Sunday, May 10, 2026 08:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୦ ଜଣ ଜଳିଲା ପରେ ମନ୍ତ୍ରୀଙ୍କ ଚେତା ପଶିଲା

by Our Correspondent
10 Feb, 2020- 05:45 PM
in Latest News, News
1 min read
0
୧୦ ଜଣ ଜଳିଲା ପରେ ମନ୍ତ୍ରୀଙ୍କ ଚେତା ପଶିଲା

୪ ଇଂଜିନିୟର ନିଲମ୍ବିତ

ଭୁବନେଶ୍ୱର: ବିଦ୍ୟୁତ ବିଭାଗ ଶୋଇଥିଲା । ୧୦ ଜଣଙ୍କ ଜୀବନ ଚାଲିଗଲା ପରେ ଯାଇ ଚେତା ପଶିଲା । ଗତକାଲି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ୧୧ କେଭି ତାର ଲାଗି ୧୦ ଜଣ ବସଯାତ୍ରୀ ଜୀଅନ୍ତା ଜଳିଯିବା ପରେ ବିଭାଗୀୟ ମନ୍ତ୍ରୀ ତନାଘନା କରିଛନ୍ତି । କହିବା ବାହୁଲ୍ୟ, ଏମିତି ବଡ଼ ବଡ଼ ମନୁଷ୍ୟକୃତ ଦୁର୍ଘଟଣା କିମ୍ବା ଅଘଟଣରେ ସରକାର ତତ୍ପର ହୁଅନ୍ତି, ତନାଘନା ହୁଏ. କାର୍ଯ୍ୟାନୁଷ୍ଠାନ ହୁଏ, ପ୍ରତିଶ୍ରୁତି ଆସେ । ଗଣମାଧ୍ୟମରେ ଘଟଣା ଥିଲା ଯାଏଁ ତମ୍ବିତୋଫାନ ରହେ । ହେଲେ ତାପରେ.. ଯଥା ପୂର୍ବଂ ତଥା ପରଂ । ଲୋକ ଭୁଲିଯାଆନ୍ତି, ସରକାର ବି । 

୧୧ କେଭି ତାରରେ ବସ୍ ଲାଗି ୧୦ ଜଣଙ୍କ ଜୀବନ ଚାଲିଗଲା ପରେ ଆଜି ଲୋକସେବା ଭବନରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ତନାଘନା କରିଥିଲେ । ଦାୟିତ୍ୱହୀନତା ଓ କାର୍ଯ୍ୟରେ ଅବହେଳା ପାଇଁ ବ୍ରହ୍ମପୁର ଇଲେକ୍ଟ୍ରିକାଲ୍ ଡିଭିଜନ୍ ର ଜେଇ ଦେବାଶିଷ ନାୟକ ଓ ସରକାରୀ ଯନ୍ତ୍ରୀ(ଏସଡିଓ) ବିଶ୍ୱରଞ୍ଜନ ମହାପାତ୍ର, ଗଞ୍ଜାମ ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ଓ ସରକାରୀ ଯନ୍ତ୍ରୀଙ୍କୁ ସସପେଣ୍ଡ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
୧୧ କେଭି ତାର ରାସ୍ତାଠାରୁ ୨୦ ଫୁଟ୍ ଉଚ୍ଚରେ ରହିବା କଥା । ମାତ୍ର ଗୋଳନ୍ଥରାରେ ଏହି ତାର ତଳକୁ ଯଥେଷ୍ଟ ଓହଳିକି ଥିଲା । ଏହା ଯେ ବିଦ୍ୟୁତ ବିଭାଗକୁ ଅଜଣା ଥିଲା ତାହା ନୁହେଁ । ବରଂ ତାର ଓହଳିଥିବା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । ମାତ୍ର ସେଥିପ୍ରତି ବିଦ୍ୟୁତ ବିଭାଗର ନିଘା ନ ଥିଲା । ଯେଉଁଥିପାଇଁ ଅକାଳରେ ଚାଲିଗଲା ୧୦ ଜୀବନ ।
ତେବେ ଦୁର୍ଘଟଣା ପରେ ସାଉଥକୋ ଯେଉଁ ରିପୋର୍ଟ ଦେଇଛି ସେଥିରେ ନିଜ ମୁଣ୍ଡରୁ ଦୋଷ ଝାଡ଼ି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରିଛି । ୨୦୧୮ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେଠାରେ ରାସ୍ତାକୁ ୩ରୁ ୪ ଫୁଟ୍ ଉଚ୍ଚା କରାଯାଇ କାମ ହୋଇଥିଲା । ଫଳରେ ଭୂମିଠାରୁ ୧୧ କେଭି ତାରର ଦୂରତା କମିଯାଇଥିଲା ବୋଲି ଆରୋପ ଲଗାଇଛି ସାଉଥକୋ । ଯଦି ଏହା ସତ ତେବେ ବିଦ୍ୟୁତ ବିଭାଗ ଜାଣି ମଧ୍ୟ ଏପର୍ଯ୍ୟନ୍ତ ଶୋଇଥିଲା କାହିଁକି? ନିରାପତ୍ତା ଜ୍ଞାନର ଅଭାବ, ବାଦ ନା ଜିଦ୍ ପାଇଁ ବିପଦକୁ ନିମନ୍ତ୍ରଣ କଲା?
ଆଜି ସମୀକ୍ଷା ବୈଠକରେ ମନ୍ତ୍ରୀ ଏହା ଜାଣିବା ପରେ ତାଙ୍କର ଚୈତନ୍ୟ ଉଦୟ ହୋଇଥିଲା । ଆଗାମୀ ଦିନରେ ଗୋଳନ୍ଥରା ଦୁର୍ଘଟଣାର ପୁନରାବୃତ୍ତି ନ ହେବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ,
– ଏଣିକି ରାସ୍ତା କାମ କରିବା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ, ପିଡ଼ବ୍ଲୁଡି ଓ ଏନଏଚ ବିଭାଗ ବିଦୁ୍ୟତ ବିଭାଗଠାରୁ ଅନୁମତି ନେବ । ଅନୁମତି ପାଇଲା ପରେ ଯାଇ ରାସ୍ତା କାମ ହେବ ।
– ଯେଉଁଠି ୧୧ କେଭି ତାର ଓହଳିଛି, ତାହାକୁ ତୁରନ୍ତ ସଜଡ଼ାଯିବ ।
– ବିପଦଶଙ୍କୁଳ ଜାଗାଗୁଡ଼ିକୁ ଚିହ୍ନଟ କରାଯାଇ ତାହାର ମ୍ୟାପିଂ କରାଯିବ ।
– ବିଦ୍ୟୁତ ନିରାପତ୍ତା ଓ ଜନସଚେତନତା ସୃଷ୍ଟି ପାଇଁ ବ୍ୟାପକ କର୍ମଶାଳା ଆୟୋଜନ କରାଯିବ ।
– ରାଜ୍ୟର ସମସ୍ତ ଲାଇନମ୍ୟାନଙ୍କୁ ନିରାପତ୍ତା ସମ୍ବନ୍ଧରେ ତାଲିମ ଦିଆଯିବ ।
ସୂଚନାଯୋଗ୍ୟ, ଗତକାଲି ଦିନ ୧ଟାରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଣ୍ଡରାଜପୁର ଗ୍ରାମରେ ଏକ ନିର୍ବନ୍ଧ ଉତ୍ସବକୁ ଯାଉଥିବା ବସ୍ ଉପରେ ୧୧ କେଭି ତାର ଲାଗିଯିବାରୁ ସେଥିରେ ଥିବା ୪୩ ଜଣଙ୍କ ମଧ୍ୟରୁ ୧୦ ଜଣ ଜୀଅନ୍ତା ପୋଡ଼ି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ୧୮ ଜଣଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା ।
ଏହି ଦୁର୍ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରି ଆଜି ସରକାରଙ୍କୁ ଘେରିଛି ବିଜେପି । ଦଳର ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଦାୟିତ୍ୱହୀନତା ଓ ଅପରାଗତା ଉପରେ ବର୍ଷିବା ସହ ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।
Previous Post

ଜାଭିୟର୍ ରୁରାଲ୍ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପିଆର୍ ଟ୍ରେନିଂ

Next Post

ଆକର୍ଷଣୀୟ ରୂପ ନେବ ତଳସରି, ଉଦୟପୁର

Next Post
ଆକର୍ଷଣୀୟ ରୂପ ନେବ ତଳସରି, ଉଦୟପୁର

ଆକର୍ଷଣୀୟ ରୂପ ନେବ ତଳସରି, ଉଦୟପୁର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA