Tuesday, May 26, 2026 01:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ୱାସ୍ଥ୍ୟ ବିଭାଗ: ଚିହ୍ନିରଖ ବାବୁଙ୍କ ବଦନ

by Our Correspondent
12 Nov, 2017- 11:48 AM
in Latest News, News
1 min read
1
ସ୍ୱାସ୍ଥ୍ୟ ବିଭାଗ: ଚିହ୍ନିରଖ ବାବୁଙ୍କ ବଦନ
– ବିଚିତ୍ର ପଦୋନ୍ନତି ଓ ବଦଳି ନିୟମର ସୂତ୍ରଧର କରିତକର୍ମା ବାବୁ
– ପକେଟ ଗରମର ଚାଲ
– ମୁଖ୍ୟମନ୍ତ୍ରୀଙ୍କ ମୋହର ନ ପାଇ ବ୍ୟସ୍ତବିବ୍ରତ
ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗରେ ଏବେ ଏକ ବିଚିତ୍ର ବଦଳି ନିୟମ ପ୍ରସ୍ତୁତ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାରେ ଥିବା ଡାକ୍ତରମାନେ ବରିଷ୍ଠତା ଭିତ୍ତିରେ ଅତିରିକ୍ତ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ପାଇବେ । ପଦୋନ୍ନତି ସହ ସର୍ତ୍ତ ରହିଛି, ଯେଉଁମାନେ ଚାକିରିକାଳରେ କେବିକେ ଅଞ୍ଚଳରେ ୫ ବର୍ଷ କାମ କରି ନ ଥିବେ ସେମାନେ ପଦୋନ୍ନତି ପାଇଁ କେବିକେ ଯିବାକୁ ବାଧ୍ୟ । ଏହି ନିୟମ ସର୍ତ୍ତବଳୀ କେଉଁଠୁ ଆସିଲା ତାହା କେହି କହିପାରୁନାହାନ୍ତି । ଏହି ତାଲିକା ପ୍ରସ୍ତୁତ ସରିଛି ଏବଂ ମନ୍ତ୍ରୀଙ୍କ ଅନୁମୋଦନ ପାଇସାରିଲା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଯାଇଛି । ତେବେ ଗତମାସରୁ ଫାଇଲ୍ ତୃତୀୟ ମହଲାକୁ ଯାଇଥିବା ବେଳେ ଏଥିରେ ଥିବା ଅସଙ୍ଗତି ଦେଖି ଅଫିସରଙ୍କ ମୁଣ୍ଡ ଜାମ୍ ହୋଇଯାଇଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଏହା ଖଟକା ଲାଗିଥିବାରୁ ମୋହର ମାରୁନାହାନ୍ତି ।
ସମସ୍ୟାଟି ହୋଇଛି, ପଦୋନ୍ନତି ତାଲିକାରେ ଥିବା ଡାକ୍ତରମାନେ ଏବେ ଚାକିରିର ଅନ୍ତିମ ପର୍ଯ୍ୟାୟରେ । କାହାର ଅବସର ସମୟ ୪ ମାସ ତ କାହାରି ୬ ମାସ ବାକି ଅଛି । ସ୍ୱଳ୍ପ ସମୟର ଚାକିରି ଓ ବୟସ ଦୃଷ୍ଟିରୁ ସେମାନେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଭଳି ଜିଲ୍ଲାକୁ ଯାଇ କାର୍ଯ୍ୟ କରିବା ବାସ୍ତବ ଦୃଷ୍ଟିକୋଣରୁ ସମ୍ଭବ ନୁହେଁ । ଦ୍ୱିତୀୟ କଥା ହେଉଛି, ବଦଳି ତାଲିକାରେ ଥିବା ଅନେକ ବରିଷ୍ଠ ଡାକ୍ତର ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଦାୟିତ୍ୱରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମାତ୍ର ୪/୬ ମାସ ତଳେ ରାଜଧାନୀକୁ ବଦଳି ହୋଇ ଆସିଛନ୍ତି । ଏବେ ପଦୋନ୍ନତି ନାଁରେ ସେମାନଙ୍କୁ ପୁଣି ଦୂର ଦୂରାନ୍ତକୁ ତଡ଼ିବା ଯୋଜନା ହୋଇଛି । ପଦୋନ୍ନତି ତାଲିକା ଗନ୍ଧ ପାଇଲା ପରେ ସଂପୃକ୍ତ ଡାକ୍ତରମାନଙ୍କ ମଧ୍ୟରୁ କିଛି ଆଇନ ଅଦାଲତର ଆଶ୍ରୟ ନେବା ପାଇଁ ସଜବାଜ ହେଉଥିଲା ବେଳେ ଆଉ କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ଅବସର ପର୍ଯ୍ୟନ୍ତ ଛୁଟିରେ ରହିଯିବା ପାଇଁ ମନସ୍ଥିର କରିଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଭାଗର ଦୁଇଜଣ କରିତକର୍ମା ବାବୁ ହେଉଛନ୍ତି ଏହି ବଦଳି ଗେମ୍ ର କିଙ୍ଗପିନ୍ । ସେମାନେ ହିଁ ଡାକ୍ତରଙ୍କ ପଦୋନ୍ନତି ଓ ବଦଳି ତାଲିକା ପ୍ରସ୍ତୁତ କରିଛନ୍ତି । ଏଥିରୁ ଭଲ ଦି ପଇସା ରୋଜଗାର କରିବାର ବୁଦ୍ଧି ପାଞ୍ଚିଛନ୍ତି । ମାଲ୍ ଖାଇବାରେ ଓସ୍ତାଦ ଏହି ବାବୁଯୋଡି ବର୍ଷ ବର୍ଷ ଧରି ଡାକ୍ତର ବଦଳିରୁ ଭଲ ମାଲ୍ କମାଉଥିବା ଅଭିଯୋଗ ହୋଇଆସୁଛି । ନିଜ ପକେଟକୁ ସବଳ ରଖିବା ପାଇଁ ଆଇନକାନୁକୁ ମୋଡ଼ି ଦେବାର ପ୍ରବଳ କ୍ଷମତା ସେମାନଙ୍କର । ବିଭାଗରେ କିଛି କିରାଣୀଙ୍କୁ ଧରି ସେମାନଙ୍କର ଏକ ବଡ଼ ରାକେଟ୍ କାମ କରୁଛି । ମନ୍ତ୍ରୀ, ସଚିବଙ୍କୁ ସେମାନଙ୍କର ଡର କି ଖାତିର ନାହିଁ । ସେମାନଙ୍କର ଅଦୃଶ୍ୟ ଶକ୍ତି ଆଗରେ ମନ୍ତ୍ରୀ, ସଚିବ ବି ହାର୍ ମାନୁଥିବା ବିଭାଗରେ ଚର୍ଚ୍ଚା ହେଉଛି । ଆହୁରି ଗୁରୁତର କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ରୁ ପଦୋନ୍ନତି ଓ ବଦଳି ଫାଇଲ୍ କ୍ଲିୟରାନ୍ସ ହେଉ ନ ଥିବାରୁ ଦୁଇ କରିତକର୍ମା ବାବୁ କିଛି ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆକୁ ହାତ କରି ମିଥ୍ୟା ଅପପ୍ରଚାର ଚଳାଇଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାର ସାହାସ କରିଛନ୍ତି ।
ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଭଲ ଭାବେ ଅବଗତ ଥିଲେ ମଧ୍ୟ ତାଙ୍କ ପାୱାର କାଟୁ କରୁନି । ଓଲଟି ଅଫିସରଙ୍କ ପ୍ରାଦୁର୍ଭାବରେ ହାତ ଟେକିଦେଇଛନ୍ତି । ଫାଇଲରେ ମନ୍ତ୍ରୀଙ୍କ ମୋହର ନେଇ ସେମାନେ ତାଙ୍କୁ ଅଡୁଆ ଭିତରକୁ ଠେଲିଦେଇଛନ୍ତି । ଏବେ ମୁଖ୍ୟମନ୍ତ୍ରୀଙ୍କ ମୋହର ମିଳୁ ନ ଥିବାରୁ ଦୁଇବାବୁ ଭୀଷଣ ବିବ୍ରତ ହୋଇପଡ଼ିଛନ୍ତି । ଯେନତେନ ପ୍ରକାରେ ମୁଖ୍ୟମନ୍ତ୍ରୀଙ୍କ ମୋହର ଆଣିବା ପାଇଁ ସେମାନେ କୌଶଳ ଖଟାଇଛନ୍ତି । ତେବେ ଏହା ସଫଳ ହେଲେ ସ୍ୱାସ୍ଥ୍ୟ ବିଭାଗର ଅଧିକାଂଶ ଅଫିସରଙ୍କ ଆଶଙ୍କା ବଢ଼ିଯାଇଛି । ରାଜ୍ୟରେ ଡାକ୍ତର ସଙ୍କଟ ଲାଗିରହିଥିବା ବେଳେ ଯଦି ୨୦୦ରୁ ୨୫୦ ଡାକ୍ତର ଛୁଟିରେ ରହିଯିବେ ସ୍ଥିତି ସଙ୍ଗୀନ ହୋଇଯିବ ବୋଲି ସେମାନେ ଆଶଙ୍କା କରିଛନ୍ତି ।
Previous Post

ଅକାଳରେ ଚାଲିଗଲେ ବିନୟ ବେହେରା

Next Post

ଶିଶୁ ଦିବସରେ ରାଜନୀତି

Next Post
ଶିଶୁ ଦିବସରେ ରାଜନୀତି

ଶିଶୁ ଦିବସରେ ରାଜନୀତି

Comments 1

  1. J K Baral says:
    9 years ago

    Posting in seniority basis is good for government.
    Posting very quickly is good for Govt.
    Senior doctors may be posted at BBSR or their choice place is also good for Govt.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA