Thursday, June 25, 2026 09:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରେପିଷ୍ଟ୍ ବାବା: ବେନାମୀ ଚିଠିରୁ ଦୋଷୀ ସାବ୍ୟସ୍ତ ଯାଏଁ..

by Our Correspondent
26 Aug, 2017- 07:52 PM
in Latest News, News
1 min read
0
ରେପିଷ୍ଟ୍ ବାବା: ବେନାମୀ ଚିଠିରୁ ଦୋଷୀ ସାବ୍ୟସ୍ତ ଯାଏଁ..
ନୂଆଦିଲ୍ଲୀ: ଏକ ବେନାମୀ ଚିଠି ହିଁ ବାବା ରାମ ରହିମ୍ ଙ୍କ କଳଙ୍କିତ ଓ ଅପରାଧିକ ସାମ୍ରାଜ୍ୟକୁ ଧ୍ୱଂସ କରିଦେଇଛି । ଯାହା ଏବେ ଗଣମାଧ୍ୟମ ଖବରର ଶିରୋନାମାରେ । ତେବେ ୧୫ ବର୍ଷ ତଳେ ଏହି ବେନାମୀ ଚିଠିରେ ରାତାରାତି ବାବା ରାମ୍ ରହିମ୍ ଖବରର ଶିରୋନାମା ହୋଇ ନ ଥିଲେ । ହାଇକୋର୍ଟ ଏହି ବେନାମୀ ଚିଠିକୁ ବିଚାରକୁ ନେଲା ପରେ ଯାଇ ବାବା ପାଲଟିଥିଲେ ଖବରର ଶିରୋନାମା । ଆସନ୍ତୁ ଜାଣିବା କେମିତି ଥିଲା ଏହି ଘଟଣାକ୍ରମ ।
ପଞ୍ଚକୂଲା ସ୍ଥିତ ଡେରା ଆଶ୍ରମରେ ବାବା ରାମ୍ ରହିମ୍ ମହିଳା ଅନୁଗାମୀଙ୍କ ସହ ଦୁଷ୍କର୍ମ କରୁଛନ୍ତି । ବାବାଙ୍କ ଭକ୍ତ ପାଲଟି ଆଶ୍ରମରେ ରହୁଥିବା ଜଣେ ମହିଳାଙ୍କ ଏହା ଥିଲା ଅଙ୍ଗେଲିଭା ଅଭିଯୋଗ । ପଞ୍ଜାବର ଏହି ମହିଳା ଜଣଙ୍କ ଗ୍ରାଜୁଏସନ୍ ପରେ ବାବାଙ୍କ ଭକ୍ତ ପାଲଟି ଡେରା ଆଶ୍ରମରେ ରହୁଥିଲେ । ଦୁଇବର୍ଷ ପରେ ହଠାତ୍ ଗୋଟେ ରାତିରେ ବାବା ନିଜର ବିଳାସିତ ଗୁମ୍ଫାକୁ ଡାକିଥିଲେ ଭକ୍ତ ମହିଳାଙ୍କୁ । ବାଧ୍ୟ କରି ବ୍ଲୁ ଫିଲ୍ମ ଦେଖାଇବା ସହ ଦୁଷ୍କର୍ମ କରିଥିଲେ । ଏହା ପ୍ରଘଟ କଲେ କୁପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକାଇଥିଲେ । ଏହାପରେ ବାବା ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । ପରବର୍ତ୍ତୀ ସମୟରେ ମହିଳାଜଣଙ୍କ ଆଶ୍ରମ ଛାଡ଼ିଦେଇଥିଲେ । ୨୦୦୨ ମସିହାରେ ସଂପୃକ୍ତା ମହିଳା, ବାବାଙ୍କ କୁତ୍ସିତ କାରନାମାକୁ ବେନାମୀ ଚିଠି ଜରିଆରେ ପଦାକୁ ଆଣିଥିଲେ । ଘଟଣା ସବୁକୁ ବର୍ଣ୍ଣନା କରି ହିନ୍ଦୀରେ ଏକ ଟାଇପ୍ ଚିଠି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ହରିଆନା ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ସିବିଆଇ, ଜାତୀୟ ମାନବାଧିକାର କମିସନ ଏବଂ ପଞ୍ଜାବ ଓ ହରିଆନା ହାଇକୋର୍ଟଙ୍କୁ ପଠାଇଥିଲେ । ଖାଲି ତାଙ୍କ ସହ ନୁହେଁ ଆଶ୍ରମରେ ବହୁ ମହିଳା ବାବାଙ୍କ ଯୌନ ଶୋଷଣର ଶିକାର ହେଉଥିବା ଉଲ୍ଲେଖ କରିଥିଲେ ।
ତେବେ ଏହି ବେନାମୀ ଚିଠିକୁ ଅନ୍ୟମାନେ ଶୁଣି ନ ଥିଲା ବେଳେ ପଞ୍ଜାବ ଓ ହରିଆନା ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଥିଲେ । ଶୀର୍ଷାର ଜିଲ୍ଲା ଓ ସେସନସ୍ ଜଜ୍ ଙ୍କ ଠାରୁ ଏ ସମ୍ପର୍କରେ ଏକ ଯାଞ୍ଚ ରିପୋର୍ଟ ମାଗିଥିଲେ । ଜଜ୍ ମାମଲାର ଅନୁସନ୍ଧାନ କରି ରିପୋର୍ଟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ତଦନ୍ତଭାର ଦେବା ପାଇଁ ସୁପାରିଶ କରିଥିଲେ । ଏହି ଆଧାରରେ ହାଇକୋର୍ଟ ସିବିଆଇକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ । ୨୦୦୩ ମସିହାରେ ଚଣ୍ଡିଗଡ଼ ବ୍ରାଞ୍ଚ ସିବିଆଇ ଆଇପିସି ଧାରା ୩୭୬(ରେପ୍), ୫୦୬(ଧମକ) ଏବଂ ୫୦୯(ମହିଳାଙ୍କ ଇଜ୍ଜତ ଲୁଟିବା) ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ବେନାମୀ ଚିଠି ଦେଇଥିବା ଅଭିଯୋଗକାରିଣୀଙ୍କୁ ଠାବ କରିବା ସିବିଆଇ ପାଇଁ ଚାଲେଂଜ ହୋଇଥିଲା । ଏଥିପାଇଁ ତଦନ୍ତ ପ୍ରକ୍ରିୟା ଦୁଇବର୍ଷ ପାଇଁ ଧୀମା ହୋଇଯାଇଥିଲା ।
ପରେ ସିବିଆଇ ଜଣେ ନୁହେଁ, ଦୁଇଜଣ ସମାନ ଅଭିଯୋଗକାରିଣୀଙ୍କୁ ଠାବ କରିବାରେ ସମର୍ଥ ହୋଇଥିଲା ଏବଂ ୨୦୦୭ ମସିହାରେ ଅମ୍ବାଲାର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା । ପରବର୍ତ୍ତୀ ସମୟରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ପଞ୍ଚକୂଲାକୁ ସ୍ଥାନାନ୍ତର ହୋଇଥିଲା । ସେଠାରେ ଦୁଇ ଅଭିଯୋଗକାରିଣୀ କୋର୍ଟରେ ଛିଡ଼ା ହୋଇ ବାବା ରାମ ରହିମ୍ ସେମାନଙ୍କ ସହ ଦୁଷ୍କର୍ମ କରିଥିବା ବୟାନ ଦେଇଥିଲେ । ୨୦୦୮ ମସିହାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ରାମ ରହିମ୍ ଙ୍କ ବିରୋଧରେ ଚାର୍ଜଫ୍ରେମ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ୯ ବର୍ଷ ଧରି ମାମଲାର ଶୁଣାଣି ପରେ ବାବା ରେପିଷ୍ଟ୍ ପ୍ରମାଣିତ ହୋଇଛନ୍ତି ।
Previous Post

‘ଜୟ’ ଙ୍କ କଳାଟଙ୍କାର ତଦନ୍ତ ଦାବି କଲେ ଯୋଗୀ

Next Post

ବିଜେଡ଼ିର ୧୧ ଜଣିଆ ନୂଆ ମୁଖପାତ୍ର ଟିମ୍

Next Post
ବିଜେଡ଼ିର ୧୧ ଜଣିଆ ନୂଆ ମୁଖପାତ୍ର ଟିମ୍

ବିଜେଡ଼ିର ୧୧ ଜଣିଆ ନୂଆ ମୁଖପାତ୍ର ଟିମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA