ରୁ ୧୨ ଲକ୍ଷ ଭକ୍ତ ସମାଗମ ହେବ ଏକଥା ସରକାରଙ୍କୁ କୁହାଯାଇ ନ ଥିଲା । ବରଂ ବିନା ଭକ୍ତରେ ଏହାକୁ ଶୃଙ୍ଖଳାର ସହ କରାଯାଇପାରିବ ବୋଲି ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ନାମୀ ଓକିଲ ହରିଶ୍ ସାଲଭେ ରଥଯାତ୍ରାରେ ୧୦ ରୁ ୧୨ ଲକ୍ଷ ଜନସମାଗମ ହେବ ବୋଲି କହିଲେ । ସୁତରାଂ ରାଜ୍ୟ ସରକାର ଆମ ପ୍ରସ୍ତାବକୁ ସ୍ୱୀକାର କରିନାହାନ୍ତି ଏହା ସ୍ପଷ୍ଟ ।
ଗଜପତି ଦର୍ଶାଇଛନ୍ତି ଯେ ରାଜ୍ୟ ସରକାରଙ୍କ ଦାୟିତ୍ୱ ଥିଲା ରଥଯାତ୍ରା ପାଇଁ ସୁପ୍ରିମ୍ କୋର୍ଟ ଙ୍କୁ ମନାଇବା । କରୋନା ରଥଯାତ୍ରାରେ କୌଣସି ଅସୁବିଧା ସୃଷ୍ଟି କରିପାରିବ ନାହିଁ ବୋଲି କହିପାରିଥାଆନ୍ତେ । ମାତ୍ର ସରକାର ତାହା କରିନାହାନ୍ତି । ପରିଚାଳନା କମିଟି ପକ୍ଷରୁ ସୁପ୍ରିମ୍ କୋର୍ଟରେ ଓକିଲ ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଯୁକ୍ତି ବିରୋଧରେ ଯିବା ସମ୍ଭବ ନ ଥିଲା । କାରଣ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳନା କମିଟି ରହିଛି ।
ତେବେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସୁପ୍ରିମ୍ କୋର୍ଟ ରେ ପୁଣି ଆବେଦନ କରାଯାଇଛି ଏବଂ ସାନି ଆବେଦନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିବାରୁ ସମସ୍ତଙ୍କର ଆଶା ରହୁଛି ଯେ ମହାପ୍ରଭୁଙ୍କ କୃପାରୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶର ପରିବର୍ତ୍ତନ ହୋଇପାରେ । ଏହା କହିଛନ୍ତି ଗଜପତି ମହାରାଜା ।
ଜୁନ୍ ୨୩ ତାରିଖରେ ରଥଯାତ୍ରା ପଡୁଥିବାରୁ ହାତରେ ସମୟ ନାହିଁ । ପରିଚାଳନା କମିଟି ଏବଂ ଛତିଶା ନିଯୋଗ ପକ୍ଷରୁ ଆଜିଠାରୁ ଏ ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସରକାର ରାଜିହେଲେ ସୋମବାର ଦିନ ନିଷ୍କର୍ସ ବାହାରିଯିବ । ତେଣୁ ସେ ପର୍ଯ୍ୟନ୍ତ ରଥଯାତ୍ରାର ବିକଳ୍ପ ନେଇ କିଛି କହିବା ସମ୍ଭବ ନୁହେଁ । ସୋମବାର ଦିନ ସୁପ୍ରିମ୍ କୋର୍ଟ ତାଙ୍କ ନିଷ୍ପତ୍ତି କାଏମ ରଖିଲେ ବିକଳ୍ପ ବିଚାର କରାଯିବ ବୋଲି ଗଜପତି କହିଛନ୍ତି ।
ତେବେ ରଥଯାତ୍ରା ବିକଳ୍ପ ବାହାର କରିବାରେ ଜଟିଳ ସମସ୍ୟା ରହିଥିବା ଗଜପତି ସ୍ୱୀକାର କରିଛନ୍ତି । ମହାପ୍ରଭୁଙ୍କର ବହୁ ନୀତିକାନ୍ତି ଥିବାରୁ ହଠାତ୍ କୌଣସି ନିଷ୍ପତ୍ତିରେ ପହଞ୍ଚିବା ସମ୍ଭବ ନୁହେଁ । ସେଭଳି ପରିସ୍ଥିତି ହେଲେ ଛତିଶା ନିଯୋଗ ସହିତ ଆଲୋଚନା କରାଯାଇ ବିକଳ୍ପ ବାହାର କରାଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଯିବ । ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ ବୋଲି କହିଛନ୍ତି ଗଜପତି ମହାରାଜା ।
Previous Post

ଶ୍ରୀମନ୍ଦିର ଭିତରେ ହେବ ମହାପ୍ରଭୁଙ୍କ ବିଧିରକ୍ଷା

Next Post

ମୋଦି କହିଲେ ‘ଆମ ସୀମା ସୁରକ୍ଷିତ’

Next Post
ମୋଦି କହିଲେ ‘ଆମ ସୀମା ସୁରକ୍ଷିତ’

ମୋଦି କହିଲେ ‘ଆମ ସୀମା ସୁରକ୍ଷିତ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA