ଭୁବନେଶ୍ୱର: ବିଜୁ ଜନତା ଦଳର ୧୧ ଜଣିଆ ନୂଆ ମୁଖପାତ୍ର ଟିମ୍ ଘୋଷଣା ହୋଇଛି । ସଭାପତି ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନେ ହେଲେ ପ୍ରତାପ କେଶରୀ ଦେବ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଅମର ପ୍ରସାଦ ଶତପଥୀ, ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଡ. ଅରୁଣ କୁମାର ସାହୁ, ରବି ନାରାୟଣ ନନ୍ଦ, ସମୀର ରଂଜନ ଦାଶ, ଡ. ସସ୍ମିତ୍ ପାତ୍ର ଏବଂ ସୁଲୋଚନା ଦାସ ।
ଗଣମାଧ୍ୟମରେ ଦଳ ପକ୍ଷରୁ ବିତର୍କ କରିବାକୁ ୧୧ ଜଣିଆ ପାନେଲିଷ୍ଟଙ୍କ ନାଁ ମଧ୍ୟ ଘୋଷଣା ହୋଇଛି । ସେମାନେ ହେଲେ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ବ୍ୟୋମକେଶ ରାୟ, ସୁବାସ ସିଂ, ମିହିର ମହାନ୍ତି, ତେଜେଶ୍ୱର ପରିଡ଼ା, ଡ. ଲେଲିନ୍ ମହାନ୍ତି, ଚିନ୍ମୟ ସାହୁ, ରାଣାପ୍ରତାପ ପାତ୍ର, ଡାକ୍ତର ଦେବାଶିଷ ମାରାଣ୍ଡି, ସନ୍ତୋଷ ଅମାତ୍ ଏବଂ ସୁଲତା ଦେଓ ।
ଏଥିସହ ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆଙ୍କୁ ନୂଆପଡ଼ା ଜିଲ୍ଲା ସଭାପତି ଭାବେ ନିଯୁକ୍ତି କରାଯାଇଛି ।