Monday, July 27, 2026 12:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅରୁଣ-ସଞ୍ଜୟଙ୍କ ଗୁଆ କଟିଲା !

by Our Correspondent
28 Aug, 2017- 10:42 AM
in Latest News, Politics
1 min read
0
ଅରୁଣ-ସଞ୍ଜୟଙ୍କ ଗୁଆ କଟିଲା !
ଭୁବନେଶ୍ୱର: ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ଥିବା ସମ୍ପର୍କ ରାଶିରେ ଶନିଙ୍କ ଦୃଷ୍ଟି ପଡ଼ିଛି । ପରିସ୍ଥିତି ଏମିତି ହୋଇଛି ଯେ କେହି କାହାରି ମୁହଁ ଚାହିଁବାକୁ ନାକ ଟେକୁଛନ୍ତି । ବିଜେଡ଼ିର ଦୁଇ ଛାମୁଆ ଯୁବ ଓ ଛାତ୍ର ସଂଗଠନରେ ନିଜର ପ୍ରଭାବ ଓ ଆଧିପତ୍ୟକୁ ନେଇ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ସଞ୍ଜୟ କହୁଛନ୍ତି ଦୁଇଟି ଯାକ ସଂଗଠନରେ ଥିବା ସବୁ ଟୋକା ତାଙ୍କର । ସେ ସେମାନଙ୍କୁ ପାଳିଛନ୍ତି । ସେପଟେ ଅରୁଣ କହୁଛନ୍ତି ଏହି ଦୁଇଟି ଯାକ ସଂଗଠନର ଟୋକାଙ୍କୁ ସେ ଗଢ଼ିଛନ୍ତି । ତେଣୁ ଦୁଇଟି ଯାକ ସଂଗଠନରେ ଯାହା ବି ନିଷ୍ପତ୍ତି ହେଉଛି ତାଙ୍କର ପରାମର୍ଶ ନିଆଯାଉ ।
ଉଲ୍ଲେଖଯାଗ୍ୟ, ଦୁଇଟି ଯାକ ସଂଗଠନକୁ ଅରୁଣ ଓ ସଞ୍ଜୟ ଭାଗବାଣ୍ଟି ନେଇଥିଲେ । ସେଥିପାଇଁ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ସଞ୍ଜୟଙ୍କ ସମର୍ଥକ ରାଣାପ୍ରତାପ ପାତ୍ରଙ୍କୁ ଛାତ୍ର ସଂଗଠନର ଦାୟିତ୍ୱ ଦିଆଯାଇଥିଲା ବେଳେ ଅରୁଣଙ୍କ ସମର୍ଥକ ଅମରେଶ ପତ୍ରୀ ଓରଫ୍ ସିଲୁଙ୍କୁ ଯୁବ ସଂଗଠନର ଦାୟିତ୍ୱ ମିଳିଥିଲା । ଅରୁଣ ଓ ସଞ୍ଜୟଙ୍କ ମଧ୍ୟରେ ବୁଝାମଣା ଭିତ୍ତିରେ ଏହି ନିଯୁକ୍ତି ହୋଇଥିବାରୁ କିଛି ଦିନ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ତେବେ କେଁ ପଶିଲା ଦୁହେଁ ମନ୍ତ୍ରୀପଦରୁ ବିଦା ହୋଇ ସଂଗଠନ ଦାୟିତ୍ୱ ପାଇଲା ପରେ । ଅରୁଣଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ଛାତ୍ର ସଂଗଠନ ଦେଖାଶୁଣା ଦାୟିତ୍ୱ ମିଳିଲା । ଆଉ ସଞ୍ଜୟଙ୍କୁ ସାଧାରଣ ସମ୍ପାଦକ ଭାବେ ଯୁବ ସଂଗଠନ ଦାୟିତ୍ୱ ମିଳିଲା । ଅର୍ଥାତ୍ ଅରୁଣଙ୍କ ସମର୍ଥକ ଅମରେଶଙ୍କ ନେତୃତ୍ୱାଧୀନ ଯୁବ ବିଜେଡ଼ିର ଡୋରି ସଞ୍ଜୟଙ୍କ ହାତକୁ ଆସିଥିବା ବେଳେ ସଞ୍ଜୟଙ୍କ ସମର୍ଥକ ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱାଧୀନ ଛାତ୍ର ବିଜେଡ଼ି ଡୋରି ଆସିଥିଲା ଅରୁଣଙ୍କ ହାତକୁ । ଯାହା କି ଏବେ କନଫ୍ଲିକ୍ଟ ଅଫ୍ ଇଣ୍ଟ୍ରେଷ୍ଟର ରୂପ ନେଇଛି ।
ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ଧରି ଯୁବ ସଂଗଠନର ମୁଖିଆ ଦାୟିତ୍ୱ ସମ୍ଭାଳିଥିବା ସଞ୍ଜୟଙ୍କର ଅମରେଶ ପତ୍ରୀଙ୍କ ନେତୃତ୍ୱାଧୀନ ସଂଗଠନ ଉପରେ ଦବଦବା ଜୋର୍ ହୋଇଛି । ଯୁବ ସଂଗଠନର ମୁଣ୍ଡିଆଳମାନେ ଟିକେ ଟିକେ କଥାରେ ସଞ୍ଜୟଙ୍କ ପାଖକୁ ଧାଉଁଛନ୍ତି । ତାଙ୍କର ପରାମର୍ଶ ଲୋଡୁଛନ୍ତି । ସଞ୍ଜୟ ବି ଏହାର ଭରପୂର ରାଜନୈତିକ ଫାଇଦା ନେଉଛନ୍ତି । ଗୋଟେ ପଟେ ତାଙ୍କ ସମର୍ଥକ ରାଣାପ୍ରତାପ ଛାତ୍ର ସଂଗଠନର ନେତୃତ୍ୱ ନେଇଥିବା ବେଳେ ଯୁବ ସଂଗଠନ ମଧ୍ୟ ପୂରାପୂରି ତାଙ୍କ ନିୟନ୍ତ୍ରଣରେ । ଦୁଇଟି ଯାକ ସଂଗଠନ ଏକପ୍ରକାର ସଞ୍ଜୟଙ୍କ ଅକ୍ତିଆରକୁ ଚାଲିଯାଇଛି । ଯାହାକୁ ସ୍ୱାଭାବିକ ଭାବେ ହଜମ କରିନାହାନ୍ତି ଛାତ୍ର ସଂଗଠନର ଡୋରି ପାଇଥିବା ଅରୁଣ ସାହୁ । ଗୋଟେ ପଟେ ତାଙ୍କ ଲଗାମରେ ଥିବା ଛାତ୍ର ସଂଗଠନକୁ ସଞ୍ଜୟ ହାଇଜାକ୍ କରିନେଉଥିବା ବେଳେ ଅମରେଶ ପତ୍ରୀଙ୍କ ହାତରେ ନେତୃତ୍ୱ ରଖି ଯୁବ ସଂଗଠନକୁ ନିୟନ୍ତ୍ରଣରେ ରଖିବାର ଇରାଦା ମଧ୍ୟ ଫସର ଫାଟିଯାଇଛି । ପ୍ରଥମେ ପ୍ରଥମେ ଅରୁଣ ଏହାକୁ ସହଜରେ ନେଉଥିଲେ । ଉଭୟଙ୍କ ମଧ୍ୟରେ ମାନ ଅଭିମାନରେ କଥା ଅଟକୁଥିଲା । ମାତ୍ର ଏବେ ସେହି ମାନ ଅଭିମାନ ରାଗକୁ ଚାଲିଯାଇଛି । ଅରୁଣଙ୍କ ରାଗ ବଦରାଗୀ ସଞ୍ଜୟଙ୍କ ମୁଣ୍ଡକୁ ଆହୁରି ଗରମ କରିଛି । ଅଲବତ୍ ଦୁଇଟିଯାକ ସଂଗଠନ ତାଙ୍କ ନିୟନ୍ତ୍ରଣରେ ରହିବ ବୋଲି କୁଆଡେ ଜିଦ୍ କରିଛନ୍ତି ।
ଦୁହିଁଙ୍କ ମଧ୍ୟରେ ଏଭଳି ଜିଦଜାଦ, ରାଗରୁଗିରେ ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ଅସହାୟ ହୋଇପଡ଼ିଛନ୍ତି । ସଞ୍ଜୟଙ୍କ ପାଖକୁ ଗଲେ ଅରୁଣ ରାଗୁଛନ୍ତି ଆଉ ଅରୁଣଙ୍କ ପାଖକୁ ଗଲେ ସଞ୍ଜୟ ରାଗୁଛନ୍ତି । ଖାଲି ସେତିକି ନୁହେଁ ଉଭୟ ଅରୁଣ ଓ ସଞ୍ଜୟଙ୍କ ଏକାନ୍ତ ଚେଲାମାନେ ପରଷ୍ପରର ଆତଯାତକୁ ସକାଳୁ ରାତି ଯାଏଁ ନଜରରେ ରଖିଛନ୍ତି । କିଏ କେତେବେଳେ କାହାରି ପାଖକୁ ଯାଉଛନ୍ତି, ତାହା ଖାତା କଲମରେ ଟିପି ରଖୁଛନ୍ତି । ଏହି ଛକାପଂଝାରେ ଦୁଇ ସଂଗଠନର କର୍ମକର୍ତ୍ତାମାନେ ବିଚାରା ବଳିପଡ଼ିଯାଇଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ ଛାତ୍ର ଓ ଯୁବ ସଂଗଠନର ପ୍ରସ୍ତାବିତ ଜିଲ୍ଲାୱାରୀ କାର୍ଯ୍ୟକ୍ରମ ଅଟକି ଯାଇଛି । ନିଷ୍ପତ୍ତି ସମ୍ଭବ ହୋଇପାରୁନି । ସବୁଠାରୁ ବଡ଼କଥାଟି ଯାହା କୁହାଯାଉଛି, ଦୁହିଁଙ୍କ ଏହି ମାଡ଼ଗୋଳକୁ ସମାଧାନ କରିବା ବଦଳରେ ମଜା ନେଉଛନ୍ତି ପ୍ରଣବ ପ୍ରକାଶ ଦାସ(ବବି) । ଅରୁଣ-ସଞ୍ଜୟ ଏପିସୋଡ଼ରେ ତାଙ୍କୁ ନାରଦ ଚରିତ୍ର ଆଖ୍ୟା ଦେଇଛନ୍ତି ଅନେକ ଛାତ୍ର ଓ ଯୁବ ବିଜେଡ଼ି ନେତା ।

ଏ ପ୍ରସଙ୍ଗରେ ଗତ ଏପ୍ରିଲ୍ ମାସରେ ପ୍ରକାଶିତ ଏକ ରିପୋର୍ଟ ‘ଅରୁଣ-ସଞ୍ଜୟଙ୍କ ଭାଗବଣ୍ଟରା’ ପଢ଼ିପାରିବେ..http://middayodisha.com/?p=2276

Previous Post

ସୁଲୋଚନାଙ୍କୁ ନେଇ ବିଜେଡ଼ିରେ ବିଦ୍ରୋହ

Next Post

ରେପିଷ୍ଟ୍ ବାବାଙ୍କୁ ୧୦ ବର୍ଷ ଜେଲ୍

Next Post
ରେପିଷ୍ଟ୍ ବାବାଙ୍କୁ ୧୦ ବର୍ଷ ଜେଲ୍

ରେପିଷ୍ଟ୍ ବାବାଙ୍କୁ ୧୦ ବର୍ଷ ଜେଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA