Tuesday, May 12, 2026 12:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୪ଟି ପର୍ଯ୍ୟାୟ ନିର୍ବାଚନ ପଛରେ ଗେମପ୍ଲାନ୍ !

by Our Correspondent
11 Mar, 2019- 11:55 PM
in Latest News, News, Politics
1 min read
0
୪ଟି ପର୍ଯ୍ୟାୟ ନିର୍ବାଚନ ପଛରେ ଗେମପ୍ଲାନ୍ !
ଭୁୁବନେଶ୍ୱର: ଓଡ଼ିଶାରେ ୪ ଟି ପର୍ଯ୍ୟାୟ ନିର୍ବାଚନ ଘୋଷଣା ପଛର କାରଣକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ ଆଜି ବିଜେଡ଼ି ସିଧା ସିଧା ଅଭିଯୋଗ ଆଣିଛି ଯେ, ଏହା ବିଜେପିର ଗେମପ୍ଲାନ୍ । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ଦ୍ୱାରା ପ୍ରଭାବିତ ହୋଇ ଏଭଳି ସୁପାରିଶ କରିଛନ୍ତି ।
ବିଜେଡ଼ି ଆଇଟି ସେଲ୍ ଅଧ୍ୟକ୍ଷ ଅମର ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଓଡ଼ିଶାରେ ୪ ଟି ପର୍ଯ୍ୟାୟର ନିର୍ବାଚନ ଧାର୍ଯ୍ୟ ପଛରେ କୌଣସି ଯୁକ୍ତି କିମ୍ବା ଆଧାର ନାହିଁ । ଆନ୍ଧ୍ରପଦେଶ, ଗୁଜୁରାଟ ଭଳି ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ଓଡ଼ିଶାଠାରୁ ଅଧିକ ହୋଇଥିଲେ ମଧ୍ୟ ସେଠାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ସରିଯାଉଛି । ୨୦୦୯ ଏବଂ ୨୦୧୪ ମସିହାରେ ଓଡ଼ିଶାରେ ମାଓ ସମସ୍ୟା ଅଧିକ ଥିବା ବେଳେ ଏବେ ତାହା ଆଶାତୀତ ଭାବେ ହ୍ରାସ ପାଇଛି । ଏପରିିସ୍ଥଳେ, ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନର ଆବଶ୍ୟକତା କ’ଣ ପାଇଁ ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ସବୁ ରାଜନୈତିକ ଦଳ ସହ ବିଚାର ବିମର୍ଷ କରିବା ସମୟରେ ଏହା ତାଙ୍କୁ ଅବଗତ କରାଯାଇଥିଲା । ସେ ନିଜେ ମଧ୍ୟ ଓଡ଼ିଶାର ସ୍ଥିତିକୁ ଜାଣିଛନ୍ତି । ସବୁ ଜାଣିବା ସତ୍ତ୍ୱେ, ରାଜ୍ୟରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ କିଭଳି ଅନୁମୋଦନ କଲେ ବୋଲି ପ୍ରଶ୍ନ ଉଠୁଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଯେଉଁଠି ବିଜେପିର ସ୍ଥିତି ଭଲ ନାହିଁ ସେଠାରେ ଚାରି ଏବଂ ତତୋଧିକ ପର୍ଯ୍ୟାୟର ନିର୍ବାଚନ ଧାର୍ଯ୍ୟ ହୋଇଥିବାରୁ ମନ୍ଦ ଉଦେ୍ଦଶ୍ୟ ରଖାଯାଇଥିବା ସ୍ପଷ୍ଟ ବାରି ହେଉଛି । ଓଡ଼ିଶାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିରପେକ୍ଷତା ରକ୍ଷା ନ କରି ବିଜେପି ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ, ଚାରୋଟି ପର୍ଯ୍ୟାୟ ନିର୍ବାଚନ ଦ୍ୱାରା ଓଡ଼ିଶା ରାଜକୋଷ ଉପରେ ପ୍ରବଳ ବୋଝ ପଡୁଥିବା ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି । ଗତଥର ଠାରୁ ଏଥର ନିର୍ବାଚନରେ ଖର୍ଚ୍ଚ ଦୁଇଗୁଣା ହେବ ବୋଲି ସେ କହିଛନ୍ତି । ଦୁଇଟି ପର୍ଯ୍ୟାୟ ନିର୍ବାଚନ କରି ରାଜ୍ୟ ରାଜକୋଷର ଏହି ବୋଝକୁ କମାଯାଇ ପାରିଥାଆନ୍ତା । ତେବେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ଓ ବିଜେପିର ଯୋଜନା ସଫଳ ହେବ ନାହିଁ ଏବଂ ଓଡ଼ିଶାରେ ବିଜୁ ଜନତା ଦଳ ବହୁତ ଭଲ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସେପଟେ ନିର୍ବାଚନ ଆଚରଣବିଧି ଲାଗୁର ୧୫ ଘଣ୍ଟା ନ ପୂରୁଣୁ ଆଜି ବିଜେଡ଼ି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେପି । ବିଭିନ୍ନ ଜାଗାରୁ ସରକାରୀ ହୋର୍ଡିଂ ହଟାଯାଇନାହିଁ ବୋଲି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରାଯାଇଛି । ଦଳର ମୁଖପାତ୍ର ସମୀର ମହାନ୍ତି ଏହି ଅଭିଯୋଗ ଦାଖଲ କରି କାଳିଆ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର୍ କରି ବିଜେଡ଼ି ଭୋଟ ହାତେଇବା ଉଦ୍ୟମରେ ଥିବା ଦର୍ଶାଇଛନ୍ତି ।
Previous Post

ବିଧାୟକ ଲଢ଼ିବା ଜିଦ୍ ରେ ବୁନୁ

Next Post

କଂଗ୍ରେସ ସ୍କ୍ରିନିଂ କମିଟି ବାଛିଲା ୧୫ ଲୋକସଭା ଆସନର ପ୍ରାର୍ଥୀ

Next Post
କଂଗ୍ରେସ ସ୍କ୍ରିନିଂ କମିଟି ବାଛିଲା ୧୫ ଲୋକସଭା ଆସନର ପ୍ରାର୍ଥୀ

କଂଗ୍ରେସ ସ୍କ୍ରିନିଂ କମିଟି ବାଛିଲା ୧୫ ଲୋକସଭା ଆସନର ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA