ଭୁୁବନେଶ୍ୱର: ବିଦାୟୀ ବର୍ଷରେ ତିନି ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଏମାନଙ୍କୁ ମିଶାଇ ୫ ଜଣ ବରିଷ୍ଠ ଆଇପିଏସ୍ ଙ୍କୁ ନୂତନ ନିଯୁକ୍ତି ଦିଆଯାଇଛି ।
କ୍ରାଇମବ୍ରାଞ୍ଚ ଏଡ଼ିଜିପି ଥିବା ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ପଦବୀକୁ ପଦୋନ୍ନତି ଦିଆଯାଇ ଜେଲ୍ ବିଭାଗର ମୁଖ୍ୟ(ଡିଜି) ଏବଂ ଡାଇରେକ୍ଟର କରେକ୍ସନାଲ୍ ସର୍ଭିସେସ୍ ଭାବେ ଅବସ୍ଥାପିତ କରାଯାଇଛି ।
ପର୍ସୋନାଲ୍ ଆଇଜି ଭାବେ ଦାୟିତ୍ୱ ତୁଲାଉଥିବା ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଅତିରିକ୍ତ ଡିଜି ଭାବେ ପଦୋନ୍ନତି ଦିଆଯାଇ ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କ୍ରାଇବ୍ରାଞ୍ଚ ଏଡ଼ିଜିପି ଭାବେ ସେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ।
ସେହିଭଳି ଭୁବନେଶ୍ୱର ଡିସିପି ଅନୂପ କୁମାର ସାହୁଙ୍କୁ ଡିଆଇଜି ପଦୋନ୍ନତି ସହ କମିଶନରେଟ୍ ପୁଲିସର ଅତିରିକ୍ତ ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେ କମିଶନରେଟ୍ ପୁଲିସର ଡିସିପି ଭାବେ କାର୍ଯ୍ୟ କରିବେ ।
ଆଇନ ଶୃଙ୍ଖଳା ଏଡ଼ିଜିପି ଆର.ପି.କୋଚେଙ୍କୁ ଏଡ଼ିଜିପି, ଏସଏପି ପଦକୁ ବଦଳି କରାଯାଇଛି ।
ଆଇଜି, ଏସଏପି ପଦରେ ଥିବା ୱାଇ.କୋୟଲ୍ ଙ୍କୁ ଆଇଜିପି, ପ୍ରୋଭିଜନିଂ, ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି ।