Monday, May 25, 2026 05:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ୱପ୍ନରେ ବିଭୋର ନବୀନ

by Our Correspondent
27 Dec, 2015- 06:40 PM
in News
1 min read
0
ସ୍ୱପ୍ନରେ ବିଭୋର ନବୀନ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନବୀନ ବାବୁ ୧୮ ବର୍ଷ ଓଡ଼ିଶା ଆସିଲେଣି । ୧୫ ବର୍ଷ ରାଜ୍ୟକୁ ଶାସନ କଲେଣି । ମାତ୍ର ଓଡ଼ିଆ ନା କହିପାରିଲେ ନା ଲେଖି ଶିଖିଲେ । ସଭା ସମିତିରେ ତାଙ୍କର ଇଂରାଜୀ ଲେଖା ଓଡ଼ିଆ ପଠନ ବି ଆହୁରି ତଦ୍ରୁପ୍‍ । ଏକଥା ଚର୍ଚ୍ଚା ହୋଇ ପୁରୁଣା ହୋଇଗଲାଣି ପଛେ ତଥାପି ମୁଖ୍ୟମନ୍ତ୍ରୀଙ୍କର ଆଗ୍ରହ ନାହିଁ ଓଡ଼ିଆ କହିଲେଖି ଜାଣିବାରେ । ଆଉ ଆମ ଓଡ଼ିଆଙ୍କୁ ବି ଲାଜ ସରମ ନ ଥିଲା ଭଳି ନବୀନଙ୍କ ପାଟିରୁ ସେଇ ଖଣ୍ଡି ଓଡ଼ିଆ ପଦେ ଶୁଣିଦେଲେ ଛାତି କୁଣ୍ଢେମୋଟ କରି ତାଳି ମାରିପକଉଛନ୍ତି । ଧନ୍ୟ ଆମ ଜାତି ଆଉ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।
ତେବେ ଆମ ପ୍ରସଙ୍ଗ ବିଲକୁଲ୍‍ ସେୟା ନୁହେଁ । କଥାଟି ହେଉଛି, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିରୁ ଏହି ଓଡ଼ିଆ ସଙ୍କଟର କଳଙ୍କ ପୋଛିବା ପାଇଁ ଜବରଦସ୍ତ ଉଦ୍ୟମ ହୋଇଛି । ୨୬ ତାରିଖ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ ଅବସରରେ ନିଜେ ମୁଖ୍ୟମନ୍ତ୍ରୀ ଏହି ଉଦ୍ୟମରେ ମେଜିଆ ଖୋଳିଛନ୍ତି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁଂଜି ଏଥିରେ ଖଟାଯାଇଛି । ୧୯୩୬ ସାଲରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଓଡ଼ିଆ ଜାତିର ଏହି ଅବିସ୍ମରଣୀୟ ଦିନକୁ ଆଉ ୨୦ ବର୍ଷ ପରେ ପୂରିବ ୧୦୦ । ୨୦୩୬ରେ ଏହାର ଶତବାର୍ଷିକୀ ପଡ଼ିବ । ଓଡ଼ିଆ ଜାତିର ଭାବାବେଗ ସହ ଜଡ଼ିତ ଏହି ସମୟକୁ ନବୀନ ଆଗୁଆ ବୁକ୍‍ କରିଦେଇଛନ୍ତି । ୨୦୩୬ କୁ ଆଖିରେ ରଖି ଏକ ଭିଜନ୍‍ ଡକୁ୍ୟମେଂଟ୍‍ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଭିଜନ୍‍ ଡକୁ୍ୟମେଂଟ୍‍ ବଳରେ ୨୦୩୬ ମସିହା ବେଳକୁ ଓଡ଼ିଶାକୁ ପୂର୍ଣ୍ଣାଙ୍ଗ ବିକଶିତ କରିଦେବେ ବୋଲି ନବୀନ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଆସନ୍ତାବର୍ଷ ପଡୁଥିବା ବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିବ ୮୦ ବର୍ଷ । ତେଣୁ ବିଜେଡ଼ିର ଯୋଜନା, ବିଜୁ ଜନ୍ମ ଶତବାର୍ଷିକୀ ପାଳନ ସାଙ୍ଗରେ ଯୋଡିଦେବେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନର ପ୍ରସ୍ତୁତି ।
ସତରେ ନବୀନଙ୍କୁ ଯିଏ ବି ଏହି ଆଇଡ଼ିଆ ଦେଇଛନ୍ତି ଚମକ୍ରାର । ଏହି ବ୍ଲୁ ପ୍ରିଂଟ୍‍ ଜରିଆରେ ନବୀନଙ୍କ ଓଡ଼ିଆ ସଙ୍କଟ ଭାବମୂର୍ତି ଟଳିଯିବ ବୋଲି ବିଚାର କରାଯାଇଛି ଏବଂ ନବୀନଙ୍କ ଓଡ଼ିଆ ପ୍ରୀତି ଫୁଟି ପଦାକୁ ଆସିବ ଏବଂ ବିରୋଧୀ ତାଙ୍କ ଉପରକୁ ଅଙ୍ଗୁଳି ଉଠାଇବାର ସାହାସ ପାଇବେ ନାହିଁ ବୋଲି ମନେ କରାଯାଇଛି । ହୋଇପାରେ ନବୀନଙ୍କର ଏହି ପଲଟିକାଲ୍‍ ଷ୍ଟ୍ରାଟେଜି ଆଗାମୀ ନିର୍ବାଚନ ବେଳକୁ ନିରୀହ ଓଡ଼ିଆଙ୍କ ପାଇଁ ପୁଣି ଗଦ୍‍ ଶୁଙ୍ଗିଲା ଭଳି କାମ ଦେବ । ତେବେ ବାସ୍ତବ ସତ୍ୟ ହେଉଛି, ରାଜନୀତିରେ ଆଗାମୀ ୨୦ ବର୍ଷ ଏକ ଲମ୍ବା ସମୟ । ସେତେବେଳେ ବିଜୁ ଜନତା ଦଳର ଅବସ୍ଥା କ’ଣ ଥିବ ଏବଂ ଦଳର ନେତୃତ୍ୱ କାହା ପାଖରେ ଥିବ ତାହା ଆଜିଠାରୁ କଳନା କରିବା ମୁସ୍କିଲ୍‍ ।
ମାତ୍ର ଏହା ସତ ଯେ, ଲଗାତର ଦୀର୍ଘ ୧୫ ବର୍ଷର ଶାସନ ପରେ ଓଡ଼ିଶାର ଭାଗ୍ୟ ବଦଳେଇ ପାରି ନ ଥିବା ନବୀନ ରାଜ୍ୟବାସୀଙ୍କୁ ଆଗାମୀ ୨୦ ବର୍ଷର ସ୍ୱପ୍ନ ଦେଖାଇବା ଦିନରେ ଲଣ୍ଠନ ଦେଖାଇବା ଭଳି କଥା । ଅବଶ୍ୟ ନବୀନ ତାଙ୍କ ଭାଷଣରେ କହିଛନ୍ତି ତାଙ୍କ ଦଳ ଯାହା କହେ, ତାହା କରି ଦେଖାଏ । ୧୫ ବର୍ଷ ଭିତରେ ଏମିତିକା ବାହାବାର ଚମକ୍ରାରିତା ତ କେବେ ଦେଖିବାକୁ ମିଳିନି । ତେବେ ଅଧର୍ଯ୍ୟ ହେବାର ନାହିଁ, ଆଉ ୨୦ ବର୍ଷ ଅପେକ୍ଷା କଲେ ସବୁ ଠିକ୍‍ ହୋଇଯିବ । ଖାଲି ବିଜେଡ଼ିକୁ ଭୋଟ ଦେଲେ ହେଲା । ବିଜେଡ଼ି ପ୍ରତିଷ୍ଠା ଦିବସ ଅବସରରେ ନବୀନଙ୍କ ଭାଷଣ ଓ ଭିଜନ୍‍ ଡକୁ୍ୟମେଂଟ୍‍ ଘୋଷଣା ଏହି ବୟାନ ଛାଡ଼ିଛି ।

Previous Post

ତାରା ଦତ୍ତଙ୍କୁ ସାଉଥ ଏସିଆନ୍‍ ଗେମ୍‍ ଦାୟିତ୍ୱ

Next Post

ଭକୁଆ ହେଲେ ମନ୍ତ୍ରୀ,ଏମଏଲଏ

Next Post
ଭକୁଆ ହେଲେ  ମନ୍ତ୍ରୀ,ଏମଏଲଏ

ଭକୁଆ ହେଲେ ମନ୍ତ୍ରୀ,ଏମଏଲଏ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA