Monday, May 11, 2026 11:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରେପିଷ୍ଟ୍ ବାବାଙ୍କୁ ୧୦ ବର୍ଷ ଜେଲ୍

by Our Correspondent
28 Aug, 2017- 05:04 PM
in Latest News, News
1 min read
0
ରେପିଷ୍ଟ୍ ବାବାଙ୍କୁ ୧୦ ବର୍ଷ ଜେଲ୍
ନୂଆଦିଲ୍ଲୀ: ରେପିଷ୍ଟ୍ ବାବା ରାମରହିମ୍ ଙ୍କୁ ୧୦ ବର୍ଷ ଜେଲଦଣ୍ଡ ହୋଇଛି । ବହୁ ପ୍ରତୀକ୍ଷିତ ଏହି ଦଣ୍ଡ ଘୋଷଣା କରିଛନ୍ତି ସିବିଆଇ ସ୍ୱତନ୍ତ୍ର ଜଜ୍ ଜଗଦୀପ ସିଂ । ରୋହତକ ଜେଲ୍ ରେ ବସିଥିବା ଅସ୍ଥାୟୀ ଅଦାଲତରେ ବିଚାରପତି ଏହି ଦଣ୍ଡ ଘୋଷଣା କରିଛନ୍ତି । ଦୁଇପକ୍ଷର ଯୁକ୍ତି ଶୁଣିବା ପରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ତିନିଟା ବେଳେ ବିଚାରପତି ତାଙ୍କ ରାୟ ଘୋଷଣା କରିଥିଲେ । ରେପିଷ୍ଟ୍ ବାବାଙ୍କୁ ଦଣ୍ଡ ଘୋଷଣା ପରିପ୍ରେକ୍ଷୀରେ ରୋହତକ ଓ ଶୀର୍ଷା ସହରକୁ ପୁଲିସ ଛାଉଣି କରାଯାଇଥିଲା । କୌଣସି ଜାଗାରେ ଯେଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିଲା ।
କ’ଣ ଥିଲା କୋର୍ଟ ରୁମ୍ ର ଘଟଣା..
ସିବିଆଇ ଅସ୍ଥାୟୀ ଅଦାଲତରେ ରାୟ ଶୁଣାଇବାକୁ ବିଚାରପତି ପଞ୍ଚକୁଲାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଦିନ ପ୍ରାୟ ୧୧ଟାରେ ଆସି ପହଞ୍ଚିଥିଲେ ରୋହତକ ଜେଲ୍ ରେ । ସେହି ଜେଲ୍ ରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ରାମରହିମ୍ ଙ୍କୁ ଅଦାଲତରେ ହାଜର କରାଯାଇଥିଲା । ଉଭୟ ପକ୍ଷର ଓକିଲଙ୍କଠାରୁ ଯୁକ୍ତି ଶୁଣିଥିଲେ ବିଚାରପତି । ରାମରହିମ୍ ଙ୍କ ଦଣ୍ଡ କୋହଳ କରିବାକୁ ତାଙ୍କ ଓକିଲ ଆବେଦନ କରିଥିଲା ବେଳେ ପ୍ରତିପକ୍ଷ ଓକିଲ ଦଣ୍ଡ କଠୋର କରିବାକୁ ଆବେଦନ କରିଥିଲେ । କୋର୍ଟରେ ଉପସ୍ଥିତ ରାମ ରହିମ୍ ଏହି ସମୟରେ ଭୋ ଭୋ ହୋଇ କାନ୍ଦିଥିଲେ । ବିଚାରପତିଙ୍କ ଆଖିକୁ ଆଖି ମିଳାଇ ଯୋଡହସ୍ତରେ କାକୁତୀମିନତୀ କରିଥିଲେ । ତେବେ ବିଚାରପତି ତାଙ୍କ ଦଣ୍ଡ ଘୋଷଣା କଲା ପରେ ଓକିଲମାନେ କୋର୍ଟ ରୁମ୍ ରୁ ବାହାରିଯାଇଥିଲେ ମଧ୍ୟ ରାମରହିମ୍ ଆସି ନ ଥିଲେ । ବିଚାରପତିଙ୍କ ଆଗରେ କାନ୍ଦି ଗଡ଼ିଥିଲେ । ଶେଷରେ ବିଚାରପତି ପୁଲିସ ଲଗାଇ ତାଙ୍କୁ ଅଦାଲତରୁ ବଳପୂର୍ବକ ବାହାର କରି ଜେଲ୍ ପଠାଇଥିଲେ । ଅଦାଲତ ବାହାରେ ମଧ୍ୟ ରାମରହିମ୍ ଚିତ୍କାର କରିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନ ଥିବା ଦର୍ଶାଇ ତାଙ୍କର ଯଦି କିଛି ହୁଏ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ନାରାବାଜି କରିଥିଲେ । ତେବେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାଇଲା ପରେ ପୁଲିସ ତାଙ୍କୁ ଜେଲ୍ ଭିତରକୁ ଟାଣି ନେଇଥିଲା । କୋର୍ଟ ଭିତରେ ଓ ବାହାରେ ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ସହଯୋଗ କରି ନ ଥିଲେ ରେପିଷ୍ଟ ବାବା । ବିଚାରପତି ତାଙ୍କୁ ଭିଭିଆଇପି ସୁବିଧାସୁଯୋଗ ଦେବା ଉପରେ କଟକଣା ଲଗାଇଛନ୍ତି । ସାଧାରଣ କଏଦୀଙ୍କ ଭଳି ସେ ଜେଲ୍ ପୋଷାକ ପିନ୍ଧିବେ ଓ ଜେଲ୍ ଖାଦ୍ୟ ଖାଇବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।  ଅନ୍ୟପକ୍ଷରେ ରାମରହିମ୍ ଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡକୁ ଗ୍ରହଣ କରିନାହାନ୍ତି ଦୁଷ୍କର୍ମର ଶିକାର ଅଭିଯୋଗକାରିଣୀ । ରାମରହିମ୍ ଙ୍କୁ ଆଜୀବନ କାରାଦଣ୍ଡ ନଚେତ୍ ଫାଶୀ ଦେବାକୁ ଆବେଦନ କରିଛନ୍ତି ।
Previous Post

ଅରୁଣ-ସଞ୍ଜୟଙ୍କ ଗୁଆ କଟିଲା !

Next Post

ମାରା ହେଇଚି ବିଜେପି ଅଫିସ୍

Next Post
ମାରା ହେଇଚି ବିଜେପି ଅଫିସ୍

ମାରା ହେଇଚି ବିଜେପି ଅଫିସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA