Friday, April 17, 2026 04:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସିଧା ଜବାବ ଦିଅ, କଥା ବଙ୍କାନି

by Our Correspondent
25 Jul, 2017- 12:24 PM
in Latest News, Politics
1 min read
1
ସିଧା ଜବାବ ଦିଅ, କଥା ବଙ୍କାନି

ଭୁବନେଶ୍ୱର: ଆରଟିଜିଏସ୍ ନଂ ୫୩୮୯୭୬୨୮୮ । ଏଥିରେ ବିଜେଡ଼ି ଆକାଉଣ୍ଟରୁ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇଛି ୧୩ ଲକ୍ଷ ୧୦ ହଜାର ୬୨୫ ଟଙ୍କା । ତାରିଖ ପଡ଼ିଛି ୨.୪.୨୦୧୪ । ୨୦୧୪ ନିର୍ବାଚନରେ ହିଞ୍ଜିଳିରୁ ପ୍ରାର୍ଥୀ ଥିବା ନବୀନ ନିର୍ବାଚନ କମିସନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠରେ ଏହା ଦର୍ଶାଇଛନ୍ତି । ସେହି ଏକା ଆରଟିଜିଏସ୍ ନଂ ୫୩୮୯୭୬୨୮୮ ରେ ମୟୁରଭଞ୍ଜ ସାଂସଦ ପ୍ରାର୍ଥୀ ରାମଚନ୍ଦ୍ର ହାଁସଦା ନେଇଛନ୍ତି ୧୦ ଲକ୍ଷ । ହାଁସଦାଙ୍କୁ ଦିଆଯାଇଥିବା ସମାନ୍ ଆରଟିଜିଏସ୍ ରେ ତାରିଖ କିନ୍ତୁ ପଡ଼ିଛି ୮.୫.୨୦୧୪ । ଅର୍ଥାତ୍ ଗୋଟିଏ ଚେକ୍ ଆଉ ଭିନ୍ନ ଭିନ୍ନ ତାରିଖରେ ବିଜେଡ଼ି ଆକାଉଣ୍ଟରୁ ନବୀନ ଓ ହାଁସଦାଙ୍କ ପାଖକୁ ଯାଇଛି ନିର୍ବାଚନୀ ଖର୍ଚ୍ଚ ଟଙ୍କା ।

ସେପଟେ ବିଜେଡ଼ି ପକ୍ଷରୁ ନିର୍ବାଚନ କମିସନଙ୍କ ପାଖରେ ଦାଖଲ ହୋଇଥିବା ଖର୍ଚ୍ଚ ସତ୍ୟପାଠରେ ନବୀନ ପଟ୍ଟନାୟକଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିବା ଦର୍ଶାଯାଇଛି । ୩୦.୩.୨୦୧୪ରେ ଚେକ୍ ନଂ ୪୪୧୬୧୯ ରେ ଏହି ଟଙ୍କା ଦିଆଯାଇଛି । ମାତ୍ର ନବୀନ ନିଜ ସତ୍ୟପାଠରେ ଆରଟିଜିଏସ୍ ନଂ ୫୩୮୯୭୬୨୮୮ରେ ନେଇଥିବା ୧୩ ଲକ୍ଷ ୧୦ ହଜାର ୬୨୫ ଟଙ୍କାର ହିସାବକୁ ବିଜେଡ଼ି ଦର୍ଶାଇନାହିଁ । ତେଣୁ ନବୀନଙ୍କ ସତ୍ୟପାଠ ଠିକ୍ ନା ବିଜେଡ଼ିର ସତ୍ୟପାଠ ଠିକ୍ ତାହା ସ୍ପଷ୍ଟ ହୋଇପାରୁନାହିଁ । ନା ନବୀନ ସ୍ପଷ୍ଟ କରୁଛନ୍ତି ନା ବିଜେଡ଼ି । ଆହୁରି ଆଶ୍ଚର୍ଯ୍ୟର କଥା ନବୀନ ଆରଟିଜିଏସ୍ ନଂ ୫୩୮୯୭୬୨୮୮ରେ ପାଇଥିବା ୧୩ ଲକ୍ଷ ୧୦ ହଜାର ୬୨୫ ଟଙ୍କାକୁ କେଉଁ ଆକାଉଣ୍ଟରେ ଏନକ୍ୟାସ୍ କରିଛନ୍ତି ତାହାର ବି ଉତ୍ତର ମିଳୁନି ।

ରାମଚନ୍ଦ୍ର ହାଁସଦାଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା । ଭିନ୍ନ ତାରିଖ ଥାଇ ସେଇ ଏକା ଆରଟିଜିଏସ୍ ରେ ବିଜେଡ଼ି ତାଙ୍କୁ ୧୦ ଲକ୍ଷ ଦେଲା କେମିତି? ବିଜେଡ଼ି ସତ୍ୟପାଠରେ ଏହା ଦର୍ଶାଗଲା ନାହିଁ କାହିଁକି? ହାଁସଦା ଏହି ଚେକ୍ କୁ କେଉଁଠି ଏନକ୍ୟାସ୍ କଲେ? ଏସବୁର ଉତ୍ତର ମିଳିପାରୁନି । ଖୋଦ୍ ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେଇ ନ ପାରି ପ୍ରସଙ୍ଗକୁ ମିଥ୍ୟା ଓ ଅପପ୍ରଚାର କହି ଉଡ଼ାଇ ଦେଇଛନ୍ତି । ବିଜେଡ଼ି ମୁଖପାତ୍ରମାନେ ବି ଏହି ମୂଳ ପ୍ରସଙ୍ଗରେ ଛେପ ଢ଼ୋକି କଥାଟିକୁ ବାଁ ଡାହାଣ କରି ବୁଲାଉଛନ୍ତି । ନିର୍ଦ୍ଦିଷ୍ଟ ଆକାଉଣ୍ଟ ଓ ଖର୍ଚ୍ଚର ହିସାବ ନ ଦେଇ ଅନ୍ୟ ବାଟକୁ ପଳାଉଛନ୍ତି ।

ବିଜେପି ମଧ୍ୟ ମୂଳ ପ୍ରସଙ୍ଗର ଜବାବ ହାସଲରେ ଫେଲ୍ ମାରି ରାଜନୈତିକ ଚାଲବାଜିରେ ମାତିଛନ୍ତି । ଦଳର ମୁଖପାତ୍ରମାନେ କିଏ କେଉଁ ପ୍ରଶ୍ନ କରୁଛନ୍ତି ତାହାର ଥଳକୂଳ ରହୁନି । ଲାଗୁଛି ପ୍ରସଙ୍ଗଟିକୁ ସେମାନେ ନିଜେ ଭଲଭାବରେ ବୁଝିନାହାନ୍ତି । ଯାହା ମିଡ଼ିଆରୁ ପଢ଼ୁଛନ୍ତି ତାକୁ ନେଇ ରାଜନୀତି କରୁଛନ୍ତି । ଜ୍ଞାନୀ ଗୁଣି କଂଗ୍ରେସ ମୁଖିଆ ପ୍ରସାଦ ହରିଚନ୍ଦନଙ୍କ ପାଟିରେ ତାଲା ପଡ଼ିଯାଇଛି । ଆଉ ନିରଞ୍ଜନ ପଟ୍ଟନାୟକଙ୍କ ଭଳି ବରିଷ୍ଠ ନେତା ପ୍ରସଙ୍ଗର ଗମ୍ଭୀରତାକୁ ନ ଯାଇ କୌଣସି ଦଳ ସ୍ୱଚ୍ଛ ନୁହେଁ ବୋଲି ସଫଇ ଦେଇଛନ୍ତି । ସବୁ ଦଳ ଓ ନେତା ଚୋର ବୋଲି ପରୋକ୍ଷରେ ଇଙ୍ଗିତ ଦେଇ ଚୁପ୍ ହୋଇଯାଇଛନ୍ତି । ଯାହା କି ଅପ୍ରିୟ ସତ ହେଲେ ବି ସାଂଘାତିକ ।

ବିରୋଧୀ ଦଳର ଏହି ଦୁର୍ବଳତାର ସୁଯୋଗରେ ବିଜେଡ଼ି ନିଜ ଦୋଷ ଲୁଚାଇବା ଚେଷ୍ଟାରେ ଅଛି । ନବୀନଙ୍କ ସ୍ୱଚ୍ଛତାର ରଙ୍ଗ ଉପରେ ଚାଦର ଢ଼ାଙ୍କିଚାଲିଛି । ସତ ଥିଲେ ସିନା ପ୍ରମାଣ ଯୋଗାଡ଼ କରି ଛାତି ଫୁଲାନ୍ତେ । ହେଲେ ମିଛକୁ ସତ ବୋଲି ଦାବି କରି ନିଜର ଦୁର୍ବଳତା ଦେଖାଇ ଚାଲିଛି । ଇଆଡୁ ସିଆଡୁ କାଗଜ ଦେଖାଇ ଦଳର ମୁଖପାତ୍ର କଥା ବାଆଁରୋଉଛନ୍ତି । ଭାବିଛନ୍ତି ଲୋକ ଭୁଲିଗଲେ କଥା ସରିଲା । ବର୍ଷେ ତଳେ ତ ଏହି ପ୍ରସଙ୍ଗ ଉଠିଥିଲା ଲୋକ କ’ଣ ମନେ ରଖିଥିଲେ? ବୋଧହୁଏ ସେଭଳି ସମୟ ଗଡ଼ିବାକୁ ଅପେକ୍ଷା କରିଛି ବିଜେଡ଼ି ।

Previous Post

ମନେ ପଡ଼ିଲା ଜିରୋ ଟଲେରାନ୍ସ

Next Post

ଶପଥ ନେଲେ କୋବିନ୍ଦ

Next Post
ଶପଥ ନେଲେ କୋବିନ୍ଦ

ଶପଥ ନେଲେ କୋବିନ୍ଦ

Comments 1

  1. ନିରଞ୍ଜନ says:
    9 years ago

    ବଙ୍କେଇ କି ବି ଦେବେନି ,ସିଧା ତ ଦୂରର କଥା

    ମୋତେ ଲାଗୁଛି BJD ବୋଧେ check book ଘରେ ଛପୋଉଛି, 2ଟା କି 4ଟା ଲେଖାଏଁ ଛାପିଛି,

    ଏହାକୁ କହନ୍ତି ସ୍ବଛ୍ଛ ସରକାର& Zero tolerance

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA