ଭୁବନେଶ୍ୱର: ସୁଲୋଚନା ଦାସ ବିଜେଡ଼ି ସପକ୍ଷରେ ଓକିଲାତି କରିବେ । ନବୀନ ପଟ୍ଟନାୟକ କି ଦାମୋଦର ରାଉତଙ୍କୁ ସୁରକ୍ଷା ଦେବେ । ଏମିତିକା କଥାକୁ ବିଜେଡ଼ିର ଅନେକ ନେତା ଗ୍ରହଣ କରିପାରିନାହାନ୍ତି । ଖାସ୍ କରି ଅଧିକାଂଶ ମହିଳା କର୍ମକର୍ତ୍ତା ସୁଲୋଚନାଙ୍କ ନାଁ ଶୁଣି ନାକ ଟେକିଛନ୍ତି । ଆଜି ସଂଧ୍ୟାରେ ବିଜେଡ଼ି ମୁଖପାତ୍ର ତାଲିକା ଘୋଷଣା ହେବା ପରେ ଦଳୀୟ ଶିବିରରୁ ଏହି ଖବର ଆସିଛି । ମୁଖପାତ୍ର ତାଲିକାରେ ସୁଲୋଚନାଙ୍କ ନାଁ ଦେଖି ଅଧିକାଂଶ ବିଦ୍ରୋହୀ ହୋଇପଡ଼ିଛନ୍ତି ।
ସେମାନଙ୍କ ଯୁକ୍ତି, ଦୁଇମାସ ତଳେ ସୁଲୋଚନା ନବୀନ ପଟ୍ଟନାୟକଙ୍କୁ ଗାଳିଗୁଲଜ କରୁଥିଲେ । ବିଜେଡ଼ି ସରକାର ଦୁର୍ନୀତିଗ୍ରସ୍ତ ବୋଲି ଚିଲାଉଥିଲେ । ନବୀନ ସରକାରଙ୍କ ନାରୀ ପ୍ରତି ସମ୍ମାନ ନାହିଁ ବୋଲି ଟିଭିରେ ଗଳା ଫଟାଇ ଚିତ୍କାର କରୁଥିଲେ । ରାଜରାସ୍ତାରେ ଦାମ ରାଉତଙ୍କ ବିରୋଧରେ ନାରାବାଜି କରୁଥିଲେ । ଏବେ ସେହି ସୁଲୋଚନା ଟିଭିରେ ବସି ନବୀନଙ୍କ ଗୁଣ ଗାଇବେ । ବିଜେଡ଼ି ସରକାରଙ୍କ ସ୍ତୁତିଗାନ୍ କରିବେ । ନବୀନ ସରକାର ନାରୀଙ୍କୁ ସମ୍ମାନ ଦିଅନ୍ତି ବୋଲି ଯୁକ୍ତି ରଖିବେ । ହଠାତ୍ ସୁଲୋଚନାଙ୍କ ମୁହଁରେ ଏଭଳି ବିଜେଡ଼ି ଗୁଣଗାନକୁ ସାଧାରଣ ଲୋକେ ଗ୍ରହଣ କରିବେ ତ ? ଲୋକେ ନାଚପାର୍ଟି ଦଳ ବୋଲି ଭାବିବେ ନା ନାଇଁ ?
ଦଳର ଜଣେ ବରିଷ୍ଠ ମହିଳା କର୍ମକର୍ତ୍ତା ନିଜ ନାଁ ରଖିବା ସର୍ତ୍ତରେ ସୁଲୋଚନାଙ୍କ ବିରୋଧରେ ବିଷ ଓଗାଳିଛନ୍ତି । କହିଛନ୍ତି, ସୁଲୋଚନାଙ୍କୁ କଂଗ୍ରେସ ମୁଣ୍ଡରେ ମୁଣ୍ଡାଇଥିଲା । ଦଳୀୟ ଯୋଗ୍ୟତାକୁ ନ କଷି ସିଧାସଳଖ ମୁଖପାତ୍ର ପଦରେ ବସାଇଥିଲା । ଓଡ଼ିଶାର ଘରେ ଘରେ ତାଙ୍କୁ ପରିଚିତ କରାଇଥିଲା । ମାତ୍ର ସେହି ସୁଲୋଚନା ରାତାରାତି କଂଗ୍ରେସକୁ ଗୋଇଠା ମାରି ନବୀନ ନିବାସ ଚାଲିଆସିଲେ । ନବୀନଙ୍କ ଗୋଡ଼ ହାତ ଧରି ବିଜେଡ଼ିରେ ମିଶିଗଲେ । ପାଗଯୋଗ ଦେଖି ସେଇ ସୁଲୋଚନା ଆଗକୁ ଯେ ବିଜେଡ଼ିକୁ ଗୋଇଠା ମାରି ବିଜେପିକୁ ନ ଯିବେ ସେଇ ଗ୍ୟାରେଣ୍ଟିଂ କିଏ ଦେବ ବୋଲି ପଚାରିଛନ୍ତି । ତାପରେ, ସୁଲୋଚନା ବିଜେଡ଼ି ସପକ୍ଷରେ ଟିଭିରେ ଗାଇବେ ଏବଂ ଆମେ ଘରେ ବସି ଶୁଣିବୁ ଏହାଠାରୁ ବଳି ଲଜ୍ଜାର କଥା ଆମ ପାଇଁ ଆଉ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି ।
Gaurav Bhatia, Samajwadi Party’s firefighter On TV, now the spokesman of BJP.
Dhanya Neveen…. Dhanya BJF
BJD ra ki guna gaiba mularu pahacha pahacha.
Where is the difficulties to pay respect to the decission of the party president ?