Thursday, May 21, 2026 08:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସତପାଲ୍ ଙ୍କ ଘର ନିଆଁ: ସିସିଟିଭି ଫୁଟେଜ୍ ସେଟିଂରୁ ଷଡ଼ଯନ୍ତ୍ରର ଗନ୍ଧ

by Our Correspondent
08 Aug, 2017- 09:41 PM
in Latest News, News
1 min read
0
ସତପାଲ୍ ଙ୍କ ଘର ନିଆଁ: ସିସିଟିଭି ଫୁଟେଜ୍ ସେଟିଂରୁ ଷଡ଼ଯନ୍ତ୍ରର ଗନ୍ଧ
ଭୁବନେଶ୍ୱର: ହୋଟେଲ ପାଲ୍ ହାଇଟସ୍ ମାଲିକ ସତପାଲ୍ ସିଂଙ୍କ ଘରେ ନିଆଁ ଲାଗି ୫ଟି ଅମୂଲ୍ୟ ଜୀବନ ଚାଲିଯିବା ଘଟଣା ପଛର ଚାବିକାଠି ପଡ଼ିଛି ପୁଲିସ ହାତରେ । ସତପାଲ୍ ଙ୍କ ଘରୁ ଜବତ ସିସିଟିଭି ହାର୍ଡଡିସ୍କରେ ଫୁଟେଜ୍ ସେଟିଂ ଠିକ୍ ନାହିଁ । ସେଥିରେ ତାରିଖ ଏପଟ ସେପଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଧିକ ଯାଞ୍ଚ ପାଇଁ ପୁଲିସ ତାହାକୁ ଫୋରେନସିକ୍ ଲାବ୍ କୁ ପଠାଇଛି । ସିସିଟିଭି ହାର୍ଡଡିସ୍କକୁ ଟାମ୍ପରିଂ କରାଯାଇଥିବା ପୁଲିସ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏଥିସହ ସତପାଲ୍ ଙ୍କ ଘରର ନିଆଁ ପଛ ରହସ୍ୟର ଚେର୍ ପୁଲିସକୁ ମିଳିଯାଇଛି ।
ସତପାଲ୍ ଙ୍କ ସାନପୁଅ ଗଗନ୍, ବୋହୁ ଭାବନା, ନାତୁଣୀ ସୋହାବି, ନାତି ରୁବିର୍ ଓ କେୟାର ଟେକର୍ ଖୁସି ନିଆଁରେ ପୋଡି ମରିବା ପଛରେ ଷଡ଼ଯନ୍ତ୍ରର ଗନ୍ଧ ପ୍ରଥମେ ପାଇଥିଲା ‘ମିଡଡ଼େ ଓଡ଼ିଶା’ । ପଡୋଶୀଙ୍କ ବୟାନ ଓ ପାରିପାଶ୍ୱିର୍କ ସ୍ଥିତିକୁ ଅନୁଧ୍ୟାନ କରି ଏଭଳିସନ୍ଦେହ ସୃଷ୍ଟି ହୋଇଥିଲା । ଧନୀ ଓ ପ୍ରଭାବଶାଳୀ ସତପାଲ୍ ଙ୍କ ପରିବାର ଅଘଟଣ ଉପରୁ ପର୍ଦ୍ଦାଫାସ ହେବା ନେଇ ଆଶଙ୍କା ବି କରାଯାଇଥିଲା । ତେବେ ୬ ଦିନ ପରେ ସତପାଲ୍ ଙ୍କ ଘରର ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରି ପୁଲିସ ଷଡ଼ଯନ୍ତ୍ରର ଗନ୍ଧ ପାଇଛି । ସେଥିରୁ ଦୁର୍ଘଟଣାର କାରଣ ଓ ସମ୍ଭାବ୍ୟ ଉଦ୍ଦେଶ୍ୟ ଧରାପଡ଼ିବ ବୋଲି ତଦନ୍ତକାରୀ ପୁଲିସ ନିଶ୍ଚିତ ହୋଇଯାଇଛନ୍ତି । ମୃତ ସାନପୁଅ ପରିବାର ରହୁଥିବା ତୃତୀୟ ମହଲାର ସିସିଟିଭି ହାର୍ଡଡିସ୍କଟି ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଥିବା ପୁଲିସ ପୂର୍ବରୁ କହିଥିଲା ବେଳେ ବିଳମ୍ବ ହେଲେ ମଧ୍ୟ ଘରର ଅନ୍ୟ ସିସିଟିଭି ହାର୍ଡଡିସ୍କ ପୁଲିସ ତଦନ୍ତକୁ ଲିଡ୍ ଦେଇଛି ।
୩ ତାରିଖ ଭୋର୍ ସମୟରେ ଘଟିଥିବା ଅଗ୍ନିକାଣ୍ଡ ସର୍ଟ ସର୍କିଟ୍ ଯୋଗୁଁ ଘଟିଛି ନା ପଛରେ ଅନ୍ୟ ଷଡ଼ଯନ୍ତ୍ର ରହିଛି ତାହାର ଛାନଭିନ୍ ଆରମ୍ଭ ହୋଇଯାଇଥିବା ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି । ଫୋରେନସିକ୍ ଓ ବିଶେଷଜ୍ଞଙ୍କ ରିପୋର୍ଟ ଆସିଲା ପରେ ଅଘଟଣ ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି । ସୂଚନାଯୋଗ୍ୟ, ସତପାଲ୍ ଙ୍କ ଦୁଇ ପୁଅଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଥିଲା ବୋଲି ଚର୍ଚ୍ଚା ହେଉଛି । ଏହା ଅଘଟଣର ମୁଖ୍ୟ କାରଣ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା ବେଳେ ପଛରେ ଅନ୍ୟ କୌଣସି ବି କାରଣ ଥାଇପାରେ ବୋଲି କୁହାଯାଉଛି । ଚାପ କିମ୍ବା ପ୍ରଲୋଭନରେ ନ ପଡ଼ି ପୁଲିସ ଏହି ହାଇପ୍ରୋଫାଇଲ୍ ପରିବାରର ମର୍ମନ୍ତୁଦ ଅଘଟଣର ସତ୍ୟାସତ୍ୟ ପଦାକୁ ଆଣିବାକୁ ସାଧାରଣରେ ଦାବି ହୋଇଛି ।

 

 

Previous Post

ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମନେଇବା ଉଦ୍ୟମ

Next Post

ଭୋଟ୍ ପାଇଁ ଭୂଆଁ ?

Next Post
ଭୋଟ୍ ପାଇଁ ଭୂଆଁ ?

ଭୋଟ୍ ପାଇଁ ଭୂଆଁ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA