Wednesday, May 20, 2026 03:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହାଇ ଭୋଲଟେଜ୍ କରେଣ୍ଟ ତଳେ ସମ୍ ହସ୍ପିଟାଲ୍

by Our Correspondent
19 Oct, 2016- 06:31 AM
in News
1 min read
0
ହାଇ ଭୋଲଟେଜ୍ କରେଣ୍ଟ ତଳେ ସମ୍ ହସ୍ପିଟାଲ୍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକଙ୍କ ଦାୟିତ୍ୱହୀନତା ଯୋଗୁଁ ୨୦ ଜଣଙ୍କ ଜୀବନ ଚାଲିଗଲା । ହନୁ ମଲା ବେଳକୁ ସତ କହିବା ନ୍ୟାୟରେ ଖୋଦ୍ ରାଜ୍ୟ ସରକାର ଆଜି ସେକଥାକୁ ମାନିଛନ୍ତି । ତେବେ ଖାଲି ଦାୟିତ୍ୱହୀନତା ନୁହେଁ ପ୍ରଚୁର ଅର୍ଥ ଓ କ୍ଷମତା ଲୋଭରେ କରିତକର୍ମା ମନୋଜ ନାୟକ ଅସମ୍ଭବକୁ ସମ୍ଭବ କରିଛନ୍ତି । ତାଙ୍କର ଯେଉଁ ହସ୍ପିଟାଲ୍ ଆଜି ସାରା ଦେଶରେ ଓଡ଼ିଶାକୁ ବଦନାମ କରିଛି ତାହାର ଇତିହାସ ବି ଆଚମ୍ବିତ କଲା ଭଳି । ବିଡ଼ିଏ କର୍ତ୍ତୃପକ୍ଷଙ୍କୁ ପଇସାରେ କିଣି ସେ ସମ୍ପୂର୍ଣ୍ଣ ନିଷେଧାଞ୍ଚଳରେ ଛିଡ଼ା କରାଇଛନ୍ତି ଏହି ବିଶାଳ ହସ୍ପିଟାଲ ଓ ମେଡ଼ିକାଲ କଲେଜ । ସାଧାରଣ ଲୋକେ ବିଡ଼ିଏ ଦ୍ୱାରା ନିର୍ଦ୍ଧାରିତ ଆବାସିକ ଅଞ୍ଚଳରେ ଜାଗା କିଣି ଘର କରିବାକୁ ପ୍ଲାନ୍ ଅନୁମୋଦନ ପାଇଁ ନୟାନ୍ତ ହେଉଥିଲା ବେଳେ ସହରର ହାଇ ଟେନସନ୍ ବିଜୁଳି ଲାଇନ୍ ତଳେ ଜାଗା ହାତେଇ ମନୋଜ ନାୟକ ନିର୍ମାଣ କରିଛନ୍ତି ସମ୍ ହସ୍ପିଟାଲ୍ । ସ୍ୱାସ୍ଥ୍ୟସେବା ନାଁରେ ଶାଗମାଛ ଦରରେ ଅଜାଗା ଇଲାକାର ମାଲିକ ବନି ହସ୍ପିଟାଲ୍ ବନେଇଛନ୍ତି ସେ । ବିପଦପୂର୍ଣ୍ଣ ଇଲାକାରେ ବିଲଡିଂ କରି ଫାୟାର ସେଫ୍ଟିଠାରୁ ଆରମ୍ଭ କରି ହସ୍ପିଟାଲ୍ ପରିଚାଳନାର ବିଭନ୍ନ ଆନୁସଙ୍ଗିକ ସୁରକ୍ଷା ସର୍ତ୍ତାବଳୀକୁୁ ଫୁ ମାରିଥିବାରୁ ହସ୍ପିଟାଲ୍ ପାଲଟିଛି ମରଣଯନ୍ତା । ମନୋଜ ନାୟକଙ୍କ ସାଂଘାତିକ ବେଆଇନ କାରବାର ପଛର ଭୟଙ୍କର ଇତିହାସ ଏବେ ମିଡ-ଡେ ଓଡ଼ିଶା ହାତରେ ।

ଘାଟିକିଆ ମୌଜାରେ ସମୁଦାୟ ୧୯ ଏକର ୭୧୪ ଡିସିମିଲି ଜାଗା ଉପରେ ନିର୍ମାଣ ହୋଇଛି ହସ୍ପିଟାଲ୍ । ଏକାଥରକରେ ମନୋଜ ନାୟକ ଏହି ଜାଗା କିଣିନାହାନ୍ତି । ସୁଯୋଗ ଉଣ୍ଡି ଉଣ୍ଡି ବିଡ଼ିଏ ଦ୍ୱାରା ନିର୍ଦ୍ଧାରିତ ନୋ ବିଲଡିଂ ଜୋନ୍ ଜାଗା ଉପରେ ଆଖି ପକାଇ ହାତେଇ ନେଇଛନ୍ତି । ନୋ ବିଲଡିଂ ଜୋନ୍ ଜାଗାର ବଜାର ଦର ନ ଥିବାରୁ ସେ ଶାଗମାଛ ମୂଲରେ ବେଆଇନ ଜାଗା ନେଇ ପରବର୍ତ୍ତୀ ସମୟରେ ବିଲଡିଂ ଛିଡ଼ା କରାଇଛନ୍ତି । ଅତି ସୁଚିନ୍ତିତ ଓ ଚତୁରତାର ସହ ମନୋଜ ନାୟକ ଏହି କାମ କରିଛନ୍ତି ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଓ ବିଡ଼ିଏ କର୍ତ୍ତୃପକ୍ଷଙ୍କ ସହଯୋଗରେ । ଅନୁସନ୍ଧାନରୁ ଜଣାପଡ଼ିଛି, ମନୋଜ ନାୟକ ତାଙ୍କର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ନାଁରେ ହସ୍ପିଟାଲ୍ ଓ ମେଡିକାଲ କଲେଜ ପ୍ରଥମ ବିଲଡିଂ ପ୍ଲାନ୍ ଗତ ୨୦୦୪ ଜୁଲାଇ ୨୭ ତାରିଖରେ ବିଡ଼ିଏଠାରୁ ଅନୁମୋଦନ କରାଇଥିଲେ । ସେଥିରେ ୩,୧୪,୪୧୬ ବର୍ଗଫୁଟ ପରିମିତ ଜାଗା ଉପରେ ଜି+୨ ବିଲଡିଂ ନିର୍ମାଣର ଅନୁମତି ଥିଲା । ବାସ୍ତବରେ ମୂଳତଃ ସି/୫ର ୭୮୨ ଡିସମିଲି ଜାଗା ଅକ୍ତିଆର ନ ହେଲେ ବିଲଡିଂ ନିର୍ମାଣ ସମ୍ଭବ ହୋଇପାରିବ ନାହିଁ ବୋଲି ମନୋଜ ନାୟକ ଆକଳନ କରିଥିଲେ । ମାତ୍ର ସେହି ଜାଗାଟି ହାଇ ଟେନସନ୍ ବିଜୁଳି ଲାଇନ୍ ତଳେ ଥିବାରୁ ବିଲଡିଂ ନିର୍ମାଣର ଅନୁମତି ସମ୍ଭବ ନ ଥିଲା । କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରାଇବାର ସମସ୍ତ କୌଶଳ ଖଟାଇଥିଲେ ମନୋଜ ନାୟକ । ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଓ ବିଡ଼ିଏ କର୍ତ୍ତୃପକ୍ଷ ଏଥିପାଇଁ ସହଯୋଗର ହାତ ବଢ଼ାଇଥିଲେ । ଉଭୟ ପକ୍ଷର ସଲାସୁତୁରାରେ ବିଡ଼ିଏ ଆଇନକୁ କବର ଦେବାକୁ ଫର୍ମୂଲା ପ୍ରସ୍ତୁତ ହେଲା । ସେହି ଫର୍ମୂଲା ଧରି ଆଗକୁ ପାଦ ପକାଇଥିଲେ ମନୋଜ ନାୟକ ।

ଫର୍ମୂଲାମତେ, ୨୦୦୫ ମସିହାରେ ମନୋଜ ନାୟକଙ୍କ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥା ଉକ୍ତି ନିର୍ଦ୍ଦିଷ୍ଟ ଜାଗା ପାଇଁ ବିଡ଼ିଏକୁ ଆବେଦନ କରିଥିଲା । ଚାରାରୋପଣର ଆଳ ରଖି ବିଡିଏ ତାହାକୁ ତୁରନ୍ତ ଅନୁମତି ଦେଇଥିଲା । ସେଠାରେ କୌଣସି ନିର୍ମାଣକାର୍ଯ୍ୟ ହୋଇପାରିବ ନାହିଁ ବୋଲି କାଗଜପତ୍ରରେ କିନ୍ତୁ ବିଡ଼ିଏ ସର୍ତ୍ତ ରଖିବାକୁ ବାଧ୍ୟ ହୋଇଥିଲା । ବର୍ଷେ ପରେ ୨୦୦୬ ମସିହାରେ ଜାଗାଟିକୁ ବିଡ଼ିଏ ଉକ୍ତ ସଂସ୍ଥା ନାଁରେ ନିୟମିତି ଆବଣ୍ଟିତ କରିଦେଲା । ଅବଶ୍ୟ ସେଇ ପୁରୁଣା ସର୍ତ୍ତ ରହିଲା । ପରବର୍ତ୍ତୀ ସମୟରେ ହାଇ ଟେନସନ୍ ଲାଇନ୍ ତଳେ ଥିବା ଆଉ ୩ ଏକର ୫୮ ଡିସିମିଲି ଜାଗାକୁ ବି ସଂସ୍ଥା ଅନୁରୂପ ଭାବେ ହାତ କରିନେଇଥିଲା । କାଗଜପତ୍ରରେ ବିଡିଏ ଆଇନକାନୁନ କଥା ଉଲ୍ଲେଖ କରୁଥିଲେ ମଧ୍ୟ କଥାରେ କଥାରେ କାମ ଆଗକୁୁ ବଢ଼ୁଥିଲା । ମନୋଜ ନାୟକ ସେହି ନିଷିଦ୍ଧ ହାଇ ଟେନସନ୍ ଲାଇନ୍ ତଳେ ନିର୍ମାଣ କରିଚାଲିଥିଲେ ହସ୍ପିଟାଲ୍ ବିଲଡିଂ । ଶେଷରେ ବିଲଡିଂ ହସ୍ତାନ୍ତର ପାଇଁ ଅକୁପାନ୍ସି ସାର୍ଟିଫିକେଟ୍ ର ଆବଶ୍ୟକତା ଥିଲା । ମାତ୍ର ତାହା ଦେବାରେ ଅସୁବିଧା ଥିବାରୁ ବିନା ଅକୁପାନ୍ସି ସାର୍ଟିଫିକେଟ୍ ରେ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥା କବଜାକୁ ବିଲଡିଂର ସମ୍ପୂର୍ଣ୍ଣ ମାଲିକାନା ଚାଲିଯାଇଥିଲା ।

ହାଇ ଟେନସନ୍ ଲାଇନ୍ ତଳେ ହସ୍ପିଟାଲ୍ ବିଲଡିଂ ନିର୍ମାଣ ପରେ ବି ମନୋଜ ନାୟକଙ୍କ ବେଆଇନ କାରବାର ସରି ନ ଥିଲା । ବିଲଡିଂ ନିର୍ମାଣରେ ନ୍ୟାସନାଲ୍ ବିଲଡିଂ କୋଡ୍ ଅଫ ଇଣ୍ଡିଆର ନିର୍ଦ୍ଧାରିତ ନିୟମକାନୁନକୁ ବି ମାନି ନ ଥିଲେ ସେ । ସେହି ଆଇନରେ ବିଲଡିଂ ପାଇଁ ଅଗ୍ନି ନିର୍ବାପକ ବ୍ୟବସ୍ଥା ବାଧ୍ୟତାମୂଳକ ରହିଛି । ସବୁ ବେଆଇନ କାରବାରର ସହଯୋଗୀ ସାଜିଥିବା ବିଡ଼ିଏ ଏହି ସର୍ତ୍ତ ରଖିଥିଲେ ମଧ୍ୟ ତାହାକୁ ହେୟଜ୍ଞାନ କରିଥିଲେ ମନୋଜ ନାୟକ । ଆଉ ଏହି ହେୟଜ୍ଞାନ ଓ ବେଆଇନ କାରବାର ସମ୍ ହସ୍ପିଟାଲ୍ ରେ ମରଣଯନ୍ତା ବିଛାଇଥିଲା । ହାଇ ଟେନସନ୍ ଲାଇନ୍ ତଳେ ଥିବା ସମ୍ ହସ୍ପିଟାଲ୍ ବିଲଡିଂରେ ନିଆଁ ଲାଗି ୨୦ ଟି ଅମୂଲ୍ୟ ଜୀବନ ନେଇଗଲା ।

Previous Post

“ସମ୍’’ ଅସ୍ତ୍ର, ଅତନୁ ବିରୋଧୀ ସକ୍ରିୟ

Next Post

ମନୋଜ ନାୟକ ଗିରଫ

Next Post
ମନୋଜ ନାୟକ ଗିରଫ

ମନୋଜ ନାୟକ ଗିରଫ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA