Monday, May 25, 2026 07:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାଂଘାତିକ ସତ୍ୟ: ମୁଖ୍ୟମନ୍ତ୍ରୀଙ୍କୁ ପଟି ମାରିଲେ ତହସିଲଦାର

by Our Correspondent
04 Jul, 2016- 07:56 PM
in News
1 min read
0
ସାଂଘାତିକ ସତ୍ୟ: ମୁଖ୍ୟମନ୍ତ୍ରୀଙ୍କୁ ପଟି ମାରିଲେ ତହସିଲଦାର

ଭୁବନେଶ୍ୱର(ମିଡ-ଡେ ଓଡିଶା): ସାମାନ୍ୟ ଜଣେ ତହସିଲଦାର ହୋଇ ସାଧାରଣ ପ୍ରଶାସନ ବିଭାଗର ହର୍ତ୍ତାକର୍ତ୍ତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାଟିଛନ୍ତି ଚିତା । ସାଧାରଣ ପ୍ରଶାସନ ବିଭାଗକୁ ପଟି ମାରି ପ୍ରାୟ ୧୦ କୋଟି ଟଙ୍କାର ଜାଗାକୁ ଜଣେ ଦାମୀ ମହିଳାଙ୍କ ନାମରେ ରେକର୍ଡ କରାଇଦେଇଛନ୍ତି । ରାଜଧାନୀର ଛାତି ଉପର ଖାରବେଳନଗରେ ସାଧାରଣ ପ୍ରଶାସନର ଏହି ମୁଖ୍ୟ ଜାଗାକୁ ତହସିଲଦାର ନିଜ ବାପା ସମ୍ପତ୍ତି ଭଳି ବିକ୍ରୀ କରିଛନ୍ତି । ସଂପୃକ୍ତ ତହସିଲଦାରଙ୍କ ଏହି କେଳେଙ୍କରୀ ପୂର୍ବର ସବୁ ରେକର୍ଡ ଭାଙ୍ଗିଦେଇଛି । ସାଧାରଣ ପ୍ରଶାସନ ବିଭାଗ ଏହା ଜାଣିବା ପରେ ଆଜି ତହସିଲଦାରଙ୍କୁ ଜରୁରୀ ନୋଟିସ୍‌ କରିଛି । କିଭଳି ଏବଂ କେଉଁ ପରିସ୍ଥିତିରେ ଏହା ସମ୍ଭବ ହେଲା ତାହାର କୈଫୟତ୍‌ ତଲବ କରିଛି ।

ଖାରବେଳନଗର କେଶରୀ ଟଳିଜ୍‌ ପଛ ଲାଇନ୍‌ ରାସ୍ତାକଡ଼ ପ୍ଲଟ୍‌ ନମ୍ବର ହେଉଛି ୫୩ । ଏହାର ହାଲ୍‌ ପ୍ଲଟ୍‌ ନମ୍ବର ହେଉଛି ୫୧/୧୬୦୪ । ଏସସିଆର ଅର୍ଥାତ୍‌ ସପ୍‌ କମ୍‌ ରେସିଡେନ୍ସ କାଟାଗୋରି ପ୍ଲଟ୍‌ । କର୍ଣ୍ଣରରେ ଥିବା ଏହି ପ୍ଲଟ୍‌ଟି ୨୦’ ରେ ୩୧’ ଆକାର ବିଶିଷ୍ଟ । ବଜାର ହୁଣ୍ଡା ମୂଲ୍ୟରେ ଏବେ ଏହା ପାଖାପାଖି ୧୦ କୋଟି ହେବ । ପ୍ଲଟ୍‌ ମାଲିକ ହେଉଛନ୍ତି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ । ରାଜେନ୍ଦ୍ର କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଏହା ୯୦ ବର୍ଷିଆ ଲିଜ୍‌ ସୂତ୍ରରେ ଆବଟିଂତ ହୋଇଥିଲା । ୫.୧୨.୧୯୬୦ ମସିହାରେ ଉଭୟ ପକ୍ଷ ମଧ୍ୟରେ ଲିଜ୍‌ ଡିଡ୍‌ ହୋଇଥିଲା । ତେବେ ୫୩ ବର୍ଷ ଅତିକ୍ରାନ୍ତ ହୋଇଥିଲେ ବି ପ୍ଲଟ୍‌ ର ବାଉଣ୍ଡରୀ ୱାଲ୍‌ ଛଡ଼ା ଅନ୍ୟ ନିର୍ମାଣ କାର୍ଯ୍ୟ ହୋଇ ନାହିଁ । ଯାହା ସାଧାରଣ ପ୍ରଶାସନ ବିଭାଗର ସର୍ତ୍ତ ଖିଲାପ କରୁଥିଲା । ଏ ନେଇ ବିଭାଗ ପକ୍ଷରୁ ତାଙ୍କୁ ବାରମ୍ବାର କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଥିଲେ ମଧ୍ୟ ସେ ତାହାର ଜବାବ ଦେଇ ନ ଥିଲେ କି ନୋଟିସ୍‌ କୁ ଖାତିର କରି ନ ଥିଲେ ।

ଶେଷରେ ଗତ ୧୦.୨.୨୦୧୫ ରେ ସାଧାରଣ ପ୍ରଶାସନ ବିଭାଗ ସେହି ଜାଗାର ଲିଜ୍‌ ଡିଡ୍‌ ବାତିଲ କରି ନିଲାମୀ ସୂତ୍ରରେ ବିକ୍ରୀ କରିବାକୁ ନିଷ୍ପତ୍ତି ନେଲେ । ୪.୩.୨୦୧୫ରେ ଏ ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହେଲା । ତେବେ ସାଧାରଣ ପ୍ରଶାସନ ବିଭାଗର ଏହି ନିର୍ଦ୍ଦେଶକୁ ସ୍ୱର୍ଗତ୍‌ ରାଜେନ୍ଦ୍ର କୁମାର ନାୟକଙ୍କ ପରିବାର ଚାଲେଞ୍ଜ କରିଛନ୍ତି । ପରିବାର ପକ୍ଷରୁ ସ୍ୱର୍ଣ୍ଣଲତା ନାୟକ ଓ ଅନ୍ୟମାନେ ହାଇକୋର୍ଟରେ ସରକାରଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି କେସ୍‌ ରୁଜୁ କରିଛନ୍ତି । ଏହାର କେସ୍‌ ନମ୍ବର ହେଉଛି ଡବ୍ଲୁପି(ସି) ନଂ. ୩୯୭୪/୨୦୧୬ ।

ବିବାଦରେ ଫସି ଜାଗାଟି କଚେରୀ ବାରଣ୍ଡାରେ ଗଡୁଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ତାହା ବବିତା ଅଗ୍ରୱାଲ ନାମକ ଜଣେ ମହିଳାଙ୍କ ମାଲିକାନାକୁ ଚାଲିଯାଇଛି । ନିର୍ଦ୍ଦିଷ୍ଟ ପ୍ଲଟ୍‌ଟି ପଦ୍ମକୁମାର ଅଗ୍ରୱାଲ୍‌ଙ୍କ ପତ୍ନୀ ବବିତାଙ୍କ ନାଁରେ ଖାତା ନମ୍ବର ୪୪୦/୨୫୮ରେ ରେକର୍ଡ ହୋଇଯାଇଛି । ଭୁବନେଶ୍ୱର ତହସିଲଦାର ମ୍ୟୁଟେସନ୍‌ କେସ୍‌ ନଂ ୨୦/୧୫ ରେ ତାହାକୁ ବବିତାଙ୍କ ନାଁରେ ମ୍ୟୁଟେସନ୍‌ ବି କରାଯାଇଛି । ଜାଗାର ମାଲିକ ସାଧାରଣ ପ୍ରଶାସନ ବିଭାଗର ସମ୍ପୂର୍ଣ୍ଣ ଅଗୋଚର ଓ ଅଜାଣତରେ ତହସିଲଦାର ଏହି ଦୁଃସାହସିକ ଚଞ୍ଚକତା କରିଛନ୍ତି । ବର୍ଷେ ପରେ ଏହା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ସାଧାରଣ ପ୍ରଶାସନ ବିଭାଗ ଟେରା ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତୃତ୍ୱରେ ଥିବା ବିଭାଗର ବିନା ଅନୁମତି ଓ ଅଗୋଚରରେ ଜଣେ ତହସିଲଦାର ଏତେବଡ଼ ଚଞ୍ଚକତା କରିବା ସମଗ୍ର ବିଭାଗର ଛାତି ଦୋହଲାଇ ଦେଇଛିି ।

ଆଜି(ସୋମବାର) ବିଭାଗ ପକ୍ଷରୁ ଚିଠି ନମ୍ବର୧୪୭୯୮ରେ ତହସିଲଦାରଙ୍କୁ କୈଫୟତ ନୋଟିସ୍‌ ଜାରି କରାଯାଇ ଜାଗା ସମ୍ପର୍କିତ ସମସ୍ତ ରେକର୍ଡପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏତେ ବଡ଼ ଫିସାଦି ପଛରେ ଏକ ବଡ଼ ଗ୍ୟାଙ୍ଗ ରହିଥିବା ସନ୍ଦେହ କରାଯାଉଛି । ଏହି କାରସାଦି ପଛରେ ଖୋଦ୍ ସ୍ଥାନୀୟ ବିଧାୟକଙ୍କ ଭୂମିକାକୁ ନେଇ ଚାଞ୍ଚଲ୍ୟକର ସୁରାକ୍‌ ମିଳିଛି । ଯେଉଁଥିରେ ତହସିଲଦାର ଜଣେ ବଡ଼ ଭାଗିଦାର । ସରକାରଙ୍କ ମୂଲ୍ୟବାନ ସମ୍ପତ୍ତିକୁ ଜଣେ ତହସିଲଦାର ବିକ୍ରୀ କରିଦେବା ପଛର ଦିଗ ଖୋଜିବାକୁ ତତ୍ପର ହୋଇଛି ସାଧାରଣ ପ୍ରଶାସନ ବିଭାଗ । ଅନ୍ୟପକ୍ଷରେ ମାମଲାର ରଫାଦଫା କରିବାକୁ ଉଦ୍ୟମ ଆରମ୍ଭ ହୋଇଛି ।

Previous Post

ଜାମିନ୍‌ ପାଇଁ କଟକରେ ! ଗିରଫ ପୁରୀରୁ

Next Post

ଡାକ୍ତର ମୋତିଲାଲଙ୍କ ପତ୍ନୀଙ୍କୁ ମାଫ୍‌ !

Next Post
ଡାକ୍ତର ମୋତିଲାଲଙ୍କ ପତ୍ନୀଙ୍କୁ ମାଫ୍‌ !

ଡାକ୍ତର ମୋତିଲାଲଙ୍କ ପତ୍ନୀଙ୍କୁ ମାଫ୍‌ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA