Sunday, May 10, 2026 08:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୬୦୦ କୋଟି ଗଣିବେ ଇନ୍ଦ୍ରାଣୀ ମାର୍ଫତ ଡିଆରପି

by Our Correspondent
03 Aug, 2017- 12:41 AM
in Latest News, News
1 min read
0
୨୬୦୦ କୋଟି ଗଣିବେ ଇନ୍ଦ୍ରାଣୀ ମାର୍ଫତ ଡିଆରପି
ଭୁବନେଶ୍ୱର: ଖଣି ଚୋରି କରି ପେଟ ଫୁଲାଇଥିଲେ । ଏବେ ତାକୁ ବାନ୍ତି କରିବେ । ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଖଣିଚୋରଙ୍କ ନିଦ ହଜାଇ ଦେଇଛି । ସୁପ୍ରିମକୋର୍ଟଙ୍କ ଶତପ୍ରତିଶତ ଜରିମାନା ଆଦାୟ ନିର୍ଦ୍ଦେଶ ପରେ କେଉଁ ଖଣି ମାଫିଆ ସଂସ୍ଥା କେତେ ଗଣିବେ ତାହାର ହିସାବ ହସ୍ତଗତ ହୋଇଛି । ଅଖଣ୍ଡ ଖଣିରେ ରାଜ୍ କରୁଥିବା ବହୁ ଚର୍ଚ୍ଚିତ ପଟ୍ଟନାୟକ ପରିବାର ବ୍ୟକ୍ତିଗତ ଭାବେ ଏଥିରେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ରାଜ୍ୟରେ ସର୍ବାଧିକ ଆୟକର ରିଟର୍ଣ୍ଣ ଦେଉଥିବା ପ୍ରଖ୍ୟାତ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ପରିବାର ଗଣିବେ ୨୬୩୮ କୋଟି ୯୭ ଲକ୍ଷ ଟଙ୍କାର ଫାଇନ୍ । ବେଆଇନ ଖଣି ଖନନ କାରବାର ଫାସରେ ଧରାପଡ଼ିବା ପରେ ସିଇସିଙ୍କ ଜରିମାନା ଇନ୍ଦ୍ରାଣୀ ଓରଫ୍ ଖଣି ଲିଜଧାରୀ ସ୍ୱାମୀ ଡି.ଆର.ପଟ୍ଟନାୟକଙ୍କୁ ପ୍ରମାଦ ଦେଇସାରିଥିଲା । ସେଥିରୁ ଖସିବାକୁ ଅନ୍ୟମାନଙ୍କ ଭଳି ଗଳା ବାଟ ଖୋଜୁଥିଲେ । ମାତ୍ର ସୁପ୍ରିମକୋର୍ଟଙ୍କ ରାୟ ଗଳାବାଟକୁ ବନ୍ଦ କରିଦେଇଛି । ପଟ୍ଟନାୟକ ପରିବାର ପାଇଁ ୨୬୦୦/୨୭୦୦ କୋଟି ଟଙ୍କା ବଡ଼ ନ ହେଲେ ବି ବଦନାମ ସଙ୍କଟରେ ପଡ଼ିଯାଇଛନ୍ତି ।
ଜରିମାନା ତାଲିକାର ସର୍ବାଗ୍ରେ ରହିଛି ଓଏମସି ଲିମିଟେଡ଼ । ଫାଇନ୍ ଗଣିବ ୫୫୬୧ କୋଟି ୫୪ ଲକ୍ଷ । ଇସେଲ୍ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରି ୫୦୮୩ କୋଟି ୮୦ ଲକ୍ଷ, ସେଲ୍ ୪୧୮୮ କୋଟି ୨୭ ଲକ୍ଷ, ଓଏମଡିସି ଲିମିଟେଡ ୪୦୪୪ କୋଟି ୪୯ ଲକ୍ଷ, ମିଡ଼ଇଷ୍ଟ ଇଣ୍ଟିଗ୍ରେଟେଡ଼ ଷ୍ଟଇଲ୍ ଲିମିଟେଡ଼ ୩୭୧୦ କୋଟି ୫୯ ଲକ୍ଷ, ଟାଟା ଷ୍ଟିଲ୍ ଲିମିଟେଡ଼ ୩୩୫୭ କୋଟି ୬୨ ଲକ୍ଷ, କେଜେଏସ୍ ଆହଲୁୱାଲିଆ ୨୯୯୫ କୋଟି ୮୪ ଲକ୍ଷ, ବିପିଏମଇ ଲିମିଟେଡ଼ ୨୧୮୫ କୋଟି ୨୯ ଲକ୍ଷ, ପଟ୍ଟନାୟକ ମିନେରାଲସ୍ ପ୍ରାଇଭେଟ୍ ଲିମିଟେଡ଼ ୧୯୮୧ କୋଟି ୩୭ ଲକ୍ଷ, ସିରାଜଉଦ୍ଦିନ୍ ଆଣ୍ଡ କୋ ୧୫୮୬ କୋଟି ୫୮ ଲକ୍ଷ, ସାରଦା ମାଇନସ୍ ପ୍ରାଇଭେଟ ଲିମିଟେଡ଼ ୧୩୭୦ କୋଟି ୪୭ ଲକ୍ଷ, ବିକୋ ଲିମିଟେଡ଼ ୧୨୧୮ କୋଟି ୩୦ ଲକ୍ଷ, ରୁଙ୍ଗଟା ମାଇନସ୍ ଲିମିଟେଡ଼ ୧୧୫୪ କୋଟି ୪୦ ଲକ୍ଷ ଏବଂ ମାଲା ରାଓ ୧୦୨୫ କୋଟି ୨୯ ଲକ୍ଷ । ଏମାନେ ସମସ୍ତେ ହଜାର କୋଟିର ଅଧିକ ଫାଇନ୍ କାଟାଗୋରିରେ ଅଛନ୍ତି ।
ସୁପ୍ରିମକୋର୍ଟ ତାଙ୍କ ରାୟରେ ସେଣ୍ଟ୍ରାଲ୍ ଏମପାୱାର୍ କମିଟି(ସିଇସି)ର ସୁପାରିଶକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବା ସହ ୨୦୦୦-୨୦୦୧ ପରଠାରୁ ଖଣିଜପଦାର୍ଥ ମୂଲ୍ୟ ଉପରେ ଶତ ପ୍ରତିଶତ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସିଇସି ସମୁଦାୟ ୬୧,୭୦୫ କୋଟି ୭୦ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ । ଜରିମାନା ଆଦାୟ ପାଇଁ ପୂର୍ବରୁ ନୋଟିସ୍ ବି ଜାରିହୋଇଛି ।
Previous Post

ମନ କିଣିନେଲା ଜେଡ଼ି ଆନୁଆଲ୍ ଡିଜାଇନ୍ ଆୱାର୍ଡସ୍ -୨୦୧୭

Next Post

ନିଆଁରେ ଜଳିଗଲେ ସତପାଲ୍ ଙ୍କ ପରିବାର

Next Post
ନିଆଁରେ ଜଳିଗଲେ ସତପାଲ୍ ଙ୍କ ପରିବାର

ନିଆଁରେ ଜଳିଗଲେ ସତପାଲ୍ ଙ୍କ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA