Wednesday, May 20, 2026 03:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜନାଥ ନରମ, ଧର୍ମେନ୍ଦ୍ରଙ୍କ ତାତିରେ ବିଜେଡ଼ି ତାତିଲା

by Our Correspondent
17 Feb, 2019- 09:32 PM
in Latest News, News, Politics
1 min read
0
ରାଜନାଥ ନରମ, ଧର୍ମେନ୍ଦ୍ରଙ୍କ ତାତିରେ ବିଜେଡ଼ି ତାତିଲା
ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ହମଲାକୁ ନେଇ ବ୍ୟସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଆଜି ଓଡ଼ିଶା ଆସିଥିଲେ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବାକୁ । ଭଦ୍ରକ ରାଣୀତାଲରେ ଆୟୋଜିତ ଉତ୍ତର ଓଡ଼ିଶା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସେ ଉଦବୋଧନ ଦେଇଥିଲେ । ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହମନ୍ତ୍ରୀ ତାଙ୍କର ଭାଷଣ ଆରମ୍ଭ କରିଥିଲେ । ତାଙ୍କ ଭାଷଣରେ ସେ ମୋଦି ସରକାରଙ୍କୁ କାମିକା ସରକାର ଦର୍ଶାଇ ବିଜେପି କର୍ମୀଙ୍କ ମନୋବଳ ବଢ଼ାଇଥିଲେ । ତେବେ କଂଗ୍ରେସକୁ ଟାର୍ଗେଟ୍ କରିବାକୁ ଭୁଲି ନ ଥିଲେ । ‘ଚୌକିଦାର ଚୋର୍ ନେହିଁ ପିଓର, ସେ ଜିତିବା ସିଓର୍’ ବୋଲି ରାଜନାଥ କହିଥିଲେ । ତେବେ ଓଡ଼ିଶାକୁ ଆସି ଓଡ଼ିଶାର ବିଜେପି କର୍ମକର୍ତ୍ତାଙ୍କୁ ରାଜ୍ୟ ସରକାରଙ୍କ ବିରୋଧରେ ଅମିତ୍ ଶାହାଙ୍କ ଭଳି ସେଭଳି ଟାଣ ଭାଷା କହି ନ ଥିଲେ । ଓଡ଼ିଶାରେ ବିକାଶ କାହିଁକି ହେଉନାହିଁ? ରାଜ୍ୟରେ ଆୟୁଷ୍ମାନ ଯୋଜନା କାହିଁକି କାର୍ଯ୍ୟ କରାଯାଉନି? ଏମିତି ଦୁଇ ତିନୋଟି ପ୍ରଶ୍ନରେ ତାଙ୍କ ସମାଲୋଚନା ସୀମିତ ଥିଲା ।
ରାଜନାଥ ତାଙ୍କ ଭାଷଣରେ ଓଡ଼ିଶା ମାଟିର ଭୂୟସୀ ପ୍ରଶଂସା କରିଥିଲେ । ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ଓଡ଼ିଶାର ଅବଦାନକୁ ସ୍ମରଣ କରିଥିଲେ । ସେ କହିଥିଲେ, ଓଡ଼ିଶା ମାଟିରେ ସମ୍ରାଟ ଅଶୋକଙ୍କ ହୃଦୟର ପରିବର୍ତ୍ତନ ହୋଇଥିଲା । ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ଅନନ୍ୟ । ମୋଦି ସରକାର ଏଥିପ୍ରତି ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରୁଥିବା ରାଜନାଥ କହିଥିଲେ । ଅନ୍ୟପକ୍ଷରେ ଭାରତକୁ ଅଧିକ ସମୃଦ୍ଧ ଓ ଶକ୍ତିଶାଳୀ କରିବାକୁ ମୋଦୀଜୀଙ୍କ ଉଦ୍ୟମକୁ ସେ ତାରିଫ୍ କରିଥିଲେ । ୨୦୩୦ ସୁଦ୍ଧା ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ସ୍ଥାନରେ ରହିବ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ହେବ ବିଶ୍ୱଗୁରୁ । ଦିନେ ନା ଦିନେ ଭାରତ ହିଁ ବିଶ୍ୱଗୁରୁ ହେବ ବୋଲି କହିଥିଲେ ରାଜନାଥ ।
ରାଜନାଥଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମିଳନୀରେ ଉପସ୍ଥିତ ଥିଲେ । ସେ ତାଙ୍କ ଭାଷଣରେ ରାଜ୍ୟ ସରକାରଙ୍କ ବିରୋଧରେ ଗୁଡ଼ାଏ ପ୍ରସଙ୍ଗରେ ବର୍ଷି ଯାଇଥିଲେ । ଧର୍ମେନ୍ଦ୍ର କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ୧୭୫୦ ଟଙ୍କାର ଏମଏସପି ଦେଲେ, କିନ୍ତୁ ଚାଷୀ ପାଇଲେନି । ମିଲ୍ ମାଲିକଙ୍କ ସହ ଅସାଧୁ ମେଣ୍ଟ ଯୋଗୁଁ ରାଜ୍ୟରେ ଅଭାବୀ ବିକ୍ରୀ ବଢ଼ିଛି । ବିନା ଲାଞ୍ଚରେ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳୁନି । ଲୋକଙ୍କ ଜମାଖାତାରେ କେନ୍ଦ୍ର ଟଙ୍କା ଦେଉଛି, ବିଜେଡ଼ି ନେତାଏ ବିରୋଧ କରୁଛନ୍ତି । ରାଜ୍ୟ ସରକାର ଭଦ୍ରକରେ ଟେକ୍ସଟାଇଲ୍ ପାର୍କ କରାଇ ଦେଉନାହାନ୍ତି । ରାହୁଲ ଗାନ୍ଧୀଙ୍କ ସହ ବିଜେଡ଼ି ବନ୍ଧୁମାନେ ମିସେଲ୍ ମାମାଙ୍କ ନୈଶ ଭୋଜି ଖାଉଛନ୍ତି । ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରାଯାଉନି । ଓଡ଼ିଶାର ବିକାଶରେ ନବୀନ ପଟ୍ଟନାୟକ ବାଧକ ସାଜିଛନ୍ତି । ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ନୀତି ରାଜ୍ୟ ସରକାର ଧରିଛନ୍ତି ବୋଲି ଧର୍ମେନ୍ଦ୍ର କଟାକ୍ଷ କରିଥିଲେ ।

ଧର୍ମେନ୍ଦ୍ରଙ୍କୁ ବିଜେଡ଼ିର ଭର୍ତ୍ସନା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଦ୍ରକ ବକ୍ତବ୍ୟ ଉପରେ ବିଜେଡ଼ି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଦସ୍ତଖତରେ ଜାରି ଏକ ପ୍ରେସ୍ ବିବୃତିରେ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଧର୍ମେନ୍ଦ୍ରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଏହି ମହାଶୟ ଜଣେ ଅଭ୍ୟାସଗତ ମିଛୁଆ ହୋଇଥିବାରୁ ପ୍ରତିଦିନ ଦୁଇ ତିନିଟା ମିଛ ନ କହିଲେ ତାଙ୍କ ଦିନ ସରୁନାହିଁ । ତେଣୁ ତାଙ୍କ ଉପରେ ଏଣିକି ଦୟା ଆସିଲାଣି ବୋଲି ଡ. ପାତ୍ର ଭର୍ତ୍ସନା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କଠାରୁ ଓଡ଼ିଶାବାସୀ ତିନି ଚାରୋଟି ପ୍ରଶ୍ନର ଉତ୍ତର ଅପେକ୍ଷା କରିଛନ୍ତି । ମାତ୍ର ଉତ୍ତର ଦେବାର ସତ୍ ସାହାସ ତାଙ୍କର ନାହିଁ । ତାଙ୍କ ଏନଡିଏ ସରକାର ଓଡ଼ିଶାବାସୀଙ୍କୁ କ’ଣ ସବୁ ପ୍ରତିଶ୍ରୁତି ଦେଇଥିଲେ ଏବଂ କ’ଣ କରିଛନ୍ତି ତାହା ଜଣାଇବାରେ ଏତେ କୁଣ୍ଠା କାହିଁକି ବୋଲି ଡ. ପାତ୍ର ପ୍ରଶ୍ନ କରିଛନ୍ତି । ସେ କେନ୍ଦ୍ରମନ୍ତ୍ରୀଙ୍କୁ ମନେ ପକାଇଦେଇଛନ୍ତି କି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଦେଢ଼ଗୁଣା ବୃଦ୍ଧି କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଦେଲେ ନାହିଁ । ପ୍ରତି କ୍ୱିଣ୍ଟାଲ୍ ଧାନରେ ୨୯୩୦ ଟଙ୍କା ଏମଏସପି ଦେବା କଥା କିନ୍ତୁ ଦେଲେ ନାହିଁ । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କରିବା କଥା କିନ୍ତୁ କଲେ ନାହିଁ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବେ ବୋଲି ୨୦୧୪ ନିର୍ବାଚନ ଇସ୍ତାହାରରେ କହିଥିଲେ କିନ୍ତୁ ଦେଲେ ନାହିଁ । କ’ଣ ଦେଲେ ନା ଓଡ଼ିଶାକୁ ପ୍ରବଞ୍ଚନା ଓ ପ୍ରହେଳିକା ।
ଡ. ପାତ୍ର ଆହୁରି କହିଛନ୍ତି ଯେ ଉଜ୍ଜଳା ଯୋଜନା ନାମକ ଏକ ଦୁର୍ନୀତି ପେଡ଼ିକୁ ଧରି କେନ୍ଦ୍ରମନ୍ତ୍ରୀ ଫମ୍ଫା ତୁମ୍ବିତୋଫାନ କରୁଛନ୍ତି । ପ୍ରକୃତ ଗରିବଙ୍କ ପେଟରେ ନାତ ମାରି ଭୂତ ହିତାଧିକାରୀଙ୍କୁ ଲାଭ ଦେଉଛନ୍ତି ଏବଂ ସେଥିରେ ଖୁସି ହେଉଛନ୍ତି । ସର୍ବୋପରି ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ଓଡ଼ିଶା ମନୋଭାବ ଦାଣ୍ଡରେ ପଡି ହାଟରେ ଗଡୁଛି । ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କ ହକ୍ ମାରିଥିବା ଏହି ବ୍ୟକ୍ତି ଓ ଦଳକୁ ଓଡ଼ିଶାର ଜନସାଧାରଣ ୨୦୧୯ ନିର୍ବାଚନରେ ଉଚିତ ଜବାବ ଦେବେ । ସେତେବେଳେ ଅଭ୍ୟାସଗତ ଭାବରେ ମିଛ କହୁଥିବା ଧର୍ମେନ୍ଦ୍ର ବାବୁଙ୍କୁ ମୁହଁ ଲୁଚାଇବାକୁ ପଡ଼ିବ ବୋଲି ବିଜେଡ଼ି ମୁଖପାତ୍ର କହିଛନ୍ତି ।
Previous Post

ସହିଦଙ୍କ ପାଇଁ ଦୁଇ ମିନିଟ୍ ନିରବ

Next Post

ଯୁଗ୍ମ ସଚିବ ପଦବୀରେ ଦୋଷୀ ସାବ୍ୟସ୍ତ ଲାଞ୍ଚୁଆ ଅଫିସର

Next Post
ଯୁଗ୍ମ ସଚିବ ପଦବୀରେ ଦୋଷୀ ସାବ୍ୟସ୍ତ ଲାଞ୍ଚୁଆ ଅଫିସର

ଯୁଗ୍ମ ସଚିବ ପଦବୀରେ ଦୋଷୀ ସାବ୍ୟସ୍ତ ଲାଞ୍ଚୁଆ ଅଫିସର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA