Monday, May 25, 2026 12:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ସମ୍’ ନିଆଁକୁ ବର୍ଷେ, ମିଳିମିଶି ଭୁଲିଗଲେ

by Our Correspondent
18 Oct, 2017- 03:07 PM
in Latest News, News
1 min read
0
‘ସମ୍’ ନିଆଁକୁ ବର୍ଷେ, ମିଳିମିଶି ଭୁଲିଗଲେ
ଭୁବନେଶ୍ୱର: ସମ୍ ହସ୍ପିଟାଲ୍ ନିଆଁକୁ ଗତକାଲି ବର୍ଷେ ପୂରିଲା । ବହୁ ହୋ ହଲ୍ଲା, ନାଟକବାଜି ହେଲା ମାତ୍ର କାହାର କିଛି ତାଡ଼ି ହେଲାନି । ସରକାର ଶୋଇଗଲେ । କଙ୍କଡ଼ାକୁ ଗୋଳି ପାଣି ସୁବିଧା ଭଳି ସମ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଦେହରେ ଧୂଳିମଳି ଲାଗିଲାନି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ‘ସମ୍’ ମାଲିକ ମନୋଜ ନାୟକଙ୍କ ଗିରଫ ପରେ ସବୁ ଯେମିତି ସରିଗଲା । ତଦନ୍ତ ରିପୋର୍ଟ ଆସିଲାନି କି କାର୍ଯ୍ୟାନୁଷ୍ଠାନ ହେଲାନି । ଲୋକଙ୍କୁ ଭୁଲାଇ ସରକାର ଭୁଲିଗଲେ ।
ଗତବର୍ଷ ଅକ୍ଟୋବର ୧୭ ସଂଧ୍ୟାରେ ‘ସମ୍’ ହସ୍ପିଟାଲ୍ ଆଇସିୟୁରେ ଭୟଙ୍କର ନିଆଁ ଲାଗିଥିଲା । ଚିକିତ୍ସାଧୀନ ୩୧ ଜଣଙ୍କ ରୋଗୀଙ୍କର ବିଭିନ୍ନ ପର୍ଯ୍ୟାୟରେ ମୃତ୍ୟୁ ହେଲା । ଏହି ଅଗ୍ନିକାଣ୍ଡକୁ ନେଇ ଖାଲି ରାଜ୍ୟ ନୁହେଁ, ତମାମ ଦେଶ କମ୍ପିଲା । ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଏବଂ ଅନୁକମ୍ପା ରାଶି ଘୋଷଣାରେ ଫୁରସତ୍ ଦେଲେନି । ଆରଡ଼ିସି ଘଟଣାର ତଦନ୍ତ କରି ମାସେ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ । ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ । ଖୋଦ୍ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ସହାୟତା ଘୋଷଣା କଲେ । ‘ସମ୍’ ହସ୍ପିଟାଲ୍ କର୍ତ୍ତୃପକ୍ଷ ବି ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ।
‘ସମ୍’ ହସ୍ପିଟାଲ୍ ନିଆଁର କାରଣ ସ୍ପଷ୍ଟ ଥିଲା । ସେଠାରେ ଫାୟାର୍ ଫାଇଟିଂ ମେକାନିଜିମ୍ ନ ଥିଲା । ୨୦୧୩ ମସିହାରେ ସରକାର ଏଥିନେଇ ପରାମର୍ଶ ଦେଇଥିଲେ ମଧ୍ୟ ହସ୍ପିଟାଲ୍ କର୍ତ୍ତୃପକ୍ଷ ତାହାକୁ ଗାଲୁ ପେଲି ଦେଇଥିଲେ । ହସ୍ପିଟାଲ୍ ପାଖରେ ଫାୟାର୍ ସେଫ୍ଟି ସାର୍ଟିଫିକେଟ୍ ନ ଥିବା ଖୋଦ୍ ଅଗ୍ନିଶମ ବିଭାଗ କହିଥିଲା । ହସ୍ପିଟାଲ୍ ର ଫାୟାର୍ ସେଫ୍ଟି ସାର୍ଟିଫିକେଟ୍ ନ ଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଜିଲ୍ଲାପାଳ ଆପତ୍ତି କରିନଥିଲେ । ହସ୍ପିଟାଲ୍ ଚଳାଇବାକୁ ଅନୁମତି ଦେଇଥିଲେ । ନିଆଁ ଲାଗିଲା ପରେ ଖୋଳତାଡ଼ ବେଳେ ଏସବୁ ଅନିୟମିତତା ଓ ତ୍ରୁଟି ବିଚ୍ୟୁତି ସାମନାକୁ ଆସିଥିଲା । ଆରଡିସିଙ୍କୁ ତଦନ୍ତଭାର ଦେଇ ସରକାର କାର୍ଯ୍ୟାନୁଷ୍ଠାନ ବାଣୀ ଶୁଣାଇଥିଲେ । ହେଲେ ମାସେ କଥା ଛାଡ଼ନ୍ତୁ, ବର୍ଷେ ପୂରିଲା ପଛେ ଆରଡିସିଙ୍କ ତଦନ୍ତ ରିପୋର୍ଟ ସାମନାକୁ ଆସିଲାନି କି ଦାୟିତ୍ୱରେ ଖିଲାପ କରିଥିବା ସରକାରୀ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାନି । ଇତିମଧ୍ୟରେ ଜିଲ୍ଲାପାଳ ଖୋର୍ଦ୍ଧାରୁ ବଦଳି ହୋଇ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ପ୍ରମୋସନ୍ ପୋଷ୍ଟିଂ ପାଇଛନ୍ତି । ଆରଡିସି ଅବସର ନେଇ ସରକାରୀ ଥଇଥାନ ପାଇଛନ୍ତି ।
ଅଗ୍ନିକାଣ୍ଡରେ କେତେ ରୋଗୀ ମରିଛନ୍ତି ତାହାର ପକ୍କା ହିସାବ ବି ସରକାରଙ୍କ ଖାତାକୁ ଚଢ଼ିନି । ସ୍ୱାସ୍ଥ୍ୟ ବିଭାଗ ଏହାର ରିପୋର୍ଟ ପ୍ରସ୍ତୁତି ଦାୟିତ୍ୱରେ ଥିଲେ ବି ଚୂଡ଼ାନ୍ତ ରିପୋଟ ର୍ର ନାଁ ଗନ୍ଧ ମିଳୁନି । ଏ ସମ୍ପର୍କରେ ଆମେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁଥିଲୁ । ମାତ୍ର ସେ ଏଡାଇ ଦେଇଥିଲେ । ଦାୟିତ୍ୱରେ ଥିବା ଅତିରିକ୍ତ ସଚିବଙ୍କ ମତାମତ ଜାଣିବାକୁ ଚେଷ୍ଟା କରିଥିଲୁ । ସେ ଦେଖା ଦେଇ ନ ଥିଲେ କି ଫୋନ୍ ଉଠାଇ ନ ଥିଲେ । ଅନ୍ୟପକ୍ଷରେ ‘ସମ୍’ ନିଆଁରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଥିଲେ ମଧ୍ୟ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି । ହସ୍ପିଟାଲ୍ ପକ୍ଷରୁ ଘୋଷଣା ହୋଇଥିବା ୫ ଲକ୍ଷ ଟଙ୍କା ସହାୟତା ରାଶି ସମସ୍ତଙ୍କୁ ଦିଆସରିଛି ବୋଲି ସୋଆ ବିଶ୍ୱବିଦ୍ୟାଳୟ ଅଧିକାରୀ ଜ୍ୟୋତିରଂଜନ ଦାସ କହିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା ରାଶି ପ୍ରଦାନ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।
କେବଳ‘ସମ୍’ ହସ୍ପିଟାଲ୍ ର ପ୍ରଶ୍ନ ନୁହେଁ । ସାରା ରାଜ୍ୟରେ ୫୬୮ ହସ୍ପିଟାଲ୍ ମଧ୍ୟରୁ ମାତ୍ର ୩ଟି ହସ୍ପିଟାଲ୍ ର ଫାୟାର ସେଫ୍ଟି କ୍ଲିୟରାନ୍ସ ଥିବା ଜାତୀୟ ମାନବାଧିକାର କମିଶନ ରିପୋର୍ଟ ଦେଇଥିଲେ । ‘ସମ୍’ ନିଆଁ ଘଟଣାରେ କମିଶନ ଘୋର ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ତଲବ କରିଥିଲେ । ରାଜ୍ୟ ସରକାର ମଧ୍ୟ ସେଥିନେଇ ଯଥେଷ୍ଟ ତତ୍ପରତା ପ୍ରକାଶ କରିଥିଲେ । ତେବେ ‘ସମ୍’ ନିଆଁ ଚାଲିଯିବା ପରେ ସରକାରୀ ତତ୍ପରତା ମିଳେଇଯାଇଛି । ହସ୍ପିଟାଲ୍ ଯାଞ୍ଚ ବ୍ୟବସ୍ଥା ଧୀମା ପଡ଼ିଯାଇଛି । ମନୋଜ ନାୟକଙ୍କ ସହ ସରକାରଙ୍କ ମଧୁଚନ୍ଦ୍ରିକାର ଫଳ ସମଗ୍ର ରାଜ୍ୟବାସୀଙ୍କ ପାଇଁ କାଳ ନ ନେଉ ବୋଲି ସାଧାରଣରେ ଆଲୋଚନା ହେଉଛି ।
Previous Post

ସାମ୍ବାଦିକତା ନା ଦଲାଲି ?

Next Post

ଚର୍ଚ୍ଚାରେ ବିଜୟ ପଟ୍ଟନାୟକ

Next Post
ଚର୍ଚ୍ଚାରେ ବିଜୟ ପଟ୍ଟନାୟକ

ଚର୍ଚ୍ଚାରେ ବିଜୟ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA