Thursday, May 21, 2026 10:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟପାଳଙ୍କ ନାଁରେ ବି ଭାଣ୍ଡାମୀ !

by Our Correspondent
02 Oct, 2017- 09:19 PM
in Latest News, News
1 min read
0
ରାଜ୍ୟପାଳଙ୍କ ନାଁରେ ବି ଭାଣ୍ଡାମୀ !
ଭୁବନେଶ୍ୱର: ଇଣ୍ଟରଭ୍ୟୁ ଟାଇମ୍ସ ନାମକ ସ୍ଥାନୀୟ ଏକ ମାସିକ ପତ୍ରିକା ପକ୍ଷରୁ ରାଜ୍ୟର ୩୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଇନସ୍ପିିରେସନାଲ୍ ପର୍ସନାଲିଟିଜ୍ ଭାବେ ଚୟନ କରାଯାଇଛି । ଆଜି ସଂଧ୍ୟାରେ ଭୁବନେଶ୍ୱରର ହୋଟେଲ ସାଣ୍ଡିଜ୍ ଟାୱାରରେ ସେମାନଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ସମ୍ବର୍ଦ୍ଧିତ ହେବାକୁ ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସମାଜର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଇନଭିଟେସନ୍ କାର୍ଡ ଦେଇ ଉତ୍ସବକୁ ଆମନ୍ତ୍ରଣ କରାଯାଇଥିଲା । କାର୍ଡରେ ଉତ୍ସବର ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡକ୍ଟର ଏସ.ସି.ଜମିରଙ୍କ ନାଁ ଥିଲା । ରାଜ୍ୟପାଳଙ୍କ ଉପସ୍ଥିତି ଜାଣି ବହୁ ବିଶିଷ୍ଟ ବ୍ୟକ୍ତି ଆସିଥିଲେ । ମାତ୍ର ରାଜ୍ୟପାଳଙ୍କୁ ଚାହିଁ ଚାହିଁ ସେମାନେ ଥକିଗଲେ । ସାଂଘାତିକ କଥାଟି ହେଉଛି, ଉତ୍ସବର ଆୟୋଜକ ରାଜ୍ୟପାଳଙ୍କୁ ମୂଳରୁ ନିମନ୍ତ୍ରଣ କରିନାହାନ୍ତି କି ତାଙ୍କଠାରୁ ସମ୍ମତି ନେଇନାହାନ୍ତି । ବିନା ନିମନ୍ତ୍ରଣ ଆଉ ବିନା ସମ୍ମତିରେ ରାଜ୍ୟପାଳଙ୍କ ନାଁ ଛପାଯାଇ କାର୍ଡ ବଣ୍ଟାଯାଇଛି । ଖୋଦ୍ ରାଜ୍ୟପାଳଙ୍କ ଅଫିସ୍ ପକ୍ଷରୁ ଏକଥା ସ୍ପଷ୍ଟ କରାଯାଇଛି । ରାଜ୍ୟପାଳଙ୍କ ସମ୍ମତି ଦୂରେ ଥାଉ, ସଂପୃକ୍ତ ସଂସ୍ଥାଠାରୁ ରାଜ୍ୟପାଳଙ୍କ ପାଖକୁ ଅତିଥି ଅନୁରୋଧପତ୍ର ବି ଆସିନାହିଁ ବୋଲି ରାଜ୍ୟପାଳଙ୍କ ପିଆରଓ କହିଛନ୍ତି ।
ଏହା ଉପରେ ଆମେ ଏଇଥିପାଇଁ ତନାଘନା କରୁଛୁ ଯେ ଖୋଦ୍ ରାଜଧାନୀର ଏକ ସମ୍ବ୍ରାନ୍ତ ହୋଟେଲରେ ସମ୍ବ୍ରାନ୍ତ ଅତିଥିଙ୍କୁ ନେଇ ଆୟୋଜିତ ଆସରରେ ବିନା ଆମନ୍ତ୍ରଣରେ ରାଜ୍ୟପାଳଙ୍କୁ ମୁଖ୍ୟ ଅତିଥି ଦର୍ଶାଇବାକୁ ଆୟୋଜକ ସାହାସ କରିଛନ୍ତି । ରାଜ୍ୟପାଳଙ୍କ ନାଁ ଛାପି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭୂଆଁ ବୁଲେଇବାକୁ ସାହାସ କରିଛନ୍ତି । ଏ ସମ୍ପର୍କରେ ଆମେ ଆୟୋଜକଙ୍କୁ ଯୋଗାଯୋଗ କରିଥିଲୁ ।କୌଣସି ଅସୁବିଧାବଶତଃ ରାଜ୍ୟପାଳ ଉତ୍ସବକୁ ଆସିପାରିନାହାନ୍ତି ବୋଲି ବାଆଁରେଇବାକୁ ଚେଷ୍ଟା କରିଥିଲେ । ଏକ ସମ୍ବାଦପତ୍ର ସଂସ୍ଥାର ଏଭଳି ଭ୍ରମକୁ ଅଧିକାଂଶ ଆମନ୍ତ୍ରିତ ଅତିଥି ତୀବ୍ର ସମାଲୋଚନା କରିଛନ୍ତି ।
ଆୟୋଜକ କେଉଁ ମାପକାଠି ଆଧାରରେ ରାଜ୍ୟର ୩୦ ଜଣ ଇନସ୍ପିିରେସନାଲ୍ ପର୍ସନାଲିଟିଜ୍ ଙ୍କ ନାମ ଚୟନ କରିଛନ୍ତି ତାହା କାହାରିକୁ ଜଣା ନାହିଁ । ତେବେ ସେମାନଙ୍କ ଚୟନର କ୍ରମାନ୍ୱୟ ତାଲିକା ଦେଉଛୁ । ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀ, ଡ. ଆର.ପି.ଶର୍ମା(ଡିଜିପି), ପ୍ରଦୀପ ଜେନା(ଆଇଏଏସ୍), ସମର୍ଥ ବର୍ମା(ଆଇଏଏସ୍), ଅନୀଲ ସାମଲ(ଆଇଏଏସ୍), ଡ. ଅଚ୍ୟୁତ ସାମନ୍ତ(ସାମାଜିକ ଉଦ୍ୟୋଗୀ), ଡ. ତପନ କୁମାର ଚାନ୍ଦ(କର୍ପୋରେଟ୍), ତାରାରଂଜନ ପଟ୍ଟନାୟକ(ବ୍ୟବସାୟୀ), ମହେନ୍ଦ୍ର ଗୁପ୍ତା(ବ୍ୟବସାୟୀ), ସୁରେନ୍ଦ୍ର ନାଥ ପଣ୍ଡା(ଉଦ୍ୟୋଗୀ), ଅଭିଜିତ୍ ପତି, ପ୍ରିୟଦର୍ଶୀ ନାନୁ ପାଣି(ଉଦ୍ୟୋଗୀ), ସଂଜୀବ ଚନ୍ଦ୍ର ପାତ୍ର(ହସ୍ପିଟାଲିଟି), ଭରତ ପ୍ରଧାନ(ଇଂଜିନିୟର ଇନ୍ ଚିଫ୍), ପ୍ରଫେସର ରଂଜନ କୁମାର ବଳ(ଶିକ୍ଷାବିତ୍), ସୌମ୍ୟରଂଜନ ପଟ୍ଟନାୟକ(ମିଡ଼ିଆ), ପ୍ରଫେସର ବେଣୁଧର ଦାଶ(ଲେଖକ), ସମ୍ପଦ ମହାପାତ୍ର(ସାମ୍ବାଦିକ), ରାଜୀବ ଶେଖର ସାହୁ(ଚାଟାର୍ଡ ଆକାଉଣ୍ଟାଣ୍ଟ), ରମେଶ ସ୍ୱାଇଁ(ସ୍ଥପତି), ଅନୁଭବ ମହାନ୍ତି(ନେତା, ଅଭିନେତା), ଅକ୍ଷୟ ପରିଜା(ଏଣ୍ଟରଟେନମେଣ୍ଟ), ଏ.କେ.ବଳିୟାରସିଂ(ଡାକ୍ତର), ଡି.ପ୍ରକାଶ ରାଓ(ସାମାଜିକ କର୍ମୀ), ସୋନାମିକା ରାୟ(ଶିକ୍ଷୟିତ୍ରୀ), ସୁଦର୍ଶନ ପଟ୍ଟନାୟକ(ବାଲୁକା ଶିଳ୍ପୀ) ଏବଂ ଋତୁପର୍ଣ୍ଣା ଚୌଧୁରୀ(ଖେଳ) ।
ସମ୍ବର୍ଦ୍ଧିତ ହେବାକୁ ଥିବା ଏହି ୩୦ ଜଣଙ୍କ ମଧ୍ୟରୁ ଉତ୍ସବରେ ୧୬ ଜଣ ଉପସ୍ଥିତ ଥିଲେ । ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ସୁବାସ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
Previous Post

ଅଶୋକ ମିଶିିଲେ, ନାରାୟଣ ଖସିଲେ

Next Post

ବିଜେପୁର ବିଜେପି ଫାଇଟ୍: ନାରାୟଣଙ୍କ ସପକ୍ଷରେ ପୂଜାରୀ

Next Post
ବିଜେପୁର ବିଜେପି ଫାଇଟ୍: ନାରାୟଣଙ୍କ ସପକ୍ଷରେ ପୂଜାରୀ

ବିଜେପୁର ବିଜେପି ଫାଇଟ୍: ନାରାୟଣଙ୍କ ସପକ୍ଷରେ ପୂଜାରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA