Sunday, May 31, 2026 08:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲୋକେ ଶୁଣୁନାହାନ୍ତି, ହାତଯୋଡିଲେ ଡିଆଇଜି

by Our Correspondent
19 May, 2020- 10:41 PM
in Latest News, News
1 min read
0
ଲୋକେ ଶୁଣୁନାହାନ୍ତି, ହାତଯୋଡିଲେ ଡିଆଇଜି
Spread the love
ଭୁବନେଶ୍ୱର: ବାତ୍ୟାରୁ ଲୋକଙ୍କ ଧନଜୀବନ ରକ୍ଷା କରିବା ସରକାରଙ୍କ ପାଇଁ ଏକ ବଡ଼ ଦାୟିତ୍ୱ । ଅତୀତର ସଫଳ ଅନୁଭବ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ କାଜୁଆଲିଟି ଉପରେ ଏଥର ମଧ୍ୟ ଗୁରୁତ୍ୱ ଦେଇ ପ୍ରଶାସନକଳକୁ ସଜାଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନି ବାତ୍ୟାର ପ୍ରଭାବ ପଡ଼ିବାକୁ ଥିବା ସମୁଦ୍ର ତଳିଆ ଅଞ୍ଚଳ ଓ କଚ୍ଚା ଘରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା କାମରେ ଜିଲ୍ଲା ପ୍ରଶାସନ ଲାଗି ପଡ଼ିଛନ୍ତି । ହେଲେ କିଛି ଜାଗାରେ ଲୋକମାନେ ବାତ୍ୟା ବିପଦକୁ ଢ଼ିଲା ମାରି ପ୍ରଶାସନକୁ ସହଯୋଗ କରୁନାହାନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ଏମିତି କିଛି ଘଟଣା ଆଜି ପ୍ରଶାସନର ମୁଣ୍ଡବ୍ୟଥା କରିଥିଲା । ଲୋକମାନଙ୍କୁ ବୁଝାଇ ସୁରକ୍ଷିତ ସ୍ଥାନକୁ ଆଣିବାକୁ ଖୋଦ୍ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହଙ୍କୁ ହାତଯୋଡିବାକୁ ପଡ଼ିଥିଲା । ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର କେନ୍ଦ୍ରାଞ୍ଚଳ ଡିଆଇଜି ଶ୍ରୀ ସିଂହଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ପଠାଇଛନ୍ତି । ଗତକାଲିଠାରୁ ସେ କେନ୍ଦ୍ରାପଡ଼ାରେ ଡେରା ପକାଇ ସମୁଦ୍ରକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ନେବା କାର୍ଯ୍ୟକୁ ପ୍ରାଥମିକତା ଦେଇଛନ୍ତି । ଆଜି ଶ୍ରୀ ସିଂହ ତାଳଚୁଆସ୍ଥିତ ସମୁଦ୍ରକୂଳିଆ ଅଞ୍ଚଳ ଗସ୍ତ କଲା ବେଳେ ଲୋକମାନେ ସେମାନଙ୍କ ଜାଗା ଛାଡ଼ି ନ ଥିବା ଦେଖିଥିଲେ । ସ୍ଥାନୀୟ ପ୍ରଶାସନକୁ ତାଗିଦ୍ କଲାରୁ କିଛି ଲୋକ ବିଶେଷକରି ମହିଳାମାନେ ଘର ଛାଡ଼ିବାକୁ ରାଜି ହେଉ ନ ଥିବା ଜାଣିଥିଲେ ।
ଏହାପରେ ଡିଆଇଜି ଶ୍ରୀ ସିଂହ ଲୋକଙ୍କୁ ବୁଝାଇଲା ପରେ ବି ସେମାନେ ଅମଙ୍ଗ ହୋଇଥିଲେ । ଶେଷରେ ଶ୍ରୀ ସିଂହ ସେମାନଙ୍କୁ ହାତଯୋଡି ଅନୁରୋଧ କଲା ପରେ ଯାଇ ଆଶ୍ରୟସ୍ଥଳୀ ଆସିବାକୁ ରାଜି ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା ।

ଡିଆଇଜି ଶ୍ରୀ ସିଂ ଆଜି ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଲୋକମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସମସ୍ତଙ୍କ ପାଇଁ ଖାଇବା ପିଇବା ବନ୍ଦୋବସ୍ତର ତଦାରଖ କରିବା ସହ ମହିଳା ଓ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କରୋନା ପରିସ୍ଥିତି ଦୃଷ୍ଟିରୁ ସାମାଜିକ ଦୂରତ୍ୱ ରକ୍ଷା ଏବଂ ମାସ୍କ ପିନ୍ଧିବା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ।  ଡିଆଇଜିଙ୍କ ସହ କେନ୍ଦ୍ରାପଡ଼ା ଏସପି ନୀତି ଶେଖର ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଆଜି ସଂଧ୍ୟାରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ ବାତ୍ୟା ବିପଦ କିଛି ସ୍ଥାନରୁ ଲୋକମାନେ ନିଜ ଘର ଛାଡ଼ିବାକୁ ରାଜି ହେଉନାହାନ୍ତି । ସେଥିପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡୁଛି । ତେବେ ଅପରାହ୍ନ ୩ଟା ସୁଦ୍ଧା ୩୫ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଆସନ୍ତକାଲି ଦିନ ୧୦ଟା ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ । କାହାରିକୁ ବିପଦପୂର୍ଣ୍ଣ ଜାଗାରେ ରହିବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି ।
ଅନ୍ୟପକ୍ଷରେ କିଛି ଜିଲ୍ଲାରେ ସ୍ଥାନୀୟ ପ୍ରଶାସନର ଦାୟିତ୍ୱହୀନତାକୁ ତଳିଆ ଓ ସମୁଦ୍ରକୂଳିଆ ଅଞ୍ଚଳର କିଛି ଲୋକ ଅଙ୍ଗୁଳି ଉଠାଇଛନ୍ତି । ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ସହଯୋଗ କରୁ ନ ଥିବା କିଛି ଗଣମାଧ୍ୟମରେ ଅଭିଯୋଗ ଆଣିଛନ୍ତି ।
Previous Post

ପ୍ରକୋପ ଦେଖାଇଲାଣି, କାଲି ୬ ଘଣ୍ଟାର ତାଣ୍ଡବ

Next Post

ସହାୟତାର ହାତ ବଢ଼ାଇବାକୁ ବିଜୁ ଯୁବ ବାହିନୀ ସ୍ବେଛାସେବୀଙ୍କୁ ଅପିଲ୍‌

Next Post
ସହାୟତାର ହାତ ବଢ଼ାଇବାକୁ ବିଜୁ ଯୁବ ବାହିନୀ ସ୍ବେଛାସେବୀଙ୍କୁ ଅପିଲ୍‌

ସହାୟତାର ହାତ ବଢ଼ାଇବାକୁ ବିଜୁ ଯୁବ ବାହିନୀ ସ୍ବେଛାସେବୀଙ୍କୁ ଅପିଲ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA