Monday, May 11, 2026 11:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରିଲା ପାଟକୁରା ନିର୍ବାଚନ, ଅପରାହ୍ନ ୫ଟା ସୁଦ୍ଧା ୬୭% ଭୋଟ

by Our Correspondent
20 Jul, 2019- 08:04 PM
in Interview, Latest News, Politics
1 min read
0
ସରିଲା ପାଟକୁରା ନିର୍ବାଚନ, ଅପରାହ୍ନ ୫ଟା ସୁଦ୍ଧା ୬୭% ଭୋଟ
ଭୁବନେଶ୍ୱର: ସରିଲା ପାଟକୁରା ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ୬୭% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ତେବେ ସଂଧ୍ୟା ୬ଟା ପରେ ମଧ୍ୟ ମତଦାନ କେନ୍ଦ୍ର ଭିତରେ ଭୋଟରଙ୍କ ଧାଡ଼ି ରହିଥିବାରୁ ଏହି ହାର ବଢ଼ିବ ବୋଲି କୁହାଯାଉଛି ।
ପାଟକୁରା ନିର୍ବାଚନ ଶେଷ ସହ ସିଲ୍ ହୋଇଛି ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ୧୦ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା ଦେଇଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏବଂ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହୋଇଛି । ଏପ୍ରିଲ୍ ୨୯ ରେ ହେବାକୁ ଥିବା ନିର୍ବାଚନ ଦୁଇଥରରେ ଜୁଲାଇ ୨୦କୁ ଘୁଞ୍ଚିବା ଯୋଗୁଁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପ୍ରଚାର ପାଇଁ ଲମ୍ବା ସମୟ ପାଇଥିଲେ ।
ସଂଖ୍ୟା ଦୃଷ୍ଟିରୁ ନିର୍ବାଚନ ଫଳାଫଳ ଦୁଇ ପ୍ରମୁଖ ଦଳ ପାଇଁ ଗୁରୁତ୍ୱ ରଖୁ ନ ଥିଲେ ମଧ୍ୟ ବିଜୟ ମହାପାତ୍ରଙ୍କୁ ଚେକ୍ ଦେବା ପାଇଁ ବିଜେଡ଼ି ସବୁ ଉଦ୍ୟମ ଖଟାଇଥିଲା । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡ଼ି ପଲଟନ ପାଟକୁରାର ସବୁ ପଞ୍ଚାୟତରେ ଖେଦି ରହିଥିଲେ । ମାସେ କାଳ ମନ୍ତ୍ରୀ, ବିଧାୟକ ଡେରା ପକାଇଥିଲେ । ପ୍ରଚାର ଶେଷର ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରୋଡ ସୋ କରି ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।
ଅନ୍ୟପକ୍ଷରେ ଏହି ଆସନଟି ବିଜେପି ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ୨୦୦୦ ମସିହାରୁ ବିଧାନସଭା ମାଡ଼ି ନ ଥିବା ବିଜୟଙ୍କ ପାଇଁ ଏହା ଶେଷ ସୁଯୋଗ ବୋଲି ବିଚାର କରାଯାଉଛି । ଜିତିଲେ ତାଙ୍କର ପୂର୍ବ ସ୍ଥିତି ଫେରି ପାଇପାରନ୍ତି, ହାରିଲେ ତାଙ୍କ କ୍ୟାରିୟର୍ ଖତମ୍ ବୋଲି ବୁଝିବାକୁ ପଡ଼ିବ । ବିଜେଡ଼ି ପ୍ରାର୍ଥୀଙ୍କ ଭଳି ତାଙ୍କ ପଛରେ ଦଳୀୟ ବଳର ଅନୁଭବ ହୋଇ ନ ଥିଲେ ମଧ୍ୟ ସ୍ୱାଭିମାନର ନାରା ଦେଇ ଭୋଟରଙ୍କ ଅନୁକମ୍ପା ହାସଲ ପାଇଁ ଉଦ୍ୟମ କରିଛନ୍ତି ବିଜୟ ମହାପାତ୍ର ।
ତେବେ କାହା ସପକ୍ଷରେ ପାଟକୁରାବାସୀ ସେମାନଙ୍କ ରାୟ ଶୁଣାଇଛନ୍ତି, ଆସନ୍ତା ୨୪ ତାରିଖରେ ଭେଟ ବାକ୍ସ ଖୋଲିଲା ପରେ ଜଣାପଡ଼ିବ ।
Previous Post

ଶୀଲା ଦୀକ୍ଷିତଙ୍କ ପରଲୋକ

Next Post

ନାରୀ ସୁରକ୍ଷାର ତୁଚ୍ଛା ସ୍ଲୋଗାନ୍: ଶୋଇଛନ୍ତି ସରକାର, ଟପିଲାଣି ସୀମା

Next Post
ନାରୀ ସୁରକ୍ଷାର ତୁଚ୍ଛା ସ୍ଲୋଗାନ୍: ଶୋଇଛନ୍ତି ସରକାର, ଟପିଲାଣି ସୀମା

ନାରୀ ସୁରକ୍ଷାର ତୁଚ୍ଛା ସ୍ଲୋଗାନ୍: ଶୋଇଛନ୍ତି ସରକାର, ଟପିଲାଣି ସୀମା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA