Friday, May 15, 2026 03:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଗିଛନ୍ତି ମନ୍ତ୍ରୀ! ଦଳୀୟ ପ୍ରସ୍ତୁତି ବୈଠକକୁ ଆସିଲେନି

by Our Correspondent
23 Dec, 2019- 11:49 PM
in Latest News, News, Politics
1 min read
0
ରାଗିଛନ୍ତି ମନ୍ତ୍ରୀ! ଦଳୀୟ ପ୍ରସ୍ତୁତି ବୈଠକକୁ ଆସିଲେନି
ଭୁବନେଶ୍ୱର: ଭୁବନେଶ୍ୱର ବିଜେଡ଼ି ଜିଲ୍ଲା ସଂଗଠନ ପକ୍ଷରୁ ଦଳର ପ୍ରତିଷ୍ଠା ଦିବସ ପାଳନ ପାଇଁ ଆଜି ପ୍ରସ୍ତୁତି ବୈଠକ ବସିଥିଲା । ପୂର୍ବ ନିର୍ଦ୍ଧାରିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଭୁବନେଶ୍ୱରର ଦୁଇ ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ସମେତ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଆସିଥିଲେ । ମାତ୍ର ଭୁବନେଶ୍ୱରର ଏକ ନମ୍ବର ବିଧାୟକ ତଥା ନବୀନ ବାବୁଙ୍କ ପ୍ରିୟ ମନ୍ତ୍ରୀ ଅଶୋକ ପଣ୍ଡା ବୈଠକକୁ ଆସିଲେ ନାହିଁ । କାର୍ଯ୍ୟବ୍ୟସ୍ତତା ପାଇଁ ଆସିପାରିବେନି ବୋଲି ମଧ୍ୟ ସୌଜନ୍ୟତା ଜଣାଇଲେନି । ଭୁବନେଶ୍ୱର ବିଜେଡ଼ିରେ ନିଜକୁ ସର୍ବମୟ ବୋଲାଉଥିବା ଅଶୋକ ପଣ୍ଡାଙ୍କ ଅନୁପସ୍ଥିତି ଆଜି ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ଆସନ୍ତା ୨୬ ତାରିଖରେ ବିଜେଡ଼ିର ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଧୂମଧାମରେ ପାଳନ ହେବ ରାଜ୍ୟସ୍ତରୀୟ ସମାରୋହ । ଭୁବନେଶ୍ୱର ଜିଲ୍ଲା ସଂଗଠନ ଉପରେ ଏହାର ଆୟୋଜନ ଦାୟିତ୍ୱ ଥିବାରୁ ଆଜି ଏହାର ପ୍ରସ୍ତୁତି ବୈଠକ ଡାକିଥିଲେ ସଭାପତି ଅମରେଶ(ବାଇଁଆ) ଜେନା । ଜଣ ଜଣ କରି ଦଳର ଜିଲ୍ଲା ମୁଖିଆ, ବିଧାୟକମାନଙ୍କୁ ୫ ଦିନ ଆଗରୁ ନିମନ୍ତ୍ରଣ କରିଥିଲେ । ଦଳର ଏହା ଅତି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବାରୁ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସମେତ ପ୍ରାୟ ସବୁ କର୍ମକର୍ତ୍ତା ଆସିଥିଲେ ବି ମନ୍ତ୍ରୀ ଅଶୋକ ପଣ୍ଡା ଆସିଲେ ନାହିଁ କି ଫୋନ୍ ଉଠାଇଲେନି । ଖାଲି ସେ ନୁହଁନ୍ତି, ତାଙ୍କର ସମର୍ଥକ ଗୋଷ୍ଠୀରୁ କେହି ବି ଆସି ନ ଥିଲେ । ପ୍ରସ୍ତୁତି ବୈଠକକୁ ବୟକଟ୍ କରିଥିବା ଜଣାପଡୁଥିଲା ।
ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ତାଙ୍କ ସମର୍ଥକ ଗୋଷ୍ଠୀଙ୍କ ତଥାକଥିତ ବୟକଟ୍ ପଛରେ ଗୋଟିଏ ନୁହେଁ ଏକାଧିକ କାରଣ ଥିବା ଚର୍ଚ୍ଚା ହେଉଛି । ପ୍ରଥମତଃ ଜିଲ୍ଲା ସଭାପତି ତଥା ଟାଣୁଆ ଯୁବନେତା ଅମରେଶ ଜେନାଙ୍କ ନେତୃତ୍ୱ ତାଙ୍କୁ ପସନ୍ଦ ହେଉନାହିଁ । ଅମରେଶଙ୍କ ଉପରେ ଆର୍ଶିବାଦ ଥିବା ଅରୂପ ପଟ୍ଟନାୟକଙ୍କ ଛାଇ ମଧ୍ୟ ତାଙ୍କୁ ଆଲର୍ଜି ହେଉଛି । ଗତ ଗାନ୍ଧୀ ଜୟନ୍ତୀ ଦିନ ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାରଗିଲ୍ ରୋଡ୍ ଠାରେ ଆୟୋଜିତ ବିଜେଡ଼ି ପଦଯାତ୍ରା ଶୁଭାରମ୍ଭରେ ମନ୍ତ୍ରୀ ଏହାର ଝଲକ ଦେଖାଇ ସାରିଛନ୍ତି ।
ସୂଚନାଥାଉକି, ପ୍ରତିବର୍ଷ ପରି ଜିଲ୍ଲା ସଂଗଠନ ହାତରେ ବିଜେଡ଼ି ପଦଯାତ୍ରା ଆୟୋଜନର ଦାୟିତ୍ୱ ଥିଲେ ମଧ୍ୟ ଅଶୋକ ପଣ୍ଡା ତାହାକୁ ହାଇଜାକ୍ କରିଦେଇଥିଲେ । ଅରୂପ, ଅମରେଶ କାହାରି ସହଯୋଗ ଲୋଡ଼ି ନ ଥିଲେ । ପାରମ୍ପରିକ ଭାବେ ଜିଲ୍ଲା ସଭାପତିଙ୍କୁ ସଭାମଞ୍ଚରେ ସଭାପତିତ୍ୱ କରିବାର ସୁଯୋଗ ନ ଦେଇ ପଛରେ ବସାଇ ଦେଇଥିଲେ । ତାହା ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ । ମୁଖ୍ୟମନ୍ତ୍ରୀ ଏହାକୁ ନାପସନ୍ଦ କରିଥିଲେ ବି ମନ୍ତ୍ରୀଙ୍କର କିଛି ବିଗିଡ଼ିଲାନି । ହୁଏତ ମୁଖ୍ୟମନ୍ତ୍ରୀଙ୍କର ଅଭୟ ଆର୍ଶିବାଦ ଓ ନିଜର ହମବଡ଼ା ମନୋଭାବ ପାଇଁ ସେ ଜିଲ୍ଲା ସଂଗଠନ ଆୟୋଜିତ ଦଳର ପ୍ରତିଷ୍ଠା ଦିବସ ପ୍ରସ୍ତୁତି ବୈଠକକୁ ନାକ ଟେକିଛନ୍ତି ।
ଚର୍ଚ୍ଚା ହେଉଥିବା ଦ୍ୱିତୀୟ କାରଣଟି ବି ସାଂଘାତିକ । କଳ୍ପନା ଛକ ନିକଟରେ ଖୋଲିଥିବା ଉତ୍କଳ ଗାଲେରିଆ ମଲ୍ ର କାମ ଆରମ୍ଭଠୁ ଉଦଘାଟନ ପର୍ଯ୍ୟନ୍ତ କୌଣସି କାମରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଲୋଡା ଯାଇ ନ ଥିବାରୁ ରେ ରାଗିକି ଅଛନ୍ତି । ତାଙ୍କ ଭଳି ଏତେ ବଡ଼ ପାୱାରଫୁଲ୍ ସ୍ଥାନୀୟ ନେତାଙ୍କୁ ଏତେବଡ଼ ମଲ୍ ଭଲମନ୍ଦ ସମ୍ପର୍କରେ କେହି ପଚାରିଲେନି । ମେୟର ଥିବା ବେଳେ ଅନନ୍ତ ନାରାୟଣ(ବୁନୁ) ଜେନା କୁଆଡ଼େ ସବୁ କାମ ସାରିଦେଇଥିଲେ । ସେଥିପାଇଁ ମନ୍ତ୍ରୀଙ୍କ ମନରେ କ୍ଷୋଭ ଥିଲା । ଏବେ ମଲ୍ ମୁଣ୍ଡି ମରାହେଲା ବେଳକୁ ବି ତାଙ୍କୁ ପଚରା ଯାଇ ନ ଥିବାରୁ ସେ ରକ୍ତ ଚାଉଳ ଚୋବାଉଥିବା ଦଳର କିଛି ଛାମୁଆ ନେତା କହିଛନ୍ତି ।
ତେବେ ଆଜିର ପ୍ରସ୍ତୁତି ବୈଠକରେ ତାଙ୍କର ଅନୁପସ୍ଥିତି ଏବଂ ଏହାର କାରଣକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Previous Post

ବିଜେପିକୁ ଝାଡ଼ଖଣ୍ଡ ଚଟକଣି

Next Post

ଚାକିରିଆଙ୍କ ପଦୋନ୍ନତି ବିଳମ୍ବରେ ମୁଖ୍ୟମନ୍ତ୍ରୀ ଖପ୍ପା; ଏଣିକି ପ୍ରତିବର୍ଷ ଡିସେମ୍ବର ୩୧ ଡେଡଲାଇନ୍

Next Post
ଚାକିରିଆଙ୍କ ପଦୋନ୍ନତି ବିଳମ୍ବରେ ମୁଖ୍ୟମନ୍ତ୍ରୀ ଖପ୍ପା; ଏଣିକି ପ୍ରତିବର୍ଷ ଡିସେମ୍ବର ୩୧ ଡେଡଲାଇନ୍

ଚାକିରିଆଙ୍କ ପଦୋନ୍ନତି ବିଳମ୍ବରେ ମୁଖ୍ୟମନ୍ତ୍ରୀ ଖପ୍ପା; ଏଣିକି ପ୍ରତିବର୍ଷ ଡିସେମ୍ବର ୩୧ ଡେଡଲାଇନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA