Monday, May 25, 2026 12:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶେଷ ପର୍ଯ୍ୟାୟରେ ସମସ୍ତଙ୍କ ନଜର କେନ୍ଦ୍ରାପଡ଼ା

by Our Correspondent
29 Apr, 2019- 05:44 AM
in Latest News, News, Politics
1 min read
0
ଶେଷ ପର୍ଯ୍ୟାୟରେ ସମସ୍ତଙ୍କ ନଜର କେନ୍ଦ୍ରାପଡ଼ା
ଭୁବନେଶ୍ୱର: ଆଜି ୨୦୧୯ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ । ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ସମେତ ୪୧ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୧୦ ହଜାର ୭୯୨ ବୁଥ୍ ରେ ୯୫ ଲକ୍ଷ ୧୪ ହଜାର ଭୋଟର ଲୋକସଭା ଆସନର ୫୨ ଜଣ ଏବଂ ବିଧାନସଭା ଆସନର ୩୩୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।
ଏହି ଅନ୍ତିମ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ଦେଉଛନ୍ତି ମାଳ ମାଳ ହେଭିୱେଟ୍ ନେତା । ସେମାନଙ୍କ ମଧ୍ୟରେ ଅଛନ୍ତି ନିରଞ୍ଜନ ପଟ୍ଟନାୟକ, ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଅନନ୍ତ ଦାସ, ରବୀନ୍ଦ୍ର ଜେନା, ଅମର ଶତପଥୀ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ପ୍ରତାପ ଜେନା, ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାସ, ଶଶୀଭୂଷଣ ବେହେରା, ଅନନ୍ତ ସେଠୀ, ମନମୋହନ ସାମଲ, ଅନୁଭବ ମହାନ୍ତି ପ୍ରମୁଖ ।
ସବୁଠାରୁ ହାଇ ଭୋଲଟେଜ୍ ଲଢ଼େଇ ହେଉଛି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ । ଏହି ଆସନରେ ବିଜେଡ଼ି ପ୍ରାର୍ଥୀ ଅନୁଭବ ମହାନ୍ତି ଓ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ହେଉଛି କଡ଼ା ମୁକାବିଲା । କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ମଧ୍ୟ କିଛି କମ୍ ରେ ନାହାନ୍ତି । ଭୋଟ ସମୟ ଯେତିକି ପାଖୋଉଛି ସେତିକି ନୂଆ ନୂଆ ଚର୍ଚ୍ଚା ସାମନାକୁ ଆସୁଛି । ଘଡ଼ିକେ ଘୋଡ଼ା ଛୁଟିଲା ଭଳି ଅବସ୍ଥା । ଶେଷ ସମୟ ପର୍ଯ୍ୟନ୍ତ କାହାରି ସପକ୍ଷରେ ଚିତ୍ର ସ୍ପଷ୍ଟ ହେଉନାହିଁ । ଅନୁଭବ ଓ ବୈଜୟନ୍ତଙ୍କ ମଧ୍ୟରେ ପୂରା ନେକ୍ ଟୁ ନେକ୍ ଲଢ଼େଇ ଦେଖିବାକୁ ମିଳିଛି ।
ଗତକାଲି ସମଗ୍ର ନିର୍ବାଚନମଣ୍ଡଳୀରେ ବିଜେଡ଼ି ଓ ବିଜେପି ନେତା, କର୍ମୀଙ୍କ ମଧ୍ୟରେ ପ୍ରବଳ ଛକାପଂଝା ଦେଖିବାକୁ ମିଳିଥିଲା । ଭୋଟ ହାତେଇବା ପାଇଁ ଉଭୟ ଶିବିର ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଥିଲା । ତେବେ କୌଣସି ଜାଗାରେ ଗଣ୍ଡଗୋଳ ଖବର ଆସିନାହିଁ । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ନିର୍ବାଚନମଣ୍ଡଳୀ ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି । ଗତ ରାତିରେ ବିଭିନ୍ନ ସନ୍ଦିଗ୍ଧ ସ୍ଥାନ, ହୋଟେଲ ଆଦି ଉପରେ ପୁଲିସ ଚଢ଼ାଉ ହୋଇଥିଲା । କେନ୍ଦ୍ରାପଡ଼ା ଲୋକସଭା ଅଞ୍ଚଳର ଭୋଟର ହୋଇ ନ ଥିବା ବାହାର ବ୍ୟକ୍ତି ଅଞ୍ଚଳରେ ନ ରହିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଦେ୍ର୍ଦଶ ଥିବାରୁ ପ୍ରବଳ ତନାଘନା ହୋଇଥିଲା ।
Previous Post

୩୦% ବିଧାୟକ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା; ବିଜେପିରୁ ସର୍ବାଧିକ

Next Post

ସ୍ୱର୍ଗତ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ପାଟକୁରାରୁ ବିଜେଡ଼ି ପ୍ରାର୍ଥୀ

Next Post
ସ୍ୱର୍ଗତ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ପାଟକୁରାରୁ ବିଜେଡ଼ି ପ୍ରାର୍ଥୀ

ସ୍ୱର୍ଗତ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ପାଟକୁରାରୁ ବିଜେଡ଼ି ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA