Thursday, May 21, 2026 10:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗଳାବାଟରେ ମନ୍ତ୍ରୀଙ୍କ ହାଇଦ୍ରାବାଦ ଅକଳ !

by Our Correspondent
29 Nov, 2019- 11:50 PM
in Latest News, News
1 min read
0
ଗଳାବାଟରେ ମନ୍ତ୍ରୀଙ୍କ ହାଇଦ୍ରାବାଦ ଅକଳ !
ଭୁୁବନେଶ୍ୱର: ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କୃଷ୍ଣଲୀଳା ଏବେ ସବୁଆଡ଼େ ଚର୍ଚ୍ଚା । ସରକାରୀ ଗସ୍ତ ବେଳେ ବାନ୍ଧବୀ ମାଆ, ଝିଅଙ୍କୁ ହାଇଦ୍ରାବାଦ ସାଙ୍ଗରେ ନେଇ ବିବାଦରେ ଫସିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ବରଖାସ୍ତ ଦାବିରେ ବିରୋଧୀ ଦଳ ଗତକାଲି ବିଧାନସଭାରେ ହଙ୍ଗାମା କଲାରୁ ବାଚସ୍ପତିଙ୍କ ନିର୍ଦ୍ଦେଶମତେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।ଜ୍ୟୋତିପ୍ରକାଶଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ମନ୍ତ୍ରୀଙ୍କ ଅତିଥିଙ୍କ ପାଇଁ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ କରାଯାଇନାହିଁ । ସୁତରାଂ ମନ୍ତ୍ରୀ ଜ୍ୟୋତିପ୍ରକାଶ ନିର୍ଦୋଷ ବୋଲି ସରକାର ଜଣାଇବାକୁ ଚାହିଁଛନ୍ତି ।
ପର୍ଯ୍ୟଟନ ମନ୍ତ୍ରୀଙ୍କର କାରନାମା ଏବଂ ସରକାରଙ୍କର ଆଭିମୁଖ୍ୟ ଉପରେ ବିରୋଧୀ ଦଳର ଆକ୍ରମଣ କିନ୍ତୁ ଜାରି ରହିଛି । ଆଜି କଂଗ୍ରେସ ଓ ବିଜେପି ପକ୍ଷରୁ ପୃଥକ୍ ସାମ୍ବାଦିକ ସମ୍ମିଳନୀରେ ସରକାର ସଂପୃକ୍ତ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରିଥିବାରୁ କଟୁ ସମାଲୋଚନା କରାଯାଇଛି । ତେବେ ଶାସକ ଦଳର ବରିଷ୍ଠ ନେତ୍ରୀ ତଥା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପାଲଟା ଜବାବ ମାମଲାକୁ ରୋଚକ କରିଛି । ସେ କହିଛନ୍ତି, ଜଣେ ମନ୍ତ୍ରୀଙ୍କର କ’ଣ ବ୍ୟକ୍ତିଗତ ପସନ୍ଦ ଅପସନ୍ଦ ନାହିଁ । ଜଣେ ମନ୍ତ୍ରୀ ତାଙ୍କର ସମ୍ପର୍କୀୟଙ୍କୁ ବୁଲାଇନେବା କ’ଣ ଅପରାଧ? ମନ୍ତ୍ରୀ କ’ଣ ବିରୋଧୀ ଦଳକୁ ପଚାରି ତାଙ୍କ ପସନ୍ଦରେ ବାହାରକୁ ଯାଇଥାନ୍ତେ? ସୁତରାଂ ସରକାରୀ ଗସ୍ତରେ ଯାଇଥିବା ପର୍ଯ୍ୟଟନ ମନ୍ତ୍ରୀ ତାଙ୍କ ବାନ୍ଧବୀଙ୍କୁ ହାଇଦ୍ରାବାଦ ସାଙ୍ଗରେ ନେଇ ଭୁଲ୍ କରିନାହାନ୍ତି ବୋଲି ତାଙ୍କର ଯୁକ୍ତି ।
ପ୍ରମିଳା ମଲ୍ଲିକ ଜଣେ ବିଚକ୍ଷଣ ନେତ୍ରୀ । ମାତ୍ର ସେ ଛାତିରେ ହାତରଖି କହିପାରିବେ କି ମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିବା ମାଆ, ଝିଅ ତାଙ୍କ ପାରିବାରିକ ସମ୍ପର୍କୀୟ ବୋଲି । ଉକ୍ତ ମହିଳାଙ୍କ ସହ ମନ୍ତ୍ରୀଙ୍କ ଲଟରପଟର ଫଟୋ/ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଛାଇ ହୋଇଗଲାଣି । ଜଣେ ପୁରୁଷ କେଉଁ ମହିଳାଙ୍କ ସହ ଭାବ ଲଗାଇବ ଏବଂ ତାଙ୍କୁ ବୁଲାଇ ମନଖୁସି କରିବ ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର ଏବଂ ଏହି ବ୍ୟକ୍ତି ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବାର ଅଧିକାର କାହାରି ନାହିଁ । ମାତ୍ର ଜ୍ୟୋତିପ୍ରକାଶ ନିଶ୍ଚିତ ଭାବେ ସାଧାରଣ ଲୋକ ନୁହଁନ୍ତି । ସେ ଜଣେ ନିର୍ବାଚିତ ପ୍ରତିନିଧି ଏବଂ ରାଜ୍ୟ ସରକାରଙ୍କର ମନ୍ତ୍ରୀ । ସରକାରୀ ଟୁର୍ ବେଳେ ତାଙ୍କ ଅତିଥି ଦର୍ଶାଇ ଜନୈକ ମାଆ-ଝିଅ ଯୋଡିଙ୍କୁ ହାଇଦ୍ରାବାଦ ବୁଲାଇ ନେଇଛନ୍ତି ।
ଏଣୁ ମନ୍ତ୍ରୀ ତାଙ୍କ କ୍ଷମତାର ଅପବ୍ୟବହାର କରିଥିବା ନିଶ୍ଚିତ କହିହେବ । କାରଣ ମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ତାଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ମନ୍ତ୍ରୀଙ୍କ ହାଇଦ୍ରାବାଦ ଟୁର୍ ପାଇଁ ପର୍ଯ୍ୟଟନ ବିଭାଗକୁ ଯେଉଁ ଚିଠି କରିଛନ୍ତି ସେଥିରେ ଏହି ରହସ୍ୟମୟ ମାଆ-ଝିଅ ଯୋଡିଙ୍କ ନାଁ ପଠାଇଥିଲେ । ମନ୍ତ୍ରୀ ଓ ତାଙ୍କର ଏହି ଦୁଇ ଅତିଥି(ଆର.ମହାପାତ୍ର ଏବଂ ଏସ.ଏସ.ମହାପାତ୍ର)ଙ୍କ ବିମାନ ଟିକେଟ ଏବଂ ହୋଟେଲ ରହଣୀର ବ୍ୟବସ୍ଥା ପାଇଁ କୁହାଯାଇଥିଲା । ଜଣେ ମନ୍ତ୍ରୀଙ୍କ ସରକାରୀ ଗସ୍ତ ତାଲିକାରେ ଦୁଇ ବେସରକାରୀ ମହିଳା ଆସିଲେ କଣ ପାଇଁ? ଏହାକୁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ବ୍ୟାପାର ଏବଂ ବିଧି ସମ୍ମତ କେମିତି କୁହାଯିବ? ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହା ସ୍ପଷ୍ଟ କରନ୍ତୁ ।
ମନ୍ତ୍ରୀଙ୍କ ଦପ୍ତର ପଠାଇଥିବା ଚିଠିକୁ ବିଶ୍ୱାସ କଲେ, ମନ୍ତ୍ରୀ ଓ ତାଙ୍କର ଦୁଇ ଅତିଥିଙ୍କ ବିମାନ ଓ ହୋଟେଲ ଖର୍ଚ୍ଚ ସରକାର ତହବିଲରୁ ଖର୍ଚ୍ଚ ହୋଇଛି । ମାତ୍ର ବାସ୍ତବରେ ତାହା ହୋଇନାହିଁ । ଅଭିଯୋଗ ଅନୁଯାୟୀ, ମନ୍ତ୍ରୀ ଓ ତାଙ୍କର ଦୁଇ ମହିଳା ଅତିଥିଙ୍କ ଇଣ୍ଡିଗୋ ବିମାନ ଖର୍ଚ୍ଚ ଫେଡ଼େରେସନ୍ ଅଫ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ(ଫିକି) ବହନ କରିଥିଲା । ହାଇଦ୍ରାବାଦର ପଞ୍ଚ ତାରକା ହୋଟେଲ ତାଜ୍ କ୍ରିଷ୍ଣା ଇଣ୍ଟରନ୍ୟାସନାଲ୍ ହୋଟେଲ ଖର୍ଚ୍ଚ ବି ଫିକି ବହନ କରିଥିଲା । ଏହା ସତ ହେଲେ, ବିଧାନସଭାରେ ବିକ୍ରମ ଆରୁଖଙ୍କ ସ୍ପଷ୍ଟୀକରଣରେ ସ୍ପଷ୍ଟତା ନାହିଁ ।
ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମନ୍ତ୍ରୀ ଗସ୍ତ କଲେ, ତାହା ଓଟିଡ଼ିସି ବହନ କରିବା କଥା । ମାତ୍ର ଏ କ୍ଷେତ୍ରରେ ମନ୍ତ୍ରୀ ଓ ତାଙ୍କର ଅତିଥିଙ୍କ ଖର୍ଚ୍ଚ ଫିକି ବହନ କରିବା ପଛର ଉଦେ୍ଦଶ୍ୟ କ’ଣ? ଏହି ପ୍ରସଙ୍ଗକୁ ଲୋକଲୋଚନକୁ ଆଣିଥିବା ବରିଷ୍ଠ ସାମ୍ବାଦିକ ତଥା କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଶୁକ୍ରବାର କରିଥିବା ସାମ୍ବାଦିକ ସମ୍ମିଳନୀରେ ପୁଣି ପ୍ରଶ୍ନବାଣ ଫିଙ୍ଗିଛନ୍ତି । ସରକାର ସତ ନ କହିଲେ ସବୁ ଗୁମର ଖୋଲିଦେବେ ବୋଲି ଚେତାବନୀ ଦେଇଛନ୍ତି ।
Previous Post

୪ଟି ଯାକ ଜିଲ୍ଲା ପରିଷଦ ଜୋନ୍ ରେ ବିଜେଡ଼ିର ବାଜିମାତ୍

Next Post

ନିଜକୁ ସର୍ବେସର୍ବା ଭାବିଲେଣି ସ୍ୱାସ୍ଥ୍ୟମନ୍ତ୍ରୀ

Next Post
ନିଜକୁ ସର୍ବେସର୍ବା ଭାବିଲେଣି ସ୍ୱାସ୍ଥ୍ୟମନ୍ତ୍ରୀ

ନିଜକୁ ସର୍ବେସର୍ବା ଭାବିଲେଣି ସ୍ୱାସ୍ଥ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA