Sunday, May 31, 2026 12:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରକାରଙ୍କ ହୋସ୍ ଉଡାଇଲେଣି ଦାମ

by Our Correspondent
17 Nov, 2017- 04:25 PM
in Latest News, Politics
1 min read
0
ସରକାରଙ୍କ ହୋସ୍ ଉଡାଇଲେଣି ଦାମ
Spread the love
ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ଭଳି ଅତି ଗମ୍ଭୀର ପ୍ରସଙ୍ଗରେ ସରକାରଙ୍କୁ ବେଶୀ ଅଡୁଆରେ ପକାଇଛନ୍ତି ଖୋଦ୍ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । କ୍ରମାଗତ ଚାରି ଚାରି ଥର କ୍ଷମତାର ଗର୍ବ ତାଙ୍କୁ ସତେ ଯେମିତି ଅନ୍ଧ କରିଦେଇଛି । ଦାମଙ୍କ ସମେତ ଦଳର ନେତାମାନେ ନିର୍ଲ୍ଲଜ ଭାବେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟରେ ଚାଷୀ ଆତ୍ମହତ୍ୟା କଥା କହି ପାର୍ ହେବାକୁ ଚେଷ୍ଟା କରୁଛନ୍ତି । ସବୁଠାରୁ ବିଡ଼ମ୍ବନା ହେଉଛି, କୃଷିମନ୍ତ୍ରୀ ଏବେ ବି ଫସଲହାନି ଓ ଋଣଭାରରେ ପଡ଼ି ଓଡ଼ିଶାର ଚାଷୀ ଆତ୍ମହତ୍ୟା କରୁଥିବା ସ୍ୱୀକାର କରିବାକୁ ରାଜି ନୁହଁନ୍ତି । ଓଲଟି ତାଙ୍କର ମନ୍ତବ୍ୟ ମୃତ ଚାଷୀଙ୍କ ପରିବାରକୁ ତାତ୍ସଲ୍ୟ କରୁଛି ।
ଡାକ୍ତର ଦାମୋଦର ରାଉତ ଜଣେ ବରିଷ୍ଠ ରାଜନେତା । ୪୦ ବର୍ଷର ରାଜନୈତିକ ଅଭିଜ୍ଞତା ରଖି ସେ ନିଜକୁ ବେଶ୍ ଅନୁଭବୀ ନେତା ବୋଲି ଦାବି କରୁଛନ୍ତି । ମାତ୍ର ରାଜ୍ୟର ଚାଷୀ ଫସଲହାନୀ ଯୋଗୁଁ ଋଣ ଭାରାକ୍ରାନ୍ତ ହୋଇ ଆତ୍ମହତ୍ୟା କରୁଥିବା ସେ ମାନିବାକୁ ରାଜି ନୁହଁନ୍ତି । ଗତଥର ସେ କୃଷି ମନ୍ତ୍ରୀ ଥିବା ବେଳେ ଯାହା ଘଟିଥିଲା ଏଥର କୃଷିମନ୍ତ୍ରୀ ଥିବା ବେଳେ ସେୟା ଘଟୁଛି । ଚାଷୀ ମୃତ୍ୟୁ ନେଇ ସମ୍ବେଦନଶୀଳ ହେବା ପରିବର୍ତ୍ତେ ତାକୁ ଗାଲୁ ଠେଲି ଭାଷଣ ଦେଉଛନ୍ତି । ଏହା ଚାଷୀକୂଳକୁ ଉପହାସ ଛଡ଼ା କିଛି ନୁହେଁ । ବରଗଡ଼ ଜିଲ୍ଲା କଳାପାଣିର ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣାରେ କୃଷି ମନ୍ତ୍ରୀଙ୍କ ବୟାନବାଜି ତାଙ୍କର ଦାୟିତ୍ୱହୀନତା ଓ ସମ୍ବେଦନହୀନତାକୁ ଖୋଲି ଦେଇଛି ।
ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ହଇଚଇ ଖେଳାଇଲା । ରାଜ୍ୟ ସରକାରଙ୍କ ଉପରେ ବିରୋଧୀ ଦଳ ହମଲା କଲେ । କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ବୃନ୍ଦାଙ୍କ ପରିବାରବର୍ଗଙ୍କୁ ଯାଇ ସମବେଦନା ଜଣାଇଲେ । ମାତ୍ର ଆମ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ତାଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ଶାନ୍ତ୍ୱନା ଦେବା ଦୂରେ ଥାଉ, ଏଠି ସଚିବାଳୟରେ ବସି ବୟାନବାଜି କରୁଛନ୍ତି । ବୃନ୍ଦା ସାହୁ ବିଜେଡ଼ି ଦଳର ନୁହେଁ । ସେ ବିଜେପିର । ଏଣୁ ସେ କାହିଁକି ତାଙ୍କ ଘରକୁ ଯିବେ ବୋଲି ଓଲଟି ପ୍ରଶ୍ନ କରୁଛନ୍ତି । ଦାମବାବୁଙ୍କ ଭଳି ଜଣେ ପୋଖତ, ଅଭିଜ୍ଞ ରାଜନେତାଙ୍କର ଏଭଳି ବୟାନ ମୃତ ବୃନ୍ଦାଙ୍କ ପରିବାରବର୍ଗଙ୍କ ପ୍ରତି କଟା ଘାରେ ଚୂନ ବୋଳିଛି ବୋଲି ଯେ କେହି କହିବେ । ଏହାଦ୍ୱାରା ସେ ନିଜେ ଭର୍ସିତ ହେବା ସହ ରାଜ୍ୟ ସରକାରଙ୍କୁ ଭର୍ସିତ କରିଛନ୍ତି । ସମ୍ବେଦନଶୀଳ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦିତ କରିଛନ୍ତି ।
ବୃନ୍ଦା ଆତ୍ମହତ୍ୟାର ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନଠାରୁ ପାଇଲା ପରେ କୃଷିମନ୍ତ୍ରୀ ତାହାକୁ କେମିତି ତର୍ଜମା କଲେ ତାଙ୍କୁ ଜଣା ଥିବ । ହେଲେ ବୃନ୍ଦା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ବୋଲି ସେ କହିଛନ୍ତି । ବୃନ୍ଦା ବିଷ ପିଇ ମରିଛନ୍ତି ସତ । ହେଲେ କାହା ଉପସ୍ଥିତିରେ ବିଷ ପିଇଲେ ସେକଥା ସମସ୍ତଙ୍କୁ ଜଣା କହି ଆତ୍ମହତ୍ୟା କାରଣ ସମ୍ପର୍କରେ କହୁନାହାନ୍ତି । ବୃନ୍ଦା ବିଷ ପିଇବା ପାଇଁ ଏକ ଟିଭି ଚାନେଲ୍ ଉସୁକାଇଛି ବୋଲି ଦାମବାବୁ କହିବାକୁ ଚେଷ୍ଟା କରୁଛନ୍ତି । ହେଲେ ତାଙ୍କର ଦମ୍ ପାଉନି । କିନ୍ତୁ କାହିଁକି ? ଯଦି ଜିଲ୍ଲା ପ୍ରଶାସନର ତଦନ୍ତ ରିପୋର୍ଟରୁ ସେଭଳି କିଛି ତଥ୍ୟ ମିଳିଛି ତେବେ କୃଷିମନ୍ତ୍ରୀ ତାହାକୁ ଖୁଲମ୍ କରିବାରେ ଅସୁବିଧା କେଉଁଠି ? ଲୋକଙ୍କୁ ସତ ଜଣାଇବାକୁ ଡର କାହିଁକି ? ଦାମବାବୁ ସେକଥା ସ୍ପଷ୍ଟ ନ କରି ଗାଁ ମାଇପିଙ୍କ ଭଳି ଦେଖେଇ ଶିଖେଇ ହେଉଛନ୍ତି ।
ତେବେ ବୃନ୍ଦା ନିଜେ ଆତ୍ମହତ୍ୟା କରନ୍ତୁ କି ତାଙ୍କୁ ଉସକାଇ ଆତ୍ମହତ୍ୟା କରାଯାଇଥାଉ ହେଲେ ମରିବାର କାରଣ ସ୍ପଷ୍ଟ । ତାହା ହେଲା ଧାନବିଲରେ ଚକଡ଼ା ପୋକ । ସରକାରୀ ରିପୋର୍ଟ କହୁଛି, ଭାଗଚାଷୀ ବୃନ୍ଦା ୧୬ ଏକର ଜମିରେ ଚାଷ କରିଥିଲେ । ସେଥିରୁ ୬ ଏକର ଜମିର ଧାନ ଚକଡ଼ା ପୋକରେ ନଷ୍ଟ ହୋଇଯାଇଥିଲା । ତେବେ ବୃନ୍ଦା ବ୍ୟାଙ୍କରୁ କି କୌଣସି ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣି ନ ଥିଲେ ବୋଲି କୁହାଯାଇଛି । ଏକଥା ସ୍ପଷ୍ଟ ଯେ ଭାଗଚାଷୀଙ୍କୁ ବ୍ୟାଙ୍କ କି କୌଣସି ଅର୍ଥ ଲଗାଣକାରୀ ସଂସ୍ଥା ଋଣ ଦେବନି । କୁହାଯାଉଛି, ବୃନ୍ଦା ଧାନ ଚାଷ ପାଇଁ ୪ ଲକ୍ଷ ଟଙ୍କା ହାତ ଉଧାରି କରିଥିଲେ । ମାତ୍ର ତାହାର ପ୍ରମାଣ, ଦସ୍ତାବିଜ୍ ନ ଥିବାର ଆଳ ଦେଖାଇ କୃଷିମନ୍ତ୍ରୀ ଋଣ ପ୍ରସଙ୍ଗକୁ ଟାଳି ଦେଉଛନ୍ତି । ସୁତରାଂ ବୃନ୍ଦା ମୃତ୍ୟୁ ପଛରେ ଋଣ ଭାରାକ୍ରାନ୍ତ କାରଣ ଦେଖିପାରୁନାହାନ୍ତି କୃଷିମନ୍ତ୍ରୀ । ଓଲଟି ବୟାନ ପରେ ବୟାନ ଝାଡ଼ି ବିରୋଧୀଙ୍କୁ ନାଲିଆଖି ଦେଖାଉଛନ୍ତି ।
ଏ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ସରକାରଙ୍କୁ ଘେରିଛି । ବିରୋଧୀ ରାଜନୈତିକ ଦଳ ଭାବେ ଘେରିବା ବି ସ୍ୱାଭାବିକ । ହେଲେ କୃଷିମନ୍ତ୍ରୀ ବୃନ୍ଦା ଆତ୍ମହତ୍ୟାକୁ ସ୍ୱୀକାର କରି ସହାନୁଭୂତି ଦେଖାଇବା ପରିବର୍ତ୍ତେ ଗାଲୁ ଠେଲି ପ୍ରସଙ୍ଗକୁ ଅଧିକ ଜଟିଳ କରିଛନ୍ତି । ମୃତ ବୃନ୍ଦାଙ୍କଠାରେ ରାଜନୈତିକ ଛାପ ଲଗାଇ ସରକାରଙ୍କୁ ଅଡୁଆରେ ପକାଇଛନ୍ତି । ତଦନ୍ତ ରିପୋର୍ଟରୁ ଦାମବାବୁ ଯଦି ସତ୍ୟର ସନ୍ଧାନ ପାଇଛନ୍ତି ତେବେ ସାମନାକୁ ଆଣନ୍ତୁ । ସମସ୍ତଙ୍କୁ ଜଣା କହି ମାମଲାକୁ ସନ୍ଦେହ ଭିତରେ ନ ରଖନ୍ତୁ । ସାମଗ୍ରିକ ଭାବେ ଚାଷୀ ସମାଜ ପ୍ରତି ନିଷ୍ଠୁର ହୋଇ ବଦନାମ କିଣନ୍ତୁନି ବୋଲି ରାଜନୈତିକ ସମୀକ୍ଷକଙ୍କ ମତ ।
Previous Post

ଶିିଶୁ ଦିବସ ରାଜନୀତି: ଚାଲୁଣି କହୁଛି ଛୁଞ୍ଚିକୁ

Next Post

ବିଜେଡ଼ିରେ ଫାଟ: ଯୁବ କର୍ମକର୍ତ୍ତାଙ୍କ ସମୂହ ଇସ୍ତଫା ଧମକ

Next Post
ବିଜେଡ଼ିରେ ଫାଟ: ଯୁବ କର୍ମକର୍ତ୍ତାଙ୍କ ସମୂହ ଇସ୍ତଫା ଧମକ

ବିଜେଡ଼ିରେ ଫାଟ: ଯୁବ କର୍ମକର୍ତ୍ତାଙ୍କ ସମୂହ ଇସ୍ତଫା ଧମକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA